The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

puspanjali das

Classics

4  

puspanjali das

Classics

ତାମ୍ବୁଳ

ତାମ୍ବୁଳ

4 mins
176



    ଅରୁଣା ତରତର ହୋଇ ଡ୍ରଇଂରୁମ୍କୁ ପସି ଆସିଥିଲା,ବ୍ୟସ୍ତ ଓ ବିବ୍ରତ ହୋଇ ଫୁଲଦାନୀରେ ସଜ ଫୁଲ ଗୁଡିକ ସଜାଉ ସଜାଉ ପରେଶ ଙ୍କୁ ସମ୍ବୋଧନ କରି କହିପକାଇଲା-ଟିକେ କାନ୍ଥ ଘଣ୍ଟାରେ ବ୍ୟାଟେରୀ ଟା ବଦଳାଇ ଦିଅ । ପୁରୁଣା ହୋଇଗଲାଣି,ବେଳେବେଳେ ବନ୍ଦ ହୋଇ ଯାଉଛି,ଦୁଇଦିନ ହେବ ବଦଳାଇବାକୁ ଭାବୁଛି, ହେଲେ ଭୁଲି ଯାଉଛି । ଆଜିରୁଚିକୁ ଦେଖିବାକୁ ସେମାନେ ଆସିବେ, ବନ୍ଦ ହୋଇଗଲେ,ଭାରୀ ଖରାପ ଲାଗିବ । ମମିର ବିବ୍ରତତା ଦେଖିରୁଚି ସାମାନ୍ୟ ହସି ଦେଇ ଅନ୍ୟରୁମକୁ ଚାଲି ଯାଇଥିଲା । ମନେ ମନେ ଭାବି ଚାଲିଥିଲା–ଯୁଗ ଯାଇ କୋଉଠି ପହଞ୍ଚିଲାଣି!ମମିର କିନ୍ତୁ ସେଇ ପୁରୁଣା କାଳିଆ ଢଙ୍ଗର ସଚେତନତା ଯାଇନି!ଆରେ,ଏତେ ବ୍ୟସ୍ତ କାହିଁକି?ସେମାନେ ଝିଅ ଦେଖିବେ ନାଁ ଘରର ଛୋଟ ବଡ଼ ସବୁ ଜିନିଷର ତଦାରଖ କରିବେ!!ଅରୁଣାର କିନ୍ତୁ ମା'ମନ ବୁଝୁ ନ ଥାଏ,ରୁଚିର ଶ୍ୟାମଳରଙ୍ଗ ସାଙ୍ଗକୁ ବୟସ ଟା ଯେମିତି ତା'କୁ ଆହୁରି ସଙ୍କୁଚିତ କରିଦେଇଥାଏ!ରୁଚିର ବାହା ନ ହେବାର ଜିଦ୍ଦି ଯୋଗୁଁ ଯଦିଓ ତା'ର ବୟସ ସାମାନ୍ୟ ଆଗକୁ ଗଡି ଯାଇଥିଲା ବୋଲି ଅରୁଣାକୁ ଲାଗୁଥିଲା, ହେଲେ,ରୁଚିର ସାଙ୍ଗ ମହଲରେ ସେସବୁ ତ ଆଜିକାଲିର ଖୁବ୍ ସାଧାରଣ କଥା ଥିଲା!ଭଲ ଚାକିରୀ ଟିଏ କରିଥିବାରୁ ଭଲ ପ୍ରସ୍ତାବ ଟିଏ ତା'ବାନ୍ଧବୀ ପଠାଇପାରିଥିଲା,ଆଉ ବହୁ କଷ୍ଟରେରୁଚି ମଧ୍ୟ ନିଜର ସମ୍ମତି ଦେଇଥିବାରୁ ଅରୁଣାର ତତ୍ପରତା ବଢିଯାଇଥିଲା ।


     ନିର୍ଦ୍ଧାରିତ ସମୟରେ ସେଦିନ ସନତ ତାଙ୍କ ପିତାମାତା ଓ ମାମୁଁ ଙ୍କ ସାଙ୍ଗରେ ଆସି ପହଞ୍ଚି ଯାଇଥିଲେ । ଅରୁଣାର ଯଦିଓ ଅଗ୍ରାହ୍ୟର ଡର ଟା ତା'ମୁହଁରରଙ୍ଗ ବଦଳାଇ ଦେଉଥିଲା, ହେଲେ,ରୁଚିର ନିର୍ବାକ, ଶାନ୍ତ ଚେହେରା ଟିରେ ତାର ସ୍ପର୍ଶ ଟିକିଏ ବି ନ ଥିଲା! ରଜ ପର୍ବର ଉତ୍ସବମୁଖର ଦିନଟି ହୋଇଥିଲେ ମଧ୍ୟ ଚାରିଆଡେ ନୀରବତା ଯେମିତି ପରିବେଶ ଟିକୁ ଅଧିକ ଅଣ ନିଶ୍ଵାସୀ କରି ଦେଉଥିଲା! 'କରୋନା ମହାମାରୀ'ର ଭୟ ଯଦିଓ ସମସ୍ତଙ୍କୁ ଛୁଇଁ ଦେଇଥିଲା, ହେଲେ ସବୁକିଛି ନିୟମରକ୍ଷା କରି ସେଦିନ 'ଝିଅଦେଖା' ପର୍ବ ଟି ଯେମିତି ସମ୍ପୂର୍ଣ୍ଣ କରିବାକୁ ସମସ୍ତେ ତତ୍ପର ଥିଲେ!ଆନୁଷଙ୍ଗିକ ଔପଚାରିକତା ଶେଷ ହୋଇ ଯାଇଥିଲେ ମଧ୍ୟ ସନତ ଙ୍କ ମାମୁଁ ଙ୍କର ପଦୁଟିଏରେ ଅରୁଣା ସାମାନ୍ୟ ଅପ୍ରସ୍ତୁତ ହୋଇଯାଇ ଟିକିଏରହିଯାଇଥିଲା ।ରୁଚିକୁ ସେ ସମ୍ବୋଧନ କରି କହିପକାଇଥିଲେ–ଆରେ ମା,ଏତେବଡ଼ରଜ ଟାରେ 'ତାମ୍ବୁଳ' ମାନେ ମୋ ଭାଷାରେ 'ମୁଖରୁଚି' ଟିକିଏ ନ ହେଲେ କ'ଣ ଆଜି ଏମିତି ଶୁଖିଲା ମୁଁ ଏଠୁ ଉଠୁଛି?ଯା, ଯଦି ଥିବ,ଟିକେ ନିଜେ ଯଦି ପାରିବୁ ଦୁଇଖଣ୍ଡ ଭାଙ୍ଗିକି ମୋ ପାଇଁ ନେଇ ଆସିବୁ!


   ରୁଚି ଉଠିଯାଉ ଯାଉ ଅରୁଣାକୁ ଥରୁଟିଏ ଚାହିଁ ଦେଇଥିଲା,ଆଉ ଅରୁଣାରରଙ୍ଗ ଉଡି ଯାଇଥିବା ମୁହଁଟିକୁ ଦେଖି ନିଜ ହସକୁ ଚାପି ଦେଇ ଅନ୍ୟରୁମ୍କୁ ଚାଲିଯାଇଥିଲା । ତା'ପଛେ ପଛେ ଅବଶ୍ୟ ଅରୁଣା ମଧ୍ୟ ଅଳ୍ପ ସମୟ ପରେ କିଛି ଆଳ ଦେଖାଇ ଉଠିଆସିଥିଲା,ଯଦିଓ ରୁଚି ସେତେବେଳକୁ ରଜ ଯୋଗୁଁ ଘରେ ଥିବା ପାନଡାଲାଟିରୁ ପାଞ୍ଚ ଖଣ୍ଡ ମିଠା ପାନ ଭାଙ୍ଗି ସାରିଥିଲା ଓ ସେତକ ଗୋଟିଏ ଛୋଟ କାଚ ଥାଳିଆରେ ସଜାଇ କିଛି ଗୁଜୁରାତି ଓ ଲବଙ୍ଗକୁ ତା'କଡରେରଖି,ହାତରେ ଧରି ଡ୍ରଇଂରୁମ୍କୁ ଯିବାକୁ ପ୍ରସ୍ତୁତ ହେଉଥିଲା । ଅରୁଣା ନିଜ ଆଖିକୁ ଯେମିତି ବିଶ୍ୱାସ କରିପାରିନଥିଲା!ଅନେକ ପ୍ରଶ୍ନ ଭିତରେ ଛନ୍ଦି ହୋଇ ପଡ଼ିଥିଲେ ମଧ୍ୟ ରୁଚିର ସହଯୋଗରେ ଖୁସି ହୋଇଯାଇଥିଲା!


            ସେଦିନର 'ଝିଅଦେଖା' ପର୍ବ ଟି ଯଦିଓ ଠିକ ଠାକ ସମ୍ପୂର୍ଣ୍ଣ ହୋଇଯାଇଥିଲା,ଅତିଥିମାନେ ଖୁସି ହୋଇ ଫେରିଯାଇଥିଲେ,ହେଲେ ଅରୁଣାର ମନ ଭିତରେ ଉଠୁଥିବା ପ୍ରଶ୍ନ ସବୁ ଚେଇଁ ଉଠି ଥିଲେ । ଇଂରାଜୀ ମାଧ୍ୟମରେ ପଢି ବଡ଼ ହୋଇଥିବାରୁଚିର ଓଡ଼ିଆ ଜ୍ଞାନ ସହିତ ସେ ପରିଚିତ ଥିଲା,ଯଦିଓ ସେ ଓଡ଼ିଆରେ ଦୁର୍ବଳ ନ ଥିଲା,ହେଲେ 'ତାମ୍ବୁଳ' ଭଳି ଶବ୍ଦ ସହିତ ସେ ଯେ ପରିଚିତ ଥିବ ,ଏକଥା ଭାବି ପାରୁନଥିଲା!ତା'ଛଡ଼ା ,ପାନଭାଙ୍ଗିବା ମଧ୍ୟରୁଚିକୁ ଜଣା ନ ଥିଲା!ସେଥିପାଇଁରୁଚି ପାଖକୁ ଉଠିଯାଇ ପଚାରି ପକାଇ ଥିଲା–ଆଲୋ,ତୁ କ'ଣ ଗୁଗୁଲ କରିକି ତାମ୍ବୁଳର ଅର୍ଥ ବୁଝି ଦେଲୁକି?ହେଲେ ,ପାନଭଙ୍ଗା କେମିତି ଜାଣିଲୁ?ଘରେ ତ ଯେତେ କହିଲେ ବି ପାନ ଖଣ୍ଡେରଜରେ ଭାଙ୍ଗୁନଥିଲୁ ,ଜମା ଶିଖୁନ ଥିଲୁ,ଖାଲି ଖାଇଦେଉଥିଲୁ!ଏଥରରୁଚି ହସି ହସି ଅରୁଣାର ହାତ ଟିକୁ ଧରିପକାଇ କହିଦେଲା-ଓଃ ମମ୍,ସେଇଟା ଗୋଟିଏ ମଜା ଅନୁଭୂତିରୁ ମୁଁ ଶିଖିଛି । ଏତେ ବଡ଼ ହେଲିଣି,ଶିଖିବାକୁ କ'ଣ ବେଶୀ ସମୟ ଲାଗିବ?ଏଇରିସେଣ୍ଟ ଘଟଣା ଟିଏ । ଶୁଣିବୁ?ଆରେ,କହ,କୋଉ ଘଟଣା ଟି,ଯୋଉଥି ପାଇଁ ଗୋଟାଏ ବଡ଼ ଅସୁବିଧା ଆଡେଇଗଲା,କହି ଅରୁଣାରୁଚିର ପାଖକୁ ଟିକେ ଲାଗି ଆସିଥିଲା ।


    ରୁଚି ଏଥର ଆରମ୍ଭ କରିଥିଲା-ଜାଣିଛୁ ମମ୍,ଆମର ଗୋଟିଏ ସ୍କୁଲ ପିଲାଙ୍କ ହ୍ଵାଟ୍ସଆପ ଗ୍ରୁପ ହେଇଛି, ଯୋଉଥିରେ ବହୁତ ପୁରୁଣା ସ୍କୁଲ ସାଙ୍ଗ ,ପ୍ରାୟ ସମସ୍ତେ well settled ଥିଲେ ବି ଏକାଠି ହୋଇ କିଛି କିଛି ସମୟ ବାହାରକରି ଚାଟ୍ କରନ୍ତି,ନିଜ ନିଜ ସୁବିଧା ଅନୁସାରେ,ମୁଁ ବି ଟିକେ ଟାଇମ ବାହାର କରି ଗପିଦିଏ,ସେଠି ଜଣେ କିଛି ସ୍କୁଲ ସମୟର କଥା କହୁକହୁ ଜଣାଇ ଦେଇଥିଲା ଯେ,ସେମାନେ ସ୍କୁଲରେ ପଢ଼ୁଥିବା ସମୟରେ ଥରେ ପିକନିକ ଯାଇଥିଲା ବେଳେ ,ପୁଅ ଙ୍କ ଭିତରୁ ଜଣେ ମିଛରେ ପ୍ରଘଟ କରିଦେଇଥିଲା ଯେ ,ତାଙ୍କ କ୍ଲାସର ଝିଅ ଟିଏ ମିଠା ପାନ ଟିଏ ଖାଇବାକୁ ଖୋଜୁଥିଲା ବୋଲି,ତା'ପରେ ତ କେତେଜଣ ପୁଅ ଙ୍କ ଭିତରେ ଯେମିତି କମ୍ପିଟେସନ ହୋଇଯାଇଥିଲା!"ପ୍ରାଣ ବିକଳେ ଚେଷ୍ଟା କରି,ଶେଷକୁ ଜଣେ ବହୁ କଷ୍ଟରେ ମିଠା ପାନ ଦୁଇଖଣ୍ଡ ଧରି ଚାଲି ଆସିଥିଲା ।


ଯଦିଓ ସେ ଜାଗାଟି ନିଛାଟିଆ ସମୁଦ୍ରକୁଳ ଥିଲା,ଯୋଉଠି ମିଠା ପାନ ମିଳିବା ସମ୍ଭବ ନ ଥିଲା,ହେଲେ ଯେତେବେଳେ ସେ ଝିଅ ଟିକୁ ଦେବାକୁ ଯାଇଥିଲା, ସେତେବେଳେ ତାକୁ ବହୁତ ଅପ୍ରସ୍ତୁତ ହେବାକୁ ପଡିଥିଲା, କାରଣ ପ୍ରଘଟ କରିଥିବା ପିଲା ଟି ତା'ର କେତେଜଣ ଅନ୍ତରଙ୍ଗ ସାଙ୍ଗ ଙ୍କୁ ଜଣାଇ ଦେଇ ମଜା ଦେଖୁଥିଲା!ଅବଶ୍ୟ ଯିଏ ପାନ ଆଣିଦେଇଥିଲା ଓ କୋଉ ଝିଅକୁ ଦେବାକୁ ଯାଇଥିଲା,ସେକଥା ପ୍ରକାଶ କରି ନଥିଲେ କେହି,ହେଲେ ଆମ ଝିଅ ମାନଙ୍କ ଭିତରେ ଫୋନରେ କଥା ବାର୍ତ୍ତା କରି ଆମେ ଜାଣିପାରିଥିଲୁ ,ତା'ପରେ ଆମ ଝିଅ ମାନଙ୍କର ଗୋଟେ ଛୋଟ ଗେଟ୍ ଟୁଗେଦର୍ ଅଳ୍ପଦିନ ତଳେ ହୋଇଥିଲା, ଯୋଉଠି ମୋ ସାଙ୍ଗ ଲତା ପାନପତ୍ର ଓ ତା'ମସଲା ଆଣି ଆମକୁ ଶିଖାଇଥିଲା ପାନ ଭଙ୍ଗା । ସମସ୍ତଙ୍କ ମୁଣ୍ଡରେ ସେ ପାନ ଉପରେ ଆଲୋଚନା ଟି ଖୁବ୍ ଅସର ଦେଖାଇଥିଲା!ସେଦିନ ଆମେ ସବୁ ଝିଅ ଲତା ଠାରୁ ପାନ ଭଙ୍ଗା ଶିଖିଥିଲୁ,ଆଉ ସେଠି ଖିଆପିଆ ସାରି ପାନ ଖଣ୍ଡେ ଖଣ୍ଡେ ମଧ୍ୟ ଖାଇକି ଘରକୁ ଫେରିଥିଲୁ । ସେଇ ଦିନର ମେଳିରେ ଏଇ 'ତାମ୍ବୁଳ' ଶବ୍ଦ ଟି ମଧ୍ୟ ସେଇ ଲତା ଠାରୁ ଶୁଣିଥିଲି,ମନେରହି ଯାଇଥିଲା ।


    ସବୁ ଶୁଣିସାରି ପରେଶ ଙ୍କ ପାଟିରୁ ବାହାରି ଆସିଥିଲା-ହଁ,ଏଇଟା କ'ଣ ନୂଆ କଥା କି?ଏବେ ବି ମାର୍କେଟରେ ଦେଖୁନ ,ଗୋଟାଏ ଝିଅ ଯଦି ସ୍କୁଟିରୁ ପଡିଗଲା,ତା'ସ୍କୁଟି ଟେକିବାକୁ କେତେ ଲୋକ ଦୌଡ଼ିକି ଚାଲି ଆସିବେ!ହେଲେ ପୁଅ ପିଲା ଟିଏ ପଡିଗଲେ କେହି ଜଣେ ବି ସାହାଯ୍ୟ କରିବା କଷ୍ଟକର!ସେ ଯାହା ବି ହେଉ,ତୁମ 'ତାମ୍ବୁଳ' ଉପାଖ୍ୟାନ ଟା କିନ୍ତୁ କାମଦେଲା ଆମରୁଚିର!!ଅରୁଣା ମନେ ମନେ ଲତାକୁ ଧନ୍ୟବାଦ ଜଣାଉ ଜଣାଉରୁଚିର ଝିଅ ଦେଖାଟି ସଫଳ ହେବାର ଆଶା ଟିରଖି ଖୁସି ହୋଇ ଯାଉଥିଲା!


Rate this content
Log in

More oriya story from puspanjali das

Similar oriya story from Classics