Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

ଉମା ଶଙ୍କର ମାଝୀ

Drama


4  

ଉମା ଶଙ୍କର ମାଝୀ

Drama


ସୁନା

ସୁନା

9 mins 22.5K 9 mins 22.5K


ରାଜବୀର ଜଣେ ମିଷ୍ଟଭାଷୀ ଯୁବକ । କୌଣସି ବଦଭ୍ୟାସ ତାଙ୍କର ନାହିଁ । ଯଦି ଜଣେ ବିପଦରେ ପଡିଛି ତେବେ ନିଶ୍ଚୟ ବିପଦରେ ପଡିଥିବା ବ୍ୟକ୍ତିଙ୍କୁ ପାରୁ ପର୍ଯ୍ୟନ୍ତ ଚେଷ୍ଟା କରି ସହଯୋଗର ହାତ ବଢ଼ାନ୍ତି । 

ରାଜବୀରଙ୍କ ଏହିଗୁଣ ପାଇଁ ତାଙ୍କ ପଡୋଶୀ ତଥା ଯେଉଁ ମାନେରାଜବୀରଙ୍କୁ ଭଲ ଭାବରେ ଜାଣନ୍ତି ସର୍ବଦା ପ୍ରଶଂସା କରନ୍ତି । ସମୟଚକ୍ରରେରାଜବୀରଙ୍କ ବାହାଘର ଜଣେ ସହରର ଧନୀ ଲଳନାଙ୍କ ସହ ସ୍ଥିର ହୁଏ । 

ଝିଅ ଟିଏର ନାମ ସ୍ମିତା । ଦେଖିବାକୁ ଗୋଟିଏ ଚାଉଳରେ ଗଢା 

। ପ୍ରଥମ ଦେଖାରେ ହିଁରାଜବୀରଙ୍କ ସ୍ମିତା ପସନ୍ଦ ହେଲା । 

ଦୁଇ ଜଣଙ୍କୁ ବାର୍ତ୍ତାଳାପ ପାଇଁ କିଛି ସମୟ ମିଳିଲା ।


ସ୍ମିତା ନମସ୍କାର କଲା ପରେରାଜବୀରଙ୍କ ସମ୍ମୁଖରେ ବସିପଡ଼ିଲେ । 


ରାଜବୀର:- "ମୋ ନାମରାଜବୀର,ଏ ଦୁନିଆରେ ବାପା ମାଆ ମୋ ପାଇଁ ଭଗବାନ । ତାଙ୍କ ଆଶୀର୍ବାଦରେ ଆଜି ମୁଁ ଏ ଯାହା ହୋଇଛି । ସେମାନେ ମୋର ବନ୍ଧୁ,ମାର୍ଗଦର୍ଶକ ଓ ସବୁ ବେଳର ସାଥି କହିଲେ ଭୁଲ ହେବ ନାହିଁ । ପେଶାରେ ଜଣେ ଇଞ୍ଜିନିଅର କିନ୍ତୁ ମୋର ପ୍ରିୟ ବା ନିଶା କହିଲେ ବି ଭୁଲ ହେବ ନାହିଁ ଓଡ଼ିଆ କବିତା ଲେଖେ ,ପଢ଼େ ଓ ପଶୁ ପକ୍ଷୀ ମାନଙ୍କ ପ୍ରତି 

ଦୁର୍ବଳତା ଅଛି ।

ଜାଣିଛ ନା ! ଆମ ଘରେ ଗୋଟିଏ କୁକୁର ,ଗୋଟିଏ ବିରାଡ଼ି ,ଗୋଟିଏ ଶୁଆ ପାଳିଛି । ସେମାନେ ମୋର ସାଙ୍ଗ କହିଲେ ଭୁଲ ହେବ ନାହିଁ ।"

ଏହା କହିରାଜବୀର ହସିଲେ ଓ ସ୍ମିତା ବି ହସିଲେ । 


ଏହାପରେ ସ୍ମିତା କହିବାକୁ ଆରମ୍ଭ କଲେ :-" ମୁଁ ସ୍ମିତା ,ବାପାଙ୍କ ଅଳିଅଳି ଝିଅ । ମୋ ପାଇଁ ମୋ ମମି ସବୁଠୁ ବେଷ୍ଟ ଫ୍ରେଣ୍ଡ । ମୋ ବାପା ମୋ ସବୁ ଇଚ୍ଛା ପୂରଣ କରିଛନ୍ତି ।


ଗତବର୍ଷ ବିଏସସି ସରିଛି । 


ମୋର ସେତେ କିଛି ବଡ ଅଭ୍ୟାସ ନାହିଁ । କିନ୍ତୁ ସୁନା ଅଳଙ୍କାର ମୋର ବେଶୀ ପ୍ରିୟ । ମୋର ସୁନା ପ୍ରତି ଟିକିଏ ଲୋଭ କହିଲେ ଭୁଲ ହେବନାହିଁ ।"


ରାଜବୀର- (ହସି) " ହଁ ଝିଅ ମାନଙ୍କ ତ ସୁନା ହେଉ କିରୂପା ଅଳଙ୍କାର ହେଉ ଟିକିଏ ଲୋଭ ଥାଏ କିନ୍ତୁ ବେଶୀ ନରହିବା କଥା । "


ଦୁହେଁ ବହୁତ ହସିଲେ । 


ଏହାପରେ ଦୁଇ ପରିବାର ତଥାରାଜବୀର ଓ ସ୍ମିତା ସମ୍ମତିକ୍ରମେ ବିବାହ ତାରିଖ ସ୍ଥିର ହେଲା । 


ମୋବାଇଲରେ ଉଭୟଙ୍କର କଥା ହୁଏ । 


ରାଜାବୀର ଘରଲୋକେ ବିବାହ ବେଳେ ପ୍ରାୟ 30 ଭରି ସୁନା 

ଅଳଙ୍କାର ଧାରଣ ସମୟରେ ସ୍ମିତାକୁ ପିନ୍ଧେଇବେ ବୋଲି ତାଙ୍କ ପରିବାର ସ୍ଥିର କଲେ । ￰ଫୋନରେ ମଧ୍ୟରାଜବୀର ସ୍ମିତାଙ୍କୁ ଏ. କଥା କେ । ସ୍ମିତା ଶୁଣି ବହୁତ ଖୁସି ହେଲା । 


ଠିକ ସମୟରେ ବିବାହ ତିଥି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହେଲା କିନ୍ତୁ କୌଣସି ବ୍ୟକ୍ତିଗତ କାରଣ ପାଇଁରାଜବୀର ଘର ଲୋକେ ପୁରା 30 ଭରି ସୁନାରେ ଅଳଙ୍କାର ଗଢେଇ ପାରିଲେ ନାହିଁ । ତେଣୁ 20 ଭରି ସୁନା ଅଳଙ୍କାର ଧାରଣ ସମୟରେ ସ୍ମିତା କୁ ପିନ୍ଧେଇଲେ । 


ସ୍ମିତା ଏ ଘଟଣା ଦେଖିରାଗରେ ଜର୍ଜର ହେଉଥାଏ । ବିବାହ କାର୍ଯ୍ୟ ସମ୍ପନ୍ନ ପରେ କନ୍ୟା ପକ୍ଷ ବିଦାୟ ନେଲେ । ସ୍ମିତାଙ୍କୁରାଜବୀର ଘରେ ବହୁତ ସମ୍ମାନ ସହ ସ୍ୱାଗତ କରାଗଲା । 

ରାତ୍ରି ସମୟରେ ସ୍ମିତା ଓରାଜବୀରରହୁଥିବା କୋଠରୀରେ  

ସ୍ମିତାର କଥାରାଜବୀର କୁ କହିବାର ଶୁଣାଗଲା । 


ସ୍ମିତା- "ମୁଁ ଜାଣିନ ଥିଲି ତୁମ ଘରେ ଏତିକି ଠକ । 30 ଭରି ସୁନା ପିନ୍ଧେଇବୁ କହି ମାତ୍ର 20 ଭରି ପିନ୍ଧେଇଲ,ମୁଁ ମୋ ସାଙ୍ଗ ମାନଙ୍କ ନିକଟେ କେତେ ଲଜ୍ଜା ଅନୁଭବ କରୁଥିଲି ଜାଣିଛ ?


ରାଜବୀର- ସ୍ମିତ,ରାଗୁଛ କାହିଁ,ମୋ କଥାତ ଶୁଣ ? ତୁମେ କଥା ନ ଶୁଣିରାଗିଲେ ମୁଁ କଣ କରିବି ଯେ ?


ସ୍ମିତା:-(ରାଗି ) ଥାଉ ତୁମ କଥା । ଯଦି ସୁନା ନ ପିନ୍ଧେଇ ପାରିବ ତେବେ କହୁଥିଲ କାହିଁକି ?

ତୁମ ଘରେ ସମସ୍ତେ ମିଥ୍ୟାବାଦୀ । ତୁମ ବାପା,ମାଆ ଆଉ ତୁମେ କିଏ ବି ଠିକ ନୁହନ୍ତି !


ରାଜବୀର-"ସ୍ମିତା ତୁମେରାଗିଲେ ହେବ କି ?


ଆରେ ବାବା ! ଆମେ ସୁନାରୀ କୁ 30 ଭରି ସୁନାରେ ଅଳଙ୍କାର ତିଆରି ପାଇଁ ଦେଇଥିଲୁ ହେଲେ କଣ କରିବା ସୁନାରୀ ନିଧି ମଉସାଙ୍କ ସ୍ତ୍ରୀଙ୍କ ଦେହ ଖରାପ ହେତୁ ମାଉସୀ ଙ୍କୁ ଡାକ୍ତରଖାନାରେ ଆଡମିଟ କରିବାକୁ ପଡିଲା । 


ଆମ ଘରେ ଆମ ଅଜା ବାପା ଅମଳ ରୁ ନିଧି ମଉସାଙ୍କ ପାଖରେ ସୁନାର ଅଳଙ୍କାର ତିଆରି କରୁ । ତଥାପି ସେ 20 ଭରି ସୁନାରେ ଅଳଙ୍କାର ତିଆରି କରିଥିଲେ ଯାହା ତୁମେ ଏବେ ପିନ୍ଦିଅଛ । ବାକି 10 ଭରି ମଉସା ହସ୍ପିଟାଲରୁ ଆସିଲେ ସୁନା ଅଳଙ୍କାର କରିଦେବେ । ଏବେ ଖୁସି ତ ।


ଆଉ ଶୁଣ ବାପା,ମାଆ ବିଷୟରେ ଖରାପ କଥା କହିବନି  

ଶୁଣିଲେ କଣ ଭାବିବେ କହିଲ ?"


ସ୍ମିତା-""

ଥାଉ ଥାଉ ତୁମର ନାଟକବାଜି କରିବା ଦରକାର ନାହିଁ ?

    ମୁଁ ଯଦି ଜାଣିଥାନ୍ତି ତୁମେ ଏମିତି ଠକିବ ?

କେବେ ମଧ୍ୟ ତୁମକୁ ବିବାହ କରିନ ଥାନ୍ତି ।

ମୋତେ ମୋ ଭାଗ୍ୟ କୁ ଖରାପ ଲାଗୁଛି,କେମିତି ଗୋଟିଏ ଅଯୋଗ୍ୟ ପରିବାରରେ ବୋହୂ ହେଲି । 

ଆଉ ତୁମ ବାପା ମାଆ ଶୁଣନ୍ତୁ ମୋ କହିବା କଥା ସତ କଥା ଯଦି ଶୁଣିଲେ ଖରାପ ଲାଗୁଛି ମୁଁ କଣ କରିବି ?


 ଦୁନିଆ ରେ ଟଙ୍କା ଓ ସୁନା ହିଁ ସବୁ କିଛି ଏହା ନ ଥିଲେ କେହି ମଧ୍ୟ ପଚାରନ୍ତି ନାହିଁ ?


ଛାଡ଼ ତୁମେ ଟଙ୍କା ଓ ସୁନାର ମହତ୍ୱ କଣ ଜାଣିବ ?"


ଏମିତି କଥା ଶୁଣିରାଜବୀର କଣ କହିବେ ବୁଝିପାରିଲେନି । 

ସ୍ନେହ,ପ୍ରେମ ,ଭଲ ପାଇବା ଓ ପରୋପକାର ଯେ ସୁନା ,ଟଙ୍କାରୁପା ଠାରୁ ଅଧିକ ମୂଲ୍ୟବାନ କେମିତି ସ୍ମିତା କୁ ବୁଝେଇବେ ?


ବାସ ମନରେ ନିଷ୍ପତ୍ତିନେଲେ ସ୍ମିତାକୁ ବାସ୍ତବିକତା ଦେଖେଇବାକୁ ପଡି଼ବ ଯେ ସ୍ନେହ ,ପ୍ରେମର ମୂଲ୍ୟ ସୁନାର ମୂଲ୍ୟ ଠାରୁ ଅଧିକ ..!!!


ବିବାହର ତିନି ଦିନ ପରେରାଜବୀରଙ୍କୁ ଗୋଟିଏ ବଡ ପ୍ରୋଜେକ୍ଟ ପାଇଁ ବାହାରକୁ ଯିବାକୁ ପଡିଲା । 


ଦୀର୍ଘ ସାତ ଦିନ ପରେ ସେ ଘରକୁ ଫେରିଲେ । ଘରକୁ ଫେରିବା ପରେ ସେ ଘରେ ସ୍ମିତାଙ୍କୁ କହିଲେ - "ସ୍ମିତା ,ଏଇ ନିଅ । ତୁମ ପାଇଁ ସୁନାର ହାର ଟିଏ ଆଣିଛି । ଆଶା କରୁଛି ତୁମକୁ ସୁନାହାର ଟି ମାନିବ ।"


ଏତିକି କହିସାରି ସୁନାହାର ଦେଲାପରେ ସେ ଅନ୍ୟ କୋଠରୀ କୁ ଚାଲିଗଲେ ।  


ସ୍ମିତା ଯଦିଓ ସୁନାହାର ପାଇଁ ଖୁସି ହେଲେ କିନ୍ତୁ କେଜାଣି କାହିଁକିରାଜବୀର ଆଚରଣ ତାଙ୍କୁ ଅଲଗା ଅଲଗା ଲାଗିଲା । 


ଲାଗିଲା ଯେମିତିରାଜବୀର ତାଙ୍କୁ ଏଭଏଡ଼(ଅଣଦେଖା) କରିବାକୁ ଲାଗୁଛନ୍ତି । ଆଉ ପୂର୍ବ ପରି ସ୍ନେହରେ ପ୍ରେମ ଭାବରେ ତାଙ୍କ କଥାବାର୍ତ୍ତ କରୁନାହାନ୍ତି ?


ଏମିତି ଦୁଇ ତିନି ପରେ ତାଙ୍କୁ ଆଉ ଗୋଟଡ଼ ପ୍ରୋଜେକ୍ଟରେ କାମ ମିଳିଗଲା । ସେଠି ପାଇଁ ତାଙ୍କୁ ଦୂର ସ୍ଥାନ କୁ ଯିବାକୁ ପଡ଼ିଲା । 


ସେଠିପ୍ରାୟ ସେ ପନ୍ଦର ଦିନରହି ଘରକୁ ଫେରିଲେ । 


ଫେରିଆସି ସେ ସ୍ମିତାଙ୍କୁ ଘରେ ଣି ଡାକି କହିଲେ -  


"ସ୍ମିତା,ମୁଁ ଆସିଲା ବେଳେ ସୁନାଗହଣା ଦୋକାନରୁ ତୁମ ପାଇଁ ଏହି ସୁନା ବଡହାର ଟି ଆଣିଛି ପିନ୍ଧିବ !"


ସ୍ମିତା ସୁନାହାର କୁ ହାତରେ ଧରି - " ଏ ମା ! ଏତେ ବଡ଼ ସୁନାହାର ! ମୁଁ ଜାଣିନ ଥିଲି ତୁମେ ମୋତେ ଏତେ ଭଲ ପା ଏ ସୁନାହାର କେତେପଡିଲା ?

ବହୁତ ଟଙ୍କା ଲାଗିଥିବ ନା ?


ଏହା କହି ସ୍ମିତାରାଜବୀରଙ୍କୁ କୁଣ୍ଢେଇ ଧରିବା ପାଇଁ ଚେଷ୍ଟା କଲେ ମାତ୍ର ଏ କଣରାଜବୀର ଘୁଞ୍ଚିଗଲେ !


ରାଜବୀର- ସ୍ମିତା,ତୁମ କୁ ସୁନାହାର ଭଲା ଲାଗିବା ବଡ଼ କଥା ?

      ଆସନ୍ତା ଥର ଆହୁରି ସୁନା ଅଳଙ୍କାର ଆଣିଦେଵି ! !

     ତୁମେ ଚିନ୍ତା କରନି !

ଏମିତି କଥା କହିରାଜବୀର ସେ ସ୍ଥାନ ଛାଡ଼ି ଅନ୍ୟ କୋଠରୀ କୁ ଚାଲିଗଲେ । 


ସ୍ମିତାକୁ ପୂର୍ବପେକ୍ଷ। ଲାଗିଲା ସତେ ଯେମିତିରାଜବୀର ତାଙ୍କ ପାଖରୁ ଦୂରକୁ ଦୂରକୁ ଚାଲିଯାଉଛନ୍ତି । 


ସେ ତାଙ୍କ ପାଖରେ ଥାଇ ବି ବହୁତ ଦୂରେ !

କେଜାଣି କାହିଁକି ଆଜିର ସୁନାହାର ପିନ୍ଧିବା ତାଙ୍କୁ ଖୁସି ଦେଲା ନାହିଁ ।


ଏହାପରେ ପନ୍ଦର ଦିନ ବିତିଯାଇଛି ।ରାଜବୀରଙ୍କୁ ତାଙ୍କ ଭଲ ଇଂଜିନିୟର ଭାବରେ ଭଲ କାମ ପାଇଁ ଭଲ ଭଲ ପ୍ରୋଜେକ୍ଟ ଗୁଡିକ ମିଳି ଯାଉଛି । 


ପୁନଶ୍ଚ ତାଙ୍କୁ ଆଉ ଗୋଟିଏ ପ୍ରୋଜେକ୍ଟରେ କାମ ପାଇଁ ସୁଦୂର ସହରକୁ ଯିବାକୁ ପଡିଛି । 


ଦୀର୍ଘ ଏକମାସ ପରେ ତାଙ୍କ ଘରକୁ ପ୍ରତ୍ୟାବର୍ତ୍ତନ ହୋଇଛି । 


ଘରକୁ ଆସିବା ପରେ ସେ ସ୍ମିତା କୁ ଡାକି କହିଛନ୍ତି - * ଏଇ ନିଅ ତୁମ ପାଇଁ ଛୋଟିଆ ସୁନାହାର ଟିଏ,ମୁଁ ସହରରୁ ତୁମ ପାଇଁ ଆଣିଛି ।


ଆଉ ହଁ,ତୁମ ପାଇଁ ଯେଉଁ ସୁନା ଅଳଙ୍କାର ବିବାହ ସମୟରେ ଅଳଙ୍କାର ଧାରଣ ସମୟରେ 10 ଭରି ସୁନା ଅଳଙ୍କାର ବାକି ଥିଲା ତାହା ବି ମୁଁ ଆସିବା ସମୟରେ ସୁନାରୀ ମଉସା ଠାରୁ ନେଇ ଆସିଛି । ସେ ମୋତେ ଫୋନ କରିଥିଲେ ବାବାରାଜବୀର ଦେଇଥିବା ବାକି ସୁନା ମୁଁ ଅଳଙ୍କାର ତିଆରି କରିଛି,ନେଇଯିବୁ । "


ହଁ ସବୁ ସୁନା ଅଳଙ୍କାର ପିନ୍ଧିନେବ । ଆଉ ଚିନ୍ତା କରନି ଆହୁରି ଗୋଟିଏ ପ୍ରୋଜେକ୍ଟର କାମ ଆରମ୍ଭ ଆସନ୍ତା ମାସ ପହିଲାରୁ ହେବ,ସେ କାମ ସରିଗଲେ ତୁମପାଇଁ ଆହୁରି ନୂଆ ସୁନାହାର ଆଣିଦେବି । 


ମୋର ଅଲଗା କାମ ଅଛି ଓ ମନ ବି ବ୍ୟସ୍ତ ଅଛି ତେଣୁ ତୁମ ପାଖରେରହିପାରିବିନି ।"


ରାଜାବୀରଙ୍କୁ କଣ କହିବେ ସ୍ମିତା ଭାବିପାରିଲେନାହିଁ ଆଜି କେଜାଣି ଲାଗୁଛି ସତେ ସୁନାରାଜାବୀରଙ୍କୁ ତାଙ୍କ ଠାରୁ ଅନେକ ଦୂର କୁ ନେଇଯାଇଛି ।


ଶରୀର ପାଖରେ ଥିଲେ ହେ ମନର ଦୂରତା ,ହୃଦୟର ଭାବନା 

କୁ ହୃଦୟଙ୍ଗମ କରିପାରୁଛନ୍ତି କି ନାହିଁ କେଜାଣି !!!!!


ସମୟ ଚକ୍ରରେ ଏମିତି ଦିନ ପରେ ଦିନ ଗଡିଚାଲେ ,ଆଉ ପ୍ରତ୍ୟେକ ଥର ଯେତେବେଳେରାଜବୀର ଘରକୁ ଫେରନ୍ତି ସ୍ମିତା ପାଇଁ ନିଶ୍ଚୟ କିଛି ସୁନା ଅଳଙ୍କାର ଆଣିଦିଅନ୍ତି । 


କଥାରେ ଅଛି କଳି ପୁରୁଷ ଚାରି ସ୍ଥାନରେରୁହେ -ଯେଉଁଠି ମଦ୍ୟପାନ ହୁଏ,ଯେଉଁଠି ବ୍ୟଭଚାରୀ ହୁଏ,ଯେଉଁଠି ଜୁଆଖେଳ ହୁଏ ଆଉ ସୁବର୍ଣ୍ଣ ବା ସୁନା । ଆଉ କଳିର ପ୍ରବେଶରେ ସୁଖର ସଂସାର ମଧ୍ୟ ଜଳିପୋଡ଼ି ନଷ୍ଟ ହୋଇଯାଏ । 


ଆଜି ସ୍ମିତା ଭାବନ୍ତି ବୋଧେ ସୁନାର ଲୋଭ ତାଙ୍କ ସୁନା ସଂସାର କୁ ଅଶାନ୍ତର ଅନଳରେ ପ୍ରତିକ୍ଷଣ ଦଗ୍ଧୀଭୂତ କରୁଛି । 


ଇଶ୍ୱରଙ୍କ କଣ ବା ଇଚ୍ଛା ଅଛି କେବେରାଜାବୀର ଓ ସ୍ମିତା ପରସ୍ପର ପ୍ରେମପୂର୍ଣ୍ଣ କଥା ହେବେ ଓ ତାଙ୍କ ସଂସାରରଥ ପୁଣିଥରେ ସୁରୁଖୁରୁରେ ଆଗେଇଯିବ ।


ଅପରାହ୍ନ ସମୟ । 


ଘରେରାଜବୀର ଓ ସ୍ମିତା ଥାନ୍ତି । ତାଙ୍କ ଘର ସାମନାରେ କାର ଟିଏ ଅଟକିଲା । କାର ଭିତରୁ ଜଣେ ଯୁବତୀ ବାହାରିଲେ । 


ଘରର ଆଲାର୍ମ ଘଣ୍ଟି ବଜେଇଲାପରେ ସ୍ମିତା ଯାଇ କବାଟ ଖୋଲି ଦେଖିଲେ ! 

ଏ କଣ ତାଙ୍କ କଲେଜ ସହପାଠୀ ବିନ୍ଧ୍ୟା । ଏ ସହରର କୋଟିପତିରମେଶ ବାବୁଙ୍କ ଅଲିଅଳି କନ୍ୟା । 


ସେ ପୁଣି ଆଜି ଏ ଘରେ !


କଣ କରିବେ କିପରି ସ୍ବାଗତଂ କରିବେ ଭାବିପାରୁନ ଥାନ୍ତି । ଏହା ଦେଖି ବିନ୍ଧ୍ୟା କହିଲେ ଆରେ କଣ ଏମିତି ହେଉଛୁ ,କିଛି ବ୍ୟସ୍ତ ହେବା ଦରକାର ନାହିଁ ବାବା ! 


ତୁ ସିନା ବାହାଘର ସମୟରେ ଖବରଦେଲୁନାହିଁ, ମୁଁ କିନ୍ତୁ ମୋ ପ୍ରିୟ କଲେଜ ସାଥୀଙ୍କୁ କେମିତି ଭୁଲିପାରିବି କହିଲୁ ?


ଆସନ୍ତା ସପ୍ତାହରେ ଆମ ବିବାହରର "ରିଂ ଶରିମନି" ଅଛି ,ଯେମିତି ବି ତୋତେ ପହଞ୍ଚିବାକୁ ପଡ଼ିବ ?


ସ୍ମିତା ଏ କଥା ଶୁଣି ହସିଦେଲା । 


ବିନ୍ଧ୍ୟା-"ସ୍ମିତା,ତୁମ ସିଏ କୁଆଡେ ଗଲେ ମାନେ ହଜବେଣ୍ଡ ମ ?

ଅଛନ୍ତି ନା ତାଙ୍କ କାମରେ ବାହାରକୁ ଯାଇଛନ୍ତି ?


ସ୍ମିତା-ହଁ ଅଛନ୍ତି ?


ରାଜବୀର କୋଠରୀ ଭିତରୁ ବାହାରିଲେ । 


ବିନ୍ଧ୍ୟାରାଜାବୀର କୁ ଦେଖି - (ଆଶ୍ଚଯ୍ୟ) ଓଃ ! ଆପଣ ସ୍ମିତାର ସ୍ୱାମୀ । ସ୍ମିତା ସତରେ ତୁମେ ବହୁତ ଲକି । ଏମିତି ଜଣେ ମହାନ ବ୍ୟକ୍ତି କୁ ତୁମେ ସ୍ୱାମୀରୂପରେ ପାଇଛ । ହଁ ତାଙ୍କ ପରିଚୟ କରେଇବାର ଦରକାର ନାହିଁ ,ଆମେ ପରସ୍ପର କୁ ଭଲ ଭାବେ ଜାଣିଛୁ ଯଦିଓ ଗୋଟିଏ ବର୍ଷ ତଳେ ଆମ ଭେଟ ହୋଇଥିଲା ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ !

ରାଜବୀର ସାର,ଆପଣ ମୋ ମେରେଜରିଙ୍ଗ ଶରିମୋନୀ କୁ ନିଶ୍ଚିନ୍ତ ଆସିବେ । ହଉ ଆସୁଛି ସାର,ଆସୁଛି ସ୍ମିତା ବହୁତ କାମ ଅଛି ,ନିଶ୍ଚୟ ଆସିବୁ । 


ସ୍ମିତା ଆଶ୍ଚର୍ଯ୍ୟ ଏ କଣ ଦେଖୁଛି,ସ୍ୱପ୍ନ ନା ବାସ୍ତବତା ।ରାଜବୀର ସହ ବିନ୍ଧ୍ୟାର ସମ୍ପର୍କ କଣ ?

ଯେଉଁ ଝିଅ ସାଙ୍ଗେ ସାଙ୍ଗ ହେବା ପାଇଁ ସହରର ସବୁ ଝିଅ ଚାହୁଁଥିଲେ ସେ ଭିତରୁ ସ୍ମିତା ନିଜେ ଜଣେ ! 


କିନ୍ତୁ ସେ ଝିଅ ବିନ୍ଧ୍ୟାରରାଜବୀର ପ୍ରତି ଏମିତି ଶ୍ରଦ୍ଧା ଓ ସମ୍ମାନ କେଜାଣି କାହିଁକି ସ୍ମିତା କୁ ଅବିଶ୍ୱାସ ଲାଗୁଥାଏ !


ଠିକରିଙ୍ଗ ଶରିମୋନୀ ସମୟରେ ଉଭୟ ସ୍ମିତା ଓରାଜବୀର ପହଞ୍ଚିଲେ । 


ଅତି ସାଧାରଣ ସାଜସଜ୍ଜା ଯାହା ସ୍ମିତାକୁ ବିସ୍ମିତ କଲା । 


ଏତେବଡ଼ କୋଟିପତି ହୋଇ ଏମିତି ଆୟୋଜନ ସ୍ମିତା କୁ କେମିତି ଅଜବ ଲାଗିଲା । 

ଦୂରରୁରାଜବୀର ଓ ସ୍ମିତା କୁ ଦେଖି ବିନ୍ଧ୍ୟା ଷ୍ଟେଜରୁ ନିଜେ ଉଠିଆସି ସ୍ବାଗତଂ ଜଣାଇଲେ ।


ତାଙ୍କ ପତି ଗୋଟିଏ ସାମାନ୍ୟ ଇଂଜିନିୟର ତାଙ୍କୁ ପୁଣି ଏତେ ସମ୍ମାନ କେଜାଣି କାହିଁକି ସ୍ମିତାଙ୍କ ପାଇଁ କୌଣସି ବିସ୍ମୟ କାହାଣୀଠାରୁ କମ ନ ଥିଲା ।


ବାସ ଅତି ନିରାଡ଼ମ୍ବର ଭାବେରିଙ୍ଗ ଶରିମୋନୀ କାଯ୍ୟକ୍ରମ ହେଲା । କିନ୍ତୁ ସ୍ମିତା ମନରେ କୋଟିଏ ପ୍ରଶ୍ନ !


ସେ ମନର ଭାବ କୁ ବେଶୀ ସମୟ ଚାପିରଖି ନ ପାରି ବିନ୍ଧ୍ୟା କୁ ପଚାରିଲେ-ବିନ୍ଧ୍ୟା,ସତ କହିବ ତୁମ ବାପ କୋଟିପତି କିନ୍ତୁ ଏ 

ନିରାଡ଼ମ୍ବର ଆୟୋଜନ କାହିଁକି ?


ମୋ ମନେ ଅଛି ତୁମେ କଲେଜ ପଢ଼ୁଥିବା ବେଳେ ଡାଇମଣ୍ଡ ହାର ଓ ଗୋଲଡରିଙ୍ଗର ବହୁତ ପ୍ରିୟ ଥିଲ କିନ୍ତୁ କେଜାଣି ଆଜି ତୁମ ଗଲାରେ ମାତ୍ର ଗୋଟିଏ ସୁନାର ହାର !

ଲୋକେ ତୁମକୁ କଣ ଭାବିବେ ?


ବିନ୍ଧ୍ୟା ହସି କହିଲେ - ବୁଝିଲ ମୋ ପ୍ରିୟ ସାଙ୍ଗ ସ୍ମିତା,ସମୟ ମଣିଷ କୁ କଣ ନ ଶିଖାଏ । 


ସମୟ ମୋତେ ଶିଖେଇଛି ଏ ଦୁନିଆରେ ସୁନା,ରୁପା ଆଉ ହୀରା ଠାରୁ ମୂଲ୍ୟବାନ ଜିନିଷ ହେଲା ଜଣେ ଭଲ ମଣିଷ କୁ ଖୋଜି ପାଇବା । 


କଥାରେ ଅଛି - ମଣିଷ କୁ ବିପଦ ହିଁ ଭଲ ଶିକ୍ଷ। ଦିଏ ।


ତୁ ବହୁତ ଭାଗ୍ୟବାନରାଜାବୀର ପରି ସ୍ୱାମୀ ପାଇଛୁ । ମୁଁ ଜାଣେ ସ୍ମିତାତୋର ସୁନା ଅଳଙ୍କାର ପ୍ରତି ଦୁର୍ବଳତା ଏ ପ୍ରଶ୍ନ 

ତୋତେ ପଚାରିବା ପାଇଁ ବାଧ୍ୟ କରିଛି ।


ଗୋଟିଏ କଥା ଶୁଣ :-ସ୍ତ୍ରୀର ପ୍ରକୃତ ଅଳଙ୍କାର ତାହାର ସ୍ୱାମୀ । 

ସ୍ୱାମୀ ହିଁ ଜଣେ ସ୍ତ୍ରୀର ଉତ୍ତମ ବନ୍ଧୁ । ସେ ସାତ ଜନ୍ମ ପାଇଁ ସାଥି 


ମୋର ଜଣେ ସାଙ୍ଗ ମିତା ତାହାର ଏମିଳଙ୍କାର ପ୍ରତି ବଡ ଦୁର୍ବଳତା ଥିଲା ,ସେଥିପାଇଁ ତାହାର ସ୍ୱାମୀ କୁ ବହୁତ କଥା କୁହେ ,ଯଦି ପତ୍ନୀର ଇଚ୍ଛା ପୂରଣ କରିପାରୁନ କାହିଁକି ବାହାହେଉଥିଲା କହୁଥିଲାହାପରଠାରୁ ମିତାର ସ୍ୱାମୀ ମିତାର ଆଶା ପୂରଣ ପାଇଁ ଅନ୍ୟାୟ ଉପାୟରେ ମଧ୍ୟ ଅର୍ଥ ଅର୍ଜନ ପାଇଁ ମନୋନିବେଶ କଲା ,ଶେଷରେ ନିଜ ଚାକିରିରୁ ନିଲମ୍ବନ ହେବା ସହ ଏବେ ଦିନରାତି ମଦପିଇ ଗଡୁଛି ଆଉ ମିତା କୁ ବି ମାରୁଛି । 


ଗୋଟିଏ ନିରୀହ ଲୋକକୁ ସୁନାର ମୋହ ମଦ୍ୟ ପାଖକୁ ଟାଣିନେଇ ମଦୁଆ କରି ଗୋଟିଏ ପରିବାର କୁ ନଷ୍ଟ କରିଦେଲା । 

ଯେତିକି ଆମ କୁ ଭଗବାନ ଦେଇଛନ୍ତି ସେତିକିରେ ଖୁସିହେଲେ କଣ ହୁଅନ୍ତାନି ?


ସ୍ମିତାର ଆଖିରେ ଅଶ୍ରୁ !


ବିନ୍ଧ୍ୟା- କୋରାପୁଟ କୁ ଆମେ ବ୍ୟକ୍ତିଗତ କାମ ପାଇଁ ଯାଇଥାଉ ଆଜିକୁ ଗୋଟିଏ ବର୍ଷ ତଳର କଥା । 


ଶୀତଦିନ ଆମ ଗାଡ଼ିରାସ୍ତାରେ ଖରାପ ହେଲା । ହଟାତ କିଛି ବ୍ୟକ୍ତି ଆମ ଗାଡି ପାଖକୁ ଆସି ମୋ ବାପା ଓ ମୋତେ ଆକ୍ରମଣକରି ଆମ ପାଖରେ ଥିବା ଟଙ୍କା ଓ କିଛି ଅଳଙ୍କାର ନେଇଗଲେ । ଆମେ ଅସହାୟ ,କେହି ମଧ୍ୟ ସାହାଯ୍ୟ କରିବାକୁ ନାହିଁ ।ସେ ସମୟରେ ଦେବଦୂତ ପରି ଆସି ତୁମ ସ୍ୱାମୀରାଜବୀର ଆମ ଦୁହିଁଙ୍କୁ ସେହି ଜଙ୍ଗଲ ପାଖରେ ଥିବା ଅନାଥାଶ୍ରମ କୁ ନେଇ ସେବା ଶୁଶ୍ରୁଷା କରିଥିଲେ । 


ପ୍ରାୟ ସପ୍ତାହରହିଲା ପରେ ଭଲ ହୋଇ ଆମେ ଘରକୁ ଫେରିଲୁ । 


ସେଠିଜାଣିଲିରାଜାବୀର ଏମିତି ଦୁଇତିନି ଜାଗାରେ ଥିବା ଅନାଥ ଆଶ୍ରମରେ ପ୍ରତିମାସ କିଛି ନିଜ ଦରମାରୁ ସଞ୍ଚିତ ଅର୍ଥ ଦାନ କରନ୍ତି ଯାହା ଦ୍ୱାରା ଗରିବ ଶିଶୁଟିକୁ କିଛି ଖାଇବାକୁ ମିଳିଥାଏ । 


ସେଠି ଯେଉଁ ସ୍ନେହ ଶ୍ରଦ୍ଧା ଅନାଥାଶ୍ରମର ପିଲା ମାନଙ୍କ ଠାରୁ ମିଳିଥିଲା ତାହା ସ୍ମୃତିହୋଇ ଜୀବନବ୍ୟାପିରହିବ ।


ଏଥିରୁ ଆମରାଜାବୀର ଓ ମୋ ଭିତରେ ବନ୍ଧୁତା ହେଲା ଓ ଆମେ ଦୂରରେରହି ମଧ୍ୟ ସମାଜରେ ନିଷ୍ପେସିତ ,ଅବହେଳିତ ଶିଶୁ ମାନଙ୍କର ବିକାଶ ପାଇଁ କିଛି କାମ କରୁଛୁ ।

ଆଉ ହଁ ତୁମ ମନରେ ଆମ ସାଜସଜ୍ଜା ପ୍ରତି ଟିକିଏ ଅଲଗା ଧାରଣା ହୋଇଥିବ ।  


ମୋ ବାପାରିଙ୍ଗ ଶରିମୋନୀ ଅତି ଧୂମଧାମରେ କରିବାର ଇଚ୍ଛାରଖିଥିଲେ କିନ୍ତୁ ମୁଁ ହିଁ ମନାକରି ନିରାଡ଼ମ୍ବର ସାଜସଜ୍ଜା ଉପରେ ଗୁରୁତ୍ୱ ଦେଇଥିଲି ।

ନିରାଡ଼ମ୍ବର ସାଜସଜ୍ଜା କରି ଯଦି କିଛି ଅନାଥ ପୁଅଝିଅ କୁ କିଛି ସେବା କରିବାର ସୌଭାଗ୍ୟ ମିଳେ ସବୁଠୁ ବେଶୀ ଖୁସି ମତେମିଳିବ । ଏହା ହିଁ ମୋର ଉଦ୍ଧେଶ୍ୟ ଥିଲା ।


ତୁମ ସ୍ୱାମୀ ବହୁତ ଖୋଲା ହୃଦୟର ବ୍ୟକ୍ତି ଅଟନ୍ତି । ସେ ଯେତେବେଳେ ତୁମ ବିଷୟରେ କହିଲେ ମୁଁ ଜାଣିଶୁଣି ତୁମେ ମୋ ସହପାଠୀ ଥିଲ ବୋଲି ଜଣେଇନଥିଲି ,ମୁଁ ପଢ଼ିବା ବେଳୁ ତୁମ ଅଳଙ୍କାର ପ୍ରତି ଦୁର୍ବଳତା ଜାଣିଥିଲି ତେଣୁ ବିବାହ ପରେ ଏମିତି ଜଣେ ସୁନ୍ଦର ବ୍ୟକ୍ତିକୁ ପାଇଁ ତୁମେ ବଦଳିଲ ନା ନାହିଁ ତାହା ଦେଖିବାକୁ ତୁମ ଘରକୁ ଯାଇଥିଲି ।


ତୁମକୁରାଜାବୀର ଏତେ ଭଲପାନ୍ତି ଯେ ସଦା ସର୍ବଦା ତୁମ ବିଷୟରେ ବହୁତ ଭଲ କଥା କୁହନ୍ତି ।.କୁହନ୍ତି ମୋ ପତ୍ନୀ ମୋ ପାଇଁ ପ୍ରେରଣାର ଉତ୍ସ । 

ମୋର ସବୁ କାମରେ ତାଙ୍କ ସହଯୋଗ ଅଧିକ ।


ସ୍ମିତା ତୁମ ସ୍ୱାମୀ ପରି ବ୍ୟକ୍ତି ଏ ଦୁନିଆରେ ମିଳିବା ବହୁତ କଷ୍ଟକର ।

ସୁନାର ଲୋଭରେ ପଡ଼ି ହୀରା ପରି ମୂଲ୍ୟବାନ ବ୍ୟକ୍ତି କୁ ହାତଛଡା କରନା ।

Dont judge a book by its cover.


କାହାରି ଚେହେରା ଦେଖି,ମନ୍ତବ୍ୟ ଦିଅନା ସଖି ।


ବିନ୍ଧ୍ୟାଙ୍କ କଥା ଶୁଣି ସ୍ମିତା ଆଖିରେରେ ଆଜି ସତରେ ପଶ୍ଚାତାପ ନୁହେଁ ଅଥଚ ସ୍ୱାମୀ ପାଇଁ ଗର୍ବ ଆନନ୍ଦର ଅଶ୍ରୁ 

ଅବିରତ ବହିଚାଲୁଥିବା କହିଲେ ଭୁଲ ହେବ ନାହିଁ ।

ଦୂରରୁ ସ୍ମିତା ଦେଖିଲେ ତାଙ୍କ ସ୍ଵାମୀରାଜାବୀର କିଛି ଛୋଟ ପିଲା ମାନଙ୍କ ସହ ସେଲ୍ଫି ରେ ଵ୍ୟସ୍ତ !


ସତରେ ରାଜାବୀର କୁ ବୁଝିବା ମୁସ୍କିଲ ।


ରାଜାବୀର ହିଁ ସ୍ମିତାଙ୍କ ପ୍ରକୃତ ସୁନା ଅଳଙ୍କାର ।



Rate this content
Log in

More oriya story from ଉମା ଶଙ୍କର ମାଝୀ

Similar oriya story from Drama