ସୁନା ବୋହୂ (ଭାଗ-୧୭)
ସୁନା ବୋହୂ (ଭାଗ-୧୭)
【ପୂର୍ଵ ଭାଗ ରେ ଆପଣ ମାନେ ପଢିଥିଲେ, ଜେଜେମାଆ ସେଡି ରୁ ପଡିଲା ପରେ ପାରାଲିସିସ ରୋଗ ରେ ଆକ୍ରାନ୍ତ। ଅନ୍ୟ ପଟେ ଦୁଇ ସମୁଦୁଣୀ ଙ୍କ ଭିତରେ ଆକ୍ସିଡେଣ୍ଟ କୁ ନେଇ ଅନୁ ଆଉ ଏକ ମହାଭାରତ ଆରମ୍ଭ କରିବା ପୂର୍ବରୁ , ଟିକେ ଶାନ୍ତ ଥିଲା ଘରେଇ ପରିବେଶ। ତା ସତ୍ୱେ ଭୂଲ ବୁଝାମଣା ଏବେ ବି ରହି ଅଛି। ଆଉ ତା ପରେ.......】
ବାପା ବୋଉ ଙ୍କୁ ମେଡିକାଲ ରେ ଛାଡି ଆସିଲା ପରେ , ମୋ ଆଖିରେ ନିଦ ନ ଥିଲା । ଘର ଭିତରେ ଏକ ନୀରବତା ର ଝଡ଼ କୁ ମୁଁ ଅନୁଭବ କରି ପାରୁଥାଏ ।
ହସ ଖୁସି ର ସଂସାର ମଧ୍ୟରେ ଆଜି ଯାଏ ସାମାନ୍ୟ ଆଘାତ ବି କାହାକୁ ହୋଇ ନ ଥିଲା । ଜେଜେ ମାଆଙ୍କର ଆକ୍ସିଡେଣ୍ଟ କୁ ମୁଁ ଜମାରୁ ଗ୍ରହଣକରି ପାରୁ ନଥିଲି । ମନ ଚାହୁଁ ନ ଥିଲେ ବି କାହିଁକି କେଜାଣି ଅନୁଙ୍କ ଉପରେ ମୋର ସନ୍ଦେହ ହେଉଥିଲା । କିନ୍ତୁ ବିନା ପ୍ରମାଣ ରେ କାହାକୁ ଦୋଷ ଦେବା ଠିକ ନୁହେଁ ।
ମନ ଦୁଃଖ ରେ କଣ ଟିକେ ଭଲ ସେ ଖାଇଛି କି ନାହିଁ , ଲ୍ୟାପଟପ ଧରି ବେଡ଼ ରୁମ ରେ ବାକି ଥିବା କାମ କୁ ନଜର ପକେଇବା ଭିତରେ , ବାହାର ପଟ ରୁମ ରୁ ହସିବା ର ଶବ୍ଦ ଶୁଣି ମନକୁ ଠିକ ଲାଗିଲା ନାହିଁ ।
କଣ ଚାଲିଛି ଦେଖିବା ପାଇଁ , ବେଡ଼ ରୁମ ରୁ ବାହାରି ଆସିଲି।
ଅନ୍ୟ ପଟ ଘରୁ ଶୁଣା ଯାଉଥାଏ:-
ଶାଶୁ ମାଆ:- ଯାହା କହ ଅନୁ , ତୋ କାମ ଉପରେ ମୋର ଆଜି ଯାଏଁ କୌଣସି ସନ୍ଦେହ ନାହିଁ । ସବୁ କାମ ରେ ଝିଅ ମୋର ପ୍ରଫେକ୍ଟ । କେହି ବି କିଛି ଖୁଣି କି କହି ପାରିବେ ନାହିଁ ।
ତୁ ଏମିତି ଆଗେଇ ଚାଲେ , ବାକି ମୁଁ ତୋ ସାଥିରେ ସବୁବେଳେ ଅଛି ।
ଅନୁ:- ଆଜି ଯାହା ବି ହଉଛି , ସବୁ ତୁମ ନିର୍ଦ୍ଦେଶ ରେ ମାଆ(ଶାଶୁ) । ମୋର କଣ ଏତେ ମୁଣ୍ଡ ଅଛି କି ?? ଯାହା କୁହ ମାଆ ଗୋଟେ ବଡ଼ ଟେନ୍ସନ ଗଲା । ସେମିତି ନ ହୋଇଥିଲେ ମଣିଷ କୁ ନିଶ୍ୱାସ ନେବା ପାଇଁ ପରମିସନ ଏଠି ନେବା କୁ ପଡ଼ିଥାନ୍ତା ।
ବାଟରୁ ଗୋଟେ କଣ୍ଟା ଗଲା ବୋଲି ଜାଣ।
ତୁମ ପୁଅ (ପରୋକ୍ଷରେ ରାମ) ପୁରା ମଫୁ କେଉଁଠିକାର । ତାଙ୍କ ସାମ୍ନାରେ ଟିକେ ନାକ ସୁଂ ସୁଂ କରିଦେଲେ , ସେ ଚୁପ ହୋଇଯିବେ । ଆଉ ରହିଲା ଶାଶୁ ମାଆ ଙ୍କ କଥା(ନିହାରିକା ), ଆଜି ଯେମିତି ତୁମେ ମୁହେଁ ମୁହେଁ ଶୁଣେଇ ଦେଲ , ଦେଖିବ ସେ ଆର ଥର କୁ ଆଉ ମୁହଁ ଖୋଲି ମତେ କିଛି କହିବେ ନାହିଁ। ସବୁ ନିଜେ କରି ଦେବେ ।
ମତେ କିଛି ବି ଆଉ କରିବା କୁ ପଡିବ ନାହିଁ । କଥାରେ ନାହିଁ "ସାପ ମରିଗଲା ସିନା ବାଡ଼ି ଭାଙ୍ଗିଲା ନାହିଁ ।"
( ଦୁହେଁ ମିଶି ଏକତ୍ର ହସୁ ଥିଲେ )
ଶାଶୁ ମାଆ:- ଆରେ ଧୀରେ କହ, ଜୁଆଇଁ ପୁଅ ଚିଆଁଇ ଥିବ କାଳେ , ଶୁଣିଦେବେ !
ଅନୁ:- ତୁ କାହିଁ ବ୍ୟସ୍ତ ହେଉଛୁ , ଏତେ ଲେଟ ଯାଏଁ ସେ ରହି ପାରନ୍ତି ନାହିଁ । ସେ କେତେ ବେଳୁ ଶୋଇପଡିବେଣି । ତୁ ଚିନ୍ତା କରନି ....।
ଦୁହେଁ କଥା ରେ ମସଗୁଲ ଥିଲେ ...... ମତେ ଆଉ ଠିକ ଲାଗିଲା ନାହିଁ ବେଶି କିଛି ଶୁଣିବା ପାଇଁ , ସେଠାରୁ ଚାଲି ଆସିଲି ।
ସେମାନଙ୍କ ର କଥା ଶୁଣି , ମୁଁ ପ୍ରଥମ ତ କିଛି ବୁଝି ପାରୁ ନ ଥିଲି କିନ୍ତୁ ଏତିକି ଜାଣି ପାରୁଥିଲି ,କିଛି ନା କିଛି ଷଡଯନ୍ତ୍ର ନିଶ୍ଚିତ ଘରେ ଚାଲିଛି । ମତେ ତାର ପର୍ଦାଫାଶ କରିବା କୁ ପଡିବ ।
ଅନୁ ଙ୍କର ମାଆଙ୍କ ସହ କଥା ହେବା ର ଶୁଣି କି, ମନର ସନ୍ଦେହ କିନ୍ତୁ କାହିଁକି ଆହୁରି ବେଶି ବଢ଼ି ଚାଲିଲା ?ଅନ୍ୟ ମାନଙ୍କ ର କଥା ଲୁଚି ଲୁଚି ଶୁଣିବା ଯଦି ବା ଠିକ ନୁହେଁ କିନ୍ତୁ ସତ କଥା ଜାଣିବା ର ତାହା ହିଁ ଏକମାତ୍ର ମାଧ୍ୟମ ଥିଲା । ଜେଜେ ମାଆ ମେଡିକାଲ ରେ ଆଡ଼ମିଶନ ହୋଇ ଅଛନ୍ତି , ବାପା ବୋଉ ଙ୍କର ମନ ଦୁଃଖ କିନ୍ତୁ ଘର ର ବୋହୂ ହୋଇ ଅନୁ ଙ୍କର ମନରେ ଟିକେ ବି ଦୁଃଖ ନାହିଁ ଜାଣି ବହୁତ କଷ୍ଟ ହେଉଥିଲା ।
ଏମିତି ଲାଗୁଥିଲା ବୋଧ ହୁଏ ଜୀବନରେ ମୁଁ ପ୍ରଥମ ଥର ପାଇଁ ଭୂଲ ଡିସିସନ ନେଇଯାଇଛି ।
ଆଉ ସେମିତି ଯଦି ହୁଏ , ସାରା ଜୀବନ ମତେ ହି ପ୍ରଶ୍ଚାତାପ କରିବା କୁ ହିଁ ହେବ ।
କାଲି ଠାରୁ ଡିୟୁଟି ଆରମ୍ଭ , ସେଥିପାଇଁ ଆଉ ବିଳମ୍ବ ନ କରି ଶୋଇବା କୁ ଚାଲି ଗଲି ।
(ଅନ୍ୟ ଏକ ଦୃଶ୍ୟ ରେ , ମେଡିକାଲ ବାରଣ୍ଡା ରେ ନିହାରିକା ଆଉ ପ୍ରିୟବ୍ରତ ବାବୁ ଙ୍କ ମଧ୍ୟରେ କଥାବାର୍ତ୍ତା )
ନିହାରିକା :- ଆଛା ରାମ ର ବାପା ଗୋଟେ କଥା ସତ କହିବ ମତେ ?
ପ୍ରିୟ:- ,କେଉଁ କଥା ପଚାରୁ ନ" ମୁଁ କଣ ତୁମକୁ କେବେ ମିଛ କହିଛି ନା କହି ପାରିବି !
ନିହାରିକା:- ଆମେ ଅନୁ କୁ ବୋହୂ କରି ଘରକୁ ଆଣିବାରେ କିଛି ଭୂଲ ତ କରିନେ ? ମତେ ପ୍ରଥମ ଥର ପାଇଁ କିଛି ଠିକ ଲାଗୁନି !
ପ୍ରିୟ :- ଯାହା ବିଧାତା ଲେଖି ଥାଏ , ତାକୁ କିଏ କଣ ବଦଳେଇ ଦେଇ ପାରେ । ତେଲ ଲୁଣ ର ସଂସାରରେ ମଣିଷ ମାତ୍ରକେ ଭୂଲ ଠିକ ହେବା ସ୍ବଭାବିକ କିନ୍ତୁ ସେଥିରୁ ଆମେ କଣ ଶିଖିଲେ ତାହା ଆମ ପାଇଁ ଗୁରୁତ୍ୱ ଦେଇଥାଏ ।
ରାମ ର ଖୁସି ପାଇଁ ଆମେ ଆଜି ଯାଏଁ ସବୁ କରିଛେ , ଆଉ ଆଗକୁ ବି କରୁଥିବା କିନ୍ତୁ ତୁମ ପ୍ରଶ୍ନ ର ଉତ୍ତର ଏବେ ମୋ ପାଖରେ ନାହିଁ । ସମୟ ଲାଗିବ ଆମକୁ ସବୁ କିଛି ବୁଝିବା ପାଇଁ ।
ଧର୍ଯ୍ୟ ର ସହ ଅପେକ୍ଷା କରିବା ଉଚିତ ହେବ ।
ନିହାରିକା:- ହଁ, ତୁମେ ଯାହା କହୁଛ ସମ୍ପୂର୍ଣ୍ଣ ଠିକ କଥା କିନ୍ତୁ ଅନୁ ବିବାହ ପୂର୍ବରୁ ଯେମିତି ବ୍ୟବହାର କରୁଥିଲା ଆଜି କିନ୍ତୁ ତାର ସମ୍ପୂର୍ଣ୍ଣ ପରିବର୍ତ୍ତନ ହେଲା ପରି ଲାଗୁଛି ।
କୌଣସି କାମ କୁ ଗୁରୁତ୍ୱ ଦେଉ ନାହିଁ । ବଡ଼ ସାନ ରେ ସମ୍ମାନ କରୁ ନାହିଁ । ଘର ର କୌଣସି ବି କାମରେ ହାତ ଦେବା କୁ ଚେଷ୍ଟା କରୁ ନାହିଁ ।
ପ୍ରିୟ:- ଧୀରେ ଧୀରେ କାନ୍ଧ ରେ ଦାୟିତ୍ୱ ପଡିଲେ ସେ ଆପେ ବୁଝି ଯିବନି , କେଉଁଠା ଠିକ ଆଉ ଭୂଲ । ତୁମେ ମାଆ ଙ୍କ ପାଖରେ ଯାଇ ଶୋଇପଡ , ମୁଁ ଏ ଟେବୁଲ ରେ ଆଉଜି ରାତି ଟା କାଟିଦେବି । ରାତି ବେଶି ହେଲାଣି ଆଉ ଲେଟ କର ନାହିଁ ।
ନିହାରିକା:- ଆଛା ହେଉ , ମୁଁ ଯାଉଛି । ଚାଲି ଯିବା ଭିତରେ ପଛକୁ ଫେରି , ଆରେ ତୁମକୁ ତ ଗୋଟେ କଥା କହିବା କୁ ଭୂଲି ଯାଇଛି ।
ପ୍ରିୟ:- କେଉଁ କଥା କହୁଛ ତୁମେ?
ନିହାରିକା :- ଈଶ୍ୱରୀ ଖବର ପଠେଇଛି ମାଆ ଙ୍କର ଦେହ ଖରାପ ଶୁଣିକି ଆସିବ ବୋଲି ? ମୁଁ କଣ କହିବି ତାକୁ ।
ପ୍ରିୟ :-(ଟିକେ ଭାବି) ହଁ ତାକୁ ଆସିବା ପାଇଁ କହି ଦିଅ । ହୁଏତ ସେ ଆସିଲା ପରେ ଜେଜେ ମାଆ ଙ୍କର ଦେହ ର ଅବସ୍ଥା ରେ ପରିବର୍ତ୍ତନ ଆସି ପାରେ ।
ନିଗାରିକା:- କିନ୍ତୁ ତାର ମନ ଦୁଃଖ ହେବ ନାହିଁ , ରାମ କୁ ସାମ୍ନାରେ ଦେଖିଲା ପରେ ।
ପ୍ରିୟ:- ଈଶ୍ୱରୀ କୁ ମୁଁ ଜାଣିଛି , ସେ ନିଶ୍ଚିତ ପରିସ୍ଥିତି କୁ ବୁଝିପାରିବ ।
ନିହାରିକା:- ଆଛା ହେଉ , ମୁଁ ଫୋନ ରେ ତା ସହ କଥା ହୋଇଯିବି । ତୁମେ ମଶା ବତୀ ଲଗେଇ ଶୋଇବ ।
ସକାଳୁ ସକାଳୁ ରେଡି ହୋଇ ବ୍ରେକ ଫାଷ୍ଟ କରିବା ପାଇଁ ଆସି ଦେଖେ । ଶାଶୁ ଶଶୁର ଙ୍କ ସହ ଅନୁ ବି ଖାଇବା ହସ ଖୁସି ରେ କରୁ ଅଛି । ଖାଇବା ଥାଳି ପାଖରେ ବସି ଖାଇବା ଆଗରୁ ,
ଅନୁ ତୁମେ ଟିଫିନ ରେଡି କରି ଦେଇଛ ।
ଅନୁ :-ହଁ , ରେଡି କରି ତୁମ ବ୍ୟାଗ ରେ ରଖି ଦେଇଛି । ଗଲା ବେଳେ ସାଥିରେ ମନେ ପକେଇ ନେଇଯିବ ।
ରାମ:- ଆରେ ମୁଁ , ମୋ କଥା କହୁ ନାହିଁ । ବାପା ବୋଉ ମେଡିକାଲ ରେ ଅଛନ୍ତି । ତାଙ୍କ ପାଇଁ କହୁଛି ।
ଅନୁ:- ଆରେ ସତେ ତ ମୁଁ ଭୂଲି ଯାଇଛି । ପ୍ଲିଜ ଆଜି ଅଫିସ ଯିବା ପାଇଁ ଡେରି ହୋଇ ଯିବ ଭାବି କି ସବୁ ଭୂଲି ଯାଇଛି । ତୁମେ ବାହାରୁ କିଛି କିଣି କି ନେଇ ଯିବ ।
ଡୋଣ୍ଟ ମାଇଣ୍ଡ ପ୍ଲିଜ !
ରାମ:- ତୁମକୁ ଆଉ କଣ କହିବି ମୁଁ କିଛି ବି ବୁଝି ପାରୁନି । ବାପା ଙ୍କୁ ଡାଇବେଟିସ , ସେ ଵାହର ର ଖାଦ୍ୟ କିଛି ଖାଆନ୍ତି ନାହିଁ । ଜେଜେ ମାଆ ଙ୍କ ପାଇଁ ଉଷୁମ ପାଣି ଆଉ କ୍ଷୀର ବି ନେବା କୁ ହେବ । ଅଥଚ ବୋହୂ ହୋଇ ତୁମେ କେମିତି ଭୂଲି ଯାଇ ପାରୁଛ ।
ଶାଶୁ(ହୀରାମଣି) :- ବୁଝିଲ ପୁଅ (ରାମ) ,ଝିଅ ଟା ମୋର ଅଧିକ କାମ ପ୍ରେସର ରେ ସବୁ ଭୂଲି ଯାଏ , ତୁମେ ଟିକେ ଆଡ଼ଜେଷ୍ଟ କରି ନେବ ନା ।
ଅନୁ:- ୟାଙ୍କୁ କହି କିଛି ଲାଭ ନାହିଁ ବୋଉ । ଏ ବା କେମିତି ମୋ ଦୁଃଖ ବୁଝିବେ । ପ୍ରଥମ ରୁ କହିଲେଣି ଘର କୁ ଚାକରାଣୀ ଆଣି ଦିଅ କିନ୍ତୁ ବାବୁ ମୋ କଥା ଟିକେ ବି ଶୁଣୁ ନାହାନ୍ତି ।
ବେଶି କିଛି ଆଉ ଯୁକ୍ତି କରି ଲାଭ ନାହିଁ ଭାବି , ଆଉ ଅଧ ଘଣ୍ଟା ସମୟ ଅଛି । ଯାହା ବି ହେଉ କିଛି ବନେଇ କି ସାଥିରେ ନେଇ ଯିବା ପାଇଁ ହେବ । ବୋଉ ଅପେକ୍ଷା କରିଥିବ, ବାପା ଙ୍କ ପାଇଁ ଖାଇବା ମୋ ନେଇକି ଯିବା ବାଟ କୁ । ଖାଇବା ଥାଳି ରୁ ନ ଖାଇ ଉଠି ପଡିବାରୁ .....।
ଶାଶୁ :- ଆରେ ପୁଅ ଏମିତି କଣ ଉଠି ଯାଉଛ । ଖାଇଲ ନାହିଁ ଯେ !
ରାମ:- ଆପଣଙ୍କ ର ବିଚାର ସହ ଆଜି ର ଖାଇବା ଏତେ ସ୍ୱାଦିଷ୍ଟ ହୋଇଛି ଯେ , ବସ୍ନା ରେ ମୋ ପେଟ ପୁରି ଗଲା । (ଏତକ କହି ରୋଷେଇ ଘର କୁ ଯାଇ ହାତ ଧୋଇ , ରୁଟି ଆଉ ସନ୍ତୁଳା ବନେଇବା କୁ ଆରମ୍ଭ କରି ଦେଲି )
ରୋଷେଇ ଘରୁ ଅନୁ ଆଉ ଶାଶୁ ଶଶୁର ଙ୍କୁ ଦେଖି ମନ ରେ ରାଗ ଆସୁଥିଲେ ବି ସେମାନେ ବସି ହସ ଖୁସି ରେ ଖାଦ୍ୟ ଖାଉଥିଲେ, ଅନୁ ବି ଉଠିକି ଆସି ମତେ ହେଲ୍ପ କରିବା କୁ ବୋଧ ହୁଏ ଇଚ୍ଛା କରୁ ନ ଥିଲେ ।
ପ୍ରସ୍ତୁତ ଖାଦ୍ୟ ଆଉ କ୍ଷୀର ସହ ଉଷୁମ ପାଣି କୁ ବ୍ୟାଗ ରେ ଭାରି, ଅଫିସ ବାହାରିବା ବେଳ କୁ , ଶାଶୁ ଆସି କହିଲେ :-
ବୁଝିଲୁ ଆନୁ ,ତୁ ଯାହା କହ ଭାରି ଭାଗ୍ୟବତୀ । ରାମ ପରି ଜଣେ ସର୍ବ ଗୁଣ ସମ୍ପର୍ଣ୍ଣ ସ୍ୱାମୀ ପାଇଛୁ । ଏଇ ଦେଖୁନୁ ତୋ ବପା କୁ କୁଟା ଖଣ୍ଡେ ବି ଉଠେଇବା ତାଙ୍କ ଦ୍ବାରା ହେବ ନାହିଁ । ରାମ ପରି ପୁଅ ବାପା ବୋଉ ଙ୍କ ପାଇଁ ରୋଷେଇ କରି ଟିଫିନ ରେ ନେଇ ଯାଉଥିବା ଦେଖି ,ଆଜି ମତେ ବହୁତ ଖୁସି ଲାଗୁଛି ।
ବୁଝିଲ ବାବୁ(ରାମ) , ମଝିରେ ମଝିରେ ମୋ ଝିଅ କୁ ଟିକେ ଘର କାମ ରେ ସାହାଯ୍ୟ କରୁଥିବ । ବିଚରା ବହୁତ ଅଲିଅଳି ରେ ଘରେ ବଡ଼ ହୋଇଛି । ତୁମେ ତ ବୁଝିଲା ସୁଝିଲା ପିଲା ,ଟିକେ ଚଳେଇ ନେବ ।
ରାମ:- ମୋର ଅଫିସ ଟାଇମ ହେଲାଣି , ମୁଁ ଏବେ ଆସୁଛି ।
ଘରୁ ଟିଫିନ ଧରି ଅନୁ କୁ ନେଇ ସାଥିରେ ମେଡିକାଲ ରୁ ଅଫିସ ଆଡେ ଯିବା ପାଇଁ ବାହାରି ଗଲୁ । ଗାଡି ରୁ ଓଲେଇ ଅନୁ ଟିଫିନ କୁ ହାତ ରେ ଧରି ମେଡିକାଲ ରେ ବୋଉ ଙ୍କୁ ଦେବା ରୁ ସେମାନେ ବି ଖୁସି ହୋଇଗଲେ ।
ନିହାରିକା:- ମୁଁ ଜାଣିଥିଲି ରେ ମାଆ, ତୁ ନିଶ୍ଚିତ ଟିଫିନ ନେଇ ଆସିବୁ । ତୋ ବାପା ଙ୍କୁ ଭୋକ ହେଲାଣି ଦେଲୁ ଦେଲୁ ଟିଫିନ ମୋ ହାତକୁ , ତାଙ୍କୁ ଖାଇବା କୁ ଦିଏ ।
ପାଖରେ ଥାଇ ସବୁ ଦେଖି ବି ମୁଁ ଚୁପ ଥିଲି । ସତ କଥା କହି ଆଉ ବାପା ବୋଉ ଙ୍କ ମନରେ ଆଘାତ ଦେବା ପାଇଁ ଆଉ ଚାହୁଁ ନ ଥିଲି । କେବଳ ଏତିକି ଭାବୁଥିଲି ,କାସ ଅନୁ ଆଜି ନିଜ ହାତରେ ବନେଇ କି ଆଣି ଥାଆନ୍ତେ କି ?
ଅଫିସ ସମୟ ଡେରି ହେଇ ଯାଉଥିବା ରୁ ମେଡିକାଲ ରୁ ବୋଉ କୁ କିଛି ନ କହି ଚାଲି ଆସିଲି । କିଛି ଅସୁବିଧା ହେଲେ ଫୋନ ରେ ଜଣେଇବା କୁ ବି କହି କି ଆସିଲି ।
କ୍ରମଶଃ..............