ସୁନା ବୋହୂ ଭାଗ-୧୬
ସୁନା ବୋହୂ ଭାଗ-୧୬
【ଭାଗ -୧୬】
【ପୂର୍ଵ ଭାଗ ରେ ଆପଣ ମାନେ ପଢିଥିଲେ , ଜେଜେ ମାଆ ଘର ର ସମସ୍ତ ଦାୟିତ୍ୱ କୁ ସୁଚାରୁରୂପେ କରିବା ପାଇଁ ଅନୁସୟା ଙ୍କୁ ବୁଝେଇ ବା ସହ ତାଗିଦ ବି କରିଥିଲେ , ଜେଜେ ମାଆ ଙ୍କ ର ଦୁର୍ଘଟଣା ରେ ରାମ ବ୍ୟସ୍ତ ହୋଇ ମେଡିକାଲ ନେଇ ଯାଇଛି । ଆଉ ତା ପରେ.......】
ଜେଜେ ମାଆ ଙ୍କର ଆକ୍ସୀଡେଣ୍ଟ ପାଇଁ , ମୋ ପାଖରେ ବାପା ବୋଉ ଙ୍କୁ କିଛି ଉତ୍ତର ଦେବା ଭଳି କଥା ନ ଥିଲା । ମୋ ଉପରେ ଦାୟିତ୍ୱ ର ଯେଉଁ ଭରସା ଦେଇ ସେମାନେ ଯାଇଥିଲେ , ତାହା ଆଜି ମୁଁ ଠିକ ସେ କରି ପାରିଲି ନାହିଁ ।
କେମିତି ଏ ଅଘଟଣ ଘଟିଗଲା । ଜମାରୁ କିଛି ବି ବୁଝିପାରୁନି। ସେମାନେ ପୁରୀ ରୁ ଆସିଲେ କଣ ଉତ୍ତର ଦେବି । ରାମ:- ଅନୁ ତୁମେ କହି ପାରିବ କି , ଜେଜେ ମାଆ ଙ୍କର କେମିତି ଆକ୍ସିଡେଣ୍ଟ ହେଲା !!! ତୁମେ ତ ରୋଷେଇ ଘରେ ଥିଲ , କାଳେ ଦେଖିଥିବ । ମତେ ଭାରି ଭୟ ଲାଗୁଛି । ବାପା ବୋଉ ଙ୍କୁ କଣ କହି ଜବାବ ଦେବି , ମୁଁ କିଛି ଭାବି ପାରୁନି ।
ଅନୁ:- ମୁଁ ରୋଷେଇ କରୁଥିଲି । ଜେଜେ ମାଆ ଙ୍କର ପାଟି ଶୁଣି , ଦୌଡ଼ି ଆସି ଦେଖେ ତଳେ ପଡିଯାଇଛନ୍ତି ।ବୟସ ବଢ଼ିବା ସହ ବ୍ଲଡ଼ ପ୍ରେସର ବି ଅଧିକ ଥିବ। ସେଥିପାଇଁ ବୋଧ ହୁଏ ମୁଣ୍ଡ ବୁଲେଇ ସେଡି ରେ ଯିବା ବେଳେ ଚକର ଆସି ପଡିଯାଇଥିବେ ।ତୁମେ ଏମିତି ସନ୍ଦେହ କରି ମତେ ପଚାରିବ ବୋଲି ମୁଁ କେବେ ବି ଭାବି ନ ଥିଲି ?
ରାମ:- ମୁଁ, ତୁମକୁ ସନ୍ଦେହ କରୁ ନାହିଁ । କେବଳ ସତ୍ କଥା ଜାଣିବା କୁ ଚାହୁଁଛି। ଜେଜେ ମାଆ ଙ୍କୁ ଡାକ୍ତର ସାର ଚେକଅପ କରୁଛନ୍ତି ।ଚେକ ଅପ ସରିଲେ ଜେଜେ ମାଆ ଙ୍କୁ ବି ପଚାରି ବୁଝି ଦେବି । ତୁମେ ବୁଝି ପାରିବିନି ଅନୁ । ଆଜି ଯାଏ ଆମ ଘର ରେ ସମସ୍ତେ କେତେ ଖୁସି ରେ ଚଳି ଆସୁଥିଲୁ । କାହାରି ବି ଦେହ ଟିକେ ଖରାପ ହେଲେ , ସମସ୍ତେ ଭୋକ ଶୋଷ ଭୁଲିଯାଉ । ଆଜି ପର୍ଯ୍ୟନ୍ତ ଏତେ ବଡ଼ ଅଘଟଣ କେବେ ବି ଏ ଘରେ ହୋଇନଥିଲା । ପ୍ରଥମ ଥର ପାଇଁ ହୋଇଛି । ଆଉ ଏଥିପାଇଁ ମୋ ନିଜକୁ ଦାୟୀ କରୁଛି । ମାଆ ଥିଲା ବେଳେ ଜେଜେ ମାଆ ଙ୍କ ପାଖେ ପାଖେ ସବୁବେଳେ ରହି ସେବା କରୁଥିଲେ । ଆଜି ପ୍ରଥମ ଥର ମୋ ଉପରେ ଯେଉଁ ଦାୟିତ୍ୱ ଦେଇ ଭରସା ର ସହ ଘରୁ ଯାଇଥିଲେ । ତାଙ୍କର ସେ ଭରସା କୁ ମୁଁ ଆଜି ରଖି ପାରିଲି ନାହିଁ ।
ସେଥିପାଇଁ ମୋ ନିଜକୁ ଘୃଣା ଲାଗୁଛି ।
ଅନୁ:- ତୁମ ମୁଣ୍ଡ ଆଉ କାମ କରୁନି ଦେଖୁଛି! ସାମନ୍ୟ କଣ ଗୋଟେ ଆକ୍ସିଡେଣ୍ଟ ହୋଇଛି ଯେ ତୁମେ ତାକୁ ଏତେ ବଡ଼ ଇସୁ କରିବା କଣ ନିହାତି ଦରକାର । ମୁଁ ତ କିଛି ବୁଝିପାରୁନି !!! ମଣିଷ ସହ କଣ କେବେ ଜୀବନରେ କିଛି ଅଘଟଣ ଘଟେ ନାହିଁ କି ? ଆଉ ତୁମେ ବି ନା....
ରାମ:- ସେମିତି ନୁହେଁ , ଆକ୍ସିଡେଣ୍ଟ ପାଇଁ ଘରେ କେହି ବି ମନ ଉଣା କରୁ ମତେ ଭଲ ଲାଗିବ ନାହିଁ ।
ଅନୁ:- ତୁମକୁ ଥରେ କହିଲି , ଚୁପ ରୁହ ! ଠାକୁର ଙ୍କୁ ଡାକ ସବୁ ଠିକ ହୋଇଯିବ । (ଫୋନ ରିଙ୍ଗ ହୁଏ)
ମାମା (ହୀରାମଣି)ଫୋନ କରିଛନ୍ତି ,ମୁଁ କଥା ହୋଇ ଆସୁଛି।
ସେପଟ ରେ ଅନୁ କଥା ହୋଇ ଆସିଲା ବେଳେ ରାମ ଙ୍କୁ ଦେଖି ପଛପଟ ରେ ଚମକି ପଡିଛନ୍ତି ।
ଅନୁ:- କଣ ଏମିତି ଚୁପି ଚାପ ଆସି ପଛ ପଟେ ଠିଆ ହୋଇଯାଉଛ । ମତେ ତ ଡରେଇ ଦେଲ ।
ରାମ:- ନାଇ ଏମିତି , ମୋ ଫୋନ ଟା ଚାର୍ଜ ନ ଥିବାରୁ ବନ୍ଦ ହୋଇଯାଇଛି । ତୁମ ଫୋନରେ ବାପାଙ୍କୁ ଫୋନ କରି ପଚାରିଲ , ସେମାନେ କେଉଁଠି ଆସି ପହଞ୍ଚିଲେଣି ।
ଅନୁ:- ଏଇ କଥା ପାଇଁ , ତୁମେ ସେଠି ଅପେକ୍ଷା କରି ପାରିଲ ନାହିଁ ମୋ ଆସିବା ପର୍ଯ୍ୟନ୍ତ !! ନା, ମୁଁ କଣ କଥା ହେଉଛି ଶୁଣିବା ପାଇଁ ଚାଲିଆସିଛ ।
ଗୋଟେ ମିନିଟ , ମୁଁ ଭାବୁଛି ,ତୁମେ ମତେ ସନ୍ଦେହ କରୁଛ ? ତା' ନ ହୋଇଥିଲେ ମୁଁ କ'ଣ ମାମା ଙ୍କ ସହ କଥା ହେଉଛି , ଶୁଣିବା ପାଇଁ ଚୁପଚାପ ଆସି ମୋ ପଛରେ କିଛି ନ କହି ଠିଆ ହୋଇଥିଲ ।
ରାମ:- ଆରେ ମୁଁ କେବଳ ଫୋନ କରିବାକୁ କହିବା ପାଇଁ ଆସିଥିଲି । ସନ୍ଦେହ ର ପ୍ରଶ୍ନ କେଉଁଠୁ ଉଠିଲା ।ତା' ଛଡା ତୁମେ ମାମା( ଶାଶୁ) ଙ୍କ ସହ କଣ କଥା ହେଲ , ମୁଁ କିଛି ଶୁଣି ନାହିଁ ।
ବ୍ୟସ୍ତ ହୋଇ ଦୂରରୁ ନିହାରିକା ଆଉ ପ୍ରିୟବ୍ରତ ବାବୁଙ୍କର ଆସିବା ରାମ ଦେଖି , ଆଉ ଅନୁ ସହ ଯୁକ୍ତି ନ କରି ଚୁପ ହୋଇଯାଏ ।
ନିହାରିକା:- ରାମ ,ମାଆ ଙ୍କର ଦେହ ଏବେ କେମିତି ଅଛି । ତାଙ୍କର ବେଶି କିଛି ହୋଇ ନାହିଁ ତ ???
ରାମ:- ଜେଜେ ମାଆ ଙ୍କୁ ଡାକ୍ତର ସାର ଚେକ ଅଫ କରୁଛନ୍ତି । ଫୋଟୋ ଉଠା ସରିଛି , ପୁରା ଶରୀର ର ସ୍କାନ ଭିତରେ ଚାଲିଛି । ଅପେକ୍ଷା କରିଛି , ଡାକ୍ତର ସାର ଆସିଲେ କଣ କହିବେ, କେଜାଣି !!!
ନିହାରିକା:- ହେ , ଭଗବାନ । ମାଆ ଙ୍କର ଯେମିତି କିଛି ନ ହଉ। ତୁମ ଦୁହିଁଙ୍କୁ ଏତେ କରି ବୁଝେଇ କହି' ଦେଇ ଗଲା ପରେ ବି ,.... କେମିତି ଏତେ ବଡ଼ ଅଘଟଣ ଘଟିବାକୁ ଦେଲ ।
ପ୍ରିୟବ୍ରତ:- ଛାଡ଼ ସେ ସବୁ କଥା । ଦୁର୍ଘଟଣା କ'ଣ ଆମକୁ ପଚାରି ହୋଇ ଥାଏ କି ? ସେଥିପାଇଁ ମନ ଉଣା ନ କରି ,ମାଆ କେମିତି ସୁସ୍ଥ ହୋଇଯିବେ ତାହା ହିଁ ଚିନ୍ତା କରିବା ଆବଶ୍ୟକ ।
ନିହାରିକା:- ହେ ଭଗବାନ , ମାଆ ଙ୍କର ଯେମିତି କିଛି ବି ନ ହେଉ । ଅନୁ , ତୁ ଟିକେ ଧ୍ୟାନ ଦେଇଥିଲେ ମାଆ କଣ ଆଜି ଦୁର୍ଘଟଣା ରେ ସମ୍ମୁଖୀନ ହୋଇ ଥାନ୍ତେ ।
ଅନୁ:- ମାଆ( ନିହାରିକା) ମୁଁ ରୋଷେଇ ଘରେ ବ୍ୟସ୍ତ ଥିଲି । ଜେଜେ ମାଆ କେତେବେଳେ ଉଠି କି ଚାଲିଗଲେ ଜାଣି ପାରିଲି ନାହିଁ । ମୋ ର ଦାୟିତ୍ୱ ହୀନ ପାଇଁ ଆପଣ ଯାହା ଦଣ୍ଡ ଦେବେ , ମୁଁ ମାନି ନେବି ।
ନିହାରିକା:- ଭୂଲ ମାଗିବାର କିଛି ଆବଶ୍ୟକ ନାହିଁ । ମାଆ ସେଡି ପାହାଚ ଚଡି ଯାଇ ପାରନ୍ତି ନାହିଁ ଏକା ଏକା ତୁମେ ଜାଣିଛ । ହଠାତ ତାଙ୍କର ଏମିତି କଣ କାମ ପଡିଲା ଯେ ,ସେ ଉପର ଘର ଆଡ଼େ ଯାଉଥିଲେ ,ମୁଁ ତ କିଛି ବୁଝି ପାରୁ ନି । ତାଙ୍କର ଆଣ୍ଠୁ ର ଯନ୍ତ୍ରଣା ଥିବା ରୁ ,ସେ ସେଡି ଚଡି ପାରନ୍ତି ନି । ମତେ କାହିଁ କିଛି ଠିକ ଲାଗୁ ନାହିଁ ।(ଅନୁ ଆଡେ ଚାହିଁ)
ଅନୁ:- ଆପଣ ମତେ ଏମିତି ସନ୍ଦେହ ଆଖିରେ ଦେଖନ୍ତୁ ନାହିଁ । ମତେ ଭାରି ଖରାପ ଲାଗୁଚି ।
ନିହାରିକା:- ସନ୍ଦେହ କରୁ ନାହିଁ କିନ୍ତୁ ଜେଜେ ମାଆ ଙ୍କ ଠାରୁ ନିଶ୍ଚିତ କାରଣ ଜାଣିବା କୁ ପଡିବ । ମା ରେ(ଅନୁ) ତୁ ଜମା ମନ ଉଣା କର ନି । ଯାହା ତ ଘଟିବାର ଥିଲା ଘଟି ସାରିଛି । ଆଉ ଆମେ ବା କଣ ଦୁର୍ଘଟଣା କୁ ରୋକି ପାରିବା ।
ଡାକ୍ତର ବାବୁ ସମସ୍ତ ରିପୋର୍ଟ ଦେଖି ସାରିଲା ପରେ , ଜେଜେ ମାଆ ପାରାଲିସିସ ରୋଗରେ ଆକ୍ରାନ୍ତ ବୋଲି ଜଣେଇଲା ପରେ , ଆମ ମାନେ ଚମକି ପଡ଼ିଲୁ । ମନ ଦୁଃଖ ରେ , ସମସ୍ତେ ଜେଜେ ମାଆ ଙ୍କ ପାଇଁ ମନ ଊଣା କରି ଭାଙ୍ଗି ପଡି ଥିଲୁ ।
କିଛି ଦିନ ମେଡିକାଲ ରେ ଜେଜେ ମାଆ ଙ୍କୁ ରଖିବା ପାଇଁ ପଡିବ । ଆଉ କିଛି ଚେକ ଅପ ସରିଲା ପରେ , ଡିସଚାର୍ଜ କରିବା କୁ କହି ଡାକ୍ତର ସାର ଚାଲିଗଲେ ।
ଅନୁ ଙ୍କର ଘରୁ ଖବର ପାଇ ବାପା ବୋଉ( ଶାଶୁ , ଶଶୁର) ଆସି ଜେଜେ ମାଆ ଙ୍କର ଦୁର୍ଘଟଣା ଆଉ ପରେ ପାରାଲିସିସ କଥା ଶୁଣି ମନ ଦୁଃଖ କଲେ ।
ଆମେ ସମସ୍ତେ ଏକାଠି ବେଡ଼ ପାଖରେ ବସିଥିଲୁ ।ବାହାରେ ଅନୁ ଆଉ ମାଆ( ଶାଶୁ,) କଣ କଥା ହେଲେ କେଜାଣି ,
ବୋଉ( ନିହାରିକା) ଙ୍କୁ ଡାକି କିଛି ପାଟି ବାହାରେ ଶୁଣିବା ରୁ , ଯାଇ ଦେଖେ ତ .....
ହୀରା:- ଦେଖନ୍ତୁ , ସମୁଦୁଣୀ ମାନୁଛି ଝିଅ ଟା ମୋର ଏତେ କାମ ଧନ୍ଦା ଶିଖି ନାହିଁ । ତା ବୋଲି କଥା କଥାରେ ତାକୁ ଏମିତି କଣ ସନ୍ଦେହ କରିବା ଠିକ ହେଉଛି ଆପଣଙ୍କ ର ? ତା" ଛଡା କିଏ କଣ ଜାଣିକି ନିଜର ଲୋକଙ୍କୁ ଆଘାତ ଦେଇ ଥାଏ କି ? ଆପଣଙ୍କୁ ବିଶ୍ୱାସ କରି ମୋ ଝିଅ ର ହାତ ଆପଣଙ୍କ ର ପୁଅ କୁ ଦେଇଥିଲି କିନ୍ତୁ ଆପଣ ଆଜି ମୋ ବିଶ୍ୱାସ କୁ ଆଘାତ ଦେଇଛନ୍ତି ।ଦେଖୁ ନାହାଁନ୍ତି ମୋ ଝିଅ ଟା କେମିତି ମନ ଦୁଃଖ କରି କାନ୍ଦୁଛି ।
ନିହାରିକା:- ସମୁଦୁଣୀ , ଆପଣ କଥା କୁ ଭୂଲ ବୁଝିଛନ୍ତି । ଆମେ କେହି ବି ସନ୍ଦେହ କରି ନାହୁଁ । କେବଳ ଆକ୍ସିଡେଣ୍ଟ କେମିତି ଘଟିଲା ଜାଣିବା କୁ ଚାହୁଁଥିଲୁ । ତା' ଛଡା ଅନୁ ମୋ ଝିଅ ପରି । ମୁଁ କଣ ତାକୁ ସନ୍ଦେହ କରି ପାରିବି !!! (ଅନୁ ର ଆଖିରୁ ଲୁହ ପୋଛି )
ହୀରା:- ରାମ, ବି ତ ମୋ ଝିଅ କୁ ସନ୍ଦେହ କଲେ । ଦେଖନ୍ତୁ , ମୋ ଝିଅ ପୁରା ଖାଣ୍ଟି ସୁନା ଖଣ୍ଡେ । ତା'ର ବୁଝିବା ଆଉ ସୁଝିବାର ବୟସ ହୋଇ ସାରିଛି । ଆଶା କରୁଛି , ଆପଣ ଜାଣି ବି ସେ ଉଚ୍ଚ ଶିକ୍ଷିତା , ତାକୁ ଏମିତି ଛୋଟ ଛୋଟ କଥାରେ ସନ୍ଦେହ କରିବା ଟା ଠିକ ହେବ ନାହିଁ । ମୁଁ ବୋଲି ଏ କଥା କୁ ଏଇଠି ଚାପି ଦେଉଛି କିନ୍ତୁ ତା' ବାପା ଜାଣିଲେ , କଥା ଟା ଅସୁନ୍ଦର ହେବ ।
ନିହାରିକା:- ଆପଣ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ । ଅନୁ କୁ କେହି ବି କିଛି କହିବେ ନାହିଁ । ନିଶ୍ଚିତ ରୁହନ୍ତୁ ।
ତୁ ଚାଲେ ମାଆ' ଏମିତି ଛୋଟ କଥା କୁ କଣ ଧରାଯାଏ ।
ରାମ" ତୁ ସମୁଦି ଆଉ ସମୁଦୁଣୀ ଙ୍କୁ ନେଇ ଘର କୁ ଚାଲିଯା' । ଆମେ ମେଡିକାଲ ରେ ଅଛୁ ।
ରାମ:- ,କିନ୍ତୁ ମାଆ, ଆପଣ ଟ୍ରାଏଡ଼ ହୋଇ ଯାଇଥିବେ । ଭଲ ହେବ ଘରକୁ ଯାଇ ରେଷ୍ଟ ନିଅନ୍ତୁ । ମୁଁ ମେଡିକାଲ ରେ ଜେଜେ ମାଆ ଙ୍କ ପାଖରେ ଅଛି ।
ପ୍ରିୟବ୍ରତ:- ନାଇ ରାମ , ତୁ" ଅନୁ କୁ ବି ସାଥିରେ ନେଇ ଯା । ଆମେ ସବୁ କିଛି ଏଠି ବୁଝି ଦେଇ ପାରିବୁ । ତା" ଛଡ଼ା ମେଡିକାଲ ରେ ରାତ୍ରି ଅନିଦ୍ରା ହୋଇ ରହିଲେ ଦେହ ଖରାପ ହୋଇଯିବ । କାଲି ଠାରୁ ତୁମ ଦୁହିଁଙ୍କର ଅଫିସ ଖୋଲିବ । ଘର କୁ ଯାଇ ରେଷ୍ଟ ନିଅ ।
ରାମ :- ,କିନ୍ତୁ, ......?
ନିହାରିକା:- କିନ୍ତୁ କିଛି ନାହିଁ , ତୁ ଯା"।
କାର ରେ ଅନୁ ଆଉ ବାପା ବୋଉ( ଶାଶୁ, ଶଶୁର) ଙ୍କୁ ନେଇ ମୁଁ ଘର କୁ ମେଡିକାଲ ରୁ ଫେରି ଆସିଲି ।
କିନ୍ତୁ ଅନୁ ଯେ ଏଇ ସାମାନ୍ୟ କଥା ପାଇଁ ଶାଶୁ ମାଆ ଙ୍କୁ କହି ବୋଉ( ନିହାରିକା) କୁ ଏମିତି ପଚାରିବା ଆଦୌ ଠିକ ହେଲା ନାହିଁ ।
କ୍ରମଶଃ.........