STORYMIRROR

puspalata samantary

Classics

3  

puspalata samantary

Classics

ସତ୍ୟ ର ଅକଳ୍ପନୀୟତା

ସତ୍ୟ ର ଅକଳ୍ପନୀୟତା

2 mins
499

ପୁରାଣ ଯୁଗର କଥା ହେଲେ ସୁଧା ସତ୍ୟର ମହତ୍ବ ପ୍ରଭୁ ସାକ୍ଷୀଗୋପୀନାଥ । ଜନମାନସକୁ ପବିତ୍ର ଡୋରିରେ ବାନ୍ଧି ଦେବାପାଇଁ ସତ୍ୟବାଦୀ ନିକଟକୁ ରତ୍ନଚିରା ନଦୀକୂଳରେ ଅନ୍ତର୍ଧାନ ହେବା ଘଟଣାକୁ ସ୍ୱୀକାର କରୁଛି। ଶ୍ରୀକ୍ଷେତ୍ରର ଗୁରୁ ନୀଳାମ୍ବର, ଶିଷ୍ୟ ଦୀନବନ୍ଧୁ ବୃନ୍ଦାବନ ଧାମକୁ ତୀର୍ଥଯାତ୍ରାରେ ଯାଇଥିଲେ। ସେଠାରେ ଗୁରୁ ନୀଳାମ୍ବର ଅସୁସ୍ଥ ହୋଇପଡିଲେ ଶିଷ୍ୟ ଦୀନବନ୍ଧୁର ସେବା ଶୁଶ୍ରୁଷାରେ ସୁସ୍ଥ ହୋଇ ଖୁସିରେ ଦୀନବନ୍ଧୁ ସହିତ ନିଜ କନ୍ୟାର ବିବାହ ଦେବାକୁ କହିଲେ । ଶିଷ୍ୟକୁ ବିଶ୍ବାସ ଦେବାକୁ ଯାଇ ପ୍ରଭୁ ବୃନ୍ଦାବନ ଚନ୍ଦ୍ରଙ୍କୁ ଚାହିଁ ଶପଥ କରିଲେ । ସେତେବେଳେ ଗାଡି ମଟରର ସୁବିଧା ନଥିବାରୁ ମାସାଧିକ କାଳ ବାଟାଲି ଶ୍ରୀ କ୍ଷେତ୍ର ଫେରି ଅସୁସ୍ଥ ହୋଇ ମୃତ୍ୟୁବରଣ କଲେ ଗୁରୁ ନୀଳାମ୍ବର ।


ତାଙ୍କର ଶୁଦ୍ଧିକ୍ରିୟା ସରିବା ପରେ ବର୍ଷକ ଉତାରୁ ଦୀନବନ୍ଧୁ ନୀଳାମ୍ବରଙ୍କ ଜ୍ୟେଷ୍ଠ ପୁତ୍ରଙ୍କୁ ତାଙ୍କ ଭଗ୍ନୀ ସହିତ ବିବାହ ପାଇଁ ଶପଥ କଥା କହିବାରୁ ସେ ବିଶ୍ୱାସ ନକରି କଣ ପ୍ରମାଣ ଅଛି ବୋଲି କହି ସେକଥାକୁ ଏଡାଇ ଗଲେ। ଦୀନବନ୍ଧୁ ଗଜପତିଙ୍କ ପାଖରେ ଗୁହାରି କରିବାରୁ ଗଜପତି ନୀଳାମ୍ବରଙ୍କ ଜ୍ୟେଷ୍ଠ ପୁତ୍ରଙ୍କୁ ଡାକି ପଚାରିବାରୁ ସେ କହିଲେ, ମୋର ତାଙ୍କ କଥାରେ ବିଶ୍ବାସ ହେଉନି, ପିତାଙ୍କ ଶପଥ ସାକ୍ଷୀ କିଏ ଓ କୌଣସି ଲିଖିତ ପ୍ରମାଣ ନ ପାଇଲେ ମୁଁ ବିଶ୍ବାସ କରିବି ନାହିଁ। ଗଜପତିଙ୍କର ଆଦେଶ ହେଲା ତୁମେ ପ୍ରମାଣ ଦିଅ ନ ହେଲେ ମିଥ୍ୟା ଅଭିଯୋଗ ପାଇଁ ଦଣ୍ଡିତ ହେବ । ବିଚରା ଦୀନବନ୍ଧୁ ଉପସ୍ଥିତ ଶୂନ୍ଯ ହୋଇ, ବୃନ୍ଦାବନ ଚନ୍ଦ୍ରଙ୍କ ପାଖରେ ପହଞ୍ଚିଲେ। ପ୍ରାର୍ଥନା କରି ସବୁ ଦୁଃଖ ଜଣାଇଲେ । ଦୟାଳୁ ଭଗବାନ ସ୍ଵପ୍ନାଦେଶ ଦେଲେ କହିଲେ ସତ୍ୟରକ୍ଷା ପାଇଁ ତୁମକୁ ସାହାଯ୍ୟ କରିବାକୁ ମୁଁ ନିଶ୍ଚୟ ତୁମ୍ଭ ସହିତ ଯାଇ ଗଜପତିଙ୍କ ପାଖରେ ତୁମ ସତ୍ୟତାର ମହତ୍ବ ରଖିବି। ତୁମେ ଆଗରେ ଯିବ ମୁଁ ପଛେପଛେ ଯିବି। ଭକ୍ତର ବିଶ୍ବାସ ପାଇଁ ମୋ ପାଦର ଘୁଙ୍ଗୁର ଶଦ୍ଦରୁ ତୁମେ ମୋର ଉପସ୍ଥିତି ବୁଝିବ ପଛକୁ ଚାହିଁବ ନାହିଁ। ଯେଉଁଠି ପଛକୁ ଚାହିଁବ ମୁଁ ସେଠାରେ ଶିଳା ପାଲଟିଯିବି।


ସତ୍ୟବାଦୀ ଠାରେ ରତ୍ନ ଚିରା ନଦୀକୂଳରେ ଚାଲିଲାବେଳେ ପ୍ରଭୁଙ୍କ ଘୁଙ୍ଗୁର ରନ୍ଧ୍ରରେ ବାଲି ପଶି ଶଦ୍ଦ ନ ହେବାରୁ ଭକ୍ତ ଦୀନବନ୍ଧୁ ପଛକୁ ଚାହିଁ ଦେଇ ପ୍ରଭୁଙ୍କ ଆଦେଶ ଭଗ୍ନ କରିଦେଇଥିଲେ । ସେଠାରେ ପ୍ରଭୁ ଶିଳା ହୋଇଯାଇ ଗଜପତିଙ୍କୁ ସ୍ଵପ୍ନାଦେଶ ଦେଇ ବ୍ରାହ୍ମଣର ସତ୍ୟରକ୍ଷା କରିଥିଲେ । ଜନଜୀବନରେ ସତ୍ଯ ଭୂମିକା ରଥ ମହତ୍ବ ରଖି ସାକ୍ଷୀଗୋପୀନାଥ ନାମରେ ବିରାଜମାନ କରିଛନ୍ତି ପ୍ରଭୁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics