ସତସତିକା
ସତସତିକା
ଅମନ ଅଫିସରେ ବସିଛନ୍ତି। ସମସ୍ତେ ବର୍ଷର ଶେଷ ଦିନ। ଜଲଦି ଯାଇ ନୂଆ ବର୍ଷ ମାନିବେ ବୋଲି ବ୍ୟସ୍ତ ହେଉ ଥାଆନ୍ତି। ହେଲେ ଅମନ ମୁହଁ ଶୁଖାଇ ବସି ଥାଆନ୍ତି। ସେତେବେଳେ ଗୋଟିଏ ଫୋନ ଆସିଲା ଆଉ ଅମନ ଫୋନରେ କହୁ ଥାଆନ୍ତି ତୁ ତ ଜାଣୁ ସେଇ ବର୍ଷ ଶେଷ ଦିନ ରାତି ପର ଠାରୁ ମୁଁ ଆଉ ନୂଆ ବର୍ଷ ମାନେ ନାହିଁ। କିଛି ସମୟ କଥା ହେଲା ପରେ ଫୋନ ରଖି ଦେଇ ଅମନ ଘର ଅଭିମୁଖେ ବାହାରିଲେ। ଆଉ ଅତୀତର ସେଦିନର ଘଟଣା ଆଖି ଆଗରେ ନାଚି ଉଠୁ ଥାଏ। କଲେଜ ପଢୁ ଥିବା ସମୟର ଘଟଣା। ଅମନ, ତାଙ୍କ ପିଲା ଦିନରୁ ପ୍ରେମିକା ରିତୁ, ଆଉ ପାଞ୍ଚ ଜଣ ସାଙ୍ଗ ହରି, ରନିତ, ବିବେକ, ନୟନା ଓ ସମିତା ଏମିତି ଏକ ନୂଆ ବର୍ଷର ଆଗ ଦିନ ପିକ୍ନିକ୍ ପାଇଁ ବାହାରିଲେ।ବିବେକ ଓ ନୟନା ଏବଂ ଅମନ ଓ ରିତୁ ଦୁଇ ପ୍ରେମୀ ଯୁଗଳ ଥିଲେ। ରନିତର ଗାଁ ପାଖରେ ଥିବା ରାଜଭବନ କୁ ଯିବାର ପ୍ରୋଗ୍ରାମ ହେଲା। ରନିତ ସହରରୁ ସାଙ୍ଗମାନଙ୍କ ସହ ବାହାରିଲା ବେଳକୁ ରନିତର ମାଆ ତାଙ୍କୁ ରାଣୀ ମହଲ କୁ ଯିବା ପାଇଁ ମନା କରି ଥିଲେ ଏବଂ ରାଜଭବନ କୁ ଆମିଷ ନେବା ପାଇଁ ମଧ୍ୟ ବାରଣ କରି ଥିଲେ । ହେଲେ ଏ କଥା ରନିତ ଛଡା ଆଉ କେହି ଜାଣି ନ ଥିଲେ। ସେମାନେ ଭୋର ସକାଳୁ ବାହାରିଲେ ପିକ୍ନିକ୍ ପାଇଁ। ରାସ୍ତାରେ ସେମାନେ ଖାଇବା କିଣି ନେଲେ। ରନିତ ମାଆଙ୍କ ବାରଣ ସତ୍ତ୍ବେ ଅଣ୍ଡା , କଞ୍ଚା କୁକୁଡ଼ା ମାଂସ, ଆଉ ନାନା ପ୍ରକାର ଖାଦ୍ୟ ନେଇ ଗଲେ। ରନିତଙ୍କ ଗାଁରୁ ଦୁଇ କି. ମି ଆଗରେ ରାଜ ଭବନ ଆଉ ରାଜ ଭବନରୁ ପାଖାପାଖି ଅଧା କି. ମି ଦୂରରେ ରାଣୀ ମହଲ। ସକାଳ ପାଖା ପାଖି 11 ବେଳେ ରାଜ ଭବନରେ ପହଞ୍ଚିଲେ। ଗାଁର ଗୋଟିଏ ହଟେଲରେ ମାଂସକୁ ରୋଷେଇ ପାଇଁ ଦେଇ ସେମାନେ ସେ ରାଜ ଭବନକୁ ଗଲେ। ରାଜ ଭବନରେ ବୁଲୁ ବୁଲୁ ରାଜ ଭବନ ପାଖରେ ଥିବା ନଦୀ କୂଳରେ ବସିଲେ। ରନିତ ଯାଇ ହଟେଲ ରୁ ମାଂସ ନେଇ ଆସି ନଦୀ କୂଳରେ ଖାଇଲେ। ସେମାନେ ସେଇ ରାତିରେ ରାଜ ଭବନରେ ରହିବାର ସ୍ଥିର କଲେ। ରାଜଭବନର ଯଗୁଆଳି ମଧ୍ୟ ରନିତକୁ ବାରମ୍ବାର ରାଣୀ ମହଲକୁ ଯିବା ପାଇଁ ମନା କରି ସନ୍ଧ୍ୟା ସୁଦ୍ଧା ପଳାଇବା ପାଇଁ କହି ପଳାଇଲେ। ଏମାନେ ନଦୀ କୂଳରେ ବୁଲୁ ବୁଲୁ ଦେଖିଲେ ଯେ ରାଣୀ ମହଲ ନିକଟରେ ଗୋଟିଏ ସୁନ୍ଦର ଘାଟ ଅଛି। ସକାଳୁ ସକାଳୁ ସେଠାରେ ଗାଧୋଇବା ପାଇଁ ମଜା ଆସିବ। ନୟନା ଓ ସମିତା ସେଇ ଘାଟକୁ ଯିବେ ବୋଲି କହିଲେ। ବିବେକ ମନକୁ ଥଟ୍ଟା କରିବା ପାଇଁ ଗୋଟିଏ କଥା ଆସିଲା ଏବଂ ସେ କହିଲେ ସେ ରାଣୀ ଭବନରେ ଭୂତ ଅଛି। ତେଣୁ ସେଠାକୁ ଯିବା ମନା। ଏ କଥା ଶୁଣି ହରିକୁ ଛାଡି ଦେଇ ସବୁ ହସିବାକୁ ଲାଗିଲେ। ସେ କହିଲେ ଏ ସବୁ ଅନ୍ଧବିଶ୍ୱାସ। ଆମେ ଆଜି ରାତିରେ ସେଇ ରାଣୀ ମହଲ ପାଖକୁ ଯିବା। ଏ କଥା ଶୁଣି ହରି ଭୟଭୀତ ହୋଇ ଗଲେ ଏବଂ ସେ ରାତିରେ ରାଜ ଭବନରେ ନ ଶୋଇ ବାହାରେ ଗାଡିରେ ଶୋଇଲେ। ହରିଙ୍କୁ ବିବେକ କହିଲେ ମୁଁ ମିଛରେ କହିଛି ସେଇଠି ଭୂତ ଅଛି ବୋଲି। ସେମିତି କିଛି ନାହିଁ। ହେଲେ ସେ କଥା ହରି ନ ମାନି ଗାଡିରେ ରହିଲେ। ରାତିରେ ସେମାନେ କାଥ ଚୂଲା ଜଳାଇ ଅଣ୍ଡା ସିଜା କଲେ। କିନ୍ତୁ ଖାଇବା ପାଇଁ ଆଣିଲା ବେଳକୁ ଦେଖିଲେ ଯେ ସବୁ ଅଣ୍ଡା ସିଜା ପୁରା କଳା ଆଉ ଦୁର୍ଗନ୍ଧ ହେଉଛି। ତାପରେ ସେମାନେ ମସଲା ମୁଢୀ କରି ଖାଇଲେ। ତାପରେ ରାତି ଏଗାରଟା ପାଖାପାଖି ଦେଖିଲେ ଯେ ରାଣୀ ମହଲ ବହୁତ ସୁନ୍ଦର ଭାବରେ ସଜ୍ଜିତ ହୋଇଛି। ସେମାନେ ସବୁ ଆକର୍ଷିତ ହୋଇ ରଣୀ ମହଲ କୁ ଗଲେ। ରାଣୀ ମହଲ ବାହାରେ ଜଣେ ବୁଢା ବସି ଥାନ୍ତି। ସେ କହିଲେ ଯେ ମହଲରେ କେହି ନାହାଁନ୍ତି। କିନ୍ତୁ ପ୍ରତି ଦିନ ସେ ମହଲକୁ ଏମିତି ସଜାଇ ଥାଆନ୍ତି।ଅମନ, ରିତୁ, ନୟନା, ବିବେକ, ସମିତା, ରନିତ ସବୁ ରାଣୀ ମହଲ ଭିତରକୁ ଗଲେ। ମହଲଟି ବହୁତ ସୁନ୍ଦର ଭାବରେ ସଜା ହୋଇ ଥାଏ। ଆଖିକୁ ପୁରା ଆକର୍ଷିତ କରୁ ଥାଏ। ମହଲର ସୌନ୍ଦର୍ଯ୍ୟ ଦେଖୁ ଦେଖୁ ଅଧା ରାତି ହୋଇ ଗଲା। ଅମନ ଆଉ ରିତୁ ପରସ୍ପର ହାତ ଧରି ବହୁତ ଫୋଟୋ ଉଠାଉ ଥାଆନ୍ତି। ସେମାନେ ହରିଙ୍କୁ ଫୋନ କରି ଡାକିବା କଥା କହିଲା ବେଳକୁ ମୋବାଇଲର ନେଟୱାର୍କ ନ ଥାଏ। ତାପରେ ସେମାନେ ବୁଲି ବୁଲି ଠକି ଗଲେ ଏବଂ ରାତିରେ ସେଇ ମହଲରେ ରହିବା ପାଇଁ ସ୍ଥିର କଲେ। ବିବେକ ଓ ନୟନା ସେଦିନ ପ୍ରେମ ରସରେ ବୁଡି ଯାଇ ଥିଲେ। ତେଣୁ ଦୁହେଁ ଗୋଟିଏ ରୁମରେ ରହିବେ ବୋଲି ସ୍ଥିର କଲେ। ଅମନ, ରିତୁ, ସମିତା ଓ ରନିତ ଏକା ସାଙ୍ଗରେ ରହିବାର ସ୍ଥିର କଲେ। ରାତିରେ ବିବେକ ଓ ନୟନା ପ୍ରେମ କରିବାରେ ବ୍ୟସ୍ତ ଥାନ୍ତି। ସେମାନେ ସବୁ କିଛି ଭୁଲି ନିଜର ସୀମା ଲଙ୍ଘନ କରି ସାରି ଥାନ୍ତି। ଠିକ ଏତିକି ବେଳେ ବାହାରେ କିଛି ପାଟି ଶୁଣା ଗଲା ।ରନିତ ଦେଖିବା ପାଇଁ ଗଲେ। ଅମନ ରିତୁ ଓ ସମିତା ବସି ଥାଆନ୍ତି। ହଠାତ ଆଲୁଅ ଚାଲି ଗଲା। ମହଲରେ ତାଙ୍କ ଛଡା ଆହୁରି ବହୁତ ଜଣ ଥିବାର ଅମନ, ରିତୁ ଓ ସମିତା ଅନୁଭବ କଲେ। ଭୟଭୀତ ହୋଇ ଗଲେ। କଥାରୁ ଲାଗୁ ଥାଏ ଯେ ଯେମିତି ରାଜ ପରିବାର ଲୋକ ସେଇ ମହଲରେ ଅଛନ୍ତି। ଲୋକମାନଙ୍କର ଚିତ୍କାର ଶୁଣା ଯାଉ ଥାଏ। ଖଣ୍ଡା ସବୁ ଉଡୁ ଥିବାର ସେମାନେ ଦେଖିଲେ। କଣ ଚାଲିଛି। ରାଜା ରାଣୀଙ୍କୁ ତାଙ୍କ ରୁମରେ ଲୁଚି ରହିବା ପାଇଁ କହିବାର ଶୁଣା ଗଲା। ରକ୍ତର ଛିଟା ସବୁ ଛିଟି ହୋଇ ପଡିଲା ଅମନ, ରିତୁ, ଓ ସମିତା ଡରି ଗଲେ। ବୁଝି ପାରୁ ନ ଥାଆନ୍ତି କଣ ଚାଲିଛି। ଯେମିତି ରାଣୀ ମହଲ ଉପରେ ଶତ୍ରୁ ଆକ୍ରମଣ କରି ଦେଇ ଛନ୍ତି।
ଅମନ ରିତୁ ଓ ନୟନାଙ୍କୁ ନେଇ ଲୁଚି ରହିଥିବା ସମୟରେ ହଠାତ୍ ରନିତର ପାଟି ଶୁଣିଲେ। ହେଲେ ସେମାନେ ଏମିତି ପରିସ୍ଥିତିରେ ବାହାରି ଯାଇ ପାରୁ ନ ଥିଲେ। ଏ ସବୁ କଥାରେ ଅଜ୍ଞାତ ବିବେକ ଓ ନୟନା ନିଜ କାମନା ଭୋଗରେ ବ୍ୟସ୍ତ ଥାଆନ୍ତି। ସେଇ ସମୟରେ ବିବେକଙ୍କୁ କେହି ଗୋଟିଏ ଠେଲି ଖଟ ଉପରୁ ଠେଲି ତଳକୁ ପକାଇ ଦେଲା। ଅନ୍ଧାରରେ କିଛି ଦେଖା ଯାଉ ନ ଥାଏ। କେବଳ ନୟନାର ପାଟି ଶୁଣା ଯାଉ ଥାଏ ଯେ ବିବେକ ଏ କଣ କରୁଛ। ମୋତେ କଷ୍ଟ ହେଉଛି। ମୋତେ କାହିଁକି ମାରୁଛ। ମୋତେ କାମୁଡ ନାହିଁ ।ମୋତେ ଛାଡ଼ି ଦିଅ। ପାଗଳ ହୋଇ ଗଲ କି। ଅନ୍ଧାରରେ ସବୁ ଖାଲି ନୟନାର ପାଟି ଶୁଣୁ ଥାଆନ୍ତି। ବିବେକ ପାଟି କରି କହୁ ଥାଆନ୍ତି ନୟନା ମୁଁ କିଛି କରୁ ନାହିଁ। ତୁମେ କେଉଁଠି ଅଛ ? ହଠାତ୍ ନୟନାଙ୍କର ଜୋରରେ ଚିତ୍କାର ଶୁଣା ଗଲା। ଆଉ ତାପରେ ନୟନାର ଟିକେ ବି କିଛି ଶୁଣା ଗଲା ନାହିଁ। କିଛି ସମୟ ପରେ ମୋବାଇଲ ଖୋଜି ବିବେକ ମୋବାଇଲ ଲାଇଟରେ ଦେଖିଲେ ଯେ ନୟନା ରକ୍ତାକ୍ତ ଅବସ୍ଥାରେ ଖଟ ଉପରେ ପଡିଛନ୍ତି। ଆଉ ସେଠାରେ କେହି ବି ନାହାଁନ୍ତି। ସେ ନୟନାଙ୍କ ପାଖକୁ ଯାଇ ଦେଖିଲେ ଯେ ସେ ଆଉ ନାହାଁନ୍ତି। ସେ ବୁଝି ଗଲେ ଯେ ମିଛରେ କହିଥିବା କଥା ସତ ହୋଇଗଲା। ସେଠିରେ ସତସତିକା ଭୂତ ଅଛି। ସେ ଦୌଡି ପଳାଇବାକୁ ଚେଷ୍ଟା କଲା ବେଳକୁ ହଠାତ୍ ନୟନା ଉଠି ପଛ ପଟୁ ବିବେକଙ୍କୁ ଧରି କହିଲେ ମୁଁ ରାଣୀ ମୌନାବତୀ। ତୁ ମୋ ସହ ଏମିତି କରି ଠିକ କଲୁ ନାହିଁ। ଆଉ ତା ପରେ ବିବେକଙ୍କର ବିକଟାଳ ଚିତ୍କାର ଶୁଣା ଗଲା। ବାହାରୁ ଅମନ, ରିତୁ ଓ ସମିତା ଖାଲି ଚିତ୍କାର ଶୁଣୁ ଥାଆନ୍ତି। ହେଲେ ଏମିତି ପରିସ୍ଥିତି ହୋଇ ଥାଏ ଯେ ସେମାନେ ବାହାରି ସେଠାରୁ ଯାଇ ପାରୁ ନ ଥାଆନ୍ତି। ବୁଝିଗଲେ ଯେ ସେ ରାଣୀ ମହଲରେ ସତସତିକା ଭୂତ ଅଛି। କିଛି ସମୟ ପରେ ହଠାତ୍ ବିବେକ ଆଉ ରନିତ ଆସି ପହଞ୍ଚିଲେ। ଅନ୍ଧାରରେ ଠିକ ରେ ଦେଖା ଯାଉ ନ ଥାଏ। ଅମନ ପଚାରିଲେ ନୟନା। ବିବେକ କହିଲେ ସେ ନଦୀ ପାଖରେ ଆମର ଅପେକ୍ଷା କରିଛି। ସେ ହାତ ଧରି ରିତୁ ଆଉ ସମସ୍ତଙ୍କୁ ତାଙ୍କ ସାଙ୍ଗରେ ଯିବା ପାଇଁ କହିଲେ। ହଠାତ୍ ଯାଉ ଯାଉ ବିଜୁଳି ମାରିଲା ଆଉ ଅମନର ନଜର ପଡ଼ିଲା ଭିତରେ ପଡି ଥିବା ନୟନା ଆଉ ବିବେକଙ୍କର ଶବ। ସେ ବୁଝି ଗଲେ ଯେ ତାଙ୍କ ସାଙ୍ଗରେ ଥିବା ବିବେକ ପ୍ରକୃତରେ ଗୋଟିଏ ଆତ୍ମା ଆଉ ରନିତ ଭି ମରି ସାରିଛନ୍ତି କାରଣ ତାଙ୍କ ପଛ ମୁଣ୍ଡରୁ ରକ୍ତ ବହୁଛି। ସାଙ୍ଗେ ସାଙ୍ଗ ରିତୁ ଓ ସମିତାର ହାତ ଧରି ଦୌଡି ପଳାଇବାକୁ ବାହାରିଲେ। ହେଲେ ବିବେକର ଆତ୍ମା ରିତୁଙ୍କ ହାତକୁ ଛାଡିଲା ନାହିଁ। ରନିତ ଓ ବିବେକର ଆତ୍ମା ରିତୁଙ୍କୁ ଟେକି ନେଇ ଗଲେ। ରିତୁର ଖାଲି ଚିତ୍କାର ଶୁଣା ଯାଉ ଥାଏ। ଅମନ ସମିତାଙ୍କୁ ନେଇ ରାଜଭବନ ଆଡେ ଦୌଡୁ ଥିବା ସମୟରେ ହଠାତ୍ ସେମାନେ ଦେଖିଲେ ରାଜ ମହଲରେ ହରି ଗାଁ ଲକମାନଙ୍କ ସହ ସେମାନଙ୍କୁ ଖୋଜୁଛନ୍ତି। ଆଉ ପଛ ପଟେ କିଛି ଅଦୃଶ୍ୟ ଶକ୍ତି ତାଙ୍କୁ ମାରିବାକୁ ଚେଷ୍ଟା କରୁଛି। ଗାଁ ର ପୂଜାରୀ କିଛି ମନ୍ତ୍ରିତ ପାଣି ସେଇ ରାଣୀ ମହଲ ଉପରକୁ ପକାଇଲାରୁ ରାଣୀ ମହଲର କବାଟ ଆପେ ଆପେ ବନ୍ଦ ହୋଇ ଗଲା। ଆଉ ରିତୁଙ୍କ ପ୍ରାଣ ବିକଳରେ ଚିତ୍କାର ଶୁଣା ଗଲା ଏବଂ କିଛି ସମୟ ପରେ ସବୁ ଶୂନଶାନ ହୋଇ ଗଲା। ଗାଁ ଲୋକଙ୍କ ସହ ହରି, ଅମନ ଆଉ ସମିତା ବାହାରକୁ ଆସିଲେ। ଅମନ ଓ ସମିତାଙ୍କର ଚେତା ଚାଲି ଗଲା। ଗାଡିରେ ବସାଇ ପୂଜାରୀ ବାବା କଣ ସବୁ ମନ୍ତ୍ର ଉଚ୍ଚାରଣ କଲେ। ସକାଳୁ ସକାଳୁ ଦୁହିଁଙ୍କର ଚେତା ଫେରିଲା। ନଦୀ କୂଳରେ ସେମାନେ ଦେଖିଲେ ଯେ ରାଣୀ ମହଲ ପାଖ ନଦୀ ଘାଟ ର ପାଣି ଲାଲ ଦେଖା ଯାଉଛି। ଆଉ ସେଠାରେ ରିତୁ, ରନିତ, ବିବେକ ଆଉ ନୟନାଙ୍କର ଶବ ରକ୍ତାକ୍ତ ଅବସ୍ଥାରେ ପଡିଛି। ଗାଁ ଲୋକମାନେ କହିଲେ ପାଖାପାଖି ଶହେ ବର୍ଷ ତଳେ ରାଜାଙ୍କ ରାଣୀ ମୌନାବତୀଙ୍କୁ ରାଜାଙ୍କ ମିତ୍ର ରାଜ୍ୟର ରାଜକୁମାର ପାଇବାର ମନ୍ଦ ଉଦ୍ଦେଶ୍ୟ ନେଇ ରାଣୀଙ୍କ ମହଲକୁ ଯାଇ ଥିଲେ। ରାଜା ଏ ସବୁ ଖବର ପାଇ ଯାଇ ଅଟକାଇଲା ବେଳକୁ ରାଜଙ୍କୁ ତାଙ୍କର ସେନାପତି ଧକ୍କା ଦେଇ ତାଙ୍କୁ ମାରି ଦେଲା। ଆଉ ତାପରେ ବଦମାସ ରାଜ କୁମାର ରାଣୀ ମୌନାବତୀଙ୍କୁ ବଳାତ୍କାର କରି ମାରି ଦେଲା ଏବଂ ମୌନାବତୀଙ୍କ ଆତ୍ମା ସେ ରାଜକୁମାରଙ୍କୁ ମାରି ଦେଲା। ତାପରେ ରାଣୀ ମହଲରେ ସେମାନଙ୍କ ଆତ୍ମା ଘୁରି ବୁଲୁଥିବାର ପ୍ରଜାମାନେ ଜାଣିଲେ।ଆଉ ଯିଏ ସେଠାକୁ ଗଲା ସେ ବି ମରି ଅତୃପ୍ତ ହୋଇ ଘୁରି ବୁଲେ। ରାଜ୍ୟର ପୁରୋହିତ ରାଜଭବନ ରେ ପୂଜା କରି ରାଣୀ ମହଲର କବାଟ ବନ୍ଦ କରି ଦେଇଥିଲେ। ସେଠାରେ ଆମିଷ ହେବାରୁ ପୁଣି ଆଉ ଥରେ ସେ କବାଟ ଖୋଲି ଗଲା ଆଉ ଏମିତି ବିଭତ୍ସ କାଣ୍ଡ ଘଟି ଗଲା। ହରିଙ୍କୁ ଗାଡି ପାଖରେ ଦେଖି ଗାଁ ଲୋକମାନେ ପଚାରି ଜାଣିଲେ ଯେ ସେମାନେ ସେଠାରେ ଅଛନ୍ତି। ତେଣୁ ପୂଜାରୀଙ୍କୁ ନେଇ ଯାଇ ରାଜଭବନରେ ଖୋଜୁ ଥିଲେ।ନୂଆ ବର୍ଷର ସକାଳ ଏମିତି ଅଶୁଭ ହୋଇ ଆସିବ ବୋଲି କେହି ବୁଝି ନ ଥଲେ। ଆଉ ଅମନ, ସମିତା ଓ ହରି ଭୟଙ୍କର ରାତିର ସ୍ମୃତିକୁ ହୃଦୟରେ ଧରି ଘରକୁ ଫେରି ଆସିଲେ। ଏମିତି ଅତୀତ ଭାବନାରେ ଭାବୁ ଥିବା ସମୟରେ ଡ୍ରାଇଭର କହିଲା ସାର ଘର ପହଞ୍ଚିଲେ। ଅମନ ଘର ଭିତରକୁ ପ୍ରବେଶ କରୁ କରୁ ତାଙ୍କର ସାତ ବର୍ଷର ଝିଅ ବାପା ବାପା କହି ଆସି ପହଞ୍ଚିଲା ଆଉ କହିଲା ବାପା ହରି ଅଙ୍କଲ ଆସିଛନ୍ତି। ଅମନ କହିଲେ ହଁ ମୁଁ ଅଫିସରୁ ବାହାରିଲା ବେଳକୁ ତାଙ୍କୁ ଆମ ଘରକୁ ଆସିବା ପାଇଁ କହିଲି। ଭିତରକୁ ଯାଇ ଅମନ ତାଙ୍କ ସ୍ତ୍ରୀଙ୍କୁ ଭିତରକୁ ଡାକିଲେ। ସମିତା ଭିତରକୁ ଆସିଲାରୁ ଅମନ କହିଲେ ମୁଁ ଜାଣେ ଆଜି ଦିନଟି ଆମ ପାଇଁ କଷ୍ଟ ଦାୟକ। ତେଣୁ ମୁଁ ହରି କୁ ବି ଡାକିଲି। ସେଇ ଦିନ ର ଘଟଣା ପାଇଁ ଆମେ ଦୁହେଁ ଆଜି ଏ ପବିତ୍ର ବନ୍ଧନରେ ବାନ୍ଧି ହୋଇଛୁ। ଏବେ ନନା ଆସିବେ।ରିତୁ, ବିବେକ, ରନିତ ଓ ନୟନା ର ଆତ୍ମା ଶାନ୍ତିର ପୂଜା ହେବ।ତୁମେ ବାହାରି ପଡ। ସମିତା ବାହାରିବା ପାଇଁ ଭିତରକୁ ଗଲେ। ସମିତା ଙ୍କ ମାଆ ଆସି କହିଲେ ଅମନ ତୁମେ ଯଦି ସେ ଦିନ ଘଟଣା ପରେ ସମିତାର ସାହାରା ନ ହୋଇ ଥାଆନ୍ତ ସେ ବୋଧେ ଆଜି ପାଗଳୀ ହୋଇ ଘୁରି ବୁଲି ଥାଆନ୍ତା। ତୁମେ ନିଜ ପ୍ରେମକୁ ହରାଇଲା ପରେ ବି ମୋ ଝିଅ ପାଇଁ ଧୈର୍ଯ୍ୟ ର ସହ ଯାହା କଲ ତାହା ଆଉ କେହି ପୁଅ କରି ପାରି ନ ଥାଆନ୍ତା। ସେ ଘଟଣା ପରେ ତାର ମଝିରେ ମଝିରେ ଯେଉଁ ପାଗଳାମି ବାହାରୁ ଥିଲା ତୁମ ଛଡା କିଏ ସମ୍ଭାଳିବ।
ଅମନ କହିଲେ ମାଆ ମୁଁ ରିତୁଙ୍କୁ ବହୁତ ଭଲ ପାଉଥିଲି ଆଉ ଏବେ ବି ସେ ମୋ ହୃଦୟରେ ଅଛନ୍ତି। ହେଲେ ସେ ମୋର ଅତୀତ ଆଉ ସମିତା ମୋର ବର୍ତ୍ତମାନ। ଆପଣ ଚିନ୍ତା କରନ୍ତୁ ନାହିଁ। ଆଉ ସେଦିନ ବିବେକ ଯାହା ମିଛ ଭାବି କହିଥିଲା ତାହା ଯେ ସତସତିକା କଥା ହୋଇ ଥିବ ବୋଲି ମୁଁ ଟିକିଏ ବି ଆଗରୁ ଜାଣି ପାରିଥିଲେ ଆଜି ଏମିତି କିଛି ହୋଇ ନ ଥାଆନ୍ତା।
ତାପରେ ସମସ୍ତେ ବସି ବିବେକ, ନୟନା, ରନିତ ଓ ରିତୁଙ୍କର ଆତ୍ମା ଶାନ୍ତି ପାଇଁ ପୂଜା ଆଉ ହୁମ ଯଜ୍ଞ କଲେ।

