Sunanda Mohanty

Drama Horror Fantasy

4  

Sunanda Mohanty

Drama Horror Fantasy

ସତରେ ଏମିତି ହୁଏକି

ସତରେ ଏମିତି ହୁଏକି

3 mins
178



ମରିବାକୁ ମୋର ଭୟ ନଥିଲେ ବି ପୁନର୍ଜନ୍ମ ଯଦି ସତ ହୋଇଥାଏ, ମତେ ବହୁତ ଡର, ପଶୁ ପକ୍ଷୀ ମାନଙ୍କର ନିର୍ଯ୍ୟାତନା ଉପଲବ୍ଧି କରି ଡର ମାଡ଼େ ଗାଇ, କୁକୁର, ବିଲେଇ, ଛେଳି, ମେଣ୍ଢା, ମାଙ୍କଡ଼, କାଉ, ଘରଚଟିଆ, ପାରା ଭଳି କିଛି ହେବାକୁ, ଆଉ ଜଙ୍ଗଲରେ ରହୁଥିବା ଜନ୍ତୁ ଓ ପକ୍ଷୀ ଙ୍କ ଖାଦ୍ୟ ଓ ଖାଦକ ର ଦୌଡ଼ ଭିତରେ ବି ଅଣନିଶ୍ୱାସୀ ଲାଗେ ମତେ, ଆଉ ବାକି ରହିଲା ପୁଣି ମଣିଷ ହେବା, ଯେ ସେଟା ବି ଏତେ ସହଜ ନୁହେଁ ଯେହେତୁ ମୁଁ ପାପ, ଅଧର୍ମ, ମିଛ, ଅସତ୍ୟ, କାମନା ଭିତରେ ବୁଡି ରହିଛି ନିଶ୍ଚୟ, ଏସବୁ ସତ୍ୱେ ଯଦି ମଣିଷ ହିଁ ମଣିଷ ଜନ୍ମ ପାଉଥାଏ, ତେବେ ବି ମୋର ଡର ଅନେକ. 

     ପୁଣି ମୂଳରୁ ଅ, ଆ ପଢିବ, ସେହି ପଣିକିଆ ଘୋଷିବ, ଇଂରାଜୀ ଶବ୍ଦ ର ବନାନ ସାଙ୍ଗକୁ ବ୍ୟାକରଣ ଶୁଦ୍ଧି ରଖି ଲେଖିବାକୁ ପଡିବ, ଦ୍ୱିତୀୟତଃ ଆଜିକାଲି ଗଳ୍ପ,ପ୍ରବନ୍ଧ, କବିତା ଲେଖି ଉଚ୍ଚ ସ୍ଥାନ ନହେଲେ ବି ସାହିତ୍ୟ ଜଗତରେ କିଛି ଲୋକଙ୍କ ଦ୍ୱାରା ଆଦୃତ ହେଇଗଲିଣି ତ ମରିଗଲା ପରେ ଯେଉଁ ମଣିଷ ଜନ୍ମ ନେବି ସେ ଜନ୍ମରେ କଣ ଏମିତି କବିତା, ଗଳ୍ପ, ପ୍ରବନ୍ଧ ଲେଖି ଆଦୃତ ହୋଇପାରିବି? ନା ମୋ ନିଜ ଗଳ୍ପ କବିତା ସଂକଳନ ସବୁ ଆରଜନ୍ମରେ ପଢ଼ିବାର ଦେଖିବାର ଶୁଣିବାର ସୁଯୋଗ ପାଇଲେ ବି ମୁଁ ସ୍ରଷ୍ଟା ବୋଲି ଜାଣିପାରିବି?, ଏଇଥିପାଇଁ ମୋର ଭାରି ଭୟ ମରିବାକୁ ସତରେ, କାରଣ ଆରଜନ୍ମ ରେ ଲେଖିକା ର ପରିଚୟ ପୁଣି ମିଳିବ କି ନା !

   ଏମିତି ସବୁ ଅଜବ ଅଜବ ଚିନ୍ତା ମନକୁ ଆସେ ତ ମୋ ପ୍ରଥମ କବିତା ସଂକଳନ, "ଭାରି ଅବୁଝା ଏ ମନ"ଓ ପ୍ରଥମ ଗଳ୍ପ ସଂକଳନ, "ମୁଁ ମୌସୁମୀ ର ମଲାଜହ୍ନ "ବହି ଦୁଇଟିରେ ଥିବା ମୋ ଟିକି ମାସକର ନାତୁଣୀର ଫୋଟୋ ଦୁଇଟିକି ଆଉଁସି ଆଣେ ସସ୍ନେହ ରେ ଆଉ ଭାବିବସେ ତା ପାଇଁ ଅନେକ କଥା ଏମିତିକି ନାତୁଣୀଟି ମୋ ନାମ ରଖି ଲେଖାଲେଖି ରେ ଅଗ୍ରଗତି କରି ସୁନାମଧନ୍ୟା କବୟିତ୍ରୀ ଓ ଗାଳ୍ପିକା ତଥା ପ୍ରାବନ୍ଧିକା ର ପରିଚୟ ହୁଅନ୍ତା ନାହିଁ?ପ୍ରଶାସନିକ କ୍ଷେତ୍ର କ୍ଷେତ୍ର ରେ ରହି ବା ଯେ କୌଣସି ପଦପଦବୀ ରେ ରହି ମଧ୍ୟ ଭଲ ଲେଖିକା ଟିଏ ହେବାର ଗର୍ବ ଓ ଗୌରବ କୁ ଆପଣେଇ ପାରନ୍ତା ନାହିଁ, ଏହିକଥା ସବୁ ମନ ରେ ଆସେ ହେଲେ କହିହୁଏନା ତ ନିଜ ପାଣ୍ଡୁଲିପି ଗୁଡିକ ସଜାଡି ରଖୁ ରଖୁ ମୁଁ ମରିଗଲା ପରେ ନିମନ୍ତ୍ରିତ ଅତିଥି ମାନଙ୍କୁ ବଳକା ସଂକଳନ ଗୁଡିକୁ ବାଣ୍ଟି ଦେବାକୁ କୁହେ ଘରେ l

    ସେଦିନ ରାତିରେ ମୋର ମୃତ୍ୟୁ ହୋଇଗଲା, ଆଉ ପରବର୍ତ୍ତୀ ଜନ୍ମ ରେ ମଣିଷ ହୋଇ ପୁଣି କନ୍ୟା ରୁ ନାରୀ ଟିଏ, ଆଉ ପାଠ ଶାଠ ପଢି ପେଶାରେ ପ୍ରଶାସନିକ କ୍ଷେତ୍ରରେ ସର୍ବୋଚ୍ଚ ଅଧିକାରୀ ହେବା ସହ ନିଶାରେ ସାହିତ୍ୟ ଜଗତର ଏକ ଧ୍ରୁବତାରା ନହେଲେ ବି ଉଲକାଟିଏ କହିଲେ ଅତ୍ୟୁକ୍ତି ହେବନାହିଁ, ତଯେଉଁଠି ଆସର, ସଭାସମିତି ମତେ ନିମନ୍ତ୍ରଣ, ମୋ ହାତରୁ ମାନପତ୍ର, ନିମନ୍ତ୍ରଣ, ଉତ୍ତରୀୟ ନେବାପାଇଁ ଭିଡ଼ ଭିତରେ, ସେଦିନ ଜଣେ ଅଳ୍ପ ବୟସ ର ମୋରି ସମସାମୟିକ ସୁନ୍ଦରୀ, ରୁପସୀ,ତରୁଣୀ କବୟିତ୍ରୀ, ଯିଏ କି ପେଷା ରେ ଡାକ୍ତରାଣୀ, ତାଙ୍କୁ ଶ୍ରେଷ୍ଠତା ମାନପତ୍ର ଦେଲା ବେଳେ ଚମକି ପଡିଲି ମୁଁ, ନାମ ଶିବାନ୍ୟା ପଟ୍ଟନାୟକ ଶୁଣି ଝଟକା ଖାଇଲି, ଆଉ କେଉଁଠି ଦିଖିଛି କହି, ପଚାରି ଯେବେ ପରିଚୟ ପାଇଲି ମତେ ଲାଗିଲା ମୁଁ ତାଙ୍କୁ ଜାଣେ,ବାପା ମାଆ ଙ୍କୁ ମଧ୍ୟ ଜାଣିବା ପରି ଲାଗିଲା, ଲେଖିବା ପାଇଁ ପ୍ରେରଣା କୋଉଠୁ ପାଇଲେ ଆପଣ ଉତ୍ତରରେ ସେ ଯାହା ନାମ କହିଥିଲେ ଓ ଯେଉଁ ବହି ଦୁଇଖଣ୍ଡ ଦେଖାଇ ଥିଲେ ସେ ଦୁଇଟି ଥିଲା, "ଭାରି ଅବୁଝା ଏ ମନ"ଓ "ମୁଁ ମୌସୁମୀ ର ମଲାଜହ୍ନ", ଆଉ ସେହି ବହି ଦୁଇଟିର ଲେଖିକାଙ୍କ ନାମ ନେଇ ସେ ଯେବେ କହୁଥିଲେ, ଏ ହେଉଛନ୍ତି ମୋ ଆଇ, ମୁଁ ଦୁଇ ବର୍ଷ ର ହେଇଥିଲି ସେ ଚାଲିଗଲେ ହେଲେ ତାଙ୍କ ପ୍ରଥମ କବିତା ସଂକଳନ ଓ ଗଳ୍ପ ସଂକଳନ ରେ ମୋ ପିଲାଦିନ ଫୋଟ ଦେଖୁ ଦେଖୁ ନିଜ ଅଜାଣତରେ ସାହିତ୍ୟ ପ୍ରତି ଆଶକ୍ତ ହୋଇ ନିଶାରେ ସାହିତ୍ୟିକା ହୋଇଗଲି, ଆଉ ଦର୍ଶକ ଗ୍ୟାଲେରୀ ରେ ବସିଥିବା ପିତା ମାତା ଙ୍କ ଆଡକୁ ଆଙ୍ଗୁଳି ନିର୍ଦେଶ କରି ଝିଅଟି କହୁଥିଲା ମୋ ମାମା ବି ମୁଁ ଆଇ ଙ୍କ ପରି ହୁଏ ଇଚ୍ଛା ମତେ ସଫଳତା ଆଣି ଦେଇଛି l

   ତା ଶେଷ କଥା ସବୁକୁ ଭୃକ୍ଷେପ ନକରି ମୁଁ ଦର୍ଶକ ଗ୍ୟାଲେରୀ ରେ ପହଂଚି ତା ମାମା ମୋ ଝିଅ କୁ କୁଣ୍ଢେଇ ପକାଇଥିଲି, ସେ କିଛି ବୁଝି ନପାରି ମୋ ମୁଣ୍ଡ ସାଉଁଳି ଦେଉଥିଲେ ତ ମୁଁ ତାଙ୍କୁ ଛାତିରେ ଜଡାଇ ଧରି କାନ୍ଦୁଥିଲି, ମୋ ପରିଚୟ ମୋ ନିଜ ଛଡ଼ା ଆଉ କାହାକୁ ଦେଇଥାନ୍ତି?


Rate this content
Log in

Similar oriya story from Drama