STORYMIRROR

TapaswiniDash Sarangi

Inspirational Drama

3  

TapaswiniDash Sarangi

Inspirational Drama

ସପନୀର ସ୍ୱପ୍ନ

ସପନୀର ସ୍ୱପ୍ନ

5 mins
499


କୋହଲା ପାଗରେ ଚା ଦୋକାନରେ ଚା'ର ମଜା ନେଉ ନେଉ ଶୁଭିଲା ଏକ କୋକିଳ କଣ୍ଠରେ ଭଜନର ମୂର୍ଚ୍ଛନା।ଆହାଃ କିଏ ଏତେ ସୁନ୍ଦର ଭଜନ ଗାଉଛି।କି ସୁନ୍ଦର ଲାଳିତ୍ୟପୂର୍ଣ୍ଣ ସ୍ୱରରେ "କେଉଁ ନାମ ଧରି ଡାକିବି ତୁମକୁ" ଭଜନଟି ମନକୁ ପରମ ଶାନ୍ତି ପ୍ରଦାନ କରୁଥିଲା।ଧାଇଁ ଆସିଲେ ଖୋଜି ଖୋଜି କେଶବ ବାବୁ।ଆଉ ଦେଖି ତଟସ୍ଥ ହୋଇଗଲେ ସେ ସେଇ କୁନି ଝିଅଟିକୁ ଦେଖି।ଏଇ ବୟସ ନଅ କି ଦଶ ହେବ ପାଖରେ କଣ୍ଢେଇର ପସରା।ମନ୍ଦିର ପାଖରେ ଜନ ଅରଣ୍ୟ ଭିତରେ ସେ ନିଜ ଭଜନର ତାଳ ଭିତରେ ମସଗୁଲ୍ ହୋଇ ଯାଇଛି।ତା ସହିତ ମଝିରେ ଡାକ ଛାଡୁଛି ବାବୁ କଣ୍ଢେଇ ନିଅ ମା'କଣ୍ଢେଇ ନିଅ।ତା 'ପାଖକୁ ଗଲେ କେଶବ ବାବୁ।


ଆରେ ଝିଅ ତୋର ନାମ କଣ?ତୋ ଘର କେଉଁଠି? ପଚାରିଲେ କେଶବ ବାବୁ।


ମୋ ନା ମୋ ନା ସପନୀ।ମୋ ଘର ଏଇ ପାଖ ଗାଁରେ ବାବୁ।ଏତିକି କହିକି ସେ ପଚାରିଲା ବାବୁ କେଉଁ କଣ୍ଢେଇଟି ଦରକାର ତୁମର?


ନାହିଁରେ ଝିଅ ମୁଁ ତୋ ଭଜନ ଶୁଣି କରି ତୋ ପାଖକୁ ଆସିଛି।ହେଲେ ତୁ ଏତେ ସୁନ୍ଦର ଗୀତ କେଉଁଠୁ ଶିଖିଲୁ?କହିଲେ କେଶବ ବାବୁ !


ନାଇଁ ମ ବାବୁ ଏଇ ଟିଭିରୁ ଶୁଣିଛି ବାବୁ।ମୋର ଇଛା ବଡ଼ ହୋଇକି ବଡ଼ ଗାୟିକା ବନିବାକୁ,ହେଲେ ମୁଁ କୁଆଡୁ ମୋ ସ୍ୱପ୍ନ ପୁରା କରି ପାରିବି।ମୁଁ ତ ହିନି କପାଳଟେ ବୋଲି ସମସ୍ତେ କୁହନ୍ତି- କହିଲା ସପନୀ ।


କେଶବ ବାବୁ-ତୋର ଏ ବୟସରେ ତୁ ପାଠ ପଢିବା କଥା,ହସି ଖେଳି ସମୟ ବିତେଇବା କଥା ହେଲେ ତୁ ଏଠି କଣ୍ଢେଇ କଣ ବିକ୍ରି କରୁଛୁ?

ତୋ ବାପା ମା'କାହାଁନ୍ତି?


ଏତିକି ପଚାରୁ ପଚାରୁ ଝିଅଟିର ଆଖି ଲୁହରେ ଛଳଛଳ ହୋଇଗଲା।ନିଜ କୋହକୁ ଚାପିକି କହିଲା ବାବୁ ମୁଁ ମୋ ବାପା ମା'ଙ୍କର ଗୋଟିଏ ଝିଅ।ମୋର ଗୋଟେ ଭାଇ ଅଛି ବାବୁ।ମୋ ବୋଉ ମୋ ଭାଇକୁ ଜନ୍ମ କରି ଆର ପାରିକି ଚାଲିଗଲା ଏଇ ଗଲା ସନ।ଆଉ ମୋ ବାପା ମୋତେ କୋଳକୁ ନିଅନ୍ତିନି କି ଗେଲ କରନ୍ତିନି କାହିଁକିନା ମୁଁ ଗୋଟେ ଝିଅ।ମୋ ଜେଜେ ମା' ସବୁ ବେଳେ କହୁଛି,ଝିଅଟିଏ ହେଲେ ଅଭିଶାପ,ବାହା ହେଲା ବେଳକୁ ପୁଳାଏ ଯୌତୁକ ନେଇକି ଶାଶୁ ଘରକୁ ଯିବ,ଆଉ ଏ ପଟେ ବାପା ମା' କରଜ ଦାମ୍ ରେ ବୁଡିକି ରହିବେ।ସେଥିପାଇଁ ମୋତେ ଘରେ ଭଲ ପାଆନ୍ତିନି ବାବୁ। ଆଉ ବୁଢୀ ମା କହୁଥିଲା ପୁଅ ମାନେ ପିତ୍ତଳ ହାଣ୍ଡି ଆଉ ଝିଅ ମାନେ ମାଟି ହାଣ୍ଡି। ହେଲେ ମୁଁ ଏହାର ଅର୍ଥ ବୁଝେନି ବାବୁ। ମୋର କାମ ଘରର ସବୁ ପାଇଟି କରିବା ଆଉ ମୋ କୁନି ଭାଇକୁ ଧରିବା। ମୁଁ ଖୁସି ହୁଏ ମୋ ଭାଇକୁ ମିଳୁଥିବା ଭଲ ପାଇବା ଦେଖି।ମୋର ଖର୍ଚ୍ଚ ତୁଲାଇବାକୁ ମୁଁ ଏ କଣ୍ଢେଇ ପସରା ଖୋଲିଛି,କେବେ ଦଶ ତ କେବେ ପଚାଶ ଟଙ୍କାର ବିକ୍ରି ହୁଏ।ଆଉ ଜାଣିଛ ବାବୁ ଗାଁ ଅବଧାନଙ୍କ ଚାହାଳୀର ବାରଣ୍ଡାରେ ବସିକି କିଛି ପାଠ ପଢୁଛି।


 ସପନୀର କଥା ଶୁଣି ଦୁଃଖର ଭାବପ୍ରବଣତା ଭିତରକୁ ପଳାଇଥିଲେ କେଶବ ବାବୁ ଆଉ ଲୁହକୁ ଆଖିରୁ ପୋଛିଦେଇ କହିଲେ,ଆଲୋ ମା'ତୁ ମୋ ସହିତ ଆମ ଘରକୁ ଯିବୁ ମୋ ଝିଅ ହୋଇକି ରହିବୁ ପଚାରିଲେ କେଶବ ବାବୁ।ଆଉ ତୋତେ ମୁଁ ଗୀତ ବି ଶିଖେଇବି।


ହେଲେ....ବାବୁ ତୁମକୁ ମୋ ଘରେ ମୋ ବାପାଙ୍କୁ କହିବାକୁ ପଡିବ।କହିଲା ସପନୀ।

ହଁ ରେ ମା ଚାଲ୍ ତୁମ ଘରକୁ କହି ସପନୀର ହାତ ଧରି ଯାଇ ପହଞ୍ଚିଲେ ତାଙ୍କ ଘରେ।ଦାଣ୍ଡ ବାରଣ୍ଡାରେ ବୁଢୀ ମା ତା'ର ବସି ପାନ କୁଟାରେ ପାନ କୁଟୁଥିଲା। ସପନୀକୁ ଦେଖି ଗରଗର ହୋଇ କହିଲା ଆଜି କେତେ ବେପାର କରିଛୁ ବା।


ଆପଣ ସପନୀର ଜେଜେ ମା ତ ପଚାରିଲେ କେଶବ ବାବୁ।


ହଁ କଣ ହେଲା ମୋ ପାଖରେ ତୁମର କି କାମ କୁହ ଜଲଦି-କହିଲା ବୁଢୀ ।


ସପନୀର ବାପା ନାହାଁନ୍ତି କି ତାଙ୍କ ସହ କିଛି କଥା ଥିଲା ଏତିକି ପାଟିରୁ କଥା ସରିଛି କି ନାହିଁ କେଶବ ବାବୁଙ୍କର।ଭିତରୁ ସପନୀର ବାପା ଭଗିଆ ବାହାରି ଆସିଲେ ଆଉ ପଚାରିଲେ ଆପଣ କିଏ? ମୋ ସହିତ ଆପଣଙ୍କର କି କଥା ଅଛି? ତାଙ୍କ ପାଟିରୁ ମଦର ଗନ୍ଧ ବାରି ହେଉଥିଲା।


ମୁଁ କେଶବ ଛୋଟରାୟ।ପେଶାରେ ଜଣେ ଗୀତିକାର।ନାଇଁ କଥା କଣ କି ମୁଁ ଆଜି ଆପଣଙ୍କ ଝିଅକୁ ମନ୍ଦିର ପାଖେ ଦେଖିଲି ଆଉ ତା'ର ସୁମଧୁର ସ୍ୱର ମୋ ମନକୁ କିଣି ନେଲା। ଆଉ ତା'ର ଏ ବୟସରେ ହସି ଖେଳି ପାଠ ପଢିବା ବୟସ ହେଲେ ସେ କଣ୍ଢେଇ ବେପାର କରୁଛି। ମୋର ଇଛା ତା'ପାଇଁ କିଛି କରିବାକୁ,ତା'କୁ ପାଠ ସାଠ ପଢାଇ ସମାଜରେ ପ୍ରତିଷ୍ଠିତ କରିବାକୁ। ଆପଣ ମାନଙ୍କ ଅନୁମତି ମିଳିଲେ ତା'କୁ ସାଙ୍ଗରେ ନେଇଯିବି। ଏତିକି କଥା କହ

ୁ କହୁ ବୁଢୀ ଟାଣୁଆ ଗଳାରେ କହିଲା ନେଉନା ତାକୁ। ସେ ପୋଡାମୁହିଁ କଣ କରୁଥିଲା କି। ଖାଇକି ଗଣ୍ଡି ବଢ଼ଉଛି, ଆମର ଅନ୍ନ ଧ୍ୱଂସ କରୁଛି। ଏଇ କଥାକୁ ଭଗିଆ ମୌନ ଭବେ ସମ୍ମତି ପ୍ରକାଶ କରୁଥିଲା।

ଚାଲ୍ ଲୋ ଝିଅ ଏଠି ତୋ'ର ସ୍ଥାନ ନାହିଁ ମୋ ସହିତ ଚାଲେ ଯିବା ଏତିକି କହି ମନ ଭିତରେ ଭାବୁଥିଲେ ହେ ପ୍ରଭୂ ଆଜିର ଏ ଯୁଗରେ ଗୋଟେ କନ୍ୟା ସନ୍ତାନ ପାଇଁ କି ତାତ୍ସଲ୍ୟଭରା ମନୋଭାବ।


ବାବୁ,ମୁଁ ଯିବି ତୁମ ସହ ହେଲେ ମୋତେ ମୋ ଭାଇ ସହିତ ଟିକେ ଦେଖା କରିବାକୁ ଇଛା,ଜାଣିନି ବାବୁ ପୁଣି କେବେ ଦେଖା ହେବ ଆଉ ସେ ମୋତେ ଚିହ୍ନି ପାରିବ କି ନାହିଁ।ଏତିକି କହି ତା ଭାଇକୁ କୋଳରେ ଜାକି ତା ମଥାରେ ସ୍ନେହ ମମତା ଭରା ଚୁମ୍ବନ ମାନ ଆଙ୍କି ଦେଲା । ଆଉ ଦୁଇଜଣ ବାହାରିଲେ ଭୂବନେଶ୍ଵର ଅଭିମୂଖେ।

*****


ସରିତା ସରିତା କୁଆଡେ ଗଲ ଦେଖିବ ଆସ ମୁଁ କାହାକୁ ସାଙ୍ଗରେ ଆଣିଛି। ଦୁଆର ମୁହଁରୁ ଡାକ ଛାଡିଲେ କେଶବ ବାବୁ ତାଙ୍କ ସହଧର୍ମିଣୀଙ୍କୁ।


ଆରେ ଏ ସୁନ୍ଦର କୁନି ଝିଅଟି କିଏ କି? ଖୁସି ହୋଇ ପଚାରିଲେ ସରିତା।


ଇଏ ଆଜି ଠାରୁ ଆମ ଝିଅ ।ଦେଖ ସନ୍ତାନଟିଏ ପାଇଁ କେତେ ପୂଜା ବ୍ରତ କରିଥିଲ। ଆଜି ଭଗବାନ ଆମ ଡାକ ଶୁଣିଲେ। ଇଏ ଆଜିଠାରୁ ଆମ ଝିଅ। ନାଁ ଆଜିଠୁ ତା'ର ସ୍ଵପ୍ନା ଛୋଟରାୟ।

****


ସମୟ ବିତି ଯାଇଛି ୨0 ବର୍ଷ ପରେ ସ୍ୱପ୍ନା ଛୋଟରାୟ ପ୍ରଖ୍ୟାତ ଭଜନ ଗାୟିକା ନାମରେ ନାମିତ ହୋଇଯାଇଛି।

 

ସେଦିନ କଟକ ଟାଉନ୍ ହଲ୍ ରେ ଶ୍ରୀଗୁଣ୍ଡିଚା ଉପଲକ୍ଷେ ଭଜନ ସମାରୋହ ଥାଏ ସ୍ୱପ୍ନା ତରତର ହୋଇ କହିଲା ଡାଡି ଚାଲ ଯିବା ସମୟ ହୋଇଗଲାଣି। ସେ ଯେଉଁଠିକି ଯାଏ ସାଙ୍ଗରେ ତା' ପ୍ରେରଣାର ଉତ୍ସ କେଶବ ବାବୁଙ୍କୁ ସାଙ୍ଗରେ ନେଇକି ଯାଏ। ବଡ଼ ଅଲିଅଳୀ ରାଜକନ୍ୟା ଭାବେ ସେ ବଡ଼ ହୋଇଛି ତାଙ୍କ ପାଖରେ। ବଣମଲ୍ଲୀକୁ ଲୋକଲୋଚନକୁ ଆଣିଛନ୍ତି ସେ। ତା'ସ୍ୱପ୍ନକୁ ପୁରା କରିଛନ୍ତି।


ଦୁହେଁ ତରତର ହୋଇ ବାହାରିଗଲେ। ଅନେକ ଶ୍ରୋତାଙ୍କ କରତାଳିରେ ପ୍ରକମ୍ପିତ ଟାଉନ୍ ହଲ୍ ରେ ଏକ ସୁନ୍ଦର ଭଜନ"ବାଧିଲା ଜାଣି କ୍ଷମା କର ନୋହିଲେ ରମା ରମଣ ଦଣ୍ଡେ ଦିଅ ଟାଳି..." କବିସୂର୍ଯ୍ୟ ବଳଦେବ ରଥଙ୍କ ରଚନାର ଏ ଭଜନରେ ସମସ୍ତ ସ୍ରୋତା ମଜ୍ଜି ଯାଇଥିଲେ।


କାର୍ଯ୍ୟକ୍ରମ ସାରି ସ୍ଵପ୍ନା ଆଉ କେଶବ ବାବୁ କାର୍ ଭିତରେ ବସିଲା ବେଳକୁ ଏକ ୫୫-୬୦ ବର୍ଷର ବ୍ୟକ୍ତି ତାଙ୍କୁ ଅଟକାଇଲେ। ଆଉ ସ୍ୱପ୍ନାକୁ କହିଲେ ଆରେ ମା'ତୁ କେତେ ସୁନ୍ଦର ଗଳା ପାଇଛୁ। ମନକୁ ଛୁଇଁଲା ପରି ଭଜନ ଗାଉଛୁ। ଭଗବାନ ତୁମର ଆହୁରି ଉନ୍ନତି କରନ୍ତୁ। ତୁମେ ଆହୁରି ଉପରକୁ ଉଠ।


ଆରେ ଇଏ କଣ,ଇଏ ତ ସ୍ଵପ୍ନାର ବାପା। ମନେ ମନେ ଭାବିଲେ କେଶବ ବାବୁ। ହେଲେ କି ଅବସ୍ଥା ଆଙ୍କର,ଜୀର୍ଣ୍ଣଶୀର୍ଣ୍ଣ ଶରୀର ଉପରେ ଚିରାଫଟା ବସନର ଆବରଣ।

ତଥାପି କେଶବ ବାବୁ ନିଜ ପରିଚୟ ଆଉ ଝିଅର ପରିଚୟ ଦେଲେ ଆଉ ମନେ ପକାଇଦେଲେ ସେଇ କୋଡିଏ ବର୍ଷ ତଳର କଥାକୁ। ଭଗିଆ ଏ ସବୁ ଶୁଣି ହୃଦୟ ଫଟାଇ କାନ୍ଦିବାକୁ ଲାଗିଲେ। ସ୍ଵପ୍ନାର ସେ ମୁହଁ ଝାପ୍ସା ମନେ ପଡୁଥିଲା। କେଶବ ବାବୁ ପଚାରିଲେ ଆପଣଙ୍କ ପୁଅ କୁଆଡେ ଗଲା।


ସେ କୁଳାଙ୍ଗାର କଥା ପଚାରନ୍ତୁନି,ଅତି ଗେଲବସର ହୋଇ କୁସଙ୍ଗରେ ପଡି ସ୍ମଗ୍ଲିଙ୍ଗ୍ କରିକି ପୋଲିସ୍ ହାତରେ ଧରା ପଡିଛି। ସେ ଏବେ ଜେଲ୍ ରେ। ଘର ବି ବନ୍ଧା ପକାଇଥିଲି ତା କଥାରେ ପଡିକି। ଘର ବି ନିଲାମ୍ ହୋଇଗଲା। ମୁଁ ଏବେ ସର୍ବହରା,ମା'ବି ମରିଗଲାଣି।ମୁଁ ରାସ୍ତା କଡ଼ରେ ଶୋଉଛି ରାତିରେ।

 

ବାପା ମୁଁ ତୁମର ଝିଅ ଯାହାକୁ ଦିନେ ଅଲୋଡା ଭାବୁଥିଲ। ଅଲକ୍ଷ୍ମୀ ଭାବୁଥିଲ। ତୁମେ ମୋତେ ବୋଝ ଭାବୁଥିଲ। ଏ ବାବୁ ମାନେ ମୋ ଡାଡି ଦେବତାରୂପରେ ଆସି ମୋତେ ଭଲ ଶିକ୍ଷା ସଂସ୍କାର ଦେଇ ବଡ଼ କଲେ,ନିଜ ଝିଅ ଠାରୁ ବଳି ସ୍ନେହ ଦେଲେ। ମୋ ସ୍ୱପ୍ନକୁ ପୁରାକଲେ। ଏ ଦେବତୁଲ୍ୟ ମାନବଙ୍କୁ ଭୂଲି ପାରିବି ନାହିଁ। ତୁମେ ଚାହିଁବ ଯଦି ଆମ ସହ ଆସିପାର।


ସତରେ ମା'ମୁଁ କେଡେ ହତଭାଗା ତୋ ପରି ହୀରାକୁ କୋଇଲା ଭାବି ହତାଦର କରିଥିଲି। ଭଗବାନ ବି ମୋତେ କ୍ଷମା କରିବେନି। ତୁ ଯଦି ପାରୁଛୁ ମୋତେ କ୍ଷମା କରିଦେ ରେ ମା'। କହିଲେ ସ୍ଵପ୍ନାର ବାପା ।


ବାପା ମା'ଙ୍କ ହାତ ସନ୍ତାନଙ୍କ ମୁଣ୍ଡରେ ଥାଏ ବାପା। ମୋତେ ଆଶୀର୍ବାଦ କର। ଏତିକି କହି ସ୍ଵପ୍ନା ତା'ସାଙ୍ଗରେ ତା ବାପାଙ୍କୁ ନେଇଗଲା ।

ସମାପ୍ତ



Rate this content
Log in

Similar oriya story from Inspirational