STORYMIRROR

Tapaswini DashSarangi

Drama Inspirational Others

2  

Tapaswini DashSarangi

Drama Inspirational Others

ସଣ୍ଠଣା

ସଣ୍ଠଣା

1 min
135

 ଆଲୋ ମିନତି ତୋ ବୋହୂ ର ଇଏ କି ରୂପ ବା ? ମୁଣ୍ଡରେ ଓଢ଼ଣା ତ ଦୂରର କଥା ଶାଢୀ ନପିନ୍ଧି ଏ ନାଇଟି, ଚୁଡିଦାର କଣ ପିନ୍ଧୁଛି।ଶାଶୁ ଶ୍ଵଶୁର ବୋଲି କଣ ଖାତିରି ନାହିଁ? ତାଙ୍କ ଘରେ ଏଇ ସଣ୍ଠଣା ଶିଖେଇଛନ୍ତି।କହି ହେଉଥିଲେ ମିନତିଙ୍କ ଘନିଷ୍ଠ ବାନ୍ଧବୀ ସୁଲତା।

ହୁଏତ ସେ କଥା ପଦକ ମିନତିଙ୍କୁ ସୁହାଇଲା ପରି ଲାଗୁଥିଲା। ପ୍ରତି ଉତ୍ତର ଥିଲା ଛାଡ଼୍ ଆଜି କାଲିକା ଝିଅଙ୍କୁ କିଏ କହିବ? କିଛି ଦିନ ପରେ ମିନତି ସୁଲତାଙ୍କ ଘରକୁ ଯାଇଥିଲେ।ହେଲେ ଇଏ କଣ ଘର ଭିତରୁ ସୁଲତା ଙ୍କ ବୋହୂର ପାଟି ଶୁଭୁଛି ସୁଲତା କରିଥିବା ତରକାରୀ ତା'ପାଟିକୁ ରୁଚୁନି ପୁଣି ତା' ପାଲଟା ଲୁଗା ଏଯାଏଁ ଧୁଆ ହୋଇନି ଏମିତି ଅନେକ କିଛି।ସୁଲତାଙ୍କ ବୋହୂ ଶାଢୀ ପିନ୍ଧେ ମୁଣ୍ଡରେ ହାତେ ଓଢ଼ଣା ପକାଏ ହେଲେ..।ମିନତି ବୁଝିଗଲେ ସଣ୍ଠଣାର ପ୍ରକୃତ ଅର୍ଥ।ସଣ୍ଠଣା ଶାଢୀ ପିନ୍ଧି ଦେଲେ ହୁଏନି।ସଣ୍ଠଣା ବ୍ୟବହାରରେ ଥାଏ। ସଣ୍ଠଣାର ମାନେ ସଂସ୍କାର।ଯାହା ତାଙ୍କ ବୋହୂ ପାଖରେ ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama