Tapaswini DashSarangi

Abstract Tragedy Inspirational

4  

Tapaswini DashSarangi

Abstract Tragedy Inspirational

ସାବିତ୍ରୀ ଭାର

ସାବିତ୍ରୀ ଭାର

4 mins
220


ରାତି ପାହିଲେ ସାବିତ୍ରୀ । ବାପା ଏ ଯାଏଁ ସାବିତ୍ରୀ ଶାଢ଼ୀ ଆଣି ଆସିଲେନି। କଣ ହେଲା କେଜାଣି ବାହାଘରକୁ ଆସି ଚାରି ବର୍ଷ ହୋଇଗଲାଣି ବାପା ଆଜିଯାଏଁ ଆଠ ଦଶ ଦିନ ଆଗରୁ ଆସି ଯାଆନ୍ତି। ଏମିତି ମନେ ମନେ ଭାବି ହେଉଥାଏ ରାଗିଣୀ । ସେ ଜାଣିଛି ବାପା ନ'ଆଣି ଆସିଲେ ବି ଶାଶୁ ଘରେ ଅଭାବ ରହିବନି। ବାପା ତା'ର ସାଧାରଣ ପିଅନ ଗୋଟେ ପ୍ରାଇଭେଟ୍ କଲେଜ୍ ରେ। ଅଭାବ ଅନଟନ ଭିତରେ ବି ସେ ରାଗିଣୀ କୁ ଉଚ୍ଚ ଶିକ୍ଷିତା କରିଛନ୍ତି। ରାଗିଣୀ ବ୍ୟାଙ୍କ୍ ରେ ମ୍ୟାନେଜର୍। ସେଇ ରାଗିଣୀର ଚାକିରୀ ଆଉ ମେଧାବୀ ଛାତ୍ରୀ କାରଣରୁ ସେ ଓ.ଏ.ସ୍ ଅଫିସର୍ ଅନୀତା ଦେବୀ ତଥା ଡଃ ବିନୟ ରଥଙ୍କ ବୋହୂ ଓ ଆଇ. ଏ.ଏସ୍ ବିଭାସଙ୍କର ସହ ଧର୍ମିଣୀ।

ରାଗିଣୀ ର ବାପା ଯୋଗେଶ ବାବୁ ତାଙ୍କ ସକ୍ଷମତା ଅନୁସାରେ ଫଳେ ପୁଷ୍ପେ ଦିଅନ୍ତି। ସେଇଥେରେ ସେ ବହୁତ ଖୁସୀ। ଗୋଟେ ଝିଅ ତା'ର ଶାଶୁ ଘର ଯେତେ ବଡ଼ ହୋଇଥିଲେ ବି ସେ ବାପା ଘରର ଖୁଦ ଚାଉଳରେ ବହୁତ ଖୁସୀ। 

କହିବାକୁ ଗଲେ ଧନ ମୋହରେ ଆତ୍ମାଭିମାନୀ ଅନୀତା ଦେବୀ। କେବେ ବି ଅନୀତା ଘରୁ ଆସିଥିବା କିଛି ବି ଜିନିଷ ସେମାନଙ୍କ ମନକୁ ଆସେନି। କଥାରେ ଅଛି "ଯିଏ ଯାହା ହାଣ୍ଡିରେ ଚାଉଳ ପକେଇଥିବ ସେ ସେଇ ଘରକୁ ବୋହୂ ହୋଇ ଯିବ"। ନହେଲେ ରାଗିଣୀ ବାପାଙ୍କର ଯୋଗ୍ୟତା କାଇଁ ଯେ ସେ ଏତେ ବଡ଼ ଘରେ ବନ୍ଧୁ ବାନ୍ଧି ଥାଆନ୍ତେ ? ଏମିତି ଅନେକ ଭାବନାରେ ଥିବା ବେଳେ ଫୋନ୍ ଆସିଲା। ଫୋନ୍ଉ ଉଠେଇ ଦେଖେ ତ ବାପା। ବାପା....କୁହ ବାପା ଏବେ ମୁଁ ତୁମ କଥା ଭାବୁଥିଲି। ହଁ ରେ ମାଆ ମୁଁ ଏବେ ବାହାରିଲି ତୋ ପାଖରେ ଏଇ କିଛି ସମୟରେ ପହଞ୍ଚିବି। କହି ଫୋନ୍ ରଖି ଦେଲେ। 

କିଛି ସମୟ ଭିତରେ ଯୋଗେଶ ବାବୁ ପହଞ୍ଚିଲେ। ବାପାଙ୍କୁ ଦେଖି ରାଗିଣୀ ଭାରି ଖୁସି। ହାତ ଧରି ଟାଣି ନେଲା ଭିତରକୁ। ଯଦିଓ ଜାଣିଛି କିଏ ଏତେ ବି ଖାତିରି କରିବେନି ସ୍ଵାମୀ ବିଭାସଙ୍କ ଛଡ଼ା। ସେଇଆ ବି ହେଲା ବଡ଼ ଘର କଥା ସମସ୍ତେ ବହୁତ ବ୍ୟସ୍ତ। ବିଭାସଙ୍କ ପରି ଜ୍ବାଇଁ ପାଇ ଯୋଗେଶ ବି ବହୁତ ଖୁସି। ସେଥିପାଇଁ ତ ସେ କେଉଁ କଥାକୁ ମନରେ ଧରନ୍ତି ନାହିଁ।କିଛି ସମୟ ପରେ ଯୋଗେଶ ବାବୁ ଗୋଟେ ସୂତା ଶାଢ଼ୀ,ଶଙ୍ଖା ଆଉ ସିନ୍ଦୁରର ପ୍ୟାକେଟ ଝିଅ ହାତକୁ ବଢ଼େଇ ଦେଲେ। ତା'ସହିତ ଦୁଇ ଶହ ଟଙ୍କା ଫଳମୂଳ ପାଇଁ। ଖୁବ୍ ଖୁସି ଓ ଆଗ୍ରହରେ ନେଇଗଲା ରାଗିଣୀ। ଆଖି ଛଳଛଳ କରି ଯୋଗେଶ ବାବୁ କହିଲେ ମାଆରେ ଏଥର ଏ କରୋନା ପାଇଁ ଦରମା ବି ମିଳିନି ଦୁଇ ମାସ ହେଲା। ମୁଁ ମୋର ଗୋଟେ ସାଙ୍ଗଠୁ ହଜାର ଟଙ୍କା ଧାର୍ ଆଣି ତୋ ପାଇଁ ଏଇ ଅଳ୍ପ କିଛି ଆଣିଛି। ମନ ଦୁଃଖ କରିବୁନି। ବାପାଙ୍କୁ କଥା ଶୁଣି ରାଗିଣୀ ଭୋ ଭୋ ହୋଇ କାନ୍ଦିବା ଆରମ୍ଭ କଲା। କଣ ବା କରିବ ନା' ଫେରେଇ ପାରୁଛି ନା ରଖି ପାରୁଛି। ବାପାଙ୍କୁ ଲୁହ ଭିଜା ଆଖିରେ ବିଦାୟ ଦେଲା। ସତରେ ଝିଅ ଜୀବନଟା କେତେ କଠୋର ତା'ଆଖିର ଲୁହ କହି ଦେଉଥିଲା। ଶାଶୁ ଶ୍ୱଶୁର ଘରକୁ ଫେରିବା ପରେ। ସେ ଦେଖେଇଲା ବାପା ଆଣିଥିବା ଜିନିଷ ସବୁ। ଜାଣିଛି ସେମାନେ ପସନ୍ଦ କରିବେନି।

ଏ ସବୁ ଦେଖୁ ଦେଖୁ ଶାଶୁ ଅନୀତା ଦେବୀ କହିଲେ ମୋ ସାଙ୍ଗ ତିନି ଚାରିଜଣ ମିଶି ଆମେ ଏଥର ସାବିତ୍ରୀ ପୂଜା କରିବୁ। ଆଉ ତୁ ଜାଣିଚୁ ଆମ ମର୍ଯ୍ୟାଦା କେତେ ?ମୁଁ ତୋ ପାଇଁ ତିନି ହଜାର ଦେଇ ଶାଢ଼ୀ ଆଣିଛି ଆଉ ସୁନା ଚୁଡ଼ି ଆଉ ଫଳମୂଳ ହଜାର ବାରଶହ ଟଙ୍କାର। ତୁ ଏସବୁ ରଖି ଦେବୁ ସେଗୁଡ଼ିକ ପୂଜାରେ ଲଗେଇବୁ। ତୋ ବାପା ଦୁଇ ଶହ ଟଙ୍କା ଯେଉଁ ଦେଇଛନ୍ତି ଭାବିଲୁ କି ଫଳ ସେଥିରେ ହେବ। ହେଇ ଦେଖୁନୁ ଆମ ପଡ଼ୋଶୀ ଘରର ମହାନ୍ତି ବାବୁଙ୍କ ବୋହୂ ଘରୁ କେତେ କଣ ଆସୁଛି। ବାହାଘର ଏତେ ବର୍ଷ ହୋଇଗଲାଣି ସିନା ଭାର ଥୋର ରେ କମ୍ ନାହିଁ। ଅନୀତାଙ୍କର କଥା ଭାରି ବାଧିଲା ତା'କୁ। ସେ ବି ଚାକିରୀ କରିଛି ସେ ବି ଚାହିଁଲେ ଭଲ ଶାଢ଼ୀ ଫଳମୂଳ କିଣି ପାରିବ। ହେଲେ ଗୋଟେ ଝିଅ ଭାବରେ ତା' ଭାବପ୍ରବଣତାକୁ କିଏ ବୁଝୁଛି ।ମନ ଦୁଃଖରେ ବେଡ୍ ରୁମ୍ କୁ ଗଲା ଦୁଇ ଧାର ଲୁହ ଗଡ଼େଇ ନିଜକୁ ସମ୍ଭାଳି ନେଲା।

ରାତି ପାହିଲା ବେଡ୍ ଟି ନେଇ ଯେବେ ସେ ଯାଏ ବିଭାସଙ୍କୁ ଦେବାକୁ ସ୍ଵାମୀ ବୁଝି ପାରୁଥିଲେ ସ୍ତ୍ରୀଙ୍କର ଅନ୍ୟମନସ୍କ ଭାବନାକୁ। ଗେହ୍ଲେଇ କହିଲେ ଆଜି କଣ ହୋଇଛି କି ମୋ ସାବିତ୍ରୀଙ୍କର ।ଆକାଶରେ କଳା ହାଣ୍ଡିଆ ମେଘ ଢାଙ୍କିଲା ପରି ପ୍ରିୟତମାଙ୍କର ମନ ଗୁମ୍ ସୁମ୍। ରାଗିଣୀ ମନକଥା କହିଲେ ସିନା ଲାଭ ବା କ'ଣ ମିଳିଲା।ବିଭାସ ବିଚରା ନା ଅନୀତାଙ୍କ କଥାକୁ ସମର୍ଥନ କରିବେ ନା ରାଗିଣୀ ଙ୍କୁ। ଯଦିଓ ସେ ଠିକ୍ ଭୁଲ୍ ବିଚାର କରିବାରେ ସକ୍ଷମ ତଥାପି ସେ ନୀରବସ୍ରୋତା।ରାଗିଣୀ ବି ବୁଝି ପାରୁଥିଲା ସ୍ଵାମୀଙ୍କ ଦ୍ଵନ୍ଦକୁ। ଛାଡ଼ ଯାହା ବି ହେବ ଭଲ ହେବ। ଝିଅଟି ବାହା ହେଲା ପରେ ଯେ ସବୁ ଅଧିକାର ଶାଶୁ ଘର ଲୋକଙ୍କର ସେଇଆ କେବେ ନୁହେଁ ବାପା ମାଆଙ୍କ ପ୍ରତି ବି କିଛି କର୍ତ୍ତବ୍ୟ ଅଛି। ଯାହା ବି ହୋଇ ଯାଉ ସେ ତା' ବାପା ଆଣିଥିବା ଜିନିଷ ପୂଜାରେ ଲଗେଇବ।

ପୂଜା ପାଇଁ ସବୁ ସଜଡ଼ା ହେଲା ଅନୀତାଙ୍କର ସାଙ୍ଗ ମାନେ ଆସିଲେ। ରାଗିଣୀ ବି ଆସିଲା ହେଲେ ବାପା ଦେଇଥିବା ଶଙ୍ଖା ସିନ୍ଦୁର ଆଉ ଦୁଇ ଶହ ଟଙ୍କାର ଫଳମୂଳ। ଅନୀତାଙ୍କ ମୁହଁରୁ ସ୍ପଷ୍ଟ ବାରି ହେଉଥିଲା ତାଙ୍କ ମନର ଅହଙ୍କାର ଆଉ ରାଗର ପ୍ରକୋପ। ସେ ନିଜ ଆତ୍ମ ସ୍ଵାଭିମାନ ଭାଙ୍ଗିବା ଡରରେ ସାଙ୍ଗ ମାନଙ୍କ ଆଗରେ କହିଲେ ବୋହୂର ବାପା ଘର ଗରୀବ ସେଥିପାଇଁ ସେ ଶସ‌୍ତା ଜିନିଷ ଦେଇଛନ୍ତି। ହଁ ମ.....ମୋର କେଉଁ ଅଭାବ କି? ମୋ ବୋହୂ ପାଇଁ କଣ ମୁଁ କରିନି କି? ସେ କଣ ଶୁଣିଲା ମୋର ଜିନିଷକୁ ସବୁ ଆଡେ଼ଇ ଦେଇ ତା'ବାପ ଘର ଜିନିଷ ପିନ୍ଧିଲା। ରାଗିଣୀ ବା ଆଉ କେତେ ନୀରବ ରହିବ। ଖାଲି ବାପା ଦେଇଥିବା ସଂସ୍କାର କୁ ଆଖିରେ ରଖି ଚୁପ୍ ରହି ଆସୁଥିଲା। ଏବେ ଆଉ ନୁହେଁ ଏବେ ବାପାଙ୍କ ଇଜ୍ଜତର କଥା। ଶୁଣନ୍ତୁ ବୋଉ ମୁଁ ସାବିତ୍ରୀ ପୂଜା କହିଲେ ବୁଝିଛି ସ୍ଵାମୀଙ୍କ ଦୀର୍ଘାୟୁ ପାଇଁ ଏ ବ୍ରତ ହୁଏ। ଆଉ ବାକି ରହିଲା ଦାମୀ ଶାଢ଼ୀ ଆଉ ସୁନା ଚୁଡ଼ି କଥା। କହିଲେ ଦେଖି ବୋଉ ମୋର ଯଦି ପୂଜାରେ ସତ୍ ମନବୃତ୍ତି ନରହି ଷ୍ଟାଟସ୍ ଦେଖେଇବାର ଭାବନା ରହିବ ତେବେ ସେ ପୂଜାର ଲାଭ କଣ? ଯଦି ଆପଣଙ୍କ ପୁଅ ଦୀର୍ଘାୟୁ ହେବେ ତେବେ ଯାଇ ଏ ଶାଢ଼ୀ ସୁନାର ମର୍ଯ୍ୟାଦା ରହିବ। ମୁଁ ଆଗ ମୋ ବାପାଙ୍କର ଝିଅ ପରେ ଆପଣଙ୍କର ବୋହୂ। ତାଙ୍କ ପାଖରେ ମିଳିଥିବା ଶାଗ ଭଜା ପଖାଳ ଖାଇ ମୁଁ ବଡ଼ ହେଇଛି। ଯଦି ମୁଁ ଚାହିଁ ଥାଆନ୍ତି ନିଜ ଦରମାରେ ଦାମୀ ଶାଢ଼ୀ ଚୁଡ଼ି କିଣି ତାଙ୍କ ନାଁରେ ପିନ୍ଧି ଥାଆନ୍ତି। ହେଲେ ନା ମୁଁ ସେମିତି କଲିନି କାହିଁକି ନା ତାଙ୍କ ଆତ୍ମ ସ୍ବାଭିମାନକୁ ମୁଁ କେମିତି ଭାଙ୍ଗି ଥାଆନ୍ତି। ଆପଣ ଯଦି ଆପଣ ଆଣିଥିବା ଶାଢ଼ୀ ଚୁଡ଼ି ମୋତେ ଝିଅ ଭାବି ଦେଇଥାନ୍ତେ ମୁଁ ଆଗ୍ରହରେ ଗ୍ରହଣ କରିଥାଆନ୍ତି ହେଲେ ଆପଣ ମୋତେ ସଖି କଣ୍ଢେଇ ସଜେଇ ଆପଣଙ୍କ ଷ୍ଟାଟସ୍ ଦେଖେଇବାକୁ ଭାବି ନେଲେ। ମୋତେ କ୍ଷମା କରନ୍ତୁ ବୋଉ। ମୁଁ ମୁହଁ ଖୋଲି ହୁଏତ ଆଜି ଅସଂସ୍କାରୀ ବୋହୂ ବୋଲି ନାମିତ ହେବି ହେଲେ ବାପାଙ୍କ ଆତ୍ମ ସ୍ଵାଭିମାନ କୁ କେମିତି ହତ୍ୟା କରିଥାଆନ୍ତି। ମୁଁ ବୋହୂର କର୍ତ୍ତବ୍ୟ ସହିତ ଗୋଟେ ଝିଅ ଧର୍ମ ନିହାତି ପାଳନ କରିବି।

ରାଗିଣୀ ବାହାଘର ପରେ ପ୍ରଥମ ଥର ଏମିତି ମୁହଁ ଖୋଲିଲା। ତା'କଥାରେ ଅନୀତା ଙ୍କ ସାଙ୍ଗ ମାନେ ବି ନୀରବରେ ସମର୍ଥନ କଲେ‌ ଅନୀତା ଲାଜରେ ନିଜ ଭୂଲ୍ ବୁଝି ରାଗିଣୀ କୁ କୋଳେଇ କାନ୍ଦି କାନ୍ଦି ନିଜ ଭୂଲ୍ ସ୍ଵୀକାର କଲେ।


Rate this content
Log in

Similar oriya story from Abstract