Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Tapaswini DashSarangi

Drama Tragedy Inspirational


4  

Tapaswini DashSarangi

Drama Tragedy Inspirational


ପାପ

ପାପ

4 mins 174 4 mins 174

ହେଲୋ....ହେଲୋ..

ଆଜ୍ଞା...ନମସ୍କାର.. ଧୀର ଗଳାରେ କହିଲେ ପଦ୍ମନାଭ 


ସେପଟୁ ବି ଉତ୍ତର ଆସିଲା।ଶୁଣନ୍ତୁ ପଦ୍ମନାଭ ବାବୁ ଯାହା ବି ହେଇଯାଉ ବରଯାତ୍ରୀରେ ଛେଳି ମାଉଁସ ଟିକେ ନହେଲେ କଣ ବରଯାତ୍ରୀ ମାନେ ଖୁସି ହୋଇପାରିବେ।ଟୋକାଟାକଳିଆ ସେମାନେ ସାଙ୍ଗ ବାହାଘର ।କଣ ଭାବିବେ କହୁ ନାହାନ୍ତି? 

 

ସୁଧାକରଙ୍କର ଏମିତି କଥା ଶୁଣି ବିଚରା ପଦ୍ମନାଭ କଣ କରିବେ ତଥାପି ଥ..ଥ..ମ..ମ ହୋଇ କହିଲେ ବୁଝି ପାରୁଛି ଯେ ଆଜ୍ଞା ହେଲେ ମୋ ଆର୍ଥିକ ଅନାଟନ ବିଷୟରେ ଆପଣ ତ ଜାଣିଛନ୍ତି। ତଥାପି....

 ରଖ ହୋ..ମୋ ପୁଅ ଖାଲି ଆପଣଙ୍କ ଝିଅକୁ ଭଲ ପାଇଛି ବୋଲି ମୁଁ ଏତେ ବାଟ ଆଗେଇଛି।ନହେଲେ କଣ ମୋ ପୁଅ ପଛରେ ଝିଅଙ୍କର ଲାଇନି ବି କମ୍ ନାହିଁ।ମୋ ପାଖରେ ଏବେ କେତେ ଝିଅଙ୍କ ଫଟୋ ଆଉ ଟିପ୍ପଣା ପଡିଛି। ଆପଣ ମୋତେ କଣ ଦେବେ ନଦେବେ କିଏ ଜାଣୁଛି।ହେଲେ ଯେଉଁ ପଚାଶ କି ଶହେ ବରଯାତ୍ରୀ ଯିବେ ତାଙ୍କର ଖାତିରିଦାରି ଦରକାର। କିଛି ନହେଲେ ଏ ବାହାଘର ଭାଙ୍ଗିଦିଅନ୍ତୁ। କହିଲେ ସୁଧାକର।


ନାଇଁ ଆଜ୍ଞା ଏମିତି କୁହନ୍ତୁନି ଜାଇ ରଗଡା ସରିଲାଣି,କାର୍ଡ ବଣ୍ଟା ଗୁଆ ଦିଆ ହେଲାଣି ଆଉ ଦଶ ବାର ଦିନରେ ବାହାଘର ହେବ। ମୋର ଗୋଟିଏ ଝିଅ ଆଗକୁ ପଛକୁ ପୁଅ କି ଝିଅ ଆଉ କେହି ନାହାଁନ୍ତି।ହେଉ ହେଲା ମୁଁ ଆପଣଙ୍କ କଥା ମାନି ନେଉଛି।କହି ଫୋନ୍ ରଖିଲେ ପଦ୍ମନାଭ।


ପଛରୁ ସବୁ କଥା ଶୁଣୁଥିଲେ ସୁଶୀଳା ମାନେ ପଦ୍ମନାଭଙ୍କ ସ୍ତ୍ରୀ। କଣ ବା ସେ କରିବେ।ଯଦି ବାହାଘର ଭାଙ୍ଗିଯିବ ନକହିଲା କଥା କହିବେ ସାହି ପଡୋଶୀ ।ଗୋଟିଏ ବୋଲି ଝିଅ ଅରୁନ୍ଧତୀ।ଅରୁକୁ ବହୁତ ଗେହ୍ଲାରେ ବଡ଼ କରିଛନ୍ତି ସେମାନେ। ପଦ୍ମନାଭ ଗୋଟେ ଦୋକାନର ସାଧାରଣ ସେଲ୍ସ ମ୍ୟାନ୍। ସାଧାରଣ ଜୀବନଚର୍ଯ୍ୟା ଭିତରେ ବି ସେ ଝିଅକୁ ବହୁତ ଖୁସିରେ ରଖିଛନ୍ତି।ମନରେ ଡର ଯଦି ସୁଧାକର ବାବୁଙ୍କ କଥା ନଶୁଣିବେ କାଳେ ଝିଅ ପରେ ଖୁଣ୍ଟଣା ଶୁଣିବ। ଛୋଟିଆ ଧାନ ଜମି ଖଣ୍ଡକ ତାଙ୍କର ଥିଲା ଯେ ସେ ଖଣ୍ଡକ ବି ବିକି ଦେଲେ ଝିଅ ବାହାଘର ପାଇଁ।ଏବେ ପୁଣି ବରଯାତ୍ରୀଙ୍କ ଚର୍ଚ୍ଚା ପାଇଁ ବରାଦ।ଏତେ କମ୍ ସମୟରେ ପୁଣି କେଉଁଠୁ କେମିତି ଯୋଗାଡ଼ ହେବ ସେ ଭୋଜି ପାଇଁ ଅଳ୍ପେ ବହୁତେ ସବୁ ଯୋଗାଡ଼ କରି ସାରିଛନ୍ତି। କଣ ବା କରିବେ ଝିଅର ଖୁସି ଆଉ ଭଲ ପାଇବା ଆଗରେ ଜହ୍ନକୁ ତୋଳି ଆଣିବା ପରି ବଡ଼ ଘରେ ବନ୍ଧୁ ବାନ୍ଧୁଛନ୍ତି। 


ହେଇଟି ଶୁଣ ଆମ ଗାଁର ପଞ୍ଚୁଆ ମହାଜନ ହାତ ଉଧାରି ସୁଧ ଦେଉଛି।ତୁମେ ଯାଇ ଗୋଟେ ଥର ପଚାରୁନ। କହିଲେ ସୁଶୀଳା।


ଆରେ ନାଇଁ ନାଇଁ ସେ ମହାଜନ ସୁଧ ନେବା ସହିତ ଆମ ସମ୍ମାନ ବି ବିକି ଦେବ ଯଦି ଆମେ ଠିକ୍ ସମୟରେ ଋଣ ପରିଶୋଧ ନ'କରିବା। 

 ସ୍ଵାମୀ ଠିକ୍ କଥା କହୁଛନ୍ତି ଜାଣି ବି ସୁଶୀଳା କହିଲେ ତାହାଲେ କଣ କରିବା ?କିଏ ବା ଦେବ ଆମକୁ ଟଙ୍କା।କିଛି ନହେଲେ ଆଉ ଲକ୍ଷେ ଟଙ୍କା ତ ଦରକାର।ମାଂସ କେଜି ତ ଆସିକି କେତେ ଟଙ୍କା ହେଲାଣି ଏ ମହରଗିଆ ଦୁନିଆରେ.

ତୁମ କଥା ରଖିକି ଯାଉଛି ମହାଜନ ପାଖକୁ।କହି ବାହାରିଲେ ପଦ୍ମନାଭ।

 

ମହାଜନେ...ମହାଜନେ ଘରେ ଅଛ କି?

 ପଦ୍ମନାଭଙ୍କ ଡାକ ଶୁଣି ମହାଜନ ଦାଣ୍ଡ ପିଣ୍ଢାକୁ ଆସିଲେ।ଆରେ ପଦ୍ମନାଭ..ଆସ ଆସ କଣ ହେଲା କୁହ।

 

ମହାଜନେ ମୋତେ ଲକ୍ଷେ ଟଙ୍କା ଦରକାର ଥିଲା ଏଇ ଝିଅର ବାହାଘର ପାଇଁ। ଟିକେ ସାହିଯ୍ୟ କରିବ କି??ନରମ ଗଳାରେ କହିଲେ ପଦ୍ମନାଭ।


ହଁ ଯେ.. ହେଲେ ତୁମର ଅବସ୍ଥା ଯାହା,ତୁମେ ସୁଝି ପାରିବ ତ?

ନହେଲେ କିଛି ବନ୍ଧକ ରଖିକି ନିଅ ଟଙ୍କା। ମହାଜନ କହିଲେ।


 ବନ୍ଧକ....? ମୋ ପାଖରେ ଖାଲି ମୋ ଭଙ୍ଗା ଘର ଦୁଇ ବଖରା ଅଛି।ସେଇଟା ବନ୍ଧା ରଖ ।ମୁଁ କାଲି କାଗଜ ପତ୍ର ଆଣି ଦେଇ ଦେବି।

ପଦ୍ମନାଭଙ୍କ କଥା ଶୁଣି ମହାଜନ କହିଲେ ହେଇଟି ମୁଁ ଦଶ ପଇସା ସୁଧ ନିଏ ମାନେ ଲକ୍ଷେ ଟଙ୍କାରେ ଦଶହଜାର।ତୁମେ ଘର ବନ୍ଧା ରଖିଲେ ପାଞ୍ଚ ହଜାର ସୁଧ ଦେବ।

ହଁ ଦେବି ମହାଜନେ କହି ପଦ୍ମନାଭ ସେଠୁ ଚାଲିଗଲେ।ତା'ପରଦିନ କଥା ମୁତାବକ ଘରର ପଟା ରଖି ଟଙ୍କା ନେଇଗଲେ।


ବାହାଘର ଦିନ ଆସି ପହଞ୍ଚିଲା। ବରଯାତ୍ରୀ ବି ଆସିଲେ।ହେଲେ ଇଏ କଣ ଦୁଇ ଶହ ଉପରେ ବରଯାତ୍ରୀ। ସମସ୍ତେ ମଦ ପିଇକି ଚୁର୍।ଭୋଜି କମ୍ ହୋଇଯିବନି ତ? କଥା ଥିଲା ପଚାଶ କି ଶହେ ଲୋକ ଆସିବେ ହେଲେ ଦୁଇ ଗୁଣା ଲୋକ।ଦେହରୁ ଗମ ଝାଳ ବୋହି ଗଲାଣି ପଦ୍ମନାଭ ଓ ସୁଶୀଳା ଙ୍କର।


ବରଯାତ୍ରୀ ଚର୍ଚ୍ଚା ଆରମ୍ଭ ହେଲା।ସମସ୍ତେ ଭୋଜିର ମଜା ଉଠେଇଲେ।

ହେଲେ ଏ କଣ?ହଠାତ୍ ପାଟି ତୁଣ୍ଡ ଶୁଭିଲା।ଧାଇଁ ଯାଇ ପଦ୍ମନାଭ ଦେଖନ୍ତି ରୋଷ ଖଳାରୁ ଖାଇବା ନେଇ କିଛି ମାତାଲ ବରଯାତ୍ରୀ ଫିଙ୍ଗା ଫିଙ୍ଗି ଆରମ୍ଭ କଲେଣି।କିଏ କହୁଛି ଚିକେନ୍ ଦରକାର କିଏ କହୁଛି ମାଛ ମୁଣ୍ଡ କାଇଁ ହେଇନି।ଖାଇବା କମ୍ ପଡିବାକୁ ଗଲାଣି।କିଛି ନଭାବି ପଦ୍ମନାଭ ରୋଷେୟକୁ କହି ପୁଣି ରୋଷେଇ ଆରମ୍ଭ କଲେ।ହେଲେ କଣ ହେବ ପରିସ୍ଥିତି ଆୟତ୍ତରେ ନାଇଁ କିଛି ମଦୁଆ ଚୁଲିରେ ପାଣି ପକେଇଦେଲେ।


ପଦ୍ମନାଭ ଯାଇ ସୁଧାକର ବାବୁଙ୍କ ହାତ ଗୋଡ଼ ଧରି ଅନୁରୋଧ କଲେ ଆଜ୍ଞା କିଛି କରନ୍ତୁ। ବରଯାତ୍ରୀ ମାନେ ସମ୍ଭାଳୁ ନାହାନ୍ତି। ଫିଙ୍ଗା ଫୋପଡା କରୁଛନ୍ତି। ଟିକେ। ବୁଝାନ୍ତୁ।


ଓଲଟି ସୁଧାକର ବାବୁ ବରଯାତ୍ରୀଙ୍କ ପଟ ନେଇ କହିଲେ।ସେମାନେ ସେମିତି କରିବେ।ତାଙ୍କ ସାଙ୍ଗ ବାହାଘର ସେମାନେ ମଜା କରିବେନି ତ କିଏ କରିବ। ଖାଇବା। ଯୋଗାଡ଼ କରି ଚର୍ଚ୍ଚା କରିବା ଆପଣଙ୍କ କାମ। 


ସୁଶୀଳା ମାଇପି ଛଳରେ କାନ୍ଦି ପକେଇଲେଣି।କେତେ କଷ୍ଟର ସହିତ ଏ ସବୁ ହୋଇଛି ସେ ଜାଣିଛନ୍ତି।ମା' ଯେତେବେଳେ ମନରେ ଡର ତ ଲାଗୁଛି।ଏମିତି ଘରେ ଝିଅ କେମିତି ଚଳିବ। ଅରୁନ୍ଧତୀ ସବୁ ଦେଖୁଥିଲା।କଣ ବା କହିବ।ତା' ପାଇଁ ତା' ବାପା ମା' କେତେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଜାଣି ବି ସେ ନିରୂପାୟ।

ବାହାଘର ସରିଲା ।ଝିଅ ବି ଶାଶୁ ଘରକୁ ଗଲା।


ମାସଟିଏ ପରେ ମାସକୁ ମାସ ଯେତେବେଳେ ସୁଧ ଦେବା ସମୟ ଆସେ ନିଜ ଦରମାରୁ ପାଞ୍ଚ ହଜାର କାଢି ଦେଇ ଦିଅନ୍ତି ପଦ୍ମନାଭ ମହାଜନଙ୍କୁ।ଆଉ ବାକି ଦୁଇ ହଜାରରେ ଦୁହେଁ କଷ୍ଟେ ମଷ୍ଟେ ଚଳିଲେ। କଥାରେ ଅଛି "ଝିଅ ବାହାଘର ନୁହେଁ ତ ବୁହାଘର"।

ପୁନେଇ ପରବ ପୁଣି ନକଲେ ଝିଅ ସେପଟେ କଟୁ କଥା ଶୁଣିବ। ଏମିତି କରୁ କରୁ କେବେ କେବେ ସୁଧ ବି ଦେଇ ହୁଏନି।ଚାରି ପାଞ୍ଚ ଥର ଏମିତି ସୁଧ ନଦେଇ ପାରିବାରୁ ମହାଜନ ଦାଣ୍ଡରେ ଘାଟରେ ସବୁଠି ଏଣୁ ତେଣୁ କଥା କହିଲେ। 


ହଠାତ୍ ସେଦିନ ଦୁଇଟା ଲୋକଙ୍କୁ ନେଇ ପଦ୍ମନାଭଙ୍କ ଘରକୁ ଯାଇ କହିଲେ। ଶୁଣ ମାସକ ଭିତରେ ସବୁ ସୁଧ ମୂଳ ପରିଶୋଧ କର ନହେଲେ ଭଲ ହେବନି।।ସୁଧ ମୂଳ ମିଶେଇ ଦେଢ଼ ଲକ୍ଷକୁ ଧାପ ଦେଲାଣି।


କଣ ବା କରିବେ ଦୁହେଁ ସ୍ଵାମୀ ସ୍ତ୍ରୀ କିଛି ବି ଜାଣି ପାରିଲେନି।ମାସେ କଣ ବର୍ଷେ ବିତିଲେବି ସୁଝି ପାରିବେନି।ଯେଉଁଥି ପାଇଁ ତ ସେ ଟଙ୍କା ଆଣିଲେ ତା'ମହତ ବି ରହିଲାନି। ଦୁହେଁ ଠିକ୍ କଲେ ଏ ବୋଝ ନେଇ ବଞ୍ଚିବା ଅପେକ୍ଷା ମରିଯିବା ଭଲ।ସବୁ ତ ଗଲାଣି ମାନ ସମ୍ମାନ ଇଜ୍ଜତ କିଛି ନାହିଁ।ରାତିରେ ବିଷ ପିଇ ଦୁହେଁ ଆତ୍ମହତ୍ୟା କରିଦେଲେ।ମରିବା ଆଗରୁ ଶେଷ ଚିଠି ଯାହା ଲେଖିଥିଲେ ପଦ୍ମନାଭ। ସେଇଟା ପୋଲିସ୍ ହାତରେ ପଡିଲା ,ସେଥିରେ ଲେଖାଥିଲା " ଆମ ମରିବା ପାଇଁ ଦାୟୀ କେହି ନୁହଁନ୍ତି୍।ଖାଲି ସମାଜ ପାଇଁ କିଛି କଥା-ଏ ଦୁନିଆରେ କଣ ଝିଅର ବାପ ହେବା ପାପ?,ଝିଅର ବାପ ହୋଇ ଗରୀବ ହେବା କଣ ଆଉ ଗୋଟିଏ ପାପ? ହଁ ସବୁଠାରୁ ବଡ଼ ପାପ ହେଉଛି ସବୁ କଷ୍ଟ ସହି ନପାରି ଋଣ ବୋଝକୁ ସୁଝି ନପାରି ଭୀରୁ କାପୁରୁଷଙ୍କ ପରି ଆତ୍ମହତ୍ୟା କରିବା।ସବୁ ଜାଣିକି ବି ଆମେ ନିରୂପାୟ ।ମୃତ୍ୟୁକୁ ଆଲିଙ୍ଗନ କରିବା ଛଡା ଆମ ପାଖରେ ରାସ୍ତା ନଥିଲା'।



Rate this content
Log in

More oriya story from Tapaswini DashSarangi

Similar oriya story from Drama