Tapaswini DashSarangi

Abstract Romance Tragedy

4.7  

Tapaswini DashSarangi

Abstract Romance Tragedy

ବାଟବଣା ଫଗୁଣ

ବାଟବଣା ଫଗୁଣ

6 mins
392


ମାମା ଏ ମାମା...ମାମା ତୁ କେଉଁଠି ଅଛୁ, ଶୁଭୁନି ତୋତେ

ଚାଲ୍ ଆଜି ମନ୍ଦିର ଯାଇ ଟିକେ ଦର୍ଶନ କରି ଆସିବା। ଆଜି ତୋର ନୂଆ ଅଫିସ୍ ରେ ପ୍ରଥମ ଦିନ। ଚିଲ୍ଲେଇ ଡାକ ଛାଡୁଥିଲା ଡେଜି।

 

ସେ ଭଗବାନଙ୍କ ଉପରେ ଭରସା ମୋର ତୁଟି ଯାଇଛି।ତାଙ୍କୁ ଏତେ କରି ଡାକିଲି ହେଲେ ଲାଭ କଣ ହେଲା କହୁନୁ। ସେ ମୋ ଭକ୍ତି ଓ ଭଲପାଇବା ବଦଳରେ ମୋ ହାତର ଶଙ୍ଖା ସିନ୍ଥିର ସିନ୍ଦୁର ମାଗିନେଲେ।ଜୀବନକୁ ରଙ୍ଗହୀନ କରିଦେଲେ।ଏବେ କାହିଁକି ଯିବି ତାଙ୍କ ପାଖକୁ।କହିଲା ସରିତା।


 ମୁଁ ବହୁତ ଛୋଟ ଥିଲି ପାପାଙ୍କ ମୁଁହ ବି ଭଲ କରି ମନ ନାହିଁ।ତୁ ମୋତେ କେତେ ଦୁଃଖରେ ବଡ଼ କରିଛୁ।କଷ୍ଟ ଶବ୍ଦର ପରିଭାଷା ତୋ ଠୁ ଶିଖିଛି।ଏତେ ବର୍ଷ ପରେ ସେ ଭଗବାନଙ୍କ କୃପା ପାଇଁ ତ ତୁ ଦେଇଥିବା କମ୍ପିଟେଟିଭ୍ ପରୀକ୍ଷାରେ ତୁ ପାସ୍ କରି ଆଜି ବ୍ଯାଙ୍କ୍ ରେ ମ୍ୟାନେଜର୍ ଭାବେ ଜଏନ୍ କରିବୁ କହିଲା ବାର ବର୍ଷର ଝିଅ ଡେଜି। ବୟସ କମ୍ ହେଲେ ବି ପରିସ୍ଥିତି ତା'କୁ ବହୁତ ଅଭିଜ୍ଞ କରି

 ଦେଇଛି।

ଦେଖ୍ କହୁଛି ନା' ସେ ଭଗବାନଙ୍କ ନାଁ ମୋ ଆଗରେ ଧରିବୁନି ବୋଲି।ସେ ପଥର ସେ କଠୋର ସେ ହୃଦୟବିହୀନ।ହଉ ଛାଡ୍ ଚାଲ୍ ତୋର ସ୍କୁଲ୍ ବସ୍ ଆସିବା ସମୟ ହୋଇଗଲାଣି।କହି ଝିଅକୁ ବାଆଁରେଇ କଥା ଭୂଲେଇଲା ସରିତା।

ଚାକିରୀର ଆଜି ପ୍ରଥମ ଦିନ।ଧଡ଼ପଡ଼ ହୋଇ ବ୍ୟାଙ୍କ୍ ରେ ପହଞ୍ଚିଗଲା ସରିତା।ତାକୁ ସେଠାରେ ବହୁତ ସମ୍ମାନ ମିଳିଲା। ଏ ସବୁ ଭିତରେ ବହୁତ ଖୁସି ଥିଲା ସରିତା।ମନର କଷ୍ଟକୁ ଲୁଚେଇ ଉପରକୁ ହସ ଦେଖାଇବାର କଳା କିଏ ତା'ଠୁ ଶିଖିବ।

 ହୁଏତ ଚାକିରୀ ପର ଠାରୁ ତା'କୁ ବହୁତ ସଂଘର୍ଷ କରିବାକୁ ପଡିଛି ସିନା କିନ୍ତୁ ସେ କେବେ ହାରିନି ଗୋଟେ ପଟେ ଝିଅ ଓ ପାରାଲିସିସ୍ ରେ ଆକ୍ରାନ୍ତ ଶାଶୁଙ୍କର ସେବା ଅନ୍ୟ ପଟେ ପେଟକୁ ଦାନା ଦେହକୁ କନା ଯୋଗାଉଥିବା ଚାକିରୀ।

   ସେଦିନ ଶୀତୁଆ ରବିବାର ଥାଏ ବ୍ୟାଙ୍କ୍ ର ସବୁ ଶାଖା ମିଶି ଏକ ବଣଭୋଜି ଆୟୋଜନ କରିଥିଲେ।ଯିବ ଯିବନି ହୋଇ ସରିତା ବାହାରିଲା ବଣଭୋଜିକୁ।ସରିତାର ସୁନ୍ଦର କଣ୍ଠସ୍ଵରରେ ଏକ ଗୀତ ଶୁଣିବାକୁ ଅନୁରୋଧ କଲେ ଅନ୍ୟମାନେ।

ହଁ ନାଇଁ ହୋଇ ରାଜି ହୋଇ ଗୀତ ଗାଇଲା ସରିତା"ନିଦ ଭରା ରାତି ମଝୁଝରା ଜହ୍ନ....."ଗୀତ ଗାଉ ଗାଉ ନିଜ କୋହ ଆଉ ଲୁହକୁ ଅଟକାଇ ପାରିଲାନି ସେ। 

ସରିତା ର ଭାବପ୍ରବଣତା ଦେଖି ତା' ବ୍ୟାଙ୍କ୍ ର ଅନ୍ୟ ଏକ ଶାଖାରେ ତା' ସିନିୟର୍ ଭାବେ କାମ କରୁଥିବା ଉପେନ୍ଦ୍ର ତା' ପାଖକୁ ଆସି ପଚାରିଲା

ଆରେ କଣ ହେଲା ତୁମର? ସବୁ ବେଳେ ହସୁଥିବା ଏ ମୁଁହଟିରେ ଏତେ ଲୁହ ?????


ଆରେ ହଠାତ୍ କଣ ହେଲା? କୁହ ତ ଥରେ ମୋତେ?


ନାଇଁ ସାର୍ ସେମିତି କିଛି ନାହିଁ କହି ସେଠାରୁ ଚାଲିଗଲା ସରିତା।


ଉପେନ୍ଦ୍ର ଆଗରୁ ଅନେକ ଥର ଦେଖିଛି ସରିତା କୁ। କେଉଁଠି ନା କେଉଁଠି ତା' ହୃଦୟରେ ଏକ ଛୋଟିଆ ଜାଗା ବି ଦେଇ ସାରିଛି ସରିତାକୁ।।

କେବେ କିନ୍ତୁ ସରିତାକୁ କାନ୍ଦିବାର ଦେଖିନି।ସଜଳ ଆଖି ଦୁଇଟି ବହୁତ କଥା କୁହେ ସରିତାର,ଓଠରେ ହସର ମୁକ୍ତା ଝରୁଥାଏ କଥା ବି ମନ କିଣି ନେଲା ପରି।ଗୋଟେ ପୁରୁଷ ର ହୃଦୟ ଜିଣିବାକୁ ଆଉ କଣ ବା ଦରକାର?


ଉପେନ୍ଦ୍ର ମନରେ ସାହାସ ଜୁଟେଇ ଭାବିଲା ଆଜି ନିଜ ମନ କଥାକୁ ସରିତା ଆଗେ କହି ଦେବ। ସରିତାକୁ ଏକାନ୍ତ ସ୍ଥାନକୁ ଡାକି ତା' ମନ କଥାକୁ କହିବା ଆରମ୍ଭ କରିଛି କି ନାହିଁ।

ସରିତା କହିଲା ଦେଖନ୍ତୁ ସାର୍ ଆପଣ ମୋତେ କେତେ ଚିହ୍ନିଛନ୍ତି ? ଆପଣଙ୍କ ସହ କାମ କରିକି ଏଇ ମାତ୍ର ପାଞ୍ଚ କି ଛଅ ମାସ ହୋଇଛି । ଏତିକିରେ ଆପଣ ମୋତେ ନିଜର କରିବାକୁ ଭାବିନେଲେ ?? କଣ ନାରୀର ସୌନ୍ଦର୍ଯ୍ୟ ହିଁ ସବୁ କିଛି ? ମୋ ଅତୀତ ବିଷୟରେ ନ'ଜାଣି କି ମୋ ଜୀବନ ବିଷୟରେ ନ'ଜାଣି ଆପଣ କେମିତି ଏମିତି ଭାବିନେଲେ ? କହି ସେଠାରୁ ଟ୍ୟାକ୍ସି ଧରି ସରିତା ନିଜ ଘରକୁ ଚାଲିଗଲା।

 ଉପେନ୍ଦ୍ର ମନରେ ବହୁତ ଦୁଃଖ ହେଲା କାଳେ ତା' ସକାଶେ ସରିତା ଆଜି ମନ ଦୁଃଖରେ ନ'ଖାଇ ଚାଲିଗଲା।

ତା'ପରଦିନ ଉପେନ୍ଦ୍ର ସରିତା କାମ କରୁଥିବା ଶାଖା ବ୍ୟାଙ୍କ୍ ଯାଇ ଦେଖେ ତ ସରିତା ତା' ସିଟ୍ ରେ ନାହିଁ।ବୁଝିଲା ଯେ ସରିତା ଛୁଟି ନେଇଛି।ଉପେନ୍ଦ୍ରର ମନ ଭାରି କଷ୍ଟ ହେଲା ସେ ଭାବୁଥିଲା ତା'ର ସେ ଭୂଲ୍ ପାଇଁ ସରିତା ଆସିନି। ସେ ବ୍ୟାଙ୍କ୍ ରେଜିଷ୍ଟର୍ ରୁ ସରିତା ଘର ଠିକଣା ନେଇ ପହଞ୍ଚିଗଲା ସରିତା ଘରେ। କଲିଂ ବେଲ୍ ମାରିଲା ପରେ ଡେଜି ଆସି ଦୂଆର ଫିଟେଇଲା।

କିଏ ଆପଣ ? କାହାକୁ ଖୋଜୁଛନ୍ତି? ପଚାରିଲା ଡେଜି


ଉପେନ୍ଦ୍ର କିଛି କହିବା ଆଗରୁ ନଜର ପଡିଲା ସରିତା ଉପରେ।


ସରିତା ବସିଛି ଏକ ଫୁଲ ମାଳରେ ସୁସଜ୍ଜିତ ଫଟୋ ଆଗରେ। ଶ୍ରାଦ୍ଧ ଚାଲିଛି।

ଉପେନ୍ଦ୍ର କହିଲା ସରିତା ମ୍ୟାଡାମଙ୍କ ସହିତ ଦେଖା ହେବାର ଥିଲା।

 ଆସନ୍ତୁ ଭିତରକୁ ମାମା ଙ୍କୁ ମୁଁ କହିଦେଉଛି। ଆଜି ମୋ ପାପାଙ୍କ ଶ୍ରାଦ୍ଧ, ସେ ସେଠାରେ ବସିଛନ୍ତି। କହି ଭିତରକୁ ପାଛୋଟି ନେଲା ଡେଜି। ମନେ ମନେ ଆଶ୍ଚର୍ଯ୍ୟ ଦୁନିଆରେ ହଜିଗଲା ଉପେନ୍ଦ୍ର।


ହେ ପ୍ରଭୂ! ଇଏ କଣ କି ଲୀଳା ତୁମର। ଏତେ କମ୍ ବୟସରୁ ଏତେ କଷ୍ଟ ଓ ସଂଘର୍ଷ ଜୀବନ ???? କେମିତି ଏହା ସମ୍ଭବ? କେମିତି ଜଣେ ଏତେ କଷ୍ଟ ସହି ହସି ପାରେ?

ଭାବନା ଭିତରେ କାନ୍ଦିବାକୁ ଆରମ୍ଭ କଲା ଉପେନ୍ଦ୍ର ।

ଉପେନ୍ଦ୍ରର ଏ ଅବସ୍ଥା ସ୍ପଷ୍ଟ ବାରି ପାରୁଥିଲେ ସରିତାର ଶାଶୁ।କିନ୍ତୁ କାରଣ ଅଜଣା ଥିଲା ତାଙ୍କୁ।

ଡେଜିକୁ କହି ହୁଇଲ୍ ଚେୟାର୍ ରେ ଆସି ପହଞ୍ଚିଲେ ଉପେନ୍ଦ୍ର ପାଖରେ।

ବାବା ତୁମେ କିଏ ? ତୁମ ଆଖିରେ ଲୁହ କଣ ପାଇଁ ?

ଇତଃସ୍ତତଃ ହୋଇ ଉପେନ୍ଦ୍ର କହିଲା ମୁଁ ସରିତାଙ୍କ ବ୍ୟାଙ୍କ୍ ରେ କାମ କରେ।ଆଜି

ଯାଏଁ ସରିତାଙ୍କ ବିଷୟରେ ମୁଁ ଯାହା ଭାବିଥିଲି ସେ ତ ପୁରା ଓଲଟା ..ମାଉସୀ।

ତାଙ୍କ ଭିତରେ ଏତେ କଷ୍ଟ ମୁଁ ଜାଣିନଥିଲି।ଆଜି ତାଙ୍କ ପ୍ରକୃତ ପରିଚୟ ଦେଖି ଆଖିରେ ଲୁହ କଥା ମାନିଲାନି।

ଉପେନ୍ଦ୍ରର ସରିତା ପ୍ରତି ଉଦାର ସ୍ଵଭାବ ଦେଖି ସରିତାର ଶାଶୁ କହିଲେ ।ଆଜିକି ଠିକ୍ ତେର ବର୍ଷ ତଳେ ମୋ ପୁଅକୁ ଭଲ ପାଇ ତା' ବାପା ମା'ପରିବାରକୁ ଛାଡି।ସରିତା ମୋ ପୁଅ ସହିତ ପଳେଇ ଆସିଥିଲା।ସେତେବେଳେ ତା'କୁ ମାତ୍ର ଉଣେଇଶି କି କୋଡିଏ ବର୍ଷ ହେବ।ଭଗବାନଙ୍କ ଉପରେ ପ୍ରଗାଢ଼ ଭରସା ଥିଲା ସରିତାର।ତା' ବାପା ମା' ତା' ସହିତ ସମ୍ପର୍କ କାଟି ଦେଇଛନ୍ତି। ମୁଁ ବି ରାଜି ନଥିଲି ଏ ବାହାଘରରେ କାହିଁକିନା ମୋ ପୁଅ ମଦ ଜୁଆ ଆଉ ଗଞ୍ଜେଇରେ ନିଜର ସର୍ବସ୍ଵ ହରେଇ ଦେଇଥିଲା। ଜାଣିନି ଏ ସରିତା ପରି ଲକ୍ଷ୍ମୀ ପ୍ରତିମା ମୋ ପୁଅକୁ କଣ ଦେଖି ଭଲ ପାଇଲା।ତଥାପି ଭାବିନେଲି ଭଗବାନ ହୁଏତ କିଛି ଭଲ ଉଦ୍ଦେଶ୍ୟ ନେଇ ଏ ଦୁହିଁଙ୍କୁ ଏକାଠି କରିଛନ୍ତି ସବୁ ଦିନ ରାତିରେ ନିଶାଗ୍ରସ୍ତ ହୋଇ ମୋ ପୁଅ ସରିତା ଉପରେ ଅତ୍ୟାଚାର କରେ। ହଠାତ୍ ଗୋଟେ ଦିନ ମଦ ନିଶାରେ ବାଇକ୍ ରେ ଆସୁ ଆସୁ ରାସ୍ତାରେ ପଡି ମରିଗଲା।ସେତେବେଳକୁ ଡେଜି ମାତ୍ର ଦୁଇ ବର୍ଷର।

ସରିତାର ଭଗବାନଙ୍କ ଉପରେ ସେ ଅଟଳ ଭରସା ଭାଙ୍ଗିଗଲା।

ମୁଁ ବି ଉଚ୍ଚ ରକ୍ତଚାପ ଯୋଗୁଁ ପକ୍ଷାଘାତରେ ପଡିଗଲି।ସେଇ ସଂଘର୍ଷ ଭିତରେ ସରିତା ତା' ଅଧା ଛାଡିଥିବା ପାଠକୁ ପୂର୍ଣ୍ଣ କଲା।ସେଇ ଠାକୁରଙ୍କ ଦୟାରୁ ସେ ଏବେ ଭଲ ଚାକିରୀ ଖଣ୍ଡେ ପାଇଲା।

ହେଲେ ବାବା ସେ ସୁଖ କଣ ଜାଣିନି? ତୁମ ପରି କେହି ଜଣଙ୍କୁ ମୁଁ ଅପେକ୍ଷା କରିଥିଲି।ତୁମେ ହିଁ ଉପଯୁକ୍ତ ପାତ୍ର ମୋ ବୋହୂ ପାଇଁ।ଯଦି ତୁମର କିଛି ଅସୁବିଧା ନ'ଥାଏ ତେବେ......।

ଉପେନ୍ଦ୍ର ଏ ସବୁ ଶୁଣି କହିଲା ମାଉସୀ ମୋର କିଛି ଅସୁବିଧା ନାହିଁ।ମୁଁ ଏ ଦୁନିଆରେ ଏକା।ମୁଁ ଅନାଥାଶ୍ରମରେ ବଡ଼ ହୋଇଛି ମାଉସୀ। ଜୀବନରେ ଏକା ହୋଇ ଆଗକୁ ଚାଲିବି ବୋଲି ଭାବୁଥିଲି ।ଯେବେ ଠାରୁ ସରିତାଙ୍କୁ ଦେଖିଛି ଏ ଜୀବନରେ ଏକ ନୂତନତାର ଉର୍ଜା ଦେଖିବାକୁ ପାଇଛି। ସମୟ ସବୁଠାରୁ ବଳବାନ୍।ସେ ସମୟକୁ ଅପେକ୍ଷା କହି ସରିତାକୁ ଦେଖା ନକରି ଚାଲିଗଲା ସେ।


ଡେଜି ଜେଜେ ମା'ର କଥା ଶୁଣୁଥିଲା। ପ୍ରଥମ ଦେଖାରେ ଉପେନ୍ଦ୍ର ସହିତ କିଛି ଖାସ୍ ସମ୍ପର୍କ ଥାଇପାରେ ବୋଲି ଅନୁଭବ କରୁଥିଲା। ସେ ତ ଛୋଟ ପିଲା କେମିତି ବୁଝେଇବ ତା' ମାମାକୁ।


ସେଦିନ ରାତିରେ ଶୋଇବା ସମୟରେ ଡେଜି କହିଲା ମାମା ମୁଁ ଆଜି ଯାଏଁ କିଛି ମାଗିନି ତୁମକୁ।ଆଜି କିଛି ମାଗିବି ଦେବ ମୋତେ?


ଆରେ ଧନ କହୁନୁ ତୁ ଯାହା ମାଗିବୁ ମୁଁ ଦେବି?ଏମିତି କି ମୋ କଲିଜା କାଢି ଦେଇ ଦେବି।। ଲୁହ ମିଶା ହସରେ କହିଲା ସରିତା।

ମାମା ମୋତେ ତୁମର ଖସି ଦରକାର,ତୁମ ଓଠର ଅସଲି ହସ ଦରକାର ମାମା।

ସେ ଖୁସି ତୁମକୁ ମିଳିବ ଯଦି ତୁମେ ମୋତେ ପାପା ଗୋଟେ ଆଣି ଦେବ। କାନ୍ଦି କାନ୍ଦି କହିଲା ଡେଜି।

ଶୋଇବା ଶେଯରୁ ଉଠି ବସିଲା ସରିତା।କହିଲା ପାପା..... ମୁଁ ତୋ ପାଇଁ କେଉଁଠୁ ଆଣିବି? ସେ ତ ଆମକୁ ଛାଡି ବହୁତ ଦୂରକୁ ଚାଲି ଯାଇଛନ୍ତି।

ମାମା...... ତୁମେ ସବୁବେଳେ ମୋତେ ଭଗବାନଙ୍କ ନାଁ ଧରିବାକୁ ମନା କର ନା।

ତୁମେ ତ ଭଗବାନଙ୍କୁ ବହୁତ ଭରସା କରୁଥିଲ।ତାଙ୍କ ପୂଜା ନକଲେ ଅନ୍ନ ବି ଛୁଉଁ ନଥିଲ।ଆଉ ଏବେ...

ହଁ ମାମା ସେ ଭଗବାନ ତୁମକୁ ଭଲ ପାଆନ୍ତି ବୋଲି ତ ପାପାଙ୍କୁ ନେଇଗଲେ।ନହେଲେ ଏବେ ତୁମ ଅବସ୍ଥା କଣ ହୋଇ ଥାଆନ୍ତା? ଜୀବନରେ ଶାନ୍ତି ର ସ୍ଵାଦ ବି ଜାଣି ନଥାନ୍ତ ତୁମେ। 

ମାମା ଉପେନ୍ଦ୍ର ଅଙ୍କଲ୍ ଯଦି ମୋ ପାପା ହୁଏନ୍ତେ........

ଭଗବାନ ଉପେନ୍ଦ୍ର ଅଙ୍କଲ୍ ଙ୍କୁ ପଠେଇଛନ୍ତି ତୁମକୁ ସେ ଖୁସି ଦେବାକୁ ଯାହା କେବେ ପାପା ଦେଇନଥିଲେ ତୁମକୁ।

ଝିଅର କଥା ଶୁଣି ଭୋ ଭୋ ହୋଇ କାନ୍ଦିଲା ସରିତା।ତକିଆରେ ଭିଜି ଯାଉଥିଲା ଅବଷାଦ ଆଉ ଭଙ୍ଗାମନଟିରୁ ନିର୍ଗତ ଲୁହ ବୁନ୍ଦା ମାନ।ଭିଜା ଆଖିରେ ନିଦ କେତେବେଳେ ମାଡି ଆସିଲା ଜାଣି ପାରିଲାନି ସେ। 

ସକାଳୁ କାମ ସାରି ସେ ବ୍ୟାଙ୍କ୍ ଚାଲିଗଲା।ସେଦିନ ନା ତା ମନରେ ଥିଲା ଖୁସି ନା ଥିଲା ଓଠର ସେ ମିଛ ହସ। ସେ ଦେଖିବାରେ ଅନେକ ବସନ୍ତ ଆସିଛି ମଳୟ ବି ଆସିଛି,ଫଗୁଣ ବି ଫଗୁ ଖେଳରେ ରଙ୍ଗେଇ ହୋଇଛି।ହେଲେ ସମସ୍ତେ ବାଟବଣା ହୋଇଯାଇଛନ୍ତି ତା'ଜୀବନରେ।ସ୍ଵଚ୍ଛ ମନ ନେଇ ଯାହା ହାତରେ ଫଗୁଣ ଅଭିର ନିଜ ମଥାରେ ନାଇଲା,ସେ ବି ବାଟବଣା ହୋଇ ଛାଡି ଚାଲିଗଲା।

ଝିଅକୁ ଦେଇଥିବା ପ୍ରତିଶୃତିକୁ ଭାବି ସେ ଫୋନ୍ କଲା ଉପେନ୍ଦ୍ରଙ୍କୁ ଓ ଡେଜିର ସବୁ କଥା କହିଲା।

ଆପଣଙ୍କ ଯଦି ସମ୍ମତି ଅଛି ଚାଲନ୍ତୁ ଆଜି ଆମେ କୋର୍ଟ ମ୍ୟାରେଜ୍ କରିନେବା।

ଗୋଟେ ସର୍ତ୍ତ ରଖିବି ଆପଣଙ୍କ ପାଖେ।ମୁଁ ଜାଣିନି ମୁଁ ଆପଣଙ୍କୁ ନିଜର କରିବାକୁ କେତେ ସମୟ ନେବି କିନ୍ତୁ ଆପଣ ମୋ ଝିଅ ଯେ କି ବାପାର ସ୍ନେହ ପାଇଁ ରଙ୍କୁଣୀ ତାକୁ ଏତେ ସ୍ନେହ ଅଜାଡି ଦେବେ ଯେ ଆପଣ ସେ ତା ବାପା ଅଭାବକୁ ଭୂଲି ଯିବ।

ସରିତା ତୁମେ ଚିନ୍ତା କରନି ମୁଁ ସିନା ଅନାଥ ବାପା ସ୍ନେହ ଜାଣିନି ହେଲେ ଡେଜିକୁ ସମ୍ପୂର୍ଣ୍ଣ ଭାବେ ବାପାର ସ୍ନେହ ଦେବାକୁ ଚେଷ୍ଟା କରିବି। ଏତିକି କହି ଦୁହେଁ କୋର୍ଟ ମ୍ୟାରେଜ୍ କରିନେଲେ।

ଘରକୁ ଯାଇ ସରିତାର ଶାଶୁଙ୍କୁ ଦୁହେଁ ମୁଣ୍ଡିଆ ମାରି ସୁଖୀ ଜୀବନ ପାଇଁ ଆଶୀର୍ବାଦ ଭିକ୍ଷା କଲେ।

ଡେଜିକୁ ଉପେନ୍ଦ୍ର କହିଲା ଆଜି ଠାରୁ ମୁଁ ତୋର ପାପା।

ଡେଜି ଖୁସି ହୋଇ କହିଲା ଆଉ ମାମା ତୁମର କଣ??

ହସି ହସି କହିଲା ଉପେନ୍ଦ୍ର ସେ ହେଉଛନ୍ତି ମୋ ଜୀବନରେ ବାଟବଣା ଫଗୁଣ।ଯାହାକୁ ମୁଁ ଋତୁରାଜ ବସନ୍ତ ହୋଇ ମୋ ପାଖରେ ସାଇତି ରଖିବି।


   


Rate this content
Log in

Similar oriya story from Abstract