Priyaranjan Biswal

Drama Romance Others

3  

Priyaranjan Biswal

Drama Romance Others

ସଞ୍ଜୟଙ୍କ ଅଭିଲିପ୍ସା

ସଞ୍ଜୟଙ୍କ ଅଭିଲିପ୍ସା

5 mins
211


( ପ୍ରଥମ ଅଂଶ)


    ମିତା ତରତର ହୋଇ ପହଁଞ୍ଚିଲା ଅଭିଲିପ୍ସା ଘର ଆଗରେ, ଆଉ କହିଲା- ମହାରାଣୀ ବାହାରିଲେଣି ନା ନାହିଁ? ଅଭିଲିପ୍ସା- ହଁ ହଁ ଟିକିଏ ରହ ଯାଉଛି। ମିତା- ଟିକିଏ ରହ କହିବି ପନ୍ଦର ମିନିଟ୍ ହେଇଗଲାଣି, ତୁ ଆସିବୁନା ନାହିଁ? ଅଭିଲିପ୍ସା- ଯାଉଛି, ଯାଉଛି, ଏମିତି ଆଉ ଗଳା ଫଟେଇ ଚିତ୍କାର କରନି। ଯେମିତି ତୋର ଟିକିଏ ଲେଟ୍ ହେଇଗଲେ ଫ୍ଲାଇଟ୍ ଟା ମିସ୍ ହୋଇଯିବ? ମିତା- ତୁ ଆଗ ଆସିଲୁ ଯିବା। ପରେ ଯାହା କଥା କହିବୁ।


ଅଭିଲିପ୍ସା ଓ ମିତା ସାଙ୍ଗ ହୋଇ କଲେଜ୍ ବାହାରିଲେ। ବାଟରେ ଅଭିଲିପ୍ସା କଥା କଣ ଆଜି ପୁରା ଅଧିକ ସଜବାଜ, କଲେଜ୍ ଯିବା ପାଇଁ ପୁରା ତରତର? ମିତା-ନାଇଁ ମ ସେମିତିକିଛି ନାହିଁ, ମୋ ସାଙ୍ଗ ଝିଲିର କାଲି ବାହାଘର, ତେଣୁ ତା' ପାଇଁ ମୋର କିଛି ମାର୍କେଟିଂ କରିବା ଅଛି ତେଣୁ କଲେଜ୍ ଯିବା ବାଟରେ ମାର୍କେଟିଂ ସାରିଦେଇ ଯିବା, ନହେଲେ ଫେରିଲା ବେଳକୁ ବିଳମ୍ବ ହୋଇଯିବ। ଆଉ ବାକି ରହିଲା ମୋ ସଜବାଜ କଥା, ଏତେ ସଜବାଜ ହେବାପରେ ମୁଁ ଯେତିକି ସୁନ୍ଦର ଦେଖା ଯାଉଛି ବିନା ସଜବାଜରେ ତୁ ମୋ ଠାରୁ ଅଧିକ ସୁନ୍ଦର ଦେଖାଯାଉଛୁ। ତୋ ସହ ମତେ ଯିଏ ଦେଖିବ, ତତେ ରାଜକୁମାରୀ ଆଉ ମତେ ତୋ ଦାସୀ ବୋଲି ଭାବିବ। ପ୍ରକୃତରେ ତୁ ଏତେ ସୁନ୍ଦର କେମିତି ହେଲୁ କହିଲୁ? ମୁଁ ଝିଅଟିଏ ହୋଇ ମଧ୍ଯ ବେଳେ ବେଳେ ମତେ ତୋ ପ୍ରେମରେ ପଡିବାକୁ ଇଚ୍ଛା ହୁଏ। କାସି୍ ମୁଁ ଗୋଟିଏ ପୁଅ ହୋଇଥାନ୍ତି, ତୁ ରାଜି ହୋ କି ନ ହୋ ମୁଁ ତତେ ନିଶ୍ଚିତ ଉଠେଇ ନେଇଯାଇଥାନ୍ତି। ଆଉ ଗୋଟିଏ କଥା ବି ମୁଁ ଭାବେ, ତୋ ସୁନ୍ଦରତା ଦେଖି ମୋର ଯଦି ଏମିତି ଅବସ୍ଥା, ତାହେଲେ ତତେ ଦେଖି ପୁଅ ମାନଙ୍କର ଅବସ୍ଥା କଣ ହେଉଥିବ? କେତେ ପୁଅ ତତେ ନେଇ ସ୍ୱପ୍ନ ଦେଖୁଥିବେ, କେତେ ପୁଅଙ୍କର ତୁ ସ୍ୱପ୍ନର ନାୟୀକା ଆଉ କେତେଜଣଙ୍କର ହୃଦୟ ରାଇଜ ରାଣୀ ସାଜିଥିବୁ। କେବେ ଏସବୁ ବିଷୟରେ ଭାବିଛୁ? ଅଭିଲିପ୍ସା- ଥାଉ ଥାଉ, ତୋର ସେ ଫଲ୍ମି ଡାଇଲଗ୍ ସେତିକି ଥାଉ, ବେସି ବହଳିଆ ହେଇଯାଉଛି। ଟିକିଏ ପାଣି ମିଶା। କାମ ଧନ୍ଦା ତ କିଛି ନାହିଁ, ଦିନ ରାତି ଖାଲି ସ୍ୱପ୍ନ ଦେଖିଲା। ସେ ବେକାର କଥା ସବୁ ବନ୍ଦ‌ କରି ଚୁପଚାପ୍ ଚାଲ୍।।


କିଛି ସମୟ ସେମିତି ଚୁପଚାପ୍ ଆଗକୁ ଯିବା ପରେ  ମିତା- କଥା କଣ ତୁ ଏମିତି ହଠାତ୍ ଚୁପ୍ ହେଇଗଲୁ? ଆରେ ତୁ ଭାବୁଚୁକି, ତୋ ବାହାଘର ବେଳକୁ ଏସବୁ କିଏ ମାର୍କେଟିଂ କରିବ? ତୁ ଯେତେବେଳେ ବାହା ହେବୁ, ମୁଁ ହିଁ ତେ ପାଇଁ ମାର୍କେଟିଂ କରିଦେବି। ତୋ ପସନ୍ଦର ମେହେନ୍ଦୀ, କସମେଟିକ୍ସ, ଶୃଙ୍ଗରର ସମସ୍ତ ସାମଗ୍ରୀ ସବୁ ଆଣିଦେବି। ତୋତେ ବେଶି କିଛି ଚିନ୍ତା କରିବା ଦରକାର ନାହିଁ। ଅଭିଲିପ୍ସା- ସ୍ମିତ ହସ ସହ କହିଲା- ମୁଁ ବାହା ହେଲେ ସିନା ତୁ ମାର୍କେଟିଂ କରିବୁ , ମୋର ତ ବାହା ହେବାର ନାହିଁ, ଆଉ ତୁ ମାର୍କେଟିଂ କରିବା କଥା ଆସିବ କେଉଁଠୁ? ମିତା- ହଉଲ ଝିଅ ହେଲା, ଥାଉ, ଏତେ ଆଉ ଫୁଲେଇ ହୋ ନି ମ। କେତେ ଏମିତି ଗଲେଣି, ତୁ ଯେମିତି ବାହା ହେବୁ କେହି ଆଉ ସେମିତି ବାହା ହେଇନଥିବେ। ଯିଏ ବାହା ହେବନି ବୋଲି କହୁଥାଏ, ସିଏ ହିଁ ବିବାହ କରିବାକୁ ବ୍ଯଗ୍ରତାର ସହ ଦିନ ଗଣୁଥାଏ। ତେଣୁ ମୁଁ ତତେ ଏବେ କିଛି କହୁନି, ସମୟ ହିଁ ଏହାର ସଠିକ୍ ଉତ୍ତର ଦେବ।


ଅଭିଲିପ୍ସା- ଥାଉ ଥାଉ ତେ ପ୍ରବଚନ ସେତିକି ଥାଉ। ସମୟ ଉତ୍ତର ଦେବା କଥା ଯେତେବେଳେ ଦେବ, କିନ୍ତୁ ଏବେ ତେ ମାର୍କେଟିଂ ର ସମୟ ଆସିଗଲା, ଜଲଦି ମାର୍କେଟିଂ ସାର୍। କଲେଜ୍ ଯିବା। ମାର୍କେଟିଂ ସାରି ମିତା ଓ ଅଭିଲିପ୍ସା କଲେଜ୍ ଗଲେ। ଦୁଇଟି କ୍ଲାସ୍ କରିବା ପରେ ସାମଲ୍ ସାର୍ ଙ୍କ କ୍ଲାସ ଅାଜି ହେବନି ବୋଲି ଲିଜା କହିଲା। ମିତା ପଚାରିଲା କାହିଁକି? ଲିଜା କହଲା- ସାର୍ ଆଜି ଆସି ନାହାଁନ୍ତି। ମିତା- ଅଭିଲିପ୍ସା ଚାଲ୍ ପଳେଇବା। ଅଭିଲିପ୍ସା- ନା, ନା ମୁଁ ଆଜି ଇଙ୍ଗ୍ରାଜୀ କ୍ଲାସ୍ କରିକି ଘରକୁ ଯିବି। ମିତା- ମତେ ବହୁତ୍ ଭୋକ ଲାଗିଲାଣି, ଏବେ ତ ଆଉ କ୍ଲାସ୍ ନାହିଁ ଏତେ ସମୟ ଆମେ କଣ କରିବା? ଅଭିଲିପ୍ସା- ତତେ ଯଦି ଭୋକ ହେଲାଣି ଚାଲ୍ ଗୁପଚୁପ୍ ଖାଇକି ଆସିବା, କିନ୍ତୁ ଆଜି କ୍ଲାସ୍ କରିବି ଯିବା। ଉଭୟ ସାଙ୍ଗ ହୋଇ ଗୁପଚୁପ୍ ଖାଇବାକୁ ଗଲେ, କଲେଜ୍ କ୍ଯାମ୍ପସ୍ ବାହାରକୁ। 


       ଗୁପଚୁପ୍ ଖାଇବା ସମୟରେ ଦୁଇଜଣ ପିଲା ସ୍ପିଡ୍ ରେ ବୁଲେଟ୍ ଗାଡିରେ ଆସି ସେଇ ଠେଲା ପାଖରେ ରହିଲେ ଗୁପଚୁପ୍ ଖାଇବାକୁ। ମିତା ଓ ଅଭିଲିପ୍ସାଙ୍କର ସେତେବେଳକୁ ଗୁପଚୁପ୍ ଖିଆ ସରିଯାଇଥାଏ, ସେମାନେ ଶୁଖା ଓ ଖଟା ପାଣି ପିଇ ସାରି, ଗୁପଚୁପ୍ ଠେଲା ବାଲାକୁ ପଇସା ଦେଇ ଆସିବାକୁ ବାହାରିଲେ, ମିତା କିନ୍ତୁ ଆସିବାକୁ ଚାହୁଁନଥିଲା। ଅଭିଲିପ୍ସା- ଆରେ ଚାଲ୍, ଯିବା ଚାଲ୍। ମିତା - ରହୁନୁ ଆଉ ଟିକିଏ ଗୁପଚୁପ୍ ଖାଇବା। ଅଭିଲିପ୍ସା ଲକ୍ଷ କଲା ମିତାର ନଜର ସେଇ ପିଲାଙ୍କ ଉପରେ ଥିଲା ଯିଏ ବୁଲେଟ୍ ଧରି ଆସିଥିଲେ, ଏବେ ଅଭିଲିପ୍ସା ସବୁ ବୁଝିଗଲା, ମିତା କାହିଁକି ଏଠାରୁ ଯିବାକୁ ଚାହୁଁନି? ପ୍ରକୃତରେ ମିତା ସେଇ ପିଲାମନାଙ୍କୁ ଦେଖି ସେଠାରୁ ଯିବାକୁ ଚାହୁଁ ନଥିଲା, ଯେଉଁ ପିଲା ଦୁଇଟି ବୁଲେଟ୍ ରେ ଆସି ସେଠାରେ ଗୁପଚୁପ୍ ଖାଇବାକୁ ଅଟକି ଥିଲେ। ତେଣୁ ସେ ମିତାର ଅନିଛା ସତ୍ତ୍ୱେ ସେଠାରୁ ସାଙ୍ଗରେ ନେଇ କଲେଜକୁ ଫେରିଲା।


ଫେରିବା ବାଟରେ ମିତା ଦେଖିଲୁ ସେ ପିଲା ଦୁଇଟା କେତେ ହ୍ଯାଣ୍ଡସମ୍। ଅଉଟିକିଏ ସମୟ ରହିଥିଲେ କଣ କ୍ଷତି ହୋଇଥାନ୍ତା ଯେ? ଅଭିଲିପ୍ସା- ସେ ବେକାର କଥା ବନ୍ଦ କର। ଚୁପଚାପ୍ ଚାଲ୍। ମିତା- ତତେ କଣ ସେ ପିଲା ଗୁଡା ଭଲ ଲାଗିଲେନି? ଅଭିଲିପ୍ସା- ସବୁ ପିଲା ମାନେ ଯେମିତି ସେମାନେ ବି ସେମିତି। ସେମାନଙ୍କ ପାଖରେ କଣ ଏମିତି ବେଶେଷ ଥିଲା କି? ମିତା- ତୁ ତ ଏମିତି କହୁଛୁ ଯେମିତି ତୁ କେବେ କୌଣସି ପିଲା ର ପ୍ରେମରେ ପଡିବୁନି? ଅଭିଲିପ୍ସା- ଦେଖ୍ ମତେ ସେ ପ୍ରେମ ଫ୍ରେମ ଆଦୌ ପସନ୍ଦ ନୁହେଁ। ଆମ ଘରେ ବି କେହି ଏସବୁ ଜିନିଷକୁ ଆଦୌ ପସନ୍ଦ କରନ୍ତିନି। ତା ଛଡା ମୋର ବିବାହ ବି ତ କରିବା ନାହିଁ, ତେଣୁ ପ୍ରେମ କରିବା କଥା ମୁଁ କାହିଁକି ଚିନ୍ତା କରିବି ନାକୌଣସି ପିଲାକୁ କାହିଁକି ଦେଖିବି? ମିତା- ତୁ କଣ ପୁଅ ପିଲାଙ୍କୁ ଘୃଣା କରୁ? ଅଭିଲିପ୍ସା- ଟିକିଏ ହସ ସହ, ନା ନା, ଘୃଣା କାହିଁକି କରିବି? ମୋ ବାପା, ଦାଦା, ଜେଜେବାପା ସେମାନେ ବି ତ ପୁଅ ପିଲା ହିଁ ଥିଲେ, ତେଣୁ ଘୃଣାର ପ୍ରଶ୍ନ ହିଁ ଉଠୁନି। ମିତା- ତେବେ ତୁ ପ୍ରେମ କିମ୍ବା ବିବାହ କୁ ଏତେ ବିରୋଧ କାହିଁକି କରୁଛୁ? ଅଭିଲିପ୍ସା- ମୋର ପ୍ରେମ ପସନ୍ଦ ନୁହେଁ ଆଉ ବିବାହ କରିବାକୁ ଇଛା ନାହିଁ। ମିତା- କିନ୍ତୁ କାହିଁକି? ଅଭିଲିପ୍ସା- ସେମିତି ସଠିକ୍ କାରଣ ବୋଧ ହୁଏ କିଛି ନାହିଁ, ହେଲେ ଅନେକ କାରଣ ଅଛି। ସବୁଦିନ ଟିଭି, ପେପର ଓ ରେଡିଓ ସବୁଥିରେ, ବଧୂ ନିର୍ଯାତନାର ଖବର ଶିରୋମଣ୍ଡନ କରୁଛି। ଭଲ ପାଇ ବିବାହ କରିବାର କିଛିଦିନ ପରେ ସ୍ୱାମି ସ୍ତ୍ରୀ ମଧ୍ଯରେ କଳହ କିଏ ଛାଡପତ୍ର ନେଲାଣି ତ, କିଏ ପରସ୍ପର ବିରୋଧରେ କେସ୍ କଲେଣି, ଆଉ କେଉଁ ଝିଅ ନିଜର ଅଧିକାର ପାଇଁ ଶାଶୁ ଘର ସମ୍ମୁଖରେ ଧାରଣା ଦେଲାଣି, ସେମ୍ନେ ବର୍ଷା- ଅନୁଭବ ହୁଅନ୍ତୁ ବା ବ୍ରହ୍ମପୁରର ସୁମିତ୍- ଡିମ୍ପଲ୍ ଅବା ଜାଜପୁରର ଲକ୍ଷ୍ମୀପ୍ରିୟା। ଏମିତି ଅନେକ ଉଦାହରଣ। ଆମ ପଡିଶା ଘର ନାନୀ ବିବାହ ପରେ ବି ଆସିକି ବାପ ଘରେ ରହୁଛନ୍ତି। ତା ଛଡା ମୋର କେହି ଭାଇ ବି ନାହାଁନ୍ତି, ତେଣୁ ଆମେ ସବୁ ଭଉଣୀ ଯଦି ବାହା ହେଇ ଶାଶୁ ଘରକୁ ପଳେଇ ଯିବୁ, ତେବେ ମୋ ବାପା- ବୋଉଙ୍କ କଥା କିଏ ବୁଝିବା? ମିତା - କିନ୍ତୁ ତୋ କଥାରେ କଣ ଘରେ ରାଜି ହେବେ? ଅଭିଲିପ୍ସା- ମୁଁ ବିବାହ କରିବିନି ବୋଲି ଘରେ ଅନେକ ଥର କହି ସାରିଛି। ଅଉ ମତେ ବିବାହ ପାଇଁ ବାଧ୍ଯ କଲେ ମୁଁ ଘରଛାଡି କେଉଁଠି ମାତାଜୀ ହୋଇଯିବି ପଛେ, କିନ୍ତୁ ବିବାହ କୌଣସି ପରିସ୍ଥିତିରେ କରିବି ନାହିଁ। ମିତା- ଭବିଷ୍ଯତର ଗର୍ଭରେ କଣ ଅଛି ସେ କଥା ତ କେବଳ ସମୟକୁ ହିଁ ଜଣା, ତୋ ଭାଗ୍ଯରୋହା ଅଛି ସେଇ କଥା ହିଁ ଘଟିବ, ତୁ ଇଚ୍ଛା କରି ମଧ୍ଯ ତାକୁ ବଦଳାଇ ପାରିବୁ ନାହିଁ। ଠିକ୍ ଏତିକି ସମୟରେ ଇଂରାଜୀ କ୍ଲାସ୍ ର ଘଣ୍ଟି ବାଜିଲା। ମିତା ଓ ଅଭିଲିପ୍ସା ତରତର ହୋଇ ଇଂରାଜୀ କ୍ଲାସ କରିବାକୁ ଚାଲିଗଲେ।


       ତେବେ କଣ ଅଭିଲିପ୍ସାର ଭାଗ୍ଯରେ? କଣ ସତରେ ଅଭିଲିପ୍ସା କେବେ ବିବାହ କରିବନି? ବିବାହ ନକରି ମାତାଜୀ ହୋଇଯିବ? ନା ତାର ଏ ପଥର ହୃଜୟରେ ପ୍ରେମର ଅଙ୍କୁରୋଦ୍ଗମ କରିବା ପାଇଁ ଅଜଣା ରାଜ୍ଯରୁ ଆସିବ କେହି ହୃଦୟ ଚୋର ରାଜ କୁମାର? ଏ ସବୁ ପ୍ରଶ୍ନର ଉତ୍ତର ପାଇବା ପାଇଁ ଅପେକ୍ଷା କରନ୍ତୁ କାହାଣୀର ଆଗାମୀ ଅଂଶକୁ। ତେବେ ଆଜିର ଅଂଶ କିପରି ଲାଗିଲା? ମତାମତ ନିଶ୍ଚିତ ଦେବେ। ଆପଣଙ୍କ ମତାମତ ଅପେକ୍ଷାରେ, ରହୁଛି ପୁଣି ଦେଖା ହେବ କାହାଣୀର ଆଗାମୀ ଅଂଶରେ, ସେତେବେଳ ଯାଏଁ ମତେ ଦିଅନ୍ତୁ ବିଦାୟ। ନମସ୍କାର



Rate this content
Log in

Similar oriya story from Drama