STORYMIRROR

Ajit Kumar Raut

Action Inspirational

4  

Ajit Kumar Raut

Action Inspirational

ସମସ୍ତ ବିଶ୍ବ ପରିବାର

ସମସ୍ତ ବିଶ୍ବ ପରିବାର

2 mins
441

ସନ୍ତାନ ଲାଭ ପାଇଁ ମନୁଷ୍ୟ ନିଜର ବିବେକୁ ହରାଇ ଦିଏ।ଯାର ଭାଗ୍ୟରେ ଯାହା ନାହିଁ,ତା ମିଳିବ କିପରି।ପତ୍ନୀକୁ ନାନାପ୍ରକାର କଥା ଶୁଣିବାକୁ ମଧ୍ୟ ମିଳେ।ମନକଷ୍ଟରେ ପତିପତ୍ନୀ ଜୀବନ ବ୍ୟତୀତ କରନ୍ତି। ଦେବୀଦେବତାଙ୍କ ଚରଣ ତଳେ ପୁତ୍ର ଲାଭ ପାଇଁ କାମନା କରନ୍ତି। କପାଳରେ ପୁତ୍ର ଲାଭ ନାହିଁ, ପୁତ୍ର ଆସିବ କେଉଁଠୁ।ଭବିଷ୍ୟତ ଚିନ୍ତା କଲେ ହୃଦୟରେ ସମୁଦ୍ରର ପ୍ରଚଣ୍ଡ ଢେଉ ମାଡ଼ି ଆସେ।କର୍ମକୁ ଆଦରୀ ପତିପତ୍ନୀ ଦୁଃଖର ଝଡ଼କୁ ସହି ନିଅନ୍ତି।

ଦିନେ ପତି ମନ ଦୁଃଖରେ ଏକ ମହାନ ତପସ୍ୱୀ ପାଖକୁ ଗଲେ। ଶ୍ରଦ୍ଧା ଭକ୍ତରେ ତାଙ୍କ ପୂଜନ କଲେ।ତାହର ଭକ୍ତରେତପସ୍ୱୀ ସନ୍ତୁଷ୍ଟ ହୋଇ କହିଲେ, ପୁତ୍ର କେଉଁ ଉଦେଶ୍ୟେରେ ମୋ ପାଖକୁ ଆସିଛ,ଖୋଲି କରି କୁହ,ଯଦି ମୋ ଆୟତରେ ଅଛି,ଅବଶ୍ୟ ପୂରଣ ହେବ।ପତି ତପସ୍ୱୀର କଥାକୁ ଶୁଣି ଖୁସି ହୋଇ ଗଲା ଭକ୍ତି ମନେ ହାତ ଯୋଡ଼ି କହିଲା, ଦେବ ମୋର ସନ୍ତାନ ନାହିଁ। ସନ୍ତାନ ପ୍ରାପ୍ତି ପାଇଁ ମୁଁ ଆପଣଙ୍କ ଶ୍ରୀଚରଣକୁ ଆସିଛି।ଆପଣ ଦୟାକରି ପୁତ୍ର ପ୍ରାପ୍ତିର ବରଦାନ ଦିଅନ୍ତୁ।ଦୁଖିତ ପତିର କଥାକୁ ଶୁଣି ତପସ୍ୱୀ ଚିନ୍ତାମଗ୍ନ ହେଲେ।ସମୟ ବିତୁଛି,ପତି ତପସ୍ୱୀର ଆଡ଼କୁ ଚାତକ ପରି ଚାହିଁ ରହିଛି।ଦୁଃଖ ମନରେ ତପସ୍ୱୀ କହିଲେ, ପୁତ୍ର ତଭାଗ୍ୟରେ ସନ୍ତାନ ପ୍ରାପ୍ତି ନାହିଁ, ସନ୍ତାନ ଆସିବ କେଉଁଠୁ?

ପତି ଅତ୍ୟନ୍ତ ଦୁଖିତ ହେଲା।ଦୁଃଖର ସିମା ରହିଲା ନାହିଁ।ପୁଣିତପସ୍ୱୀକୁ ବିନତି କରି କହିଲା, ଗୁରୁଦେବ ଆମ୍ଭ ଭବିଷ୍ୟ କଣ ହେବ, ଆମ୍ଭକୁ କିଏ ବା ଦେଖିବ।ଆମ୍ଭର ଜନମ କାହିଁକି ପୃଥିବୀରେ ହେଲା, ପ୍ରଭୁ ଏହା କିପରି ଯନ୍ତ୍ରଣା ଦେଲେ।ଆପଣ ଦୟାକରି ଏହାର କୌଣସି ପ୍ରତିକାର କରନ୍ତୁ।ତପସ୍ୱୀ ମନରେ କିଛି କ୍ଷଣ ଚିନ୍ତାକଲେ ଓ କହିଲେ ତମର ଭାଗ୍ୟରେ ପୁତ୍ର ନାହିଁ, ଅନ୍ୟର ଭାଗ୍ୟରୁ ମୁଁ ତତେ ପୁତ୍ର ଦେବି।କୋଟିଏ ଫଳ କାଢି ତାକୁ ଦେଲେ ଓ କହିଲେ ଏହାକୁ ନେଇ ଯାଅ ଓ ପତ୍ନୀକୁ ଆଦରେ ଖୁଆଇ ଦିଅ।ପ୍ରତିଦିନ କିଛି ନା କିଛି ଅତିଥିଙ୍କୁ ଦାନ କରୁ ଥିବ ଭକ୍ତି ଓ ଶ୍ରଦ୍ଧା ମନରେ। ମନକାମନା ନିଶ୍ଚେ ତୁମ୍ଭର ପୂରଣ ହେବ।ଭକ୍ତି ଶ୍ରଦ୍ଧା ମନଭାବରେ ପତି ତପସ୍ୱୀଙ୍କୁ ଦଣ୍ଡବତ କଲା ଓ ବିଦାୟ ନେଇ ଘରକୁ ଫେରିଲା।ସନ୍ତାନର ହେବ ଭାବି ଖୁସିଆନନ୍ଦରେ ଘରକୁ ଫେରିଲା ଓ ସମସ୍ତ ଘଟଣା ପତ୍ନୀ ପାଖରେ କହିଲା।ଭକ୍ତି ଶ୍ରଦ୍ଧା ମନରେ ଫଳକୁ ଖାଇବ,ନିଶ୍ଚେ ସନ୍ତାନପ୍ରାପ୍ତି ହେବ।ଖୁସିରେ ଚାଷ କାର୍ଯ୍ୟ ପାଇଁ ଚାଲି ଗଲା। ପ୍ରଭୁଙ୍କ ରଚନା ଦେଖ,ପତି ଯିବା ପରେ ପତ୍ନୀ ଚିନ୍ତା କଲା ଯଦି ସନ୍ତାନ ଜନ୍ମ କରିବାର ଭାଗ୍ୟ ନାହିଁ, କାହିଁକି ଘର ସମ୍ପତ୍ତିକୁ ଦାନ କରିବି।କାହିଁକି ଅତିଥି ସତ୍କାର କରି ବୃଥାରେ ଦାନ କରିବି।ଫଳକୁ ନେଇ ଗାଇକୁ ଖୁଆଇ ଦେଲା।ସମୟର ଚକ୍ର ବଢି ଚାଲିଛି।ନିଜର ଭାଇର ପୁତ୍ରକୁ ପତ୍ନୀ ଆଣି ଘରେ ରଖିଲା ଓ ପ୍ରଚାର କଲା ତାର ନିଜର ପୁତ୍ର ହୋଇଛି।

ସମୟ ଗଡ଼ି ଚାଲିଛି।ପୁତ୍ର ଯୁବା ବୟସରେ ପହଁଚିଲା। ଘରର ସମସ୍ତ ସମ୍ପତ୍ତି ମାଂସ ମଦ୍ୟ ଜୁଆ ବେଶ୍ୟାବୃତିରେ ଖର୍ଚ୍ଚ କରିବାକୁ ଲାଗିଲା।ପିତୃମାତୃ କଥା ଶୁଣିଲା ନାହିଁ।ସବୁ ବେଳେ କଷ୍ଟ ଯନ୍ତ୍ରଣା ଦେଲା। ମାଡ଼ ମାରିଲା।ମାଡ଼ ଓ ଦୁଃଖରେ ତାଙ୍କର ଜୀବନ ଚାଲି ଗଲା।

ଭାଗ୍ୟେ ଯଦି ନାହିଁ ପୁତ୍ର ସୁଖ କାରେ

  ଚିନ୍ତା କିମ୍ପା ହୁଏ ତହିଁ,

କପାଳ ଲିଖନ ଘଟିବ ଜୀବନେ

  ପ୍ରଭୁଙ୍କ ରଚନା ଯହିଁ।

ସବୁତ ଇଶ୍ଵର ରଚନା।ତାଙ୍କର ଲିଖନ ସତ୍ୟର ଗାର।ମନୁଷ୍ୟଆୟତରେ କିଛି ନାହିଁ।ମନୁଷ୍ୟ କେବଳ କର୍ମ କରିବା ପାଇଁ ଜନ୍ମ।ନିସ୍ବାର୍ଥର କର୍ମ ପ୍ରଭୁ ଭକ୍ତି ହେଉଛି ମନୁଷ୍ୟ ମାତ୍ରେ ହିଁ କର୍ତ୍ତବ୍ୟ ଓ ଧର୍ମ।।ଶ୍ରଦ୍ଧା ଓ ଭକ୍ତି ମନରେ ଈଶ୍ବରଙ୍କ ଭକ୍ତି। ସମସ୍ତ ବିଶ୍ବତ ମନୁଷ୍ୟ ଜାତିର ପରିବାର।

ଭାଗ୍ୟହୀନ କେହୁ ନୁହନ୍ତି।ପ୍ରଭୁଙ୍କ ଇଙ୍ଗିତରେ ସଂସାର ଗତିଶୀଳ।ସନ୍ତାନ ପାଇଁ କିମ୍ପା ଚିନ୍ତା।କପାଳରେ ପୁତ୍ରରପ୍ରାପ୍ତି ନାହିଁ। ଭାଗ୍ୟହୀନ ନଭାବି ସମସ୍ତଙ୍କୁ ସନ୍ତାନର ସମ୍ମାନଦିଅ।ରାଷ୍ଟ୍ର ପାଇଁ ରାଷ୍ଟ୍ରରହୀତ ପାଇଁ କାର୍ଯ୍ୟ କର,ଜନତାଙ୍କସେବା କର,ଏହି ହେଉଛି ମନୁଷ୍ୟ ମାତ୍ରେ ହିଁ କର୍ତ୍ତବ୍ୟ।

ଅଟେ ରାଷ୍ଟ୍ର ସେବା ମନୁଷ୍ୟ କର୍ତ୍ତବ୍ୟ

   ଜନତା କଲ୍ୟାଣ ପାଇଁ,

ସମଭାବ ମନ୍ତ୍ର ରଖ ଜୀବନରେ

   ସଂସାରୁ ତରିବା ପାଇଁ।

ପ୍ରଭୁଙ୍କ ପ୍ରତି ସମର୍ପଣ ଭାବ, ଜନତାଙ୍କ ପ୍ରତି ସେବା ଭାବ,ରାଷ୍ଟ୍ର ପ୍ରତି ଭକ୍ତି ଭାବ ଓ ବିଶ୍ବକୁ ପରିବାର ରୂପେ ଗ୍ରହଣ କରିବା ହେଉଛି ମନୁଷ୍ୟର ପରମ କର୍ତ୍ତବ୍ୟ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action