ପରୋପକାର
ପରୋପକାର
ଜଣେ ବ୍ୟକ୍ତି ନିଜର ସର୍ବସ୍ବ ପରୋପକାରେ ଲଗେଇ ଦେଇ ସନ୍ୟାସ ଗ୍ରହଣ କଲେ । ଜୀବନରେ ସର୍ବସ୍ବ ଈଶ୍ବରଙ୍କ ପାଖରେ ସମର୍ପିତ କରି ଦେଲେ । ତାହାର ସମର୍ପଣ ରେ ଭଗବାନ ଅତ୍ୟନ୍ତ ଖୁସି ହେଲେ । ତାହାର ଯୋଗ ବା ତପସ୍ୟାର ଭାର ଉଠେଇ ପାଇଁ ବାଧ୍ୟ ହେଲେ । ପ୍ରଭୁଙ୍କ ଚିନ୍ତାରେ ସେ ସବୁ ବଳେତପ୍ୟାସରେ ରହିଲା । ଦିନରାତ୍ରୀ ସମର୍ପଣ ଭାବ ରଖି କେବଳ ଭଗବାନଙ୍କୁ ଜପମାଳି କଲା । ପ୍ରଭୁଙ୍କର ଦେବଦୁତ ପ୍ରତିଦିନ ସ୍ବାଦିଷ୍ଟ ଭୋଜନ ଗୋଟିଏ ଥାଳିରେ ଭରି ଆଣି ତାଙ୍କୁ ଦେଉଥିଲେ । ତପସ୍ୱୀ ଭଗବାନ ଭୋଗ ଭାବି ନିତ୍ୟେ ଗ୍ରହଣ କରୁଥିଲେ ।
ତପସ୍ବୀର ଭକ୍ତରେ ସନ୍ତୁଷ୍ଟ ପ୍ରଭୁ ଏପରି ବ୍ୟବସ୍ଥା ଭକ୍ତିର ପାଇଁ କରିଥିଲେ । ଅନ୍ୟ ଜଣେ ଏପରି ଘଟଣାକୁ ଦିନେ ଦେଖିଲା । ଦେଖି ଆଶ୍ଚର୍ଯ ହେଲା । ସେ ମଧ୍ୟ ତପସ୍ବୀ ହେବା ପାଇଁ ମନରେ ଇଚ୍ଛା କଲା । ସେ ମଧ୍ୟ ନିଜ କାରବାର, ଗୃହର ଦାୟିତ୍ୱ ପୁଅକୁ ଦେଇ ଆସି ତପ୍ୟାସରେ ବସିଲା । ଭଗବାନ ଭକ୍ତି କରିବାରେ ଲାଗିଲା ।
ଦେବଦୁତ ଦୁଇଟି ଥାଳିରେ ଭୋଜନ ନେଇ ଆସିଲେ । ଗୋଟିଏ ଥାଳିରେ ସୁଖିଲା ରୁଟି ଅଛି ଅନ୍ୟ ଥାଳିରେ ସ୍ବାଦିଷ୍ଟ ଭୋଜନ । ନିଜର ସମ୍ପତ୍ତି ପରୋପକାରେ ଲଗେଇ ଈଶ୍ବରଙ୍କ ଭକ୍ତରେ ସମର୍ପଣ ଭାବ ରଖିଛି ତାଙ୍କୁ ସ୍ବାଦିଷ୍ଟ ଭୋଜନର ଥାଳି ଦେଲେ, ଅନ୍ୟକୁ ସୁଖିଲା ରୁଟିର ଥାଳି ।
ନିଜ କାରବାର ଓ ଗୃହର ଦାୟିତ୍ୱ ପୁଅକୁ ଦେଇ ଥିବା ଜଣକକହିଲା ମୋ ପାଇଁ ସୁଖିଲା ରୁଟି ଥାଳି କିମ୍ପା? ତାଙ୍କ ପାଇଁ ସ୍ବାଦିଷ୍ଟ ଭୋଜନ କିମ୍ପା?
ଦେବଦୁତ କହିଲେ ସ୍ବାଦିଷ୍ଟ ଭୋଜନ ଥାଳି ବ୍ୟକ୍ତିର ସଞ୍ଚିତ ପୂଣ୍ୟ ଅନୁସାରେ ମିଳେ । ଏହି ତପସ୍ବୀ ନିଜର ଜୀବନର ସର୍ବସ୍ବ ପରୋପକାରେ ଲଗେଇ ଦେଇ ଛନ୍ତି । ଶ୍ରଦ୍ଧା ପ୍ରେମ ଭକ୍ତରେ ଭଗବାନଙ୍କ ତପ୍ୟାସରେ ଲାଗି ରହିଛନ୍ତି । ମୋହ ମାୟାରୁ ବାହାରି କେବଳ ପ୍ରଭୁଙ୍କ ଶ୍ରୀଚରଣରେ ଭକ୍ତି ରଖିଛନ୍ତି । କାମନା ତାଙ୍କ ଜୀବନରେ ନାହିଁ, କେବଳ କାମନା ପ୍ରଭୁଙ୍କ ଚରଣରେ ସମର୍ପଣ । ସେ ଜଣେ ପୂଣ୍ୟ ଆତ୍ମା । ଜୀବନରେ କେବଳ ଗୋଟିଏ ଅହଂକାର ପାଇଁ ତାଙ୍କୁ ସୁଖିଲା ରୁଟି ଦେଇ ଥିଲି । ସେହୁ ରୁଟି ଥାଳି ମୁଁ ଆଜି ମୁଁ ତୁମ ପାଇଁ ଆଣିଛି । କାଲି ଠାରୁ ତୁମକୁ ଆଉ କିଛି ମିଳିବ ନାହିଁ । ଏ କଥା ଶୁଣି ତା ହୃଦୟରେ ଚେତନା ଆସିଲା । ସୁଖିଲା ରୁଟି ଥାଳିକୁ ମଧ୍ୟ ଦାନ କରି ଦେଲା ଓ ଭୋକ ଉପାସରେ ରହିଲା ।
ବହୁ ଦିନ ତାର ତପ୍ୟାସର ବଳରେ ପ୍ରଭୁଙ୍କର କୃପା ଦୃଷ୍ଟି ହେଲା,ସେ ମଧ୍ୟ ପ୍ରଭୁଙ୍କର ଅମୂଲ୍ୟ ଭୋଗକୁ ପ୍ରାପ୍ତ କଲା ।
ମାୟା ମୋହ ଛାଡ଼ି ପ୍ରଭୁ ପ୍ରତି ଭକ୍ତି
ଭାବ ସମର୍ପଣ ଯହିଁ,
କୃପା ପଡ଼ି ଥିବ କୃପାସିନ୍ଧୁଙ୍କର
ଭାବ ନିସ୍ବାର୍ଥର ତହିଁ ।
ଭକ୍ତି ଭାବେ, ଶ୍ରଦ୍ଧା ଭାବେ ଓ ପ୍ରେମ ଭାବେ ଈଶ୍ବରଙ୍କ ନିକଟରେ ସର୍ବସ୍ବ ସମର୍ପଣ ହେଉଛି ବାସ୍ତବରେ ପ୍ରଭୁଙ୍କରଭକ୍ତି । ଜୀବନରୁ କାମନା ବଞ୍ଚିତ କରି ନିସ୍ବାର୍ଥ ଭକ୍ତିପୂତେ ପ୍ରଭୁଙ୍କ ଆରାଧନା ହିଁ ବାସ୍ତବିକ ସେ ତପସ୍ବୀ ଓ ଭକ୍ତ । ନିସ୍ବାର୍ଥ କାମନାରେ ହିଁ ଭଗବାନଙ୍କ ପ୍ରାପ୍ତି ହୁଏ ।
