ଜୀବନ କେବେ କିପରି
ଜୀବନ କେବେ କିପରି
ସୃଷ୍ଟିକର୍ତ୍ତାଙ୍କର ଏ ମନୁଷ୍ୟ ଜୀବନ ଅତି ଦୁର୍ଲ୍ଲଭ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ରହିଛି। ମନୁଷ୍ୟ ଜୀବନ ନେଇ ସ୍ବୟଂ ବ୍ରହ୍ମାଣ୍ଡ ଠାକୁର କୃଷ୍ଣ ରାମ ରୂପ ଧରି ଧର୍ମର ସ୍ଥାପନା ଏବଂ ପ୍ରଚାର ପାଇଁ ଜନ୍ମ ଗ୍ରହଣ କରି ଥିଲେ ମୃତ୍ୟୁ ଭୂମିରେ। ଜଗତ କଲ୍ୟାଣ ଓ ଜନଜନ ସେବା ପାଇଁ ଏହୁ ମନୁଷ୍ୟ ଜୀବନ।ଜୀବ ମଧ୍ୟରେ ସର୍ବଶ୍ରେଷ୍ଠ ମନୁଷ୍ୟ କୁ କୁହା ଯାଇଛି।
ଦୁର୍ଭିକ୍ଷରେ ପୀଡିତ କଳାବାଡିଆ ଗାଆଁ । ଭୋକ ଉପାସରେ ଜୀବନ ବ୍ୟତୀତ। ଦୁଇ ଦିନ ବର୍ଷ ବର୍ଷା ନାହିଁ,ଫସଲ ହେବ କେଉଁଠୁ।ଚାଷ ଉପରେ ନିର୍ଭର ଗ୍ରାମବାସୀ। ସରକାରଙ୍କ ଧ୍ୟାନ ନ ଥିଲା ଗାଆଁ ଉପରେ।
ଯୁବା ଓ ଯୁବତୀ ମାନଙ୍କର ମନରେ ହୀନ ଭାବନା ଅନୁଭବ ହେଉଥିଲା। ଏକତ୍ରିତ ହୋଇ ବିଚାର କଲେ କି କାରଖାନାରେ ଯାଇ କାମ କରିବେ ଓ ତହିଁରୁ ରୋଜଗାର କରି ଗୃହକୁ ଚଳାଇବେ।ସମସ୍ତେ ମିଶି କୋଣାର୍କ ନବ ଯୁବକ ସଂଘ ଗଠନ କଲେ।ସଂଘ ନିର୍ଧାରିତ କଲା କି ପ୍ରତି ବର୍ଷ ଗଜଲକ୍ଷ୍ମୀଙ୍କ ପୂଜା କରିବ ।ଗାଆଁର ଯୁବକ କଲେ କାରଖାନାରେ କାମ।ରୋଜଗାର କରି ଗୃହକୁ ସୁନ୍ଦର ଭାବରେ ପ୍ରତିପାଳିତ କରିବାକୁ ଲାଗିଲେ।
ଗଜଲକ୍ଷ୍ମୀଙ୍କ ପୂଜା ପ୍ରାରମ୍ଭ ହେଲା। ଭକ୍ତି ଓ ପ୍ରୀତିରେ ଲକ୍ଷ୍ମୀଙ୍କ ପୂଜା କରିଲେ। ଏକତାର ମୂଳ ମନ୍ତ୍ର ଅଙ୍କୁରିତ ହେଲା।ଗାଆଁରେ ଓଡ଼ିଆ ନାଟକ ଲକ୍ଷ୍ମୀ ପୂଜା ଉପଲକ୍ଷେ ପ୍ରାରମ୍ଭ ହେଲା। ଖୁସି ଆନନ୍ଦର ଲହରୀ ଦେଖିବାକୁ ମିଳିଲା। କୁପ୍ରଥା ଓ ଅନ୍ୟାୟ ଭାବ ଗାଆଁରୁ ଦୂରେଇ ଗଲା। ଗାଆଁରେ ଲକ୍ଷ୍ମୀ ଠାକୁରାଣୀଙ୍କର ନଜର ପଡିଲା। ଚାଷୀ ନିଜର ଚାଷ ଭୂମି କୁ ଦେଖି ଅତି ଆନନ୍ଦିତ ହେଲା। ବର୍ଷା ଭଲ ହେଲା ଫସଲ ମଧ୍ୟ ବେଶି ହେଲା ଗଜଲକ୍ଷ୍ମୀଙ୍କ କୃପା ଦୃଷ୍ଟିରୁ। ପ୍ରତିଫଳିତ ହେଲା କୋଣାର୍କ ନବ ଯୁବକ ସଂଘର ଅଥକ ନିସ୍ବାର୍ଥ କର୍ମରୁ ଓ ଗଜଲକ୍ଷ୍ମୀ ଦେବୀଙ୍କ କରୁଣାରୁ।
କଳାବାଡିଆ କୋଣାର୍କ ନବ ଯୁବକ ସଂଘରେ ଥିଲେ କର୍ମଠ ସଦସ୍ୟ ଶ୍ରୀଯୁକ୍ତ ଅଜିତ କୁମାର ରାଉତ, ପୂର୍ଣ୍ଣ ଚନ୍ଦ୍ର ସାମଲ ଗଦାଧର ସାମଲ ପିତବାସ ରାଉତ ଅଭିମନ୍ୟୁ ରାଉତ ଚିରଞ୍ଜିବୀ ସାମଲ ମନ୍ମଥ ରାଉତ ସତ୍ୟବାନ ବିଷୟ ଓ ଯଶୋବନ୍ତ ବିଷୟ ଓ ଗୁରୁ ଯଦୁନାଥ ବିଷୟ, ନଗେନ୍ଦ୍ର ନାଏକ ରାଧାକାନ୍ତ ସାମଲ ଇତ୍ୟାଦି।
ଆଜି ସେହି ଭିତରୁ ନାହାନ୍ତି ଯଦୁନାଥ ବିଷୟ ନଗେନ୍ଦ୍ର ନାଏକ ରାଧାକାନ୍ତ ସାମଲ ମନ୍ମଥ ରାଉତ ପୂର୍ଣ୍ଣ ଚନ୍ଦ୍ର ସାମଲ ଚିରଞ୍ଜିବୀ ସାମଲ, କୋଣାର୍କ ନବ ଯୁବକ ସଂଘ ଦେଉଛି ହୃଦୟରୁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି। ତାଙ୍କ ଅବଦାନ କଳାବାଡିଆ ଗାଆଁ କେବେ ହେଲେ ଭୁଲି ପାରିବ ନାହିଁ। ସ୍ମୃତି ସବୁ ଦିନ ପାଇଁ ରହି ଥିବ।
ଗାଆଁ ଆଜି ଆତ୍ମନିର୍ଭର।ସବୁ ସୁବିଧାରେ ପରିପୂର୍ଣ୍ଣ ହୋଇଛି। ଡିଜିଟାଲ ହୋଇଛି କଳାବାଡିଆ ଗାଆଁ। ଗଜଲକ୍ଷ୍ମୀଙ୍କ ପୂଜା ପ୍ରତି ବର୍ଷ ଗାଆଁରେ ହୋଇ ଆସୁଛି ଦୀର୍ଘ ପଚାଶ ବର୍ଷରୁ। ଶିକ୍ଷା ସମ୍ପନ୍ନ ଗାଆଁ, ସତ୍ୟ ନ୍ୟାୟ ଧର୍ମ ମାର୍ଗରେ ଗ୍ରାମବାସୀ।
ନାହିଁ ଅନାଟନ ନାହିଁ ଚିନ୍ତା ଭାବ
ଏକତାର ବଳୁ ଆଜି,
ରହିଛି ଟି କୃପା ଗଜଲକ୍ଷ୍ମୀଙ୍କର
ସୁନ୍ଦରେ ହୋଇଛି ସାଜି !!
କର୍ମ ଦ୍ବାରା ହୁଏ ସମ୍ଭବ ସବୁତ
ନିସ୍ବାର୍ଥର ଭାବ ଯହିଁ
ହସି ଉଠେ ଗାଆଁ ନାହିଁ ପଟାନ୍ତର
ଲକ୍ଷ୍ମୀଙ୍କ କରୁଣା ତହି
କର୍ମ ହିଁ ଜୀବନ। କର୍ମ ଦ୍ବାରା ହିଁ ମନୁଷ୍ୟ ଆତ୍ମନିର୍ଭର ହୁଏ। ଏକତାର ଦ୍ବାର ଗାଆଁର ଉନ୍ନତି ହୁଏ। ସତ୍ୟ ଅହିଂସା ତ୍ୟାଗ ବଳୁ ମାନବ ଚରିତ୍ରବାନ ହୁଏ।ଧର୍ମ ପ୍ରେମ ଶ୍ରଦ୍ଧା ଭକ୍ତି ଜୀବନର ଅଭିନ୍ନ ଅଙ୍ଗ। ରାଷ୍ଟ୍ର ଭକ୍ତି ମାତୃଭାଷା ପ୍ରୀତି ମନୁଷ୍ୟର କର୍ତ୍ତବ୍ୟ।
ଆସ ରାଷ୍ଟ୍ରର ଉନ୍ନତି ପାଇଁ ଗାଆଁ କୁ ଆହୁରି ସୁନ୍ଦର ଭାବରେ ଗଢିବା। ଏକତ୍ରିତ ହୋଇ ଗାଆଁର ଉଜ୍ଜ୍ୱଳ ଭବିଷ୍ୟ କୁ ସୁନିଶ୍ଚିତ କରିବା।
ଯୁବା ଓ ଯୁବତୀ ଜାଗ୍ରତ ହୁଅହେ
ଉଚିତ ସମୟ ଏହୁ
ହିଂସା ଅହଂକାର ତ୍ୟାଗ କରି ମନୁ
କର୍ତ୍ତବ୍ୟରେ ମନ ରହୁ !!
ଏହୁ ଏକ ସତ୍ୟ କାହାଣୀ ଯାହା ମୁଁ ଅନୁଭବ କରିଛି ଓ ଆଜିମଧ୍ୟ ଗାଆଁର ଉନ୍ନତି ତଥା ମାତୃଭାଷା ର ସୁରକ୍ଷା ପାଇଁ ଲାଗିପଡ଼ିଛି କୋଣାର୍କ ନବ ଯୁବକ ସଂଘ ସହିତ।
