STORYMIRROR

Ajit Kumar Raut

Others

3  

Ajit Kumar Raut

Others

କର୍ତ୍ତବ୍ୟେ ଭୂଷଣ

କର୍ତ୍ତବ୍ୟେ ଭୂଷଣ

2 mins
222

ଏକ ରାଜା ଥିଲେ । ତାଙ୍କର ନାମ ଛତ୍ରସାଲ ମହାରାଜା । କର୍ତ୍ତବ୍ୟ ସମ୍ପାଦନ ସେ ସବୁବେଳେ ଆଗୁଆ ଥିଲେ । ସବୁବେଳେ ତାଙ୍କ ଜୀବନ ସତ୍ୟନିଷ୍ଠ ଧର୍ମପରାୟଣ ଓ ଜନତାଙ୍କ କଲ୍ୟାଣରେ ବ୍ୟତୀତ ହେଉ ଥିଲା । ତାଙ୍କ ରାଇଜରେ ସମସ୍ତେ ସୁଖି ସମ୍ପନ୍ନ ଥିଲେ । ତାଙ୍କର ଉଦ୍ଦେଶ୍ୟ ରାଜ୍ୟକୁ ଶକ୍ତିଶାଳୀ କରିବା, ଜନତାଙ୍କୁ ଆତ୍ମନିର୍ଭରର କରିବା ଜୀବନର ମନ୍ତ୍ର ଥିଲା । ଜନତା ତାଙ୍କ ନିଃସ୍ୱାର୍ଥ କାର୍ଯ୍ୟରେ ଅଭିଭୂତ ଥିଲେ ଓ ସଦାବେଳେ ରାଜାଙ୍କ ମଙ୍ଗଳ କାମନା କରୁଥିଲେ । ଜନତାଙ୍କ ସେବା ହିଁ ତାଙ୍କ ଜୀବନରେ ମୁଳ ମନ୍ତ୍ର ଥିଲା । ତାଙ୍କ ସେବା କାର୍ଯ୍ୟରେ ପ୍ରଜାବୃନ୍ଦ ଖୁସି ଆନନ୍ଦରେ ଜୀବନ ବ୍ୟତୀତ କରୁ ଥିଲେ । ଅନ୍ୟାନ୍ୟ ରାଜ୍ୟ ପାଇଁ ସେ ଉଦାହରଣ ଥିଲେ । ତାଙ୍କରି ବାକ୍ୟକୁ ଆଦରେ ଗ୍ରହଣ କରୁଥିଲେ । ପ୍ରଭୁଙ୍କ ପ୍ରତି ତାଙ୍କର ଅଗାଧ ଭକ୍ତି ଥିଲା । ଜୀବରେ ପ୍ରଭୁ ଭକ୍ତି ଓ ଜନସେବା ତାଙ୍କ ଜୀବନର ମହାମନ୍ତ୍ର ଥିଲା । ହିନ୍ଦୁ ଓ ହିନ୍ଦୁତ୍ୱର ମହତ୍ତ୍ଵକୁ ସେ ଭଲ ଭାବରେ ବୁଝୁଥିଲେ । ସେ ଏକ ସନାତନୀ ଓ ପ୍ରଭୁଙ୍କ ପ୍ରଗାଢ ଭକ୍ତ ଥିଲେ, ଯାହା ତାଙ୍କୁ ଅନ୍ୟଠୁ ଅଲଗା କରିଥିଲା । ସେ ଏକ ଶାସ୍ତ୍ର ଜ୍ଞାନ୍ତା ଥିଲେ । ଜ୍ଞାନ ବଳରେ ଜୀବନର କର୍ତ୍ତବ୍ୟଟି ବୁଝି ପାରୁଥିଲେ ଓ ଜୀବନ ଉଦ୍ଦେଶ୍ୟକୁ ବୁଝି ପାରୁଥିଲେ । 


ଜ୍ଞାନୀ ରାଜା ଜାଣୁ ଥିଲେ କର୍ମର ମହତ୍ତ୍ଵ କେତେ:-


ମାନବ ଜୀବନ ନୁହଇ କେବଳ

 ବର୍ଷ ମାସ ଦିନ ଦଣ୍ଡ,

କର୍ମେ ଜୀଏ ନର କର୍ମ ଏକା ତାର

 ଜୀବନର ମାନଦଣ୍ଡ । 


ଦିନେ ରାଜା ରାଜ୍ୟ ସାରା ବୁଲି ବୁଲି ଜନତାଙ୍କ ଦୁଃଖ କଷ୍ଟ ବୁଝୁଥିଲେ । ଜଣେ ଯୁବତୀ ରାଜାଙ୍କ କାର୍ଯ୍ୟରେ ମୋହିତ ହୋଇ କହିଲା, ରାଜା ଆପଣ ଅତ୍ୟନ୍ତ ଦୟାଳୁ । ଦୟାଳୁ ରାଜ୍ୟରେ ମୁଁ ସର୍ବଦା ଦୁଃଖରେ ରହୁଛି । ରାଜା କହିଲେ ଦେବୀ ଆପଣଙ୍କ ଦୁଃଖର ଯନ୍ତ୍ରଣା ବିନା ଦ୍ୱିଧାରେ କୁହନ୍ତୁ । ପୂରଣ କରିବାପାଇଁ ପ୍ରଯତ୍ନ କରିବି । 


ଯୁବତୀ କହିଲା ରାଜନ ମୁଁ ଇଚ୍ଛା କରୁଛି ଆପଣଙ୍କ ପରି ମୋର ବି ସନ୍ତାନ ହେଉ । ରାଜା ଯୁବତୀର ପଦ ତଳେ ପଡ଼ି ଯୁବତୀର ପଦ ଯୁଗଳକୁ ଛୁଇଁ କହିଲେ ଦେବୀ ! ସମ୍ଭବ ଆପଣ ଯେଉଁ ପୁତ୍ରକୁ ଜନ୍ମ ଦେବେ ସେ ମୋ ପରି ନ ହୁଏ । ସେଥି କାରଣରୁ ଆଜି ଠାରୁ ମତେ ପୁତ୍ର ରୂପରେ ସ୍ୱୀକାର କର । ମୁଁ ଆପଣଙ୍କ ସମସ୍ତ ଇଚ୍ଛା ପୁରା କରିବି । 


ଏହି କଥାକୁ ଶୁଣି ଯୁବତୀ ଅତି ଲଜ୍ଜିତ ହେଲା ଓ ଆଶୀର୍ବାଦ କରିବାକୁ ଲାଗିଲା । ସେହି ଦିନ ଠାରୁ ସେହୁ ଯୁବତୀ ଜୀବନ ସାରା ରାଜମାତାର ସମ୍ମାନ ପାଇଲା । 



Rate this content
Log in