STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପ୍ରଥମ ପର୍ଯ୍ୟାୟ

ପ୍ରଥମ ପର୍ଯ୍ୟାୟ

3 mins
363


ହଷ୍ଟେଲ ହେଉଛି ଆତ୍ମନିର୍ଭରଶୀଳ ଜୀବନର ପ୍ରଥମ ପର୍ଯ୍ୟାୟ।ଛାତ୍ରଛାତ୍ରୀ ଗୃହକୁ ଛାଡ଼ି ହଷ୍ଟେଲରେ ଆଗମନ ଏକ ଅପୂର୍ବ ନୂତନ ଆନନ୍ଦର ସଞ୍ଚାର କରେ ତାଙ୍କ କମଳ ହୃଦୟରେ । ଆତ୍ମନିର୍ଭରଶୀଳ ହୋଇ ନିଜର ଭବିଷ୍ୟତକୁ ନିର୍ମାଣ କରେ ଓ ରାଷ୍ଟ୍ର ନିର୍ମାଣରେ ନିଜର ସର୍ବୋତ୍ତମ କାର୍ଯ୍ଯରେ ଯୋଗଦାନ ଦେଇ ନିଜକୁ ଧନ୍ୟ ଅନୁଭବ କରେ।


କିନ୍ତୁ ବର୍ତ୍ତମାନ ଯୁଗରେ ବିଶ୍ବବିଦ୍ୟାଳୟର କିଛି ହଷ୍ଟେଲ ତାଙ୍କ ନିଜ ବ୍ୟବହାରରେ ବଦନାମ ହେଉଛନ୍ତି, ଯାହା ଅତି ଦୁଃଖର ବିଷୟ।ହଷ୍ଟେଲତ ଆତ୍ମନିର୍ଭରର ପ୍ରଥମ ଶାଢୀ, ଯହିଁ ଆତ୍ମବିଶ୍ବାସ,ସମାଜସେବା ,ସହଯୋଗ କରିବାର ଗୁଣ ନିତ୍ୟେ ପଲ୍ଲବିତ ହୁଏ।


କିନ୍ତୁ କିଛି ଅଭିଭାବକ ନିଜର ଝିଅକୁ ହଷ୍ଟେଲ ପଠାଇବା ପାଇଁ କୁଣ୍ଠିତ ଅନୁଭବ କରନ୍ତି, କାରଣ ଆଧୁନିକତାର ଗତିବିଧି ତାଙ୍କୁ ଦୁଃଖିତ କରେ।ଧୀରେ ଧୀରେ ଏହା ଏବେ ଦୂର ହେବାକୁ ଯାଉଛି ଓ ଅଭିଭାବକ ଆନନ୍ଦ ଖୁସିରେ ଝିଅର ଭବିଷ୍ୟତ ଦେଖି ହଷ୍ଟେଲ ପଠାଇବା ପାଇଁ ବାଧ୍ୟ ହେଉଛନ୍ତି।


ବର୍ତ୍ତମାନ ଯୁଗରେ ଝିଅ ପୁଅକୁ ହଷ୍ଟେଲରେ ରଖିବା ଅତ୍ୟନ୍ତ ଆବଶ୍ୟକ ହୋଇ ଯାଇଛି।ଆମ ସଂସ୍କୃତି ଆମ ପରମ୍ପରାକୁ ଓ ନିଜର କର୍ତ୍ତବ୍ୟକୁ ସଜାଡି ଆତ୍ମନିର୍ଭର ହୋଇ ସେ ଶିକ୍ଷା ଅର୍ଜନ କରୁଛି। ରାଜନୈତିକ ଶିକ୍ଷା ମଧ୍ୟ ଅଧ୍ୟୟନ କରୁଛି, ଯାହା ଦ୍ବାରା ଉଚ୍ଚ କୋଟିର ରାଜନେତା ହେବାର ସୁଯୋଗ ମିଳୁଛି ଓ ସେହୁ ଶିକ୍ଷା ରାଷ୍ଟ୍ର ନିର୍ମାଣରେ ଏକ ଗୌରବର ବିଷୟ ଜଡ଼ିତ ହେଉଛି।


ଏକ ଅନ୍ୟ ସହିତ ସାହାଯ୍ୟ କରିବା ଶିକ୍ଷା ପ୍ରାପ୍ତ କରୁଛି।ନିଜ ଭିତରୁ କାହାରି ଶରୀର ଖରାପ,ରୋଗରେ ଆକ୍ରାନ୍ତ ଓ

ଆର୍ଥିକ ସାହାଯ୍ୟ ପାଇଁ ସବୁ ବେଳେ ଏକ ଅନ୍ୟର ସାହାଯ୍ୟ କରୁଥାନ୍ତି। ହଷ୍ଟେଲରେ ସବୁ ବେଳେ ଏକ ଶୁତ୍ରରେ ବାନ୍ଧି ହୋଇ ଏକ ଅନ୍ୟର ସାହାଯ୍ୟ କରୁ ଥାନ୍ତି, ଯାହା ଏକତା ଓ ସେବାର ଶିକ୍ଷାକୁ ଛାତ୍ରଛାତ୍ରୀଙ୍କ ଅନ୍ତ କଣରେ ଭରି ଦିଏ ଯାହା ଦ୍ବାରା ଏକାକୀ ଅନୁଭବ ମଧ୍ୟ ହୁଏ ନାହିଁ।


ବର୍ତ୍ତମାନ ପରିସ୍ଥିତି କୁ ଦେଖି ଅଧିକାଂଶ ଅଭିଭାବକ ନିଜ

ସନ୍ତାନକୁ ପଠାଇବା ପାଇଁ କୁଣ୍ଠାବୋଧ କରୁଛନ୍ତି, କିନ୍ତୁ ସବୁ

ହଷ୍ଟେଲ ଖରାପ ନୂହେଁ,କିଛି ହଷ୍ଟେଲ ତାଙ୍କ ବ୍ୟବହାରୂ ଖରାପ ହୋଇ ଛନ୍ତି, ଯାହା ଧିରେ ଧିରେ ସୁଧାର ହେଉଛି।


ମନୁଷ୍ୟ ଜୀବନର ପ୍ରଥମ ସୀଢୀ ଆତ୍ମନିର୍ଭରର ପାଇଁ ହେଉଛି ହଷ୍ଟେଲ। ଆତ୍ମନିର୍ଭରର, ଜନତା ସେବାର ,ଏକତ୍ରିତ ହୋଇ ରହିବାର ଓ ଆତ୍ମବିଶ୍ବାସ ମନ୍ତ୍ରର ଶିକ୍ଷାକୁ ଉପାର୍ଜନ କରେ ସେ ହଷ୍ଟେଲରେ ରହି, ଯାହା ତାଙ୍କ ଜୀବନ ଯାତ୍ରାରେ ଅତି ହିଁ ଆବଶ୍ୟକ ଏବଂ କାର୍ଯ୍ୟକାରୀ ହୁଏ ଓ ରାଷ୍ଟ୍ର ନିର୍ମାଣରେ ଅତୁଳନୀୟ କାର୍ଯ୍ୟକୁ ରୂପ ଦିଏ, ଯାହା ସ୍ମରଣଯୋଗ୍ୟ ହୁଏ। ହଷ୍ଟେଲର ରହି ଶିକ୍ଷ ଅର୍ଜନ କରିବ,ଜୀବନର ସବୁ ଗୁଣରେ ପରିପୂର୍ଣ୍ଣ ହେବା।


ହଷ୍ଟେଲ ଜୀବନରେ ପାରିବାରିକ ସମ୍ପର୍କର ଭାବନାର ବିକାଶ ହୁଏ। ଡ଼ର ଲଜ୍ୟା ଅହଙ୍କାର ସବୁ ଦୁରେଇ ଯାଏ। ନିଜେ ଖର୍ଚ୍ଚ କରିବ,କିପରି ଖର୍ଚ୍ଚ କରିବ, ଶିକ୍ଷା ମଧ୍ୟ ସେନିଜେ ପ୍ରାପ୍ତ କରେ।


ହଷ୍ଟେଲ ଏକ ମିନି ଭାରତ।ଯହିଁ ବିଭିନ୍ନ ଭାଷାଭାଷୀ, ବିଭିନ୍ନ କ୍ଷେତ୍ରର ଛାତ୍ରଛାତ୍ରୀ ରୁହନ୍ତି। ସବୁ ପର୍ବ ପର୍ବାଣି ମଧ୍ୟ ଆୟୋଜିତ ହୁଏ ଯାହା ସମସ୍ତେ ମିଳି ମିଶି ପାଳନ କରନ୍ତି।

ଦେଶର ବିଭିନ୍ନ ବିଭୂତିଙ୍କ ଜୟନ୍ତୀ ପାଳନ ହୁଏ ,ଯେଉଁ ମାନେ ଦେଶର ସ୍ବାଧୀନତା ପାଇଁ ବଳିଦାନ ହୋଇ ଥିଲେ, ଦେଶର ଉନ୍ନତି ଓ ପ୍ରଗତି ପାଇଁ ସର୍ବୋତ୍ତମ କାର୍ଯ୍ୟ କରିଥିଲେ। ହଷ୍ଟେଲ ଜୀବନରେ ପ୍ରତେକ ଛାତ୍ରଛାତ୍ରୀଙ୍କୁ ତାଙ୍କ ବିଷୟରେ, ତାଙ୍କ କାର୍ଯ୍ୟ ବିଷୟରେ ଓ ହସିହସି ମାତୃଭୂମି ପାଇଁ ବଳିଦାନ ହେବ ବିଷୟରେ ଶିକ୍ଷା ଅର୍ଜନ କରି ଥାନ୍ତି।


ଏକ ଆଦର୍ଶ ବୈଜ୍ଞାନିକ,ଆଦର୍ଶ ଇଞ୍ଜିନିୟର,,ଏକ ଆଦର୍ଶ ଜନସେବୀ,କବି ସାହିତ୍ୟକାର ଦିଗରେ ଜ୍ଞାନ ଅର୍ଜନ କରୁଛନ୍ତି।ସତ୍ୟ,ତ୍ୟାଗ ଧର୍ମ ଓ ରାଷ୍ଟ୍ରର ପୌରାଣିକ ଇତିହାସ ଜ୍ଞାନର ଶିକ୍ଷା ପାଉ ଥାନ୍ତି।


ବିଭିନ୍ନ ରାଜନୈତିକ ଦଳର ସଙ୍ଗଠନ ଥାଏ।ବିଶ୍ବବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଅସୁବିଧାର ଆବାଜକୁ ଉଠାଉଥାନ୍ତି ଓ ସମାଧାନ ମଧ୍ୟ କରୁଥାନ୍ତି ଏକ ରାଜନେତା ପରି।


ପ୍ରତିବର୍ଷ ବିଭିନ୍ନ ଦଳର ଛାତ୍ରଛାତ୍ରୀ ପାଇଁ ନିର୍ବାଚନ ମଧ୍ୟ ହୁଏ। ଛାତ୍ରଛାତ୍ରୀଙ୍କ ଭଲ ପାଇଁ ଯେଉଁ ଦଳ ଭଲ କାର୍ଯ୍ୟ କରେ ବିଜୟୀ ହୁଏ।ରାଜନୈତିକ ଜ୍ଞାନ ତାଙ୍କୁ ହଷ୍ଟେଲ

ଓ ବିଶ୍ବବିଦ୍ୟାଳୟ ରେ ମିଳେ, ଯାହା ଦେଶ ପାଇଁ ଗୌରବର

ବିଷୟ।


ଦୟାକରି ଅଭିଭାବକ ମାନେ ଡ଼ର କୁ ଦୂର କରି ସନ୍ତାନଙ୍କୁ ହଷ୍ଟେଲ ପଠେଇବା ପାଇଁ ଏକ ଅତୁଳନୀୟ କାର୍ଯ୍ୟ କରିବେ, ଯାହା ରାଷ୍ଟ୍ରର ନିର୍ମାଣ ପାଇଁ ମଙ୍ଗଳ ହେବ ଓ ସବୁ କ୍ଷେତ୍ରରେ ଦେଶ ଶକ୍ତିଶାଳୀ ହେବ।


ସ୍ବତନ୍ତ୍ର ହୋଇ କାର୍ଯ୍ୟ କରିବା, ମନରେ ଆତ୍ମବିଶ୍ବାସ ରଖି

ଆତ୍ମନିର୍ଭରର ହେବା ମହାମନ୍ତ୍ର କୁ ସେ ହଷ୍ଟେଲ ଜୀବନରେ

ଶିଖିବାକୁ ପାଏ। ଆତ୍ମନିର୍ଭରଶୀଳର ପ୍ରଥମ ପର୍ଯ୍ୟାୟ ହେଉଛି ହଷ୍ଟେଲ ଜୀବନ।ଏକ ଆଦର୍ଶ ବ୍ୟକ୍ତିତ୍ୱ, ନିସ୍ବାର୍ଥର

ଭାବର ମନୁଷ୍ୟକୁ ତିଆରି କରେ। ମନସେବ,ରାଷ୍ଟ୍ର ପ୍ରତି

ସମର୍ପଣ ଭାବ ତା ହୃଦୟରେ ସଦାସର୍ବଦା ଗୁଞ୍ଜୁ ଥାଏ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract