ପରିଶ୍ରମୀ କମାର
ପରିଶ୍ରମୀ କମାର
ଜଣେ କମାର ନିଜ ପରିଶ୍ରମ ଓ କୁଶଳତାରେ ଗୃହ ପରିବାର ଲାଳନପାଳନ ଭଲ ଭାବରେ କରୁଥିଲା।ତାର ଗୋଟିଏ ମାତ୍ରପୁଅ।ବାପର ପରିଶ୍ରମ ଟଙ୍କାକୁ ସବୁ ବେଳେ ଖର୍ଚ୍ଚ କରୁ ଥିଲା।ଖର୍ଚ୍ଚ କରିବାରେ ତାର ଚରିତ୍ର ହୋଇ ଯାଇ ଥିଲା। ପରିଶ୍ରମୀ କମାର ପୁଅର ବୃଥା ଖର୍ଚ୍ଚ ରେ ବହୁତ ଦୁଖିତ ହେଉ ଥିଲେ।
ଦିନକର କଥା ପୁଅକୁ ଡାକି କହିଲା ମୁଁ ଆଉ ବୃଥା ଖର୍ଚ୍ଚ କରିବା ପାଇଁ ଟଙ୍କା ଦେବି ନାହିଁ।ତତେ ରୋଜଗାର କରିବାକୁହେବ। ପରିଶ୍ରମ କରି ଟଙ୍କା ରୋଜଗାର କରିବାକୁ ହେବ। ନହେଲେ ମୁଁ ଆଉ ତତେ ଖର୍ଚ୍ଚ ଦେବି ନାହିଁ।
ଦୁଖିତ ମନରେ ପୁଅ ପରିଶ୍ରମ ପାଇଁ ଓ ଟଙ୍କା ରୋଜଗାର ପାଇଁ ବାହାରି ଗଲା।ଚେଷ୍ଟା କଲା,କିନ୍ତୁ ଅସଫଳ ହେଲା।ଶହେ ଟଙ୍କା ନେଇ ବାପାଙ୍କ ପାଖରେ ବସିଲା।ବାପା ଶହେ ଟଙ୍କା ତା ହାତରେ ଦେଖିଲେ ଓ କହିଲେ ଏ ଟଙ୍କା ତୁ ରୋଜଗାର କରି ନାହୁ ଓ ସେହୁ ଶହେ ଟାଙ୍କ ଚୁଲିରେ ଫୋପାଡି ଦେଲା
ଲଜ୍ୟାରେ ପୁଅ ବାପା ପାଖରୁ ଚାଲି ଗଲା। ଅନ୍ୟ ଦିନ ମଧ୍ୟ ସେ କାର୍ଯ୍ୟ କରିବାକୁ ଗଲା ନାହିଁ। ମାଆଙ୍କ ଠାରୁ ଶହେ ଟଙ୍କା ନେଇ ବାପ ପାଖକୁ ଗଲା ଓ ମାଆଙ୍କ ଠାରୁ ଆଣି ଥିବା ଶହେ ଟଙ୍କା ବାପକୁ ଦେଲା। ବାପା ଟଙ୍କା କୁ ନେଇ ଚୁଲିରେ ଫୋପାଡ଼ି ଦେଲେ।ମନରେ ମନରେ ପୁଅ ଦୁଖିତ ହେଲା, କିନ୍ତୁ କହିଲା କିଛି ନାହିଁ।
ତୃତୀୟ ଦିନ ପରିଶ୍ରମ ନକରି ଶହେ ଟଙ୍କା ଚୋରି କରି ଆଣିଥିଲା ଓ ଖୁସିରେ ସେ ଶହେ ଟଙ୍କାକୁ ବାପକୁ ଦେଲା।କେଉଁ କର୍ମ କରି ସେ ଟଙ୍କା ଆଣିଛି ତା ବାପା ଜାଣି ସେହୁ ଟଙ୍କାକୁ ମଧ୍ୟ ଚୁଲିରେ ଫୋପାଡ଼ି ଦେଲେ ଓ କହିଲେ ଏ ତୋର ପରିଶ୍ରମର ଟଙ୍କା ନାହିଁ।
ପୁଅ ଜାଣି ପାରିଲା ବିନା ରୋଜଗାରରେ କେଉଁ କାର୍ଯ୍ୟ ହେବନାହିଁ। ପରିଶ୍ରମ କରି ରୋଜଗାର କରିବାକୁ ହେବ।ସକାଳୁ ଉଠି କାର୍ଯ୍ୟରେ ବାହାରିଲା ଓ ଗୋଟିଏ ଠିକାଦାର ପାଖରେ କାର୍ଯ୍ୟ କରିଲା।ନିଜ ପରିଶ୍ରମର ଟଙ୍କା ବାପକୁ ଆଣି ଦେଲା।ବାପା ସେହୁ ଟଙ୍ଗାକୁ ମଧ୍ୟ ଚୁଲିରେ ଫୋପାଡ଼ି ପାଇଁ ହାତ ବଢେଇ ଥିଲେ, ପୁଅ ବାପା ହାତକୁ ଧରି ପକେଇଲା ଓ କହିଲା ବାପା ମୋର ପରିଶ୍ରମ ଟଙ୍କାକୁ ଚୁଲିରେ ଫିଙ୍ଗି ଦିଅ ନାହିଁ, ମୁଁ ପରିଶ୍ରମ କରି ଏହାକୁ ରୋଜଗାର କରି ଆଣିଛି।ବାପା ହସିବାକୁ ଲାଗିଲେ ଓ ପୁଅକୁ କହିଲେ ପରିଶ୍ରମ କରିରୋଜଗାର କରିଥିବା ଦରଦ କୁ ବୁଝିଲୁ।ମୋ ପରିଶ୍ରମ ଟଙ୍କା ତୁ ଯେତେ ବେଳେ ଖର୍ଚ୍ଚ କରୁ ଥିଲୁ ବୃଥାରେ, ମୋ ମନ ଭି ତଭଳି ଛଟପଟ ହେଉ ଥିଲା, ଦୁଃଖ ହେଉ ଥିଲା।ସେଥିପାଇଁ ମୁଁ ବୃଥାରେ ଖର୍ଚ୍ଚ ପାଇଁ ଟଙ୍କା ଦେଉ ନଥିଲି,ପରିଶ୍ରମ କରି ରୋଜଗାର ପାଇଁ କହୁ ଥିଲି,ଯାହା ପାଇଁ ମୁଁ ଅତି ଖୁସି ଓ ଧନ୍ୟବାଦ ଦେଉଛି।
ସେହୁ ଦିନ ଠାରୁ ବାପାର କାର୍ଯ୍ୟରେ ସହଭାଗୀ ହେଲା।ଗୃହର ଖୁସି ଆନନ୍ଦ ପାଇଁ ଦିନରାତ୍ର କାର୍ଯ୍ୟରେ ଲାଗି ରହିଲା ଓ ପିତାଙ୍କ ସହଭାଗୀ ହୋଇ କର୍ମପଥରେ ପଥଗାମୀ ହୋଇ, ଆତ୍ମନିର୍ଭରର ହୋଇ ଲୁହାର କାର୍ଯ୍ୟରେ ନୂତନ ରୂପକୁ ଦେଲା।ସମସ୍ତେ ତାର କାର୍ଯ୍ୟ ଶୈଳୀକୁ ଆଗ୍ରହ କଲେ।ପିତାଙ୍କ ଶିକ୍ଷା ତାକୁ ଆତ୍ମନିର୍ଭରର ଓ ଆତ୍ମବିଶ୍ବାସ ଆଣି ଦେଲା ବାପାର ଶିକ୍ଷା ତାର କର୍ମପଥ ହେଲା। ପରିଶ୍ରମ ଜୀବନରେ ମନ୍ତ୍ର ହେଲା ଓ ଏକ ଆଦର୍ଶ ପରିବାର ହେବାର ସ୍ବପ୍ନ ସାକାର କରିବାକୁ ଲାଗିଲା।
କର୍ମ ବିନୁ ନାହିଁ ଜୀବନର ମୂଲ୍ୟ
କର୍ମ କରୁ ଥିବା ନିତ୍ୟେ
କର୍ମଯୋଗୀ ସିନା ସଫଳ ହୋଇବ
ଖୁସି ଆଣୁ ଥିବ ନିତ୍ୟେ।
ଜୀବନର କର୍ମଯୋଗୀ ହେବା ପାଇଁ ଏହୁଏକ ଛୋଟ କାହାଣୀ, କିନ୍ତୁ ଜୀବନରେ ସଫଳ ହେବାର ଶିକ୍ଷା ଦେଉଛି।
