STORYMIRROR

Ajit Kumar Raut

Inspirational

3  

Ajit Kumar Raut

Inspirational

ମୁଁ କୃତଜ୍ଞ ନିକଟରେ

ମୁଁ କୃତଜ୍ଞ ନିକଟରେ

1 min
289

ମୁଁ ଅଜିତ କୁମାର ରାଉତ ଜଣେ ସମାଜସେବୀ,ସମ୍ପୂର୍ଣ୍ଣ ସନାତନୀ ଓ ଜଗନ୍ନାଥଙ୍କ ଚରଣରେ ଦୃଢ଼ ଆସ୍ଥା।ବନ୍ଧୁତା ଓ ସମ୍ପର୍କକୁ ସମ୍ମାନ ଦେଉଥିବା ସଧାରଣ ମଣିଷଟିଏ।


ଉତ୍କଳୁ ବିଚ୍ଛିନ୍ନ ବିଚ୍ଛନ୍ନାଞ୍ଚଳ କଳାବାଡିଆ ଗାଆଁରେ ମୋର ଘର,ଯାହାର ଜିଲ୍ଲା ସଢୈଇକଳା ଖରସୁଆଁ,ଝାଡ଼ଖଣ୍ଡ ରାଜ୍ୟ

ଅଧିନରେ।


ଷ୍ଟୋରିମିରରେ ହଜାରରୁ ଅଧିକ କବିତା କାହାଣୀ ପ୍ରକାଶିତ

ହୋଇଛି ଓଡ଼ିଆ ଓ ହିନ୍ଦୀର କବିତା ଓ କାହାଣୀ।ବିଭିନ୍ନ ପ୍ରତିଯୋଗିତାରେ ଶହେରୁ ଅଧିକ ସମ୍ମାନ ପତ୍ର ଦିଆଯାଇଛି।


ଷ୍ଟୋରିମିରର ପାର୍ବଣ ପତ୍ରିକାରେ ମଧ୍ୟ ମୋର କବିତା

ପ୍ରକାଶିତ ହୋଇଛି। କବିତା ସଂକଳନ ଇ ପୁସ୍ତକ ମଧ୍ୟ ପ୍ରକାଶିତ ହୋଇଛି।SM BOSS ପ୍ରତିଯୋଗିତା ଓ

ଅନ୍ୟାନ୍ୟ ପ୍ରତିଯୋଗିତାରେ ମୋର କବିତାର ଇ ପୁସ୍ତକ

ହୋଇଛି। ଅଥର ଅଫ୍ ଦି ଇଅର୍ 2021 ର ସମ୍ମାନ ମଧ୍ୟ

ଦିଆଯାଇଛି 2nd Runner ରୂପରେ।


ପଣ୍ଡିତ ଦୁର୍ଗାଚରଣ କର ସାହିତ୍ୟ ସଂସଦ କେରା,ଧକ୍ରଧରପୁର

ପଶ୍ଚିମ ସିଂହଭୂମି, ମାନପତ୍ର ଦେଇ ମୋତେ " ବିଚ୍ଛିନ୍ନାଞ୍ଚଳ ଭାଷା ସେବକ" ଉପାଧିରେ ସମ୍ମାନିତ କରିଛି।


ଏତଦ୍ ବ୍ୟତୀତ ମୁଁ ବର୍ତ୍ତମାନ ସଢୈଇକଳା ଖରସୁଆଁ ଜିଲ୍ଲାର 

ରାଜନଗର ବ୍ଲକ ଶାଖର ଉତ୍କଳ ସମ୍ମିଳନୀରେ ସଭାପତି ପଦରେ ରହି ଓଡ଼ିଆ ଭାଷାର ଉନ୍ନତି ବିକାଶ ପାଇଁ କାର୍ଯ୍ୟ ନିରନ୍ତର କରୁ ଅଛି।


ଅନେକ ବର୍ଷ ପରେ ସରଳ ଭାଷାରେ ମୋ ଭାବକୁ ପ୍ରକାଶ କରିବାରେ ସୁଯୋଗ ଦେଇଥିବାରୁ ଷ୍ଟୋରିମିରର୍ ନିକଟରେ

ମୁଁ କୃତଜ୍ଞ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational