ସ୍ବାଗତମ୍
ସ୍ବାଗତମ୍
ହୃଦୟରେ ଆନନ୍ଦ ଓ ଖୁସି,ରାଷ୍ଟ୍ରରେ ଉତ୍ସାହ, କାହିଁକିନା ରାଇରଙ୍ଗପୁର ଜଙ୍ଗଲ ମୁଲୁକର ଆଦିବାସୀ ସନ୍ଥାଲି ମହିଳା
ଦ୍ରୌପଦୀ ମୁର୍ମୁ ଆଜି ୨୫/୦୭/୨୦୨୨ ସମବାର ୧୫ତମ
ରାଷ୍ଟ୍ରପତି ର ଶପଥ ନେବେ।ପଲ୍ଲୀ ଠାରୁ ଦିଲ୍ଲୀ ତାଙ୍କର ଯାତ୍ରା ଏକ ଆଦିବାସୀ ମହିଳାର ରାଷ୍ଟ୍ର ପ୍ରତି କର୍ତ୍ତବ୍ୟନିଷ୍ଟର ପରିଚୟ। ରାଷ୍ଟ୍ର ଗର୍ବିତ ଏକବିଂଶ ଶତାବ୍ଦୀରେ ଏକ ପଲ୍ଲୀ କ୍ଷେତ୍ରରେ ଆଦିବାସୀ ମହିଳା ରାଷ୍ଟ୍ରର ମାନ୍ୟବର ରାଷ୍ଟ୍ରପତି ରାଷ୍ଟ୍ରର ସର୍ବୋଚ୍ଚ ସ୍ଥାନରେ।
ଦ୍ରୌପଦୀ ମୁର୍ମୁ ମହାଭାରତ ଦ୍ରୌପଦୀ ନୁହଁ, ପୁତ୍ର ସ୍ବାମୀ ହରା ଏକ ସନ୍ଥାଲି ଆଦିବାସୀ ମହିଳା। ଦ୍ରୁପଦ ନନ୍ଦିନୀ ନୁହଁ, ଏକ ରାଇରଙ୍ଗପୁର ପଲ୍ଲୀ ମୁଲୁକର ଆଦିବାସୀ ନେତ୍ରୀ।ସ୍ବାମୀ ପୁତ୍ରର ମୃତ୍ୟୁ ରେ ମଧ୍ୟ ବିଚଳିତ ନହୋଇ ରାଷ୍ଟ୍ରସେବା ଓ ଜନକଲ୍ୟାଣ କାର୍ଯ୍ୟରେ ଦୁଃଖ କଷ୍ଟକୁ ଭୁଲି ଜୀବନକୁ ସମର୍ପଣ କରିଥିଲେ।ଜୀବନ ସଂଗ୍ରାମ ରୁ ଟଳି ଯାଇ ନାହିଁ ଭାଙ୍ଗି ପଡ଼ି ନାହିଁ କିବା କେବେ ହତାଶ ହୋଇନାହିଁ। ଏକ ଆଦିବାସୀ ମହିଳା ଆଦର୍ଶ ନାରୀ,ନାରୀ ଶକ୍ତିର ପରିଚୟ ଦେଇ ଛନ୍ତି। ସାଧନାରେ ସିଦ୍ଧି,କର୍ମେ ଉପଲବ୍ଧି ଜନସେବା ବ୍ରତୀ,କାଉନ୍ସିଲରୁ ଠାରୁ ବିଧାୟକ,ମନ୍ତ୍ରୀ ଝାଡ଼ଖଣ୍ଡ ରାଜ୍ୟରେ ରାଜ୍ୟପାଳ,ଆଜି ୨୫/୦୭/୨୦୨୨ ସମବାର ଶ୍ରାବଣ ମାସ,ମହାଦେବଙ୍କ ପବିତ୍ର ମାସରେ ରାଷ୍ଟ୍ରପତି ର ଶପଥ ନେବେ।
ସର୍ବୋତ୍ତମ ବିଧାୟକର ସମ୍ମାନରେ ତାଙ୍କୁ ସମ୍ମାନିତ କରା ଯାଇ ଥିଲା।ମୃଦୁଭାଷୀନୀ ସେ ସମସ୍ତଙ୍କୁ ଆକର୍ଷିତ କରୁ ଥିଲେ। ଆଦିବାସୀଙ୍କ ଉନ୍ନତି ଏବଂ ବିକାଶ ପାଇଁ ସେ ସଦାସର୍ବଦା କାର୍ଯ୍ୟରତ।ଆଦିବାସୀଙ୍କ ଠାରୁ ଅନ୍ଧବିଶ୍ୱାସର ଅଭିଶାପ କିପରି ଦୂର ହେବ ,ଦୂର କରିବା ହିଁ ତାଙ୍କ ଜୀବନର ମନ୍ତ୍ର ଥିଲା। ୬୬%ରୁ ବେଶି ସମର୍ଥନ ପାଇ ସର୍ବୋମାନ୍ୟ ରାଷ୍ଟ୍ରପତି ହୋଇ ଛନ୍ତି।
ସଂସଦ ସେଣ୍ଟ୍ରାଲ ହଲରେ ଭାରତର ପ୍ରଧାନ ବିଚାରପତି ତାଙ୍କୁ ରାଷ୍ଟ୍ରପତିର ଶପଥ କରାଇବେ ଓ ଦ୍ରୌପଦୀ ମୁର୍ମୁ ୧୫ତମ ରାଷ୍ଟ୍ରପତିର ଶପଥ ନେବେ।୨୧ ଟି ଟାପା ସହିତ ସାଲ୍ୟୁଟ୍ ଦିଆଯିବ।ଉପରାଷ୍ଟ୍ରପତି ଏବଂ ରାଜ୍ୟସଭାର ସଭାପତି, ପ୍ରଧାନମନ୍ତ୍ରୀ, ଲୋକସଭା ଅଧ୍ୟକ୍ଷ ମନ୍ତ୍ରୀ ପରିଷଦର ସ୍ବଦେଶ,ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ତଥା ସୈନିକ ଅଧିକାରୀ ସମାରୋହରେ ଉପସ୍ଥିତି ଥିବେ।
କୋଡ଼ିଏ ଜୁନ ୧୯୫୮ ଓଡିଶା ମୟୂରଭଞ୍ଜ ଜିଲ୍ଲାର ନିକଟସ୍ଥ ରାଇରଙ୍ଗପୁର ବୈଦାପୋସି ଗାଁରର ଏକ ସନ୍ଥାଲି ପରିବାରରେ ତାଙ୍କ ଜନ୍ମ ହୋଇ ଥିଲା।ପ୍ରଥମେ ସେ ଶିକ୍ଷକ ରୂପରେ କାର୍ଯ୍ୟରତ ଥିଲେ। ଶିକ୍ଷା ତାଙ୍କ ସ୍ନାତକ ଥିଲା।ଭାରତୀୟ ଜନତା ପାର୍ଟିର ଏକ ଆଦର୍ଶ, କର୍ତ୍ତବ୍ୟରେ ଭୂଷିତ ଏକ ନାରୀ ଶକ୍ତି ଥିଲେ।ରାଷ୍ଟ୍ରର ଉନ୍ନତି, ଜନ ପ୍ରଗତି, ଆଦିବାସୀଙ୍କ ବିକାଶ କିପରି ହେବ ତାହାରି ପାଇଁ ଜୀବନକୁ ମାତୃଭୂମି ପାଇଁ ସମର୍ପଣ କରିଥିଲେ।
ଉତ୍କଳର ଆଦିବାସୀ ଓଡ଼ିଆ ଭାଷୀ ଥିଲେ।ତାଙ୍କ ଜୀବନର
ଦୁଃଖ ଭରା କାହାଣୀ ଓ କର୍ତ୍ତବ୍ୟନିଷ୍ଟର ରାଣୀ ମାତାଙ୍କୁ ଆଜି
ସମ୍ପୂର୍ଣ୍ଣ ରାଷ୍ଟ୍ର ଅଭିନନ୍ଦନ କରୁଛି, ଧନ୍ୟ ମାଆ ଦ୍ରୋପତୀ, ଯାଜ୍ଞସେନୀ ନୁହଁ ଭାରତର ରାଜମାତା।
ଏନଡିଏ ସରକାର ଆଦିବାସୀଙ୍କୁ ଗୌରବ ଦେଇ ଏକ ନୂଆ ଭାରତର ସ୍ବପ୍ନକୁ ସାକାର କରିଛି, ଶକ୍ତିରୂପା ନାରୀ ଦୌପଦୀ
ମୁର୍ମୁଙ୍କୁ ରାଷ୍ଟ୍ରପତି କରି, ଝାଡ଼ଖଣ୍ଡର ଭଗବାନ ବିରସା ମୁଣ୍ଡାଙ୍କୁ ଉଚିତ ସମ୍ମାନ ଦେଇ, ଭାରତର ସୁବର୍ଣ୍ଣ ଇତିହାସରେ ଅଙ୍କିତ କରି ଦେଇଛି।
ସ୍ବାମୀ ପୁତ୍ର ହରା ଯାଜ୍ଞସେନୀ ସିଏ
ଜଳିଛି ଦୁଃଖ ନିଆଁରେ,
କର୍ତ୍ତବ୍ୟ ପଥରୁ ଟଳି ନାହିଁ ଦିନେ
ସର୍ବଦା ସେବା ପଥରେ।
ସେବା ପୁରସ୍କାରେ ରାଷ୍ଟ୍ରପତି ଆଜ
ରାଷ୍ଟ୍ରର ସର୍ବୋଚ୍ଚ ପଦ,
ଶକ୍ତିରୂପା ନାରୀ ସ୍ଥାପିତ ତହିଁରେ
ସର୍ବୋତ୍ତମ ଏହୁ ପଦ।
ଅଭିନନ୍ଦନଟି ବିଚ୍ଛିନ୍ନ ସିଂଭୂମୁ
ସର୍ବେ ଉତ୍ସାହିତ ଆଜି,
ଓଡ଼ିଆ ସେ ଭାଷୀ ଆମ ରାଷ୍ଟ୍ରପତି
ମନ ଆନନ୍ଦିତ ଆଜି।
ଏକବିଂଶ ଶତାବ୍ଦୀ ନିଶ୍ଚୟ ଭାରତର,ଯାହା ପରିଲକ୍ଷିତ ହେଉଛି। ରାମ ରାଜ୍ୟର ସ୍ବପ୍ନ ସାକର ହେବାକୁ ଯାଉଛି।
ଉଚିତ ସମ୍ମାନ ଜନସାଧାରଣଙ୍କୁ ମିଳୁଛି। ଭେଦଭାବ ନାହିଁ
ସମସ୍ତଙ୍କୁ ସମାନ ଅଧିକାର ମିଳୁଛି।ବିଦେଶରେ ଭାରତର
ଗୌରବ ଓ ସମ୍ମାନ ବଢୁଛି, ଭାରତର କଥା ବିଶ୍ବ ମହତ୍ତ୍ଵ
ଦେଉଛନ୍ତି, ବିଶ୍ବଗୁରୁ ସ୍ବପ୍ନ ସାକାର ହେବାକୁ ଯାଉଛି।
