STORYMIRROR

Ajit Kumar Raut

Tragedy

3  

Ajit Kumar Raut

Tragedy

ଭାଙ୍ଗିଗଲା ମୋ ସ୍ବପ୍ନର ବାଲିଘର

ଭାଙ୍ଗିଗଲା ମୋ ସ୍ବପ୍ନର ବାଲିଘର

1 min
50

ମନୁଷ୍ୟ ଜୀବନ କର୍ତ୍ତବ୍ୟେ ଜଡ଼ିତ। ନୂଆ ନୂଆ ସ୍ବପ୍ନ ଦେଖି ଥାଏ ଗୃହସ୍ଥା ଧର୍ମରେ।ବୁଧୁ ବାବୁ ଦେଖି ଥିଲେ ସେହି ସ୍ବପ୍ନ, ଯାହା କି ବାଲିଘର ପରି ଭାଙ୍ଗି ଯାଇଥିଲା। ବୁଧୁ ବାବୁ, ସରଳ,ମୃଦୁଭାଷୀ ମିଳନସାର ଜଣେ ବ୍ୟକ୍ତି ଥିଲେ।ସମାଜରେ ତାଙ୍କ ମାନ ସମ୍ମାନ ପ୍ରତିଷ୍ଠା ଥିଲା।ସରକାରୀ କର୍ମଚାରୀ ହୋଇ ମଧ୍ୟ ସାଧାରଣ ଜନତାଙ୍କ ପରି ଜୀବନ ବ୍ୟତୀତ କରୁ ଥିଲେ।ତାଙ୍କର ଚାରି ଟି ସନ୍ତାନ ଥିଲେ, ଦୁଇ ଝିଅ,ଦୁଇ ଟି ପୁଅ। ଝିଆ ମାନଙ୍କର ବିବାହ ସରି ଯାଇଛି। ସେମାନେ ଖୁସି ଆନନ୍ଦରେ ତାଙ୍କ ଶଶୁର ଘରେ ଅଛନ୍ତି, କିନ୍ତୁ ପୁଅ ମାନଙ୍କ ପାଇଁ ଯେଉଁ ସ୍ବପ୍ନ ଦେଖି ଥିଲେ,ସେହୁ ସ୍ବପ୍ନ,ସ୍ବପ୍ନରେ ହିଁ ରହି ଗଲା।ଉଚ୍ଚା ଶିକ୍ଷା ପାଇଁ ବଡ଼ ପୁଅ ଭୁବନେଶ୍ବର ରେ ପଢୁ ଥିଲା।କଷ୍ଟକରି ସମସ୍ତ ପଢାର ଦାୟିତ୍ୱ ସମ୍ଭାଳୁ ଥିଲେ।ଉଚ୍ଚ ଶିକ୍ଷା ପାଇ ପୁଅ ଭଲ ମଣିଷ ହେବ,ସମାଜରେ ମାନ ସମ୍ମାନ ବଢିବ,କିନ୍ତୁ ପୁଅ ମାତାଳ ହେଲା।ବୁଧୁ ବାବୁଙ୍କ ମନ ଭାଙ୍ଗି ଗଲା।କିଛି ଦିନ ପରେ ତାର ବାହାଘର କରି ବହୁଟିଏ ଘରକୁ ଆଣିଲେ, ଶାନ୍ତ ସୁନ୍ଦର ସୂଶୀଳ ଝିଅଟିଏ, ବର୍ଷେ ପର୍ଯ୍ୟନ୍ତ ରହି ପାରିଲା ନାହିଁ।ଡେଲିଭରି ଅବସ୍ଥାରେ ବାପ ଘରକୁ ଚାଲି ଗଲା।ଛୋଟ ପୁଅ ଅନ୍ୟ ଜାତିର ଝିଅକୁ ନେଇ ଆସିଲା। ଡ୍ରାଇଭର କାମ, ସଙ୍ଗକୁ ମଦ୍ୟପାନ।ସବୁବେଳେ ଅସ୍ବସ୍ଥ ରହିଲା।ତାର ସ୍ତ୍ରୀ ମଧ ତାର ବଡ଼ ଝିଅକୁ ଛାଡ଼ି, କୋଳ ଝିଅକୁ ନେଇ ଚାଲି ଗଲା।ବୁଧୁ ବାବୁଙ୍କର ସ୍ବପ୍ନ ବାଲିଘର ଭାଙ୍ଗି ଗଲ।ସେ ମଧ୍ୟ କିଛି ଦିନ ପରେ ଚିନ୍ତା ଲୋକଲଜ୍ୟାରେ ମୃତ୍ୟୁବରଣ କଲେ,ଏ ମାୟା ସଂସରକୁ ଛାଡ଼ି ଚାଲି ଗଲେ। ସ୍ବପ୍ନ ସବୁ ବେଳେ ସତ୍ୟ ହୁଏ ନାହିଁ ,ଡୋର ଜଗା ହାତରେ ରହିଛି, ତାଙ୍କରି ଇଚ୍ଛାରେ ହିଁ ସବୁ ହୁଏ।କର୍ମ ହିଁ ଜୀବନ, ତାହା ବୁଧୁ ବାବୁ କର୍ତ୍ତବ୍ୟ ପୂର୍ବକ କରି ଥିଲେ,ସନ୍ତାନର ଜୀବନକୁ ଗଢିବା ପାଇଁ।ସବୁ ବୃଥା ହେଲା । ବାଲିଘର ପରି ଭାଙ୍ଗି ଗଲା ବୁଧୁ ବାବୁଙ୍କ ଘର ସଂସାର। ଛୋଟ ପୁଅର ମଧ୍ୟ ମୃତ୍ୟୁ ଘଟିଲା। ହେ ଭଗବାନ! ସତ୍ୟରେ ଆଧାରିତ ଏହି ଗଳ୍ପ, ଅବଶ୍ୟ ପଢ଼ିବେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy