STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ପିତୃମାତୃ ଭକ୍ତି

ପିତୃମାତୃ ଭକ୍ତି

3 mins
209


ତ୍ରେତୟା ଯୁଗ କଥା।ଅଯୋଧ୍ୟାରେ ସୂର୍ଯ୍ୟ ବଂଶର ରାଜା ଥିଲେ ଦଶରଥ।ଧର୍ମ ପରାୟଣ, ସତ୍ୟନିଷ୍ଠ,ଶକ୍ତିଶାଳୀ ରାଜା ଥିଲେ ସେହୁ। ଶ୍ରବଣ କୁମର ନାମରେ ଏକ ଋଷି ବାଳକ ଥିଲେ।ଶ୍ରବଣର ମାତା ପିତା ଅନ୍ଧ ଥିଲେ।ବହୁ କଷ୍ଟରେ ସେମାନେ ଶ୍ରବଣକୁ ପ୍ରତିପାଳିତ କରିଥିଲେ। ଶ୍ରବଣର ପିତୃମାତୃ ପ୍ରତି ଅଗାଧ ଭକ୍ତି ଥିଲା।ଶ୍ରବଣର ପିତାଙ୍କ ନାମ ଶାନ୍ତୁନୁ ମାତାଙ୍କ ନାମ ଜ୍ଞାନବନ୍ତୀ।ସେମାନ ମଧ୍ୟ ଋଷି ଥିଲେ।ପ୍ରଭୁ ଭକ୍ତିରେ ସେମାନେ ସଦାସର୍ବଦା ଚିନ୍ତାମଗ୍ନ ଥିଲେ।ଶ୍ରବଣ ହିଁ ତାଙ୍କ ଜୀବନର ସାହାରା ଓ ଭରୋସା। ଛୋଟ ସମୟରୁ ଶ୍ରବଣ ତାଙ୍କ କୁଟୀର ର ସମସ୍ତ କାର୍ଯ୍ୟକୁ କରି ଆସୁଥିଲା। ବଡ଼ ହେବା ପରେ ଯାବତୀୟ କାର୍ଯ୍ୟ କରିବାକୁ ଲାଗିଲା।ପୁଅର କର୍ତ୍ତବ୍ୟ ଓ କାର୍ଯ୍ୟକୁ ଦେଖି ଅନ୍ଧ ଋଷି ଦମ୍ପତି ଧନ୍ୟ ମନେ କରୁ ଥିଲେ।


ଜଙ୍ଗଲକୁ କାଠ ଆଣିବା, ଝରଣାରୁ ଜଳ ଆଣିବା, ସୂର୍ଯ୍ୟ ଉଦୟ ଆଗରୁ ଉଠିବା ପ୍ରତିଦିନର ନିତ୍ୟକର୍ମ ଥିଲା। ପିତୃମାତୃଙ୍କ ସ୍ନାନ ପାଇଁ ବ୍ୟବସ୍ଥା କରିବ,ପୂଜନ ସାମଗ୍ରୀ ଯୋଗାଇ ଦେବା ସେ ଏକ ପୁତ୍ରର କର୍ତ୍ତବ୍ୟ କରି ଆସୁ ଥିଲା।ସଞ୍ଜ ସକାଳ ବାପା ମାଆଙ୍କ ପାଦ ଘଷିବା ନିଜର କର୍ତ୍ତବ୍ୟ ମନେ କରୁ ଥିଲା। ପିତୃମାତୃ ଙ୍କ କଷ୍ଟ ନ ହେଉ, ତା ପାଇଁ ସଦାସର୍ବଦା ତତ୍ପର ରହୁଥିଲା।


ବାପା ବୋଉକୁ ସ୍ବର୍ଗ ,ଦିଅଁ ଦେବତା ମନେ କରୁଥିଲା।ଜୀବନର ଉଦ୍ଦେଶ୍ୟ କେବଳ ପିତୃମାତୃ ସେବା ହିଁ ଥିଲା।ରୋଷେଇ କାର୍ଯ୍ୟ ସେ ଭଲ ଭାବରେ କରି ନେଉ ଥିଲା।ମାଆଙ୍କ ମନା କରିବା ସତେ ଭି ରୋଷେଇ କାର୍ଯ୍ୟ ସବୁ ଦିନ କରୁଥିଲା। ଏପରି ପୁତ୍ରକୁ ପାଇ ଋଷି ଅନ୍ଧ ଅନ୍ଧୁଣୀ ନିଜକୁ ଧନ୍ୟ ଓ ଗର୍ବିତ ଅନୁଭବ କରୁ ଥିଲେ।


ଜଙ୍ଗଲ ଭିତରେ ତାଙ୍କର କଟୀର ଥିଲା ଜଙ୍ଗଲର ଫଳମୂଳ ରେ ହିଁ ତାଙ୍କର ଜୀବନ ଜାପାନ ହେଉ ଥିଲା। ରାତ୍ରି ସମୟ ପୁତ୍ର ଶ୍ରବଣ ମାତାର ପାଦ ଚାପୁ ଥାଏ।ହଠାତ ମାତା ପୁତ୍ରକୁ କହିଲା କି ପୁତ୍ର ତୀର୍ଥଯାତ୍ରା ପାଇଁ ମନରେ ଇଚ୍ଛା ହେଉଛି।ଏହୁ ଇଚ୍ଛା ଜୀବରେ ପୂରଣ ହେବ କି ନାହିଁ।ଆମେତ ଅନ୍ଧ ଅନ୍ଧୁଣୀ। କୋୖଣସି ବ୍ୟବସ୍ଥା ଭି ନାହିଁ। ତହରି ଯୋଗୁଁ ହିଁ ଆମର ଜୀବନ ଏ ପର୍ଯ୍ୟନ୍ତ ବଞ୍ଚି ରହିଛି।ଆମ ତୀର୍ଥଯାତ୍ରା ପାଇଁ କୌଣସି ବ୍ୟବସ୍ଥା କରିପାରିବୁ କି?


ମାତାଙ୍କ କଥାକୁ ଶୁଣି ଶ୍ରବଣ ମାତା ମୁଖ ମଣ୍ଡଳକୁ ଚାହିଁ ରହିଲା।ଆରାଧ୍ୟଙ୍କ ଇଚ୍ଛା କିପରି ଭାବରେ ପୂରଣ କରିବ ଚିନ୍ତା କରିବାକୁ ଲାଗିଲା।ସେ ଯୁଗରେତ ଟ୍ରେନ୍ ବସର ବ୍ୟବସ୍ଥା ନ ଥିଲା,ଥିଲା ମାତ୍ର ବଳଦ ଗାଡି ଓ ଘୋଡ଼ା ଗାଡ଼ିର ବ୍ୟବସ୍ଥା। ଶ୍ରବଣ ବା ତାହା ପାଇବ କେଉଁଠି,କିନ୍ତୁ ପିତୃମାତୃଙ୍କ ଇଚ୍ଛା ନିଶ୍ଚୟ ପୂରଣ କରିବା ପାଇଁ ବ୍ରତ ନେଲା। କହିଲା ହେ ଆରାଧ୍ୟ ମୋ ପିତୃମାତୃ,ନିଶ୍ଚୟ ମୁଁ ତୁମ୍ଭର ମନବାଞ୍ଛା ପୂରଣ କରିବି।ଦୁଇଟି ବଡ ଟୋକେଇ ନେଇ ଏକ ଶକ୍ତିଶାଳୀ ବାଡିର ଉଭୟ ମୁଣ୍ଡରେ ଦଉଡିରେ ଟାଙ୍ଗି ଦେଲା | ଏହିପରି ଏକ ବଡ କାନୱାର୍ ଗଠନ ହେଲା।


ବାପାମାଆ ଙ୍କୁ କୋଳରେ ନେଇ ଟୋକେଇରେ ବସେ ଦେଲା,ଓ କାନୱାର୍ କୁ କାନ୍ଧ ଉପରେ ବହି ପିତୃମାତୃ ଙ୍କୁ ତୀର୍ଥଯାତ୍ରା ପାଇଁ ନେଇ ଗଲା। ଧନ୍ୟ ପୁତ୍ର ଶ୍ରବଣ କୁମାର,ତାର ପିତୃମାତୃ ଭକ୍ତି ,ଯୁଗେଯୁଗେ ମାନବ ସମାଜକୁ ପ୍ରେରଣା ଦେଉ ଥିବ।


ବିଭିନ୍ନ ତୀର୍ଥ ସ୍ଥାନକୁ ସେ ନେଇ ଯାଉ ଥାଏ,କାଶୀ ବୃନ୍ଦାବନପ୍ରୟୋଗ, ଓ ତାହା ବିଷୟରେ ପିତାମାତାଙ୍କୁ କହୁ ଥାଏ।ସେମାନେ ଅତି ଆନନ୍ଦ ହୁଅନ୍ତି ଓ ପୁଅକୁ ଆଶିର୍ବାଦ କରୁଥାନ୍ତି।


ଅଯୋଧ୍ୟା ରାଜ୍ୟର ଏକ ଜଙ୍ଗଲରେ ବିଶ୍ରାମ ନେଉଛନ୍ତି, ମାଆଙ୍କୁ ଶୋଷ ଲାଗିଲା।ପୁଅକୁ କହିଲା ମୋତେ ଶୋଷ ଲାଗୁଛି,ଜଳର ବ୍ୟବସ୍ଥା କରି ପାରିବୁ। ଗଛ ମୂଳରେ ବାପାମାଆ ଙ୍କୁ ଛାଡି ପାଣି ଆଣିବାକୁ ଗଲା।ପାଖରେ ଗୋଟିଏ ଝରଣା ଥିଲା।ଦଶରଥ ରାଜା ସେହିଝରଣା ପାଖରେ ଶୀକାର କରୁ ଥିଲେ।ସେ ଶ୍ରବଣର ପାତ୍ରରେ ଭରା ଜଳଧ୍ବନିକୁ ଶୁଣିଲେ।


ତାହା ହୀରଣ ଭାବି ଅଭେଦ୍ୟ ଅସ୍ତ୍ର କୁ ଛାଡି ଦେଲେ। ସେ ଯାଇ ଶ୍ରବଣର ଶରୀରକୁ ଭେଦ କଲା।ଶ୍ରବଣ ଚିତ୍କାର କରି ଢଳି ପଡ଼ିଲା।ରାଜା ଦଶରଥ ପାଖକୁ ଯାଇ ଦେଖିଲେ ତାଙ୍କ ଅସ୍ତ୍ର ଋଷି ପୁତ୍ର କୁ ଲାଗିଛି।ବିକଳରେ ଆର୍ତ୍ତନାଦ କରୁଛି।ମୁଁ ଏହା କ'ଣ କଲି ମନ ଦୁଃଖରେ ଋଷି କୁମାର ପାଖକୁ ଧାଇଁ ଗଲେ।ରାଜାଙ୍କୁ ଦେଖି ଋଷି ପୁତ୍ର କହିଲା ରାଜନ ଆପଣ ଏହି ଜଳକୁ ନେଇ ମୋ ପିତୃମାତୃ ଙ୍କୁ ଦିଅନ୍ତୁ।ସେମାନେ ଶୋଷରେ ବିକଳ ହେଉଛନ୍ତି।ଚିକିତ୍ସା କରି ଶ୍ରବଣ ଜୀବନ ତ୍ୟାଗ କଲା।


ରାଜା ଅତ୍ୟନ୍ତ ଅନୁତାପ କଲେ।ନିଜକୁ ଧିକ୍କାର କଲେ।ଋଷିପୁତ୍ର କଥାକୁ ମାନି ଜଳ ଘେନି ଋଷି ପୁତ୍ରର ପିତୃମାତୃ ପାଖକୁଗଲେ।ମନରେ ଅନୁତାପ ଦୁଃଖ ଯନ୍ତ୍ରଣା କିଛି ନ କହି ଠିଆହେଲେ।ମାତା ଚିତ୍କାର କରୁଛି ଜଳ ଆଣିଲୁ ପୁତ୍ର।ଅନେକ ସମୟ ହୋଇ ଗଲା।ଶୋଷରେ ଜୀବନ ବିକଳ ହେଉଛି। 

ଦୁଇ ଜଣ ଅନ୍ଧ।ରାଜା ଦେଖି ଆଶ୍ଚର୍ଯ୍ୟ ହେଲେ।ମୁଖରୁ ବଚନ ବାହାରିଲା ନାହିଁ।କେବଳ ଅନୁତାପ ଯନ୍ତ୍ରଣା ହେଲା ।ଋଷି ଅନ୍ଧ ଅନ୍ଧୁଣୀ ପଚାରିଲେ ତୁମେ କିଏ କାହିଁକି ଆସିଛି। ପୁଅ ଏ ଯାଏ

ଜଳ ନେଇ ଆସିଲା ନାହିଁ।ରାଜା ଦଶରଥ ଆଣିଥିବା ଜଳକୁତାଙ୍କୁ ଦେଲେ।ପୁଅ କାହିଁ ? ତୁମେ କାହିଁକି ଜଳ ନେଇ ଆସିଛ?


ରାଜ ଦଶରଥ ସମସ୍ତ ଘଟଣା ତାଙ୍କ ଆଗରେ କହି ଦେଲେ।ଅନ୍ଧ ଋଷି ରାଗରେ ଚିତ୍କାର କଲେ।ତୁମେ କ'ଣ କଲ ରାଜନ।ଅଭିଶାପ ଦେଉଛି ଆମେ ଯେପରି ଜୀବନରେ ପୁତ୍ର ମୁଖଦେଖି ନାହୁଁ, ସେହୁ ପରି ତୁମେ ମଧ୍ୟ ମୃତ୍ୟୁ ସମୟରେ ପୁତ୍ରର

ମୁଖ ଦେଖି ପାରିବ ନାହିଁ।ଋଷି ଅନ୍ଧ ଅନ୍ଧୁଣୀ ମଧ୍ୟ ଦଶରଥଆଗରେ ଜୀବନକୁ ତ୍ୟାଗ କରି ପ୍ରଭୁ ଲୋକେ ଚାଲି ଗଲେ।




Rate this content
Log in

Similar oriya story from Abstract