ସମର ଉଇଣ୍ଟର ଫନ -କୋଣାର୍କ କହେ କଥା
ସମର ଉଇଣ୍ଟର ଫନ -କୋଣାର୍କ କହେ କଥା
ଆଜି ବି ମୋର ମନେ ଅଛି ସେହିଦିନ ରାଜା ଆଦେଶ ଦେଇଥିଲେ କି ମନ୍ଦିରର ଚୁଳି ନମାରି ପାରିଲେ |ବାରସହ ବଢ଼େଇଙ୍କ ମୁଣ୍ଡ କାଟ ହେବ |ବଢ଼େଇ ମାନଙ୍କର ମୁଖ୍ୟ ବିଶୁମହାରଣା ବଡ଼ ଚିନ୍ତା ରେ ପଡିଲେ |ଠିକ ସମୟ ରେ ତାଙ୍କର ପୁତ୍ର ଯାଇ ସେହି ଅଧା ଗଢ଼ା ମନ୍ଦିର ସୌନ୍ଦର୍ଯ୍ୟ ଙ୍କୁ ବୃଦ୍ଧି କରିବା ପାଇଁ ସେ ନିଜେ ତାର କୁନି ହାତରେ ନିଜର ଛୋଟ ମୁଣ୍ଡ ଖଟାଇ ମାରିଥିଲା ମନ୍ଦିର ର ମୁଣ୍ଡି |
ମୋର ଚତୃପାସ୍ୱରେ ଲଗାଯାଇଥିବା ଚକରେ ମତେ ଲାଗେ ମୁହିଁ ଗୋଟିଏ ସ୍ଥାନରେ ନାହିଁ |ମୁଁ ଘୋଡା ମାନଙ୍କ ସହ ଦୌଡ଼ି ବାକୁ ଲାଗୁଛି |ଆଉ ମୋର ସ୍ତମ୍ଭ ମାନଙ୍କରେ ସେ କଳାକୃତି ଙ୍କୁ ଦେଖିଲେ ଲାଗେ ସତେ ସ୍ୱର୍ଗ ର ଅପସରିମାନେ ଏହି ଦେହରେ ନିଜର ଛନ୍ଦ ପୟର ରେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି |
ଯେତେବେଳେ ମତେ ପର୍ଯ୍ୟଟକ ଆସି ମୋରି ଚାରୁକଳାଙ୍କୁ ଦେଖି ଉତ୍ସାହିତ ହୋଇ ମୋରି ଦେହର ଦେହରେ ଘଷି ହୋଇ ତାଙ୍କରି ବାସ୍ନାରେ ମୁଁ ନିଜେ ନିଜକୁ ହଜେଇ ଦେଇଥିଲି |ମୋରି ସ୍ତମ୍ଭ ରେ ଥିବା ସମସ୍ତ ନୃତ୍ୟ ଙ୍ଗନା ମାନଙ୍କୁ ମୁଁ ଦେଖି ଦେଖି ତାଙ୍କ ସହ ନୃତ୍ୟ ରେ ହଜିଯାଇଥାଏ |ଶିଶୁ ଟି ମୋର ଦେହ ରେ ହାତ ବଜେଇ ଦେଲେ ସେ ଶରୀର ରେ ମୋର ଶିହରଣ ରେ ଯେଉଁ କମ୍ପନ ସୃଷ୍ଟି ହୁଏ ମୁଁ କେଵଳ ହିଁ ଅନୁଭବ କରିପାରେ
ସୁଯ୍ୟଙ୍କ ପହିଲି କିରଣ ମୋର ଶରୀର ଙ୍କୁ ଛୁଇଁଲେ ଲାଗେ ପ୍ରଭାତ ରେ ମତେ ଧର୍ମ ରାଜ ଆଗ ସ୍ୱାଗତ କରୁଅଛି |
ହେଲେ ଆଜି ମୋର ଯେଉଁ ଅବସ୍ଥା ଆଉ ମୋର ଶରୀରରେ ସେ ଶକ୍ତି ହିଁ ନାହିଁ |କାଲି ଯାହାକୁ ଦେଖିଲେ ବୃଦ୍ଧା ଠାରୁ ଶାବାଳକ ଯାଏ ଯେଉଁ ଖୁସିର ଆନନ୍ଦରେ କୁରାଳି ହୋଇ ଉଠି ମତେ ମୋର ଛବିକୁ ନିଜ ସହ ନେଇ ଘରର କାନ୍ଥ ରେ ସଜାଇ ଥାଏ |କିନ୍ତୁ ଆଜି ମତେ ଦେଖିଲେ ସେହି ଶିଶୁଟି ମତେ ଭୟ କରି ଆଉ ମୋର ପାଖକୁ ହିଁ ଆସୁନାହିଁ |ଆବଶ୍ୟ ସେ ଶାବାଳକ ରୁ ଏକ ଯୁବକ ରେ ପରିଣତ ହୋଇସାରିଛି |ତାର ଶରୀର ରୂପ ଯୌବନ ରେ ପରିବର୍ତନ ହୋଇ ଅଛି |ମୋର ଏହି ଭଙ୍ଗା ସ୍ତୁପ ଙ୍କୁ ଦେଖିଲେ କିଏ କହିବ କାଲି ମୁଁ ଏପରି ଥିଲି |ଆଉ ରୂପରେ କି ଚମକ ଥିଲା |ହେଲେ ଆଜି ମୁଁ ଭଙ୍ଗ ଅବସ୍ଥାରେ ପଡି ଅଛି |
ମୋର ସ୍ତମ୍ଭ ଗୁଡିକ କାନ୍ଦି କାନ୍ଦି କହୁଛନ୍ତି କି କେହିବି ଆମର ଏହି ଭଙ୍ଗ ଅବସ୍ଥା ଦୂର କରି ପାରିବେ ନାହିଁ |ମୁଁ କହେ ମୁଁ ନିରୁପାୟ ଆଉ ମୋର ବି ସେ ଶକ୍ତି ନାହିଁ ଯେ ମୁଁ କାହାକୁ ନିଜର ରାଜା ମଣି ମୋର ହୋଇଥିବା ଶରୀର ର ଅବସ୍ଥାକୁ ପୁନଃ ଗଠନ କରି ପାରିବି |ମୋର ପୀଠଙ୍କୁ ଅନେକ ଦର୍ଶକ ଆସୁଛନ୍ତି |ସତ ହେଲେ ସେମାନେ ମତେ ଉପହାସ କରି ଯେଉଁ ବାଟ ରେ ଆସନ୍ତି, ସେହି ବାଟରେ ଫେରି ଯାଆନ୍ତି |କାହାରି ଆଖିକୁ ମୋର ଲୁହ ଭରା ଚକ୍ଷୁ ଦିଶେ ନାହିଁ |ଆଜି ମୁଁ ଏପରି ଅବସ୍ଥା କେଵଳ ଏହି ମଣିଷଜାତି ପାଇଁ |
ଶିକ୍ଷା ଦେଇ ଦେଇ ଗଲା ବୁନ୍ଧି ମତେ କାର୍ଯ୍ୟ ଥିବା ବେଳେ ଲୋଡି ଥିଲେ ମତେ |ଆଜି ଏପରି ବଦଳି ଯାଇଛକି ନୀଳ ସାଗର ବି କହେ ମତେ ଦେଖାଇ ଦେଖାଇ ଆଙ୍ଗୁଠି ସତେ |ତୋର ଦୁଃଖ ଶୁଣିବାକୁ ଧରମା କୁ ମୁହିଁ ନେଇ ନିଜ କୋଳ ଙ୍କୁ ସତେ |
