STORYMIRROR

Priyanaka daya Kari nema kyha

Inspirational Others

2  

Priyanaka daya Kari nema kyha

Inspirational Others

ସୁପର ମମ୍

ସୁପର ମମ୍

1 min
113


ନାଉରିଆ ଆଉ ନଦୀ ର ଏପରି ଭାବ ଯେ, ଯେମିତି ଏକ ମା ଆଉ ପୁଅର, ଭାଇ ଆଉ ଭଉଣୀ ସହ, ପ୍ରେମିକା ଆଉ ପ୍ରେମିକ ସହ, ସ୍ତ୍ରୀ ଆଉ ସ୍ୱାମୀର, କିଛି ବି ହୋଇପାରେ । କାରଣ ଏମିତି କୌଣସି, ସମ୍ପର୍କ ନଥାଏ ଯାହା କେବେ ଯୋଡି ହୋଇଥାଏ । ପ୍ରତି ଦିନ ନାଉରିଆ ବଡି ଭୋର ରୁ ଉଠି ତାର ସମସ୍ତ ନିତ୍ୟ କର୍ମ ସାରି ବାହାରି ପଡେ ସେ ନଦୀର କୂଳକୁ । କାରଣ ସେ ନଦୀ ସହ ତାର କାନ୍ଧ ରେ ଥିବା ଭାର ହିଁ ନିର୍ଭର । ଯାହା ସେ ରୋଜଗାର କରେ ତା ପରିବାର  ପାଳିତ ହୁଅନ୍ତି ।ବେଶୀ ନୁହେଁ ଦିନକୁ ଭାତ, ଆଉ ଆଳୁ ଟିଏ ପତ୍ର ରେ ପଡିଲେ ଭଲ ନହେଲେ ନାହିଁ ।


ସବୁ ଦିନ ନାଉରି ତାର ନାଆ କୁ ବୋହି ନେଇଥାଏ ସେ ନଦୀର ବୁକୁଚିରା ଛାତି ଉପରେ ନଦୀ ବି ତାକୁ ବହୁତ ଭଲ ମଧ୍ୟ ପାଏ । ସବୁ ଦିନ ନାଉରି ଫେରିଲା ବେଳେ କହେ ମା ଲୋ ମୁଁ,  ମୋ ଗୃହ କୁ ପ୍ରତ୍ୟାବର୍ତନ କରୁଛି ।ଯେମିତି ମା ତାର ପୁଅକୁ ଚାହିଁ କହେ ଯାଆ ତୋର ଭାରିଜା ଆଉ ତୋ ପୁଅ ଝିଅ ମାନେ ତତେ ଅପେକ୍ଷା କରିଛନ୍ତି ।ଦିନ ଯାକର ଥକା, ମାରି ରଜନୀ ରେ କାଲି ପୁଣି ଲେଉଟାଣି ।


ନାଉରିଆ ର କଣ୍ଠ ରୁ ପଦେ

" ନଦୀରେ ନାଆ ମୋ ଦେଇଛି ମେଲି

    ଧୀରେ ଧୀରେ କାତ ଆହୁଲା ମାରି,

କହେ ବାର ବାର ନୌକା ମତେ,

       ତୁ ପରା ଜାତିରେ ଧିବ ର ସତେ


ଅବଶିଷ୍ଟ କ୍ରମଶଃ.......

    


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational