STORYMIRROR

Priyanaka daya Kari nema kyha

Inspirational Thriller Others

4  

Priyanaka daya Kari nema kyha

Inspirational Thriller Others

Super mom-ନାଉରିଆ ର ଅବଶିଷ୍ଟ କାହାଣୀ

Super mom-ନାଉରିଆ ର ଅବଶିଷ୍ଟ କାହାଣୀ

1 min
209


ଥରେ ନାଉରିଆ ଆଉ ସେ ନଦୀ କୂଳକୁ ଗଲା ନାହିଁ |ନଦୀ ବି ତାକୁ ନ ଦେଖି ବହୁତ ବ୍ୟସ୍ତ ହେଲା | ଆଉ ତା ବାଟ ରେ ଯିଏ ଗଲା ତାକୁ ପଚାରିଲା |ଏ ପଥିକ ମୋ ନାଉରିଆ କୁ ଦେଖି ଥିଲ କି? ସେ କେମିତି ଅଛି ତା ଦେହ ଭଲ ଅଛି ତ |କାହିଁ କେତେ ଦିନୁ ମୋ ପୁଅ ମୋ କୋଳ କୁ ତାର ନାବ ମେଲି ବାକୁ ଆସିନାହିଁ |କଣ ହେଇଚି ତାର ଆରେ କେହିତ ତ ହେଲେ କୁହରେ ମୋ, ନାଉରିଆ ର କଣ ହେଇଛି |


ନାଉରିଆ ର ପୁଅ କୁ ନଦୀ ଭଲ ଭାବେ ରେ ଚିହ୍ନି ଥାଏ |ନଦୀ ଉପରେ ସେ ନାଚି କୁଦି ଆଉ ପହଁରି ଯାଏ | ସେ ତାକୁ ବି ଆଉ କାହିଁ ଦେଖୁ ନାହିଁ |ଆରେ ଶୁଣ ନ କହିଲେ ନାହିଁ ତାକୁ ଯାଇ ମୋ ସନ୍ଦେଶ ଟା ପଠାଇଦେବ | କହିବ ତାର ସେ ନୌକା ଟି ର କଣ୍ଟା ହୁଙ୍ଗୁଳି ଗଲଣି |ପଟା ଗୁଡିକ ବାହାରିବାକୁ ଲାଗିଲାଣି |



ଶେଷରେ ନଦୀ ଟି ପବନ କୁ ପଚାରିଲା ଆଉ ପବନ ତାକୁ ଯାହା କହିଲା ଏହି କଥା ଶୁଣି ବହୁ ଥିବା ନଦୀ ଟି ସ୍ତବ୍ଧ ହୋଇ ରହିଗଲା |ଆଉ ବୁକୁ ଫଟାଇ ବାହୁନି ବାକୁ ଲାଗିଲା |ଆଉ କହିଲା କାହିଁ ମୋ ପୁଅ କୁଆଡେ ଗଲୁ ରେ ମୋ ନୟନ ର ବଳି |


ନଦୀ ଆଉ କାହା ସହ କଥା  ନ କହି ସେହିପରି ଚୁପଚାପ ପଡି ରହିଲା |କିଛି ବର୍ଷ ଏହି ପରି ବିତି ଗଲା |ଥରେ ନାଉରିଆ ପୁଅ ହାତରେ କାତ, କନ୍ଧରେ ଗାମୁଛା ଆଉ ତା କମର ରେ ଦୌଡ଼ି | ନଦୀର ଆଡକୁ ମୁହାଁ ଇଲା |ନଦୀ ବି ତାକୁ ଦେଖି ଆଉ ତାର ସେ ଛୁଆଁ ରେ ନାଚି ଗଲା | ଏ ହଉଚି  ମୋ ନାଉରିଆ ର ସେଇ ପୁଅ |ସେ ଖୁସି ରେ ନିଜକୁ ଆଉ ସମ୍ଭାଳି ପାରିଲା ନାହିଁ | ପୁଣି ସେ ନଦୀ ରେ ନିଜର ନୌକା କୁ ବାହି ନେଲା |



  ନାଉରିଆ ପୁଅର ଗୀତ ପୁଣି ଶୁଣି ଲା ନଦୀ

" ନଦୀ ରେ ଭରା ଭରା ଜଳ

        ନଦୀରେ ଚାଲେ ନୌକା ମୋର,

ଯେପରି ଏମିତି ଲାଗେ

          ଦୁଇ ଭଉଣୀ ଙ୍କ ମିଳନ ହେଲା ପରିକା "




Rate this content
Log in

Similar oriya story from Inspirational