ପିଲାଦିନ
ପିଲାଦିନ
ହାତ ଠାରି ଡାକିଲେ ଆଉ ଶୁଣେନି ଆଖି ଉଠେଇ ଦେଖଲେ ଆଉ ଦିଶେନି ଦୂର ଆକାଶରେ ଜହ୍ନ ପରିକୁ ଆହୁରିକୁ ଯିଏ ଯାଇଛି ଚାଲି | ଦୂର ପାହାଡ଼ ଭଳି ଲାଗେ ମତେ କାଲି ପରି ସବୁ ଠାରୁ ଦୂରରେ ମୋ ପିଲା ଦିନ ଗଲା ଚାଲି |
ଥରେ ଗଲେ ଆଉ ଫେରେ ନଥାଏ |ସେ ପିଲାଦିନ ଯାହା ମୋର ସ୍ଥିତି ରେଖା ସାଜି ଥିଲା ଜହ୍ନ |ମୁଁ ସାଙ୍ଗ ସାଥି ଆଉ ସେହି ଆଈ ଗଛର ମିଠା ମିଠା ବର କୋଳି |
କାହିଁକୁ ଗଲା ସେ ଘୁଂଚି ଠିକ ପଦ୍ମ ଫୁଲ ପରି | ଘୁଞ୍ଚି ଘୁଞ୍ଚି ନେଇ ବୁଡେଇ ଦେଇ ଏକ ଗଭୀର ଭିତରେ ଦେଲା ଛାଡି |ଏହି ବୟସ ଯେ ଏତେ ମଧୁର ଯାହା ପାଇଁ ଲୋଡ଼ା ଥାଏ ବାଲି ଖେଳ |ଆଜି ବି ସେହି ବାଲି ଅଛି, ନଦୀ ଅଛି, ସେ ଆମ୍ବ ଗଛ ଡାଳରେ ଝୁଲୁଛି ମୋର ପଟା ର ଦୋଳି |
ହେଲେ ମୋ ବୟସ ଆଉ ଆସିଲା ନାହିଁ କି ଦୋଳିର ସେ ମଜା ଆଉ ନାହିଁ |କାରଣ ସେ ଗଛର ଚି଼ହ୍ନ ଅଛି ହେଲେ ସେ ପବନର ବେଗ ସହକୁ ଯାଇଛି ଚାଲି |ଖରା ଦିନ ଆସେ ଯାଏ, ହେଲେ ନଦୀରେ ନଦୀ ଭରା ପାଣି ନଦୀର ନୌକାରେ ଧିବରର ଗୀତ ଆଉ ଶୁଭୁ ନାହିଁ |"ଧୀରେ ଧୀରେ ଡ଼ଙ୍ଗା ଚଲାରେ ଧିବର ଝିଅକୁ ମୋ ମାଡୁଛି ଡର ଗଲା ଯିଏ ଆଉ ଫେରିବ ନାହିଁ ଟି ସେ ମୋ ପିଲା ବେଳ "|ଗାଁ ଦାଣ୍ଡରେ ସେ ଧୂଳି ଉଡାଇ ଶଗଡ଼ ଗାଡି ରେ ଦଣ୍ଡା ଖେଳେ, ଢ଼ୀପି ଢ଼ୀପି ମୋ ଶଗଡ଼ ଗାଡି, ବୋହୁ ଚୋରି ସାଙ୍ଗ ସହ, ଆକାଶରେ ମେଘକୁ ଦେଖି ଡ଼ଙ୍ଗାକୁ ଧରି ଭସାଇ ଦିଏ ମୋ ହାତକୁ କାତ କରି |
ଆଈବାରିରେ ଲାଗିଥିବା ଲେମ୍ବୁ, କୋଳି, ପିଜୁଳି, ଚୋରି ଧରା ପଡିଲେ ଖାଇ ଥାଏ ଗାଳି |ଆଉଚାହିଁଲେ ବି ସେ ସବୁ ଫେରି ଆସିବ ନାହିଁ |ସେ ଗାଳିରେ ଥାଏ ମୋ ମାଆର ମିଠା ଆକଟ, ଯାହା ପାଇଁ ମୁଁ ଲେଖିବା ଶିଖିଲି ଧରି କଲମ କାଗଜ |ଆଉ ବୋଉ କୋଳ, ଜହ୍ନ ମାମୁଁ କାହାଣୀ ବେଳ |ଆଉ ଫେରିବନି ଚାହିଁଲେ ସେ ସମୟର ଲୁଚକାଳି ଖେଳ |ଯାହାକୁ ଖୋଜି ଖୋଜି ମୁଁ ଥକି ପଡିଲିଣି ବୟସର ସୀମା ଟପି ଗଲାଣି ମୋର |ସାଇକେଲ ଚକାରେ ଗଡ଼ାଇ ଗଡ଼ାଇ କେତେବେଳେ ମୁଁ ବଡ଼ ହୋଇ ଗଲି ଜାଣି ପାରିଲି ନାହିଁ |ନଦୀକୁ ହାତ ତୀରେ ପାଣି ଭରେ ସେ ପହରା ଦିନ କଥା ଖାଲି ମନେ ପଡେ |
ଆଜି ବୟସର ଯୋଉ ପାହାଚରେ ମୁଁ ଛିଡା ହୋଇଛି ସେଠି ଖାଲି ଧୂଆଁ ଧୂଆଁ ସଂସାରର ଗତିରେ ଦୌଡୁ ଅଛି |କିଏ ଜାଣେ କେତେବେଳେ ଆସିବ କୋଉ ମୋଡ଼ ସେ ପବନ ବେଗ ନେଇ ଦେବ କଚାଡି କୋଉ ସ୍ଥାନରେ କିଏ ବା ଦେଖିଚି କାଲିର ସକାଳେ |ସମୟ ବିତିଗଲାଣି, ଚିହ୍ନ ବି ଲିଭି ଲାଣି, ସବୁ ଠାରୁ ଦୂରରେ ରହିଗଲା ମୋ ପିଲାଦିନର କାହାଣୀ ।
