ନିସ୍ତବ୍ଧ ସାରା ସଂସାର
ନିସ୍ତବ୍ଧ ସାରା ସଂସାର
ସେଦିନ ଥିଲା ମାର୍ଚ୍ଚ ମାସ ଆଉ ବାଇଶି ତାରିଖ ଯେତେବେଳେ ସାରା ସଂସାର ଉପରେ ଏକ ମହା ବିପଦ ଡାକ ଦେଲା | ହେଲେ ସେହି ବିପଦ ଏବେ ସାରା ପୃଥିବୀଙ୍କୁ ବ୍ୟାପି ଚାଲିଛି | ଏହି ବିପଦ ପ୍ରଥମେ ଜନ୍ମ ନେଇଥିଲା ଚାଇନାରେ | ଆଉ ସେଠି ତାର ତାଣ୍ଡବ ଲୀଳା ରଚନାତ୍ମକ ହେଇ ଆମ ଦେଶଙ୍କୁ ଘେରି ଅଛି | ମୁଁ ବହୁ ଅଛି ଧୀରେ ଧୀରେ ପବନ କହେ ନିଜର କାହାଣୀ ସେହିତ ଥିଲା ସେଦିନର ସାକ୍ଷୀ ଯିଏ ସବୁ ଦେଖିଚି | ଆଉ ଅନୁଭୂତିର ବାଣୀ କହେ ସଭିଙ୍କୁ ପୁଣି |
2020 ମାସ ଚଳିତ ଯେବେ ସାରା ସଂସାର ପାଇଁ ନେଇ ଆସିଥିଲା ଏକ ବଡ଼ ବିପଦ | ଯାହା ପାଇଁ ଲୋକମାନକ ମନରେ ଭୟ ଭାବ ଜାଗ୍ରତ ହେବାକୁ ଲାଗିଥିଲା | ଆଉ ଚାରିଆଡେ ଖାଲି ଶୋକର ଛାୟା | ଏପରି ଏକ ମାସ, ଯୁଗ ଯେ ରଚିଥିଲା ନୂଆ ଇତିହାସ | ଯାହା ପାଇଁ ସବୁ ନୀତି ନିୟମ ବଦଳି ଗଲା | ଆଉ ଖାଲି ରଖିଦେଲା ଦୂରତା ଦୂରତା ଦୂରତା | ମାସ ଚାଲିଥିଲା ଫଗୁଣ ଆଉ ସଭିଙ୍କ ମନରେ ଥିଲା ଏହି ବର୍ଷ ଛୁଟିରେ ଗାଆଁକୁ ଆସି ଖେଳିବେ ହୋଲି, ପାଳିବେ ରଜ, ବାନ୍ଧିବେ ରାକ୍ଷୀ | ଆଉ ଯେତେ ପର୍ବପର୍ବାଣି ଅଛି ସବୁ ଧୋଇ ନେଲା ସେ ରୋଗ
କାହାଣୀ |
ଗ୍ରୀଷ୍ମ ଋତୁ ହେଲେ, ସଭିଙ୍କ ମନରେ ଥାଏ ଉତ୍କଣ୍ଠାର ଆବେଗ | ଯାହାଙ୍କୁ ନେଇ ସବୁ ନିଜ ନିଜ ଜନ୍ମମାଟି କରେ ଗର୍ବିତ | କେହି କେହି ଲୋକ ବାହାରେ ସହରରେ ନିଜର କର୍ମରତଙ୍କୁ ତୋଳି ଆଗକୁ ଆଗକୁ ଯିବା ପାଇଁ ଅନେକ ଚିନ୍ତା ଆଉ ଚେତନାରେ ଭାଙ୍ଗ ଭାଙ୍ଗ ହୋଇ ରହି ଆସୁଛନ୍ତି | ହେଲେ ସମୟ ଆଉ ନିଜର କ୍ଳାନ୍ତିଙ୍କୁ ମାରିବା ପାଇଁ ତାଙ୍କ ଜନ୍ମ ମାଟି ଡାକେ | ହେଲେ ସବୁ କିଛି ବଦଳି ଗଲା ଗୋଟିଏ ରାତି ଭିତରେ | ଯେତେବେଳେ ନିୟୁଜ କହିଲା କି କେହି ବି ବାହାରକୁ ଯାଇପାରିବେ ନାହିଁ | କି କେହି ବାହାରୁ ଆସିପାରିବେ ନାହିଁ | କାରଣ ସାରା ଜଗତ ଏବେ ବିପଦ ମୁଖା ହୋଇ ସାରିଛି | ସାରା ସଂସାରଙ୍କୁ ବିଷ ହୋଇ ଘେରି ସାରିଛି କୋରୋନା | ଏହାକୁ ମୁକାବିଲା କରିବା ପାଇଁ କାହାରି ପାଖରେ ସେ ଶକ୍ତି ହିଁ ନାହିଁ |
ଗ୍ରୀଷ୍ମର ଟାଣ ଖରା ସିନା କ୍ଷଣିକ ପାଇଁ ଆସି ପୁଣି ଚାଲିଯାଏ ନିଜ ବାଟେ | ହେଲେ ଏଇ ବ୍ୟାପି ଥିବା ମହାମାରିଙ୍କୁ କିଏ ବା ସାମ୍ନା କରି ପାରିବ | ଆଉ ଲୋକମାନଙ୍କୁ ଯେତେ ନିଜକୁ ନିଜେ ହିଁ ସୁରକ୍ଷା ଦେଇ ପାରିବେ | କାରଣ ଏହି ରୋଗଟା ଏତେ ମାରାତ୍ମକ ଯେ, ଜଣେ ଜଣକୁ ଛୁଇଁବା ମନା | ଯେତେ ଦୂରତା ଅନ୍ୟ ଜଣେ ଅନ୍ୟ ଜଣକ ଠାରୁ ରହିଲେ ସୁରକ୍ଷା ହୋଇ ପାରିବ |
ହରି ଆଉ ନରି ଦୁଇ ବନ୍ଧୁ | ସେମାନେ ଦୁଇ ଜଣ ବାହାରେ ରହି ନିଜର ବ୍ୟବସାୟ କରୁଥିଲେ | ଆଉ ଗ୍ରୀଷ୍ମ ଋତୁ ଆସିଲେ ମାତ୍ରେ ଗାଆଁକୁ ମାସ ଙ୍କ ପାଇଁ ବୁଲିବାକୁ ଆସନ୍ତି | ଆଉ ଦୁହେଁ ମିଶି ନିଜ ପରିବାର ସହ ସମୟ କାଟନ୍ତି | ହରି ବାବୁ କହିଲେ ଆରେ ନିଜର ବ୍ୟାଗ ବାଂଧିଲୁଣି କି? ନରି କହିଲା ନା ଆଜି ଠାରୁ କଣ ବାନ୍ଧିବି, ଆମେ ତ ଗାଆଁକୁ ପର ଦିନ ଯିବା | ନାହିଁରେ ଆଜି ଭୋର ଗାଡିରେ ଗାଆଁକୁ ପଳେଇ ଯିବା | କାହିଁକି ଆରେ ରହ ଏ ବର୍ଷର ଖାତାରେ ଲେଖା ସବୁ ବାକି ବୁକର ଆଦାୟ ଆଉ କିଛି ବାକି ଅଛି | ତାକୁ ସାରୁ ସାରୁ ଆଉ ଦୁଇ ଦିନ ଲାଗିଯିବ | ଆରେ ଆମେ ତ ଯିବା ଗାଆଁକୁ ଏତେ ତରତର କାହିଁକି | ତୁ ଜାଇଁଲୁ ଆଉ ରହିପାରୁନୁ | କଣ ଭାଉଜ କଥା ମନେ ପଡ଼ିଲାଣି କି? ହଉ ହଉ ମୁଁ ବୁଝୁଛି ସବୁ | ଆରେ ବର୍ଷ ସାରା ଅପେକ୍ଷା କଲୁ ଆଉ ଦୁଇଟା ଦିନ ରହି ପାରୁନୁ |
ହରି କହିଲା ଠିକ ଅଛି ଠିକ ଅଛି ବୋଉ ଦେହଟା କାହିଁକି ଖରାପ ଟିକିଏ ଅଛି ବୋଲି କହୁଥିଲି ନା | ନରି ହସି ହସି କହିଲା ଆ ଖାଇ ଦେଏ ଆମେ କାଲି ହିଁ ଯିବା | ଗୋପାଳ ବୋଲି ପିଲାଟି ସେ ସେମାନଙ୍କ ବୋଲହାକ କରେ | ହରି କହିଲା ଗୋପାଳ ଗୋପାଳ ଟିକିଏ ଟି.ଭି.ଟା ଲଗେଇଲୁରେ ବାପ | ଗୋପାଳ କହିଲା ହଁ ହଁ ବାବୁ ଯାଉଛି |
ଟି.ଭି. ଯାହା ଦେଖି ଶୁଣି ହରି ଆଉ ନରି ଉଭୟ ଉଭୟଙ୍କୁ ଚାହିଁବାକୁ ଲାଗିଲେ | ଆଉ ହରି କହିଲା ତୁ ଲୋଭରେ ରହିଲୁ ଏଥର ଆମେ ଗାଆଁକୁ ଯିବା କେମିତି? କଣ କହିଲାଣି ଗାଡି ମଟର ସବୁ ବନ୍ଦ କରିଦେବ | ହେଲେ କାହିଁକି? ନରି କହିଲା ଆରେ ପାଟି କାହିଁକି କରୁଛୁ ପୁରା କଥା ଆଗ ଶୁଣୁନୁ |
କୋରୋନା ପାଇଁ ସବୁ ବନ୍ଦ ବନ୍ଦା କରିଦେଲା | କି ରୋଗ ଆସିଲା କେଜାଣି | ଏଥର କଣ ଆମେ ଗାଆଁକୁ ଯାଇପାରିବନି | ଦୁହେଁ ନିଜକୁ ନିଜେ ବୁଝାଇ ଦେଇ ଉଭୟ ଉଭୟଙ୍କୁ ସ୍ୱାନ୍ତନା ଦେଲେ | ଆଉ ଲୋକ ମାନେ ତ ଘରକୁ ଯିବା ଦୂରର କଥା ରହିଥିବା ଜାଗାରୁ ବି ବାହାରକୁ ବାହାରି ପାରିବେନି | ପୋଲିସ ମାନେ ଚାରି ଆଡେ ଚାତକ ପରି ଜଗି ରହିଲେ | ହରି କହିଲା ଆମେ ଘରକୁ ସିନା ଯାଇ ପାରିବାନି ହେଲେ ଯୋଉ ଲୋକ ମାନେ ଖାଇବା ପାଇଁ ଅସୁବିଧା ଭୋଗୁଛନ୍ତି ସେମାନଙ୍କ ପାଇଁ ଆମେ ଖାଦ୍ୟ ଯୋଗାଡ଼ କରି ତାଙ୍କ ପେଟ ଭରି ପାରିବା ତ | ଆମ ପିଲା ଛୁଆ ଜାଣିବା ଯେ ଠିକ ଅଛନ୍ତି | ନରି କହିଲା ହଁ ହଁ ଠିକ କଥା ଶୁଭ କାର୍ଯ୍ୟରେ ଡେରି କାହିଁକି ଚାଲ ଆଜି ଠାରୁ ଆରମ୍ଭ କରିବା | ଦୁହେଁ ସାଙ୍ଗ ମିଶି ଏହି କାର୍ଯ୍ୟରେ ଲାଗିଲେ |
ସାରା ସଂସାର ଯେତେବେଳେ ନିସ୍ତବ୍ଧ ରେଭରା କିଏ ବା କାହା ପାଇଁ ସାଜିବ ଆସରା | ସତେ ଯେମିତି ସହରର ଶୂନ୍ୟତା ସାଜି ସାରି ଥିଲା ଏକ ରୂପ | ସାରା ଦେଶ, ସହର ଏବେ ବି ଅଛି ଆକ୍ରାନ୍ତ ଏହି କୋରୋନା ପାଇଁ |
