STORYMIRROR

Priyanaka daya Kari nema kyha

Classics

3  

Priyanaka daya Kari nema kyha

Classics

ମନର ମୂଳେ ଏ ଜଗତ

ମନର ମୂଳେ ଏ ଜଗତ

4 mins
198


 ଗୋବିନ୍ଦପୁର ନାମରେ ଗୋଟିଏ ବସ୍ତି ଥାଏ ।ସେହି ଗ୍ରାମ ରେ ଜଣେ ନିଃସହାୟ ବୁଢ଼ୀ ଟି ବାସ କରୁଥାଏ ।ବୁଢ଼ୀ ସବୁ ଦିନ ଭିକ୍ଷା ବୃତ୍ତି କରି ନିଜ ପେଟ ପୋଷେ ।ସବୁ ଦିନ ଭିକ ମାଗି ଯାଏ ଗାଁ ଭିତରକୁ ଆଉ ଯାହା ମାଗିକି ଆଣିଥାଏ ସେହି ଥିରେ ସେ ଅତି ଆନନ୍ଦର ସହ ଚଳିଯାଏ ।ବୁଢ଼ୀ ଗୋଟିଏ କ୍ରିଷ୍ଣ ମୂର୍ତ୍ତି ରଖି ପୂଜା କରେ ।ଯେତେବେଳେ ସେ ଦାନ୍ତ ଘଷେ ସେହି ଦାନ୍ତ କାଠି କୁ ସେ ମୂର୍ତ୍ତି ର ମୁହଁ ପାଖରେ ବୁଲେଇ ଆଣେ ।ଆଉ ଯାହା ଖାଏ ବୁଢ଼ୀ ତାକୁ ହିଁ ତା ପ୍ରଭୁ ଙ୍କ ଆଗରେ ପରସି ଦିଏ ।ଏହି ପରି ତାର ଜୀବନ ବିତାଇ ଥାଏ ।


           

     "ଯାହାର ମନ ଯେତେ ସଫା

                 ସେହି ବୁଝେ ତା ଇଛା "


ବୁଢ଼ୀ ଟି ଗାଁ ଭିତରୁ ଭିକ ମାଗି ଆସି ପହଂଚିଲା ବେଳକୁ ଗୋଟିଏ ସାଧୁ ତା ଦୁଆରେ ବସି ଥିବାର ଦେଖିଲା ।ସଞ୍ଜ ନଇଁ ଆସିଲାଣି, ପଚାରିଲା ବୁଢ଼ୀ ପୁଅ କାହିଁପାଇଁ ଏ ଦୁଃଖିନୀର ଦୁଆରେ ବସି ଅଛୁ ।ମୁଁ କ'ଣ ଵା ତତେ ଦେଇ ପାରିବି ଲୋ ଧନ ।ମୁଁ ତ ନିଜେ ହିଁ ଜଣେ ଭିକୁକ, ମିଳିଲେ ଖାଏ ନହେଲେ ଉପାସ ରହେ ।ଏହି ଦେଖୁନୁ ଯାଇଥିଲି ସେ ପାଖ ଗାଁ କୁ କିଛି ମାଗିବା ପାଇଁ ଯାହା ଆଣେ ତାକୁ ହିଁ ରାନ୍ଧି ଖାଉ ମୁଁ ଆଉ ମୋ ମାଧବ ।ସାଧୁ ପଚାରିଲା ମାଧବ କ'ଣ ତମ ପୁଅ ।ବୁଢ଼ୀ କହିଲା ଆରେ ନାଇଁ ରେ ମୋର ଏତେ ବଡ଼ ଭାଗ୍ୟ କାହିଁ ଯେ ମୁଁ ତାର ମା 'ହେବି ।ତ ସେ କିଏ କହୁଛି କହୁଛି ତୁ ଆଗ କହିଲି କାହିଁକି ଏଠି ବସିଛୁ ।


   "ଯାହାର ଅନ୍ତରେ ହରି ବାସ,

               ସେ ହିଁ ଜାଣେ ମୁଠେ ଖାଦ୍ୟ ର ମହତ୍ୱ "


ସାଧୁ କହିଲା ମାଉସୀ ମୋର ଠିକଣା ବୋଲି କିଛି ନାହିଁ ।ସାଧୁସନ୍ଥ ଲୋକ ମୁଁ, ମୁଁ ଜଗନ୍ନାଥ ଙ୍କ ଧାମ ଯାଉଅଛି ।ଆରେ ତୁ ଏତେ ବାଟ କିପରି ଯିବୁ ।"ହଁ ଚାଲିଛି ତ ତାକୁହିଁ ଧରି ଆସିଲିଣି କେବେ ଠୁ ମୋ ଗୃହ ଛାଡି, ଜଣା ନାହିଁ ଏ ପଥ ସରିବ କିପରି "ଯୋଉଠି ସଞ୍ଜ ହୁଏ ସେହି ସ୍ଥାନ ରେ ମୁଁ ରାତି ଟା କାଟି ଦିଏ ।ଆଉ ଆଜି ତୋରି ବାସରେ ରାତି କାଟିବି ।କ'ଣ ରହିବା ପାଇଁ ଅନୁମତି ଦବୁନି ।ଆରେ ମୁଁ କ'ଣ ଅନୁମତି ଦେବି ମୁଁ ଵା କିଏରେ ଅନୁମତି ଦେବାକୁ ସେ ପା ତତେ ଅନୁମତି ଦେଇସାରିଛି ।କାହିଁ ବଡ଼ ବଡ଼ ଲୋକ ଅଛନ୍ତି ହେଲେ ତୁ ମୋ ଭିକାରୁଣୀ ର ବାସ ରେ ରହିବା ପାଇଁ ଚାହୁଁଚୁ ତାର ଆଜ୍ଞା ନହେଲେ ପାତ୍ର ବି ହଲେନି ରେ ।ହଉ ଆ ମୋର ଏହି ଭଙ୍ଗା କୁଡୁଆ କୁ ଶୀତ ରାତି ରେ ବାହାରି ଜାଡ଼, ହଉଚି ତୁ ରହ ମୁଁ ତୋପାଇଁ କିଛି ରାନ୍ଧି ଦେବି ।ତୁ ଖାଇବୁ ଆଉ ସେହି ଉଞ୍ଚା ପିଢ଼ି ରେ ଶୋଇବୁ ।


    ହେଲେ ମାଉସୀ ତୋ ପାଇଁ ରାନ୍ଧିବୁନି କି,ନାଇଁ ରେ ପୁଅ ମୁଁ ମୋ ପାଇଁ ଦିନରେ ରାନ୍ଧିକି ଯାଇଥାଏ ।ଭିକ୍ଷା କରିକି ଫେରିଲେ ମୁଁ ଆଉ ମୋ ମାଧବ ଦୁହେଁ ମିଶିକି ଖାଇଥାଉ ।ଆଲୋ ଆଲୋ ଦେଖିଲୁ ତୋ ସହ କଥା ହେଇ ମୁଁ ମୋ ମାଧବ କଥା ପୁରା ଭୁଲି ଯାଇଛି ।ସେ ପା ଜମା ଭୋକ ସମ୍ଭାଳି ପାରେ ନି |ରହ ରହ ମୁଁ ତାକୁ ଆଗ ଦେଇ ସାରେ ତା ପରେ ତୋ କଥା ବୁଝିବି ।ବୁଢ଼ୀ ଟି ଏକ ଅଇଁଠା ପାତ୍ର ରେ କିଛି ଖୁଦ ଯାଉ ଆଣି ଗୋଟିଏ ସୁନ୍ଦର ମୁଗୁନି ପଥର ର କୃଷ୍ଣ ମୂର୍ତ୍ତି ପାଖରେ ଥୋଇଲା ।ଏ ସବୁ ସେ ସାଧୁ ଦେଖୁ ଥାଏ ।ଆଉ ମନେ ମନେ କହୁ ଥାଏ କି ଏ ବୁଢ଼ୀ କାହୁଁ ଜାଣିବ ଏହାର ମୂଲ୍ୟ ।


      ରାତି ପହିଲା ସକାଳ ହେଲା ବୁଢ଼ୀ ସକାଳୁ ଉଠି ସାଧୁ ପାଇଁ କିଛି ବ୍ୟଞ୍ଜନ ପ୍ରସ୍ତୁତ କଲା ।ବୁଢ଼ୀ ଟି ଦାନ୍ତ ଘଷି ଲା ବେଳେ ଦେଖିଲା କି ସେ ଅଇଁଠା ଦାନ୍ତ କାଠି କୁ ସେ ମୂର୍ତ୍ତି ର ମୁହଁ ରେ ଲଗାଇ ଆଣିଲା ।ସାଧୁ ନିଜର ନିତ୍ୟ କର୍ମ ସାରି ନିଜ ପଥରେ ଅଗ୍ରସର ପାଇଁ ବୁଢ଼ୀ ଠୁ ବିଦାୟ ନେଲା ।ସେହି ସମୟ ରେ ସାଧୁ ଟି ବୁଢ଼ୀକି ଏକ ନିଜ ମନର ମନ୍ତବ୍ୟ ରହିଲା ।କହିଲା ମାଉସୀ ତୁ ତ ଭିକ ମାଗି ଖାଉଚୁ ଆଉ ଏ ମୂର୍ତ୍ତି ର ମୂଲ୍ୟ ତୁ ଜାଣି ନାହୁଁ ।ତୁ ଏହାର ଠିକ ସେ ସେବା କରି ପାରୁନୁ ତୁ ଗୋଟିଏ କାମ କର ମତେ ଏ ମୂର୍ତ୍ତି ଟିକୁ ଦେଇ ଦେଏ ।ମୁଁ ଠିକ ଭାବରେ ଏହାର ସେବା ଯତ୍ନ କରିବି ।ବୁଢ଼ୀ ଭାବିଲା ଠିକ କଥା ହଁ ହଁ ରେ ପୁଅ ମୁଁ ଆଉ କେତେ ଦିନ ଵା ବଞ୍ଚିବି ମୁଁ ମଲା ପରେ ମୋ ମାଧବ ର କିଏ ଦେଖା ଶୁଣା କରିବ ।ତୁ ନେବାକୁ କହୁଚୁ ତ ନେଏ ।


  ବୁଢ଼ୀ ଠୁ ସାଧୁ ଜଣକ ସେ ମୂର୍ତ୍ତି କୁ ଆଣିଲା ସତ ହେଲେ ରଖି ପାରିଲାନି ।ସବୁ ଦିନ ରାତିରେ ସାଧୁ କୁ ଗୋଟିଏ ବାଳକ ରୂପରେ ଆସି ତାର ସ୍ବପ୍ନ ରେ କୁହନ୍ତି ଶୁଣୁ ସାଧୁ ତୁ ମତେ ଯୋଉଠୁ ଆଣିଛୁ ପୁଣି ନେଇ ସେଠି ଛାଡି ଦେଇ ଆ ।ତାକୁ ଆଉ ଉଠାଇ ବସେଇ ଦେଲେ ନାହିଁ ।ପ୍ରଭୁ ସେ ବୁଢ଼ୀ ଆପଣଙ୍କୁ ଅଇଁଠା ଖାଇବାକୁ ଦିଏ ।ଠିକ ଭାବରେ ଯତ୍ନ ବି ନିଏନି ।ମୁଁ ଆଣିକି ଭଲ ଭାବରେ ପୂଜା ଅର୍ଚନା କରୁଛୁ ।ସନ୍ତୁଷ୍ଟ ନହୋଇ କହୁଛନ୍ତି ସେ ଜାଗା କୁ ଯିବେ ଯୋଉଠି କି ଉପାସ ରେ ରହି ବାକୁ ବି ପଡି ପାରେ ।


    "ଯାହାର ମନ ଯେଡ଼େ ବଡ଼ ପ୍ରଭୁ ପାଇଁ ଭକ୍ତ ସେତେ ବଡ଼ "


ଆରେ ଯାହା ବି ହେଲେ ତାର ସେହି ଅଇଁଠା ରେ ହିଁ ଭକ୍ତି ଥାଏ ।ଯୋଉଟା କି ତୋ ପାଖରେ ନାହିଁ ।ସେ ବୁଢ଼ୀ ର ମନ ପବିତ୍ର, ଆଉ ତାର ସେହି ଖୁଦ ଯାଉ ରେ ମୁଁ ସନ୍ତୁଷ୍ଟ ।ଖାଲି ଯତ୍ନ ଆଉ ସେବା ରେ ମୁଁ ସନ୍ତୁଷ୍ଟ ନଥାଏ ।ସେ ଯାହାବି ଖାଇବାକୁ ଦିଏ ମନ ଉଦାର ଆଉ ନିଲୋଭ ରେ ଵା ଢେ।ତୁ ଖାଇବାକୁ ଭଲ ଭଲ ଦଉଛୁ ସତ ହେଲେ ସେଥିରେ ତୋର ଅଂହକାର ଆଉ ଲୋଭ ର ବାସ ଅଛି । ଯୋଉଟାକି ମୋର ଶତ୍ରୁ ।ମୁଁ ସେ ଜାଗାରେ କେବେବି ବାସ କରେ କି ଯୋଉଠି ଅଂହକାର ଆଉ ଉଚ୍ଚ ନୀଚ ର ଭେଦ ଭାବ ରହିଥାଏ ।ତୁ ଯେତେ ଶୀଘ୍ର ପାରୁଛୁ ମତେ ନେଇ ମୋ ବାସ ରେ ଛାଡି ଦେଇ ଆ ।


 "ମନ ଯଦି ଥାଏ ପବିତ୍ର ଗାଡ଼ିଆ ବି ଗଙ୍ଗା ହୋଇ ଥାଏ "

ସକାଳୁ ସକାଳୁ ସାଧୁ ଟି ନେଇକି ସେ ମୂର୍ତ୍ତି କୁ ବୁଢ଼ୀ ର ହାତରେ ଦେଇ କହିଲା ନେଏ ତୋ ମାଧବ କୁ ସମ୍ଭାଳ ।ମୋ ପାଖରେ ରହିବା ପାଇଁ ସେ ଇଛା କଲେ ନାହିଁ ।ବୁଢ଼ୀ କହିଲା ଆରେ ସାଧୁ ତୋ ମନ ରେ ତ ଲୋଭ ଭରି ରହିଛି ତୁ କଣ ମୋ ଠୁ କେବେବି ମାଗିକି ନେଇ ଥାନ୍ତୁ ।ମନ ରେ ଯଦି ଲୋଭ କି ଅନ୍ୟ ପ୍ରତି ଅଂହକାର ଭରିବ କାହାରି ବି କ୍ଷତି ହବନି ।ହବ ନିଜର କାରଣ ଯିଏ ଖାଲ ଖୋଳିଥାଏ ସେହିଖାଲ ର ଶିକାର ହୋଇ ଥାଏ ।କାହା ପତି ମନ ରେ କିଛି ବି ଖରାପ ଭାବ ରଖ ନାହିଁ ।


ଆଜି କଲି କିଏ ଵା ଜାଣିଛି କଣ କାହା ସହ ମୁହୁର୍ତ୍ତ କ'ଣ ଘଟି ପାରେ ।ଯେତିକି ଦିନ ବଂଚିବା କାହାର ବିପଦ ର ବନ୍ଧୁ ଟି ହେଇପାରିଲେ ମନ ଭିତରେ ଚିର କାଳ ପାଇଁ ଛାପି ହୋଇ ରହିବା ।

     



Rate this content
Log in

Similar oriya story from Classics