ମୋ ଲେଖା ମୋ ଦୁନିଆ -ଝରା ଫଗୁଣ
ମୋ ଲେଖା ମୋ ଦୁନିଆ -ଝରା ଫଗୁଣ
ମୁଁ ଆଜି କିଛି ମନ୍ତବ୍ୟ ରଖିବା ପୂର୍ବରୁ କିଛି ପର ପିଢ଼ି ର କଥା କୁ ଆଲୋକ ପାତ କରିବାକୁ ଚାହେଁ ।ମୋର ଆଜିର ଏ ଲେଖା କୋଉ ଦେବା, ଦେବି, କି ବୀର ପୁରୁଷ, କି କୋଉ ମହାନ ବ୍ୟକ୍ତି ଉପରେ ନୁହଁ ।ଯାହାକି ଗୋଟିଏ ସାଧାରଣ ନାରୀ, ଯାହାର ସମାଜ କୁ ନେଇ ଏକା ହିଁ ଲଢ଼ିଥିଲା ।ଆମ ଦେଶ ଭାରତବର୍ଷ, ଯୋଉଠି ନାରୀମାନଙ୍କୁ ଦେବି ରୂପରେ ପୂଜା ଯାଏ ।ନାରୀ ପାଇଁ ସବୁ ସୁବିଧା, ନାରୀ ପାଇଁ ସବୁ ସ୍ୱାଧୀନତା ଦିଆଯାଇଛି, ସତରେ କଣ ଆଜି ନାରୀଟି ସେ ସଂମ୍ମାନ ର ଅଧିକାରିଣୀ ।ଯେତେ ବେଳେ ଇଂରେଜ ମାନେ ଆମ ଦେଶ କୁ ଶୋଷଣ କରୁଥିଲେ, ସେତେବେଳେ ମହାତ୍ମା ଗାନ୍ଧୀ ଜି ଗୋଟିଏ ଉପଦେଶ ଦେଇଥିଲେ ସମସ୍ତେ ଏକ ହେଲେ ଏ ଇଂରେଜ ଜାତି କୁ ଆମ ଦେଶ ରୁ କାଢିପାରିବା ।ନାରୀ ପୁରୁଷ ସବୁ ଏକ ହୁଅ ।ନାରୀ କୁ ନେଇ ବହୁତ, କାବ୍ୟ, କବିତା, ଉପନ୍ୟାସ, ଗଳ୍ପ, କେତେ କବି ଆଉ ଲେଖିକା ନିଜର ହାତର ସେ ମୁନି ରେ ରଚୟିତା କରିଯାଇଛନ୍ତି ।
ଏହି ନାରୀ କୁ ନେଇକେତେ (ଗୋଷ୍ଟି ଗଢି ଉଠି ଥିଲେ ।ଦେଶର ଭବିଷ୍ୟତ, ନାରୀ ହାତେ, କାରଣ ଯୋଉ କୂଳରେ ପୁଅ ଟିଏ ଜନ୍ମ ହେଲେ, ବାପା ମା ଙ୍କ ଆନନ୍ଦ କହିଲେ ନସରେ ।ଯଦି ସେହି କୂଳରେ ଝିଅ ଟିଏ ଜନ୍ମ ହେଲା ସେଠି ଏମିତି
ମହଲ ହୋଇଥାଏ ।ସତରେ ଝିଅ ଟି ଜନ୍ମ ନେଇ ମୃତ୍ୟୁ ପରି ଲାଗେ ।କିଏ କେତେ ପ୍ରକାର କଥା ଆଲୋଚନା କରିଥାନ୍ତି ।ସତରେ ଯିଏ ଜନ୍ମ ଦେଇଛି, ସେ ବି ଗୋଟିଏ ନାରୀ, ଯିଏ ଜନ୍ମ ନେଇଛି ସେ ପୁଅ ହଉ କି ଝିଅ, ଫରକ ଏତିକି ପୁଅ ମାନେ ବାପା ମା ଙ୍କ ମୁହଁରେ ନିଆଁ ଦବ, ତାଙ୍କ ଚଉଦ ପୁରୁଷ ମନକୁ ଉଦ୍ଧାର କରିବ ।ପିଣ୍ଡ ପାଣି ଦବ ଏ ସବୁ କଣ ଗୋଟିଏ ଝିଅ ଦେଇ ପାରିବନି ।ଆଜି କାଲି ଅନ୍ଧବିଶ୍ୱାସ ରେ ବହୁତ ଲୋକ ଅଛନ୍ତି, ପୂର୍ବକାଳ ର ପ୍ରନ୍ଥା କୁ ଆଧାର କରି ଏ ଯୁଗ ଚାଲୁଛି ତ।ମୁଁ ସେ କଥା କୁ ଆଧାରିତ କରି ଗୋଟିଏ ନାରୀ ର କଥାକୁ ଉପସ୍ଥାପନା ରଖିବି ।
ଗାଁ ର ନାମ ଗୋବିନ୍ଦ ପୁର, ସେହି ଗାଁ ରେ ହରି ବାବୁ ବୋଲି ଜଣେ ପୋଷ୍ଟ ପିଅନ କର୍ମଚାରି ରହୁଥିଲେ ।ତାଙ୍କର ପତ୍ନୀ, ଆଉ ମା, କୁ ନେଇ ଗୋଟିଏ ସୁନ୍ଦର ଛୋଟ ପରିବାର ଟିଏ ।ତାଙ୍କ ପତ୍ନୀ ଗର୍ଭବତୀ ଥିଲେ ।ହରି ହର ବାବୁ ଙ୍କର ପତ୍ନୀ ଦୁଇଟି ଯାଆଳା ଶିଶୁ କୁ ଜନ୍ମ ଦେଲେ ।ପୁଅ ଟି ଆଗ, ତାପରେ ଝିଅ ଟିଏ, ଝିଅ ଟି ଜନ୍ମ ନେବା ବେଳେ ଅମାବାସ୍ୟା ତିଥି ରେ ଜନ୍ମ ହେଲା ।ହରି ବାବୁ ଙ୍କ ମା ବହୁତ ପୁରୁଣା ଲୋକ ସେ କହିଲେ ପୁଅ ତ ହେଲା, ଏ ଅଲଷ୍ମୀ ଆସିଲା ଲୋ ମା ମୋ ବଂଶ ର ସର୍ବନାଶ କରିବ ।କିଛି ଅସୁବିଧା ହେଲେ ପରିବାର ରେ ସେ ଝିଅ ଟି କୁ ହିଁ ଦୋଷ ଯିଏ କି ଦୁନିଆ କଣ ବୋଲି ହିଁ ଜାଣିନି ।ଯାହାର ଆହାର ପାଇଁ ମା କୁ ଖୋଜେ ।ସବୁବେଳେ ସେ ଝିଅ ଟି ପାଇଁ ହରି ବାବୁ ଙ୍କ ମା ତାଙ୍କ ପତ୍ନୀ କୁ କିଛି ନା କିଛି ଶୁଣନ୍ତି ।
ଥରେ ହରି ବାବୁ ଙ୍କର ଗୋଡ଼ରେ ଆଘାତ ଲାଗି ଗୋଡ଼ ଆଉ ଚାଲିଲା, ନାହିଁ,।ବୁଢ଼ୀ ଭାବିଲା ଏ ସବୁଏଇ ଅଲଷ୍ମୀ ପାଇଁ ।ବୁଢ଼ୀ ଦିନେ ଅଧ ରାତିରେ ସବୁ ଶୋଇପଡ଼ିଲା ବେଳେ ସେ କୁନି ଝିଅ ଟିକୁ ନେଇ ଜଙ୍ଗଲ ରେ ଶୁଆଇ ଦେଇ ଆସିଲା ।ଆଉ ନିଜେ ଆସି ଏମିତି ଅଭିନୟ କଲା ଯେ ଯେମିତି କିଛି ଜାଣିନି ।ହରି ବାବୁ, ଆଉ ତାଙ୍କ ପତ୍ନୀ ଦୁହେଁ ବହୁତ ଖୋଜିଲେ ହେଲେ ସେ କଁଅଳ ଶିଶୁ ଟିକୁ ଆଉ ପାଇଲେ ନାହିଁ ।
ଟିକିଏ ଚିନ୍ତା କଲେ ସତରେ ସେ ଶିଶୁ ଟିର କଣ ହୋଇଥିବ ।ଆରେ ଯାହାକୁ ରଖିବେ ଅନନ୍ତ କେ କରି ପରେ ତାର ବଳବନ୍ତ।ସେହି ବାଟ ଦେଇ ଜଣେ ଡାକ୍ତର ପ୍ରତି ଦିନ ଯାଆନ୍ତି, ହେଲେ ସେଦିନ ଡାକ୍ତର ଙ୍କ ଗାଡି ଖରାପ ଥିବାରୁ, ସେ ପାଦରେ ଚାଲି ଚାଲି ରୋଗୀ ଙ୍କୁ ଦେଖି ବାକୁ ଗଲେ ।ହଠାତ ଶୁଣିବାକୁ ପାଇଲେ, ଗୋଟିଏ ଶିଶୁର ଚିତ୍କାର, ଆଉ ଯାଇ ସେ ଜାଗାରେ ଦେଖିଲେ ଏକ ଶିଶୁ କନ୍ୟା ।ତାଙ୍କର ତ ମୁଣ୍ଡ ଘୁରେଇ ଦେଲା, କିଏ ଝିଅ, କାହାର, କିଏ ଏତେ ବଡ ଭୁଲ କାମ କରିପାରେ ।
ଆଉ ସେହି ଶିଶୁ ଟିକୁନେଇ ଅତି ଯତ୍ନ ର ସହ ପାଳିଲେ ।ନିଜ ଝିଅ ପରି ।ସେ ଶିଶୁ ତ ଡାକ୍ତର ଙ୍କ ପାଖରେ ରହି ଉଚ୍ଚ ଶିକ୍ଷା, ଆଉ ଭଲ ସଂସ୍କାର ରେ ବଢିଲା ।ହେଲେ ହରି ବାବୁ ଙ୍କ ପାଖରେ ଥିବା ସେ ଅତି ଅଲିଅଳନାତି ବୁଢ଼ୀ ର ମୁହଁ ପାଇଁ ସେ ଅବାଟ କୁ ଆପଣେଇ ଚୋରି, ମାର ପିଟି କଲା ।କାରଣ ସେ ଆଉ କାହା କଥା ମାନିବାକୁ ନାହିଁ ।ସେ ଆଉ ଛୋଟ ପିଲା ହେଇ ନାହିଁ ।ହରି ବାବୁ ତାଙ୍କ ଚାକିରୀ କର୍ମ ରୁ ଅବସର ପାଇଲେଣି ।ଦିନେ ସଞ୍ଜ ବେଳେ ହରି ବାବୁ ତାଙ୍କ ପୁରୁଣା ରେଡ଼ିଓ ଶୁଣୁ ଥାନ୍ତି ।ତାଙ୍କ ପୁଅ ଅତି ଜୋରରେ ଆସି ଘର ଭିତରେ ଲୁଚି ଗଲା ।ତା ପଛରେ କିଛି ମାଟିଆ ପୋଷାକ ପିନ୍ଧା ବାବୁ ମାନେ ମଧ୍ୟ ଦୌଡୁ ଥାନ୍ତି ।ବହୁ ଜୋରରେ ପାଟି କରି ଡାକ ଛାଡିଲେ ହରି ବାବୁ ଘରେ ଅଛନ୍ତି ।ସେହି ସମୟ ରେ ବୁଢ଼ୀ ଆସି ଘର ର ଦ୍ୱାର ମୁହଁ ବନ୍ଦ କରି ଦେଲା ।ଆଉ କହିଲା ଆମକୁ ସେ ପଡିସା ଘର କଳି ରୁ କଣ ମିଳିବ ।ହେଲେ ଆଉ କେତେ ବା ଲୁଚେଇ ହରି ବାବୁ ଦ୍ୱାର ଖୋଲି ଦେଖିଲା ବେଳକୁ ତାଙ୍କ ପୁଅ କୁ ପୋଲିସ ଖୋଜୁଛି ।କାରଣ ସେ ଏଥର ଆଉ ଚୋରି କରିନି ଜଣେ ସାଥି ପିଲାକୁ ମାରିକି ଖସି ପଳାଇ ଆସିଛି ।ଆଉ କଣ ବା ହରି ବାବୁ କହିବେ, ନେଇ ଯାନ୍ତୁ ତାଙ୍କୁ ମୋ ସମାନ ରୁ ନେଇ ଯାନ୍ତୁ ।ଆଜି ଠାରୁ ମୁଁ ତାଙ୍କୁ ଶୁଦ୍ଧି ହେଲି ।ଆଉ ମୋର ପୁଅ ବୋଲି କିଏ ଥିଲା ମୁଁ ଜାଣି ନାହିଁ ।
ଏହି ସମୟ ରେ ନିଜର ପତ୍ନୀ କୁ ଧରି ମନ୍ଦିର ରେ ପୁଅର ସମସ୍ତ କର୍ମ କରିବାକୁ ବାହାରି ପଡିଲେ ।ଯିବା ବାଟ ରେ କିଛି ଲୋକ ସଜା ସାଜି କରୁ ଥିବାର ଦେଖି ବୁଢ଼ୀ ପଚାରିଲା କିରେ ପୁଅ କଣ ହୋଉଛିକି? ଲୋକ ମାନେ କହିଲେ କାଲି ଆମ ଗାଁ କୁ ଜଣେ ନୂଆ କରି ଡାକ୍ତରିଆଣି ଆସିବେ ।ସେଥିପାଇଁ ଏହି ସଜ ସାଜି ଚାଲିଛି ।
ଲୋକ ମାନଙ୍କ ଖୁସି କହିଲେ ନସରେ, ବୁଢ଼ୀ ତାପର ଦିନ ନିଜର ସେ ଭଙ୍ଗା ଟ୍ରଙ୍କ ରୁ କସ୍ତା ଲୁଗା ପିନ୍ଧିଲା, ଆଉ ବାହାରିଲା ଗାଁ ମୁଣ୍ଡରେ ହଉଥିବା ସଭା ଙ୍କୁ, କାରଣ ବୁଢ଼ୀ ଦେଖିବ ସେ ଝିଅ ଙ୍କୁ, ଯାହାକି ପ୍ରଥମ କରି ସେହି ଗାଁ କୁ ଗୋଟିଏ ଝିଅ ଡାକ୍ତର ହେଇ ଆସିଛି ।କେତେଙ୍କ ପାଖରୁ ଭଲ କଥା ଶୁଣି ବାକୁମିଳିଲା ।ଆଉ କେତେଙ୍କ ଲୋକ ଖରାପ ଆଲୋଚନା କରୁଥାନ୍ତି ।ହେଲେ ହରି ବାବୁ ପୁରା ଭାଙ୍ଗି ପଡ଼ିଥିଲେ ।ଯେମିନ୍ତି ତାଙ୍କର ପତି, ପତ୍ନୀ ଙ୍କର ଜଗନ୍ନାଥ ଜୀବନର ଶେଷ ଦୀପ ଲିଭି ଯାଇଛି ।ସତେ କି ତାର ସାରା ଜୀବନର କରିଥିବା ପରିଶ୍ରମ ଯେମିନ୍ତି କିଏ ଚୋରେଇ ନେଇଛି, ସବୁ ସହିବାର ସୀମା ଟପି ଯାଇଛି ।ଜଣେ କୃଷକ ତାର ଜମିରେ ବିହନ, ସାର ଆଉ ଆକ୍ରାନ୍ତ ପରିଶ୍ରମ କରି ନାହିଁ ଖରା, ବର୍ଷା, ଶୀତ ଙ୍କୁ ଖାତିର ନକରି ତାର ଫସଲ ଙ୍କୁଜଗି ରହିଥାଏ ।
ଆଉ ଯଦି ଫସଲ ଫଳିବା ସମୟ ରେ ତାଙ୍କୁ କେହି ନଷ୍ଟ କରିଦିଏ କିପରି ହୋଇ ଥାଏ ତାର ପରିସ୍ଥିତି ଯାହାଥିଲା ଯାହାଠି ବିତେ ସେହି ଜାଣେ ।
ସବୁ ସଜା ସଜି ସାରିଲାଣି, ଆସିକି ଡାକ୍ତର ଦିଦି ପହଂଚି ଗଲେ । ସେ ସଜା ହୋଇଥିବା ପେଣ୍ଡାଲ ଉପର କୁ ଯିବା ବେଳେ ହଠାତ ମଦନ ସେହିଠି ଚେତା ବୁଡାଇ ପଡ଼ିଗଲା ।ଆଉ ତାଙ୍କୁ ତୁରନ୍ତ ଗୋଟିଏ ଖୋଲା ଜାଗାକୁ ନେଇଗଲେ । କ'ଣ ହେଲା କଣ ହେଲା ମଦନ ର ।ସକାଳୁ ତ ପିଲାଟି ଖଟୁ ଥିଲା କିଛି ବି ସେମିନ୍ତି ଲାଗୁନଥିଲା, କଣ ହେଲା କିଏ ଜାଣିଲା ।କିଏ ଯେତେ ପ୍ରକାର ର ସବୁ ଚେଷ୍ଟା କଲେ ଚେତା ଫେରିଲା ନାହିଁ ।ଡାକ୍ତର ଦିଦି ଶୁଣିକି ସେହି ଜାଗା ଉପର ଙ୍କୁ ଗଲେ ।ହେଲେ ଲୋକ ମାନଙ୍କ ମନରେ ତ ଅନ୍ଧବିଶ୍ୱାସ ବସା ବାନ୍ଧିଛି ।
ନାହିଁ ନାହିଁ ଦିଦି ଏ ହେଉଛୀ ଗୋଟିଏ ପୁଅ ପିଲା ତେମେ ଆପଣେ କଣ ବା ଦେଖିବେ ।
ହସି ହସି ଡାକ୍ତର ଦିଦି କାହା କଥା ନଶୁଣି ଯାଇ ମଦନ ଙ୍କୁ ଦେଖିଲେ, ଆଉ ଜାଣିପାରିଲେ କି ମଦନ ଙ୍କୁ କରେଣ୍ଟ ମାରିଛି ।କହିଲେ ତାର ସାର୍ଟ ଟିର ସବୁ ବଟମ ଖୋଲ, ଆଉ ତାକୁ ଓଲଟା କଣ ଶୁଆଇଛ ସିଧା ଶୁଆ ।ଆଉ ତାର ମୁହଁରେ ପବନ ନିଜ ପାଟିରୁ ଦିଅ ।ତାକୁ କରେଣ୍ଟ ମାରିଛି ଯାହା ଫଳରେ ସତାର ଶ୍ୱାସ ରୁନ୍ଧ ହୋଇଯାଇଛି ।ବୁଢ଼ୀ ସେଇଠି କହିବାକୁ ଲାଗିଲା, ଦେଖ ଲୋ ଗାଁ ମାଇକିନା ଦେଖ ଏ ସମୟ ବି ଆସିଗଲା ।କେମିନ୍ତି ଗୋଟିଏ ମାଇକିନା ସମସ୍ତଙ୍କ ସାମନାରେ ଏ ପୁରୁଷ ପିଲାର ସାର୍ଟ କାଢି ତାର ଛାଡ଼ ଯାହା ଆମର ରୋଗ ଭଲ କରିବ ନା ଆମର ଝିଅ ମନକୁ ଖରାପ କରିବ ।ସବୁ ଦେଖୁଛନ୍ତି କେହି କିଛି କହୁନାହାନ୍ତି ।ମୁଁ କାହିଁକି କହିବି କହିଲେ କହିବେ ହରିଆ ମା 'କହିଲା ।
ଡାକ୍ତର ଦିଦି ମଦନ ଙ୍କୁ ଦେଖିଲା ବେଳେ ତାଙ୍କ ବେକ ରେ ଥିବା ଚି଼ହ୍ନ ଦେଖି ବୁଢ଼ୀ, ଚାହିଁ ଚାହିଁ ଧାଇଁ ଗଲା ପାଖକୁ ।ଯାହା ସବୁ କୁହା କୁହି ରୁ ଶୁଣିଥିଲା ଯେ, ତାଙ୍କୁ ଜଣେ ଡାକ୍ତର ଜଙ୍ଗଲ ରୁ ପାଇଁକି ପାଳିଥିଲେ ।ବୁଢ଼ୀ ଆଉ ଚୁପ ରହିଲା ନାହିଁ ସେଇଠି ଯାଇ ଡାକ୍ତର ଙ୍କୁ ପଚାରିଲା ଏ ଝିଅ ଙ୍କୁ କୋଉଠୁ ଆଉ କୋଉ ଦିନ ପାଇଥିଲେ ।ସବୁ କଥା ଶୁଣି ଡାକ୍ତର କହିଲେ ଯାହା ଯାହା ଘଟି ଥିଲା ।ଶେଷ ରେ ବୁଢ଼ୀ ଜାଣିପାରିଲା ତାରି ରକ୍ତ ର ଯାହା ତାରି ପୁଅ ବୋହୁ ଙ୍କ ଏକ ଅଂଶ ଯାହା ଅକାମି ହେଇଯାଇଥିଲା ଆଜି ସେ ଅଂଶ ଉପଯୁକ୍ତ କାମରେ ଲାଗିଲା ।
ହରି ବାବୁ ଆଉ ତାଙ୍କ ପତ୍ନୀ ଏ କଥା ଶୁଣି ପରି ଲେ, ଯେମିନ୍ତି ତାଙ୍କ ପିଣ୍ଡ ରେ କିଏ ପ୍ରାଣ ଭରିଦେଲା ।ଦୁହେଁ ସେ ଜାଗା କୁ ଯାଇ କହିଲେ ତୁହି ସେଇଆମ ହଜିଯାଇଥିବା ଆଉ କିଛି ନକହି ସେଇଠି ହରି ବାବୁ ଚେତା ଶୂନ୍ୟ ହୋଇଗଲେ ।
ଆଉ ସେହି ଝିଅ ହିଁ ତାଙ୍କର ଚିକିତ୍ସା କଲା ।ହରି ବାବୁ କହିଲେ ଦେଖ ମାଆ ତୁ ଯାହାକୁ ଝରା ଫୁଲ ଭାବି ଫୋପାଡ଼ି ଦେଇ ଥିଲୁ ଆଜି ସେ ଆମ ପାଇଁ, ଏ ଗାଁ ପାଇଁ, ଏ ମାଟି ପାଇଁ ଝରା ଫଗୁଣ ହେଇ ଫେରିଛି ।
