ରକ୍ଷକ
ରକ୍ଷକ
ଆମେ ଆମ ଜୀବନରେ ଅନେକ ପଥ ଦେଇ ଗତି କରୁଛୁ |ବେଳେବେଳେ ଏମିତି ଏକ ସମସ୍ୟା ର ସମ୍ମୁଖୀନ ହେବାକୁ ପଡ଼େ ଯାହାକି ଅନ୍ୟର ସାହାଯ୍ୟ ଲୋଡ଼ା ପଡି ଥାଏ |ପିଲା ବେଳେ ବହୁତ କାହାଣୀ, କବିତା, ଆଉ ଅନେକ ଗପ ପଢ଼ୀଛୁ ଆମେ |ହେଲେ କାହାଣୀ ସତରେ ଦିନେ ପାଲଟି ଯିବ ଏ କଥା କିଏ ଜାଣି ଥିଲା |
ସୁବର୍ଣ୍ଣପୁର ନାମ ରେ ଗୋଟିଏ ଗାଁ ଟିଏ ଥାଏ |ସେହି ଗାଁ ରେ କରୁଣା କର ନାମ ରେ ଜଣେ ଲୋଭି ବୁଢା ଥାଏ |ତାର ଦୁଇ ପୁଅ, ଆଉ ଦୁଇ ବୋହୁ |ବୁଢ଼ା ଭାରି ଲୋଭି ଏମିତିକି ସେ ତାର ଦିନର ଖାଇବା ଙ୍କୁ ରାତିରେ ଖାଇବା ପାଇଁ ବଳେଇକି ରଖେ |ଆଉ ପୁଅ ବୋହୁ ଙ୍କୁ ସେହି ଖାଇବା ଙ୍କୁ ମଧ୍ୟ ବାଧ୍ୟ କରେ | ସାନ ବୋହୁ ବୁଢ଼ା ଙ୍କୁ ଲୁଚେଇ କି କିଛି ଖାଇବା ନେଇ ପଶୁ, ପକ୍ଷୀ ଙ୍କୁ ଦିଏ ଖାଇବାକୁ | ବୁଢ଼ା ର ବହୁତ ଧନ ସମ୍ପତି ହେଲେ କଣ ହେବ, ଦୁଇ ପୁଅ ଦୁଇ ବୋହୁ କାହାରି କୋଳ ରେ ପୁତ୍ର ଟିଏ ନାହିଁ |
ଖାଲି କନ୍ୟା ହିଁ ହେଲେ |ବୁଢ଼ା ସବୁବେଳେ ସେମାଙ୍କୁ ଗାଳି କୁଲଜ କରେ |ସେମାନେ ବା କି କରି ପାରିବେ, କାହାରି କଥା ରେ କିଏ ଗଢୁଛି କି ମଣିଷ ପିଲା, ପୁଅ ଟିଏ ଗଢି ଦେବ |ସବୁବେଳେ ସେ ନାତୁଣୀ ମାନଙ୍କୁ ଚିଡି ଚିଡି ହେଇ କହେ ମୋର ଦୁର୍ଭାଗ୍ୟ ଏ ଅଲଷ୍ମୀ ଗୁଡାକ ଜନ୍ମିତ ହେଲେ |କେତେ ଧନ ସାରିଲେ ଏ ସବୁ ଉଠିବେ କେଜାଣି |ମୋ ପୁଅ ଙ୍କୁ ତ କାଙ୍ଗାଳ କରିକି ଯିବେ |
ଝିଅ ମାନଙ୍କୁ ଗାଁ ସ୍କୁଲ ରେ ପାଠ ପଢିବା ପାଇଁ ବୋହୁ ମାନେ ବୁଢ଼ା ପାଖରେ ଜିଦି କଲେ |ବୁଢ଼ା କହିଲା ଏ ଝିଅ କି ପାଠ ପଢିବେ, ଏ ତ ପର ଘର ଙ୍କୁ ବୋହୁ ହେଇ ଯିବେ |ଆଉ ହଁ ଲୋ ମୋ କୁଳ ରେ ତ ବଂଶ ଟିଏ ବଢ଼ାଇବା ର କିଛି ଆଗକୁ ନାହିଁ |ଏହିଠି ଜାଣ ମୋର ବଂଶ ବୁଡ଼ିଲା |ଆଉ ଏ କଣ ପାଠ ପଢି ମୋ ବଂଶ ଙ୍କୁ ଆଗକୁ ନେବେ କିଲୋ ସବା ଖାଇ |ଯାଅ ଏଠୁ ମତେ ବିରକ୍ତ କରନି |କହି ବୁଢା ବାରିପଟେ ଯାଇ କାଠ ଚିରା ପାଖରେ ରହିଲା |
ବୋହୁ ମାନେ ପୁଅ ଙ୍କୁ ଆଉ ଶଶୁର ଙ୍କୁ ଲୁଚାଇ ଝିଅ ମାନଙ୍କ ନାମ ସ୍କୁଲ ରେ ଲେଖାଇ ଦେଲେ |ଆଉ ସବୁ ଦିନ ବୁଢା ନିଜର ସ୍ୱାମୀ ମାନେ କାମ ରେ ଗଲା ପରେ ଝିଅ ମାନେ ପାଠ ପଢିବା ପାଇଁ ଯାଆନ୍ତି |ଡେରି ହୁଏ ବୋଲି ଗୁରୁଜୀ ବହୁତ କଠୋର ଦଣ୍ଡ ରେ ମଧ୍ୟ ଦଣ୍ଡିତ କରନ୍ତି |ହେଲେ ସେମାନେ ସବୁ ଦୁଃଖ ଙ୍କୁ ଚାପି ରଖିବାର ସାହସ ତ ତାଙ୍କ ମାଆ ଠାରୁ ପାଇଁ ଛନ୍ତି |କିଛି ବି ପ୍ରତିବାଦ କରନ୍ତି ନାହିଁ |ଯେମିତି ପାଠ, ସେମିତି ସଂସ୍କାର, ଆଉ ସେମିତି ଦେଖିବାକୁ ମଧ୍ୟ |
ହେଲେ ସବୁ ଦିନ ନଥାଏ ଅନ୍ଧାର, କି ସବୁ ଦିନ ନଥାଏ ଦୁଃଖ, ଦୁଃଖ ପରେ ସୁଖ ଆସେ,|ଦିନେ ନା ଦିନେ ଏ ଅନ୍ଧାର ଦୂର ହେବ ଆଉ ଏହି ଝିଅ ମାନଙ୍କୁ ଯେତେ ଘୃଣ୍ୟ ଆଖିରେ ଦେଖୁଛନ୍ତି ସବୁ ଏ ଆଖିରୁ ଅନ୍ଧ ପୁଟୁଳି ଖୋଲିବ, ଆଉ ସଭିଏଁ କହିବେ ଏ ଆମ ବଂଶ ର ବକ୍ଷକ ନୁହେଁ ରକ୍ଷକ |ଦିନେ ପୁଅ ମାନେ ବାହାର ଙ୍କୁ ଯିବେ ବୋଲି ଠିକ କଲେ |ଆଉ ବାହାରି ମଧ୍ୟ ଗଲେ |
ଏଣେ ବୁଢା ବୋହୁ ମାନଙ୍କୁ ନେଇ ଏକା ଘରେ |ସେହି ଦିନ ବୁଢ଼ା ର ଜମି ବିକା ଟଙ୍କା କିଛି ପାଇଛି |ଆଉ ତାଙ୍କୁ କିଛି ଲୋକ ଜାଣିଥିଲେ |ଏହାର ସୁଯୋଗ ନେଇ କିଛି ଚୋର ପଶି ଆସିଲେ |ଆଉ ବୁଢ଼ା ଙ୍କୁ ଗୋଟିଏ ଧକା ପକାଇ କହିଲେ ବୁଢ଼ା ଆଲମୀରା ଚାବି ଦେଏ |ବୁଢା ର ତ ହୋସ ଉଡି ଗଲା |ଆଉ ବୁଢା ଉପରେ ଦୁଇଟା ବସି ଗଲା ରୁ ବୁଢା ଚାବି ଦେଇ ଦେଲା |ଆଉ ସେହି କ୍ଷଣି ବୁଢା ର ନାତୁଣୀ ମାନେ ଆସି ପହଁଚି ଗଲେ |ଆଉ ସେ ଚୋର ମାନଙ୍କୁ ଗୁରୁଜୀ ଙ୍କ ଠାରୁ ଶିଖିଥିବା କରାଟି କାମ ଦେଲା |ଆଉ ବୁଢା ର ମନ ବଦଳି ଗଲା |କୋଳ ରେ ବସାଇ କହିଲା ଏ ମୋ ବଂଶ ର ରକ୍ଷକ |
