STORYMIRROR

Priyanaka daya Kari nema kyha

Inspirational Others

3  

Priyanaka daya Kari nema kyha

Inspirational Others

ସମର ଉଇଣ୍ଟର ଫନ

ସମର ଉଇଣ୍ଟର ଫନ

2 mins
221

     ଏ ବର୍ଷ ଗ୍ରୀଷ୍ମର ମଜା

        


ସୁଦାମ ବାବୁ ସହରରେ, ରୁହନ୍ତି |ସେ ଜଣେ ସରକାରୀ କର୍ମଚାରୀ |ସେ ତାଙ୍କ ସ୍ତ୍ରୀ ଆଉ ଦୁଇ ଜଣ ପିଲା ପୁଅ ଓ

ଝିଅଟିଏ ତାଙ୍କର |ସୁଦାମ, ବାବୁ ପ୍ରତି ବର୍ଷ ଗ୍ରୀଷ୍ମ ଛୁଟିରେ ନିଜର ଜନ୍ମ ମାଟି ଗୋବିନ୍ଦ ପୁର ଗାଁ କୁ, ଆସନ୍ତି |ଗାଁରେ ତାଙ୍କର ଜମି ଜମା ଠାରୁ ଆରମ୍ଭ କରି ପୁରୁଣା ଘର ଅଛି |



ଆଉ ସେ ସବୁକୁ ତାଙ୍କ ମାଆ ଗାଁ ରେ ରହି ତଦାରଖ କରନ୍ତି |ସୁଦାମ ବାବୁ ତାଙ୍କ ମାଆଙ୍କୁ ବହୁତ ଭଲ ପାଆନ୍ତି |ତାଙ୍କ ସହ ସହରକୁ ନେଇ ରଖିବା ପାଇଁ

ବହୁତ ଚେଷ୍ଟା କଲେଣି |ହେଲେ ବୁଢ଼ୀ ତ ତା ଜିଦରେ ଅଟଳ ସେ ତାର ପିତୃପୁରୁଷ ଭୂମିକୁ ଛାଡି ଯିବନାହିଁ |



ଯେଉ ଜାଗାକୁ ତା ଗେରସ୍ତ  ତାକୁ ଆଣି ଥିଲା |ଆଉ ଯେଉଁଠି ତାର ସଂସାର ଆରମ୍ଭ ହୋଇ ଥିଲା |ସେ ଜାଗାରେ ତାର ମଲା ଶରୀର ଗେରସ୍ତର ପୋଡା ଶରୀର ପାଖରେ ପୋଡା ହବ |ସେ ସହରକୁ ଯିବ ନାହିଁ |ଏହି ବର୍ଷ ଗ୍ରୀଷ୍ମ ଆଣିଛି ଟିକିଏ ନିଆରା |


କେତେ ଆଶା କେତେ ଭରସା କରି ବୁଢ଼ୀ ମାଆ ତାର ସହରରୁ ଫେରନ୍ତା ପୁଅକୁ ଚାହିଁ ରହିଥିଲା |ତା ପୁଅ ଆସିବ ତା ବୋହୁ ଆଉ ନାତି ନାତୁଣୀ ମାନେ ସଭିଏଁ ଏକାଠି ହୋଇ ଏହି ଗ୍ରୀଷ୍ମ ଛୁଟିରେ ଘରକୁ ଆସିବେ |ହେଲେ ଏମିତି କିଛି ଆଶା ଆଶାରେ ହିଁ ରହିଗଲା |ଶୁଣିବାକୁ ପାଇଲା ସେମାନେ ଏଥର ଆସିପାରିବେନି |ବୁଢ଼ୀର ତ ପାଦ ତଳୁ ମାଟି ଖସି ଗଲା |ତାର ଛାତି ଫାଟିଗଲା |ଆଉ ସେ ରହି ପାରିଲା ନାହିଁ ତାର ଛାତି ଫଟା କାନ୍ଦଣାରେ ଗାଁରେ ଲହରୀ ଖେଳି ଗଲା |ଆଉ ହଟାତ ମୋର ନିଦ ସେତିକି ବେଳେ ଭାଙ୍ଗିଗଲା |


ମୁଁ ଦେଖିଲି ବୁଢ଼ୀଟି କାନ୍ଦି କାନ୍ଦି ଅଣାୟତ ହେଲାଣି |ମୁଁ ଯାଇ ପଚାରିଲି କିଲୋ ମାଉସୀ ତୁ ପରା ମୋ ଯନ୍ତ୍ରରେ ତୋ ପୁଅ ସହ କାଲି କଥା ହେଇଚୁ |ଆଜି କାହିଁକି କାନ୍ଦୁଛୁ ତୋର ପୁଣି କଣ ହେଲା |ସେ ମତେ କହିଲା ମୁଁ ଶୁଣିବାକୁ ପାଇଲି କି ମୋର ପୁଅ, ବୋହୁ ଆଉ ନାତି ନାତୁଣୀ ଆଜି ଆସିବେନି ଲୋ |ହଁ ମୁଁ ଜାଣିଛି କାରଣ ଆଜି ହଉଛି ମେଏ ମାସ ଆଉ ପାଞ୍ଚ ତାରିଖ |ଏହି ଦିନ ଚାରିଆଡେ' ଲକଡାଉନ 'ବୋଲି ସରକାର ଘୋଷଣା କରିଛନ୍ତି |କେହିବି କୁଆଡେ ଯିବେ ନାହିଁ |ସବୁ ଘରେ ହିଁ ରହିବେ |ଆବଶ୍ୟକ ନହେଲେ ପଦାଙ୍କୁ କେହି ବି ବାହାରିବେ ନାହିଁ |ଏହି ବେମାରୀଟା ପା ସେଇଆ |ଆଉ କଣ କହୁଚୁ ତୁ କଣ ସେମାନେ ଆସିଲେ ଗାଁ ରେ କେହିବି ପୁରେଇ ବେନି |କାଳେ କରୋନା ଭୟଙ୍କର ଅଟେ |



ବୁଢ଼ୀ ମୋ ଠାରୁ ଏ କଥା ଶୁଣି ଆହୁରି ଜୋରରେ କାନ୍ଦିବାକୁ ଲାଗିଲା |ମୁଁ ତାକୁ ସ୍ଵନ୍ତନା ଦେଇ କହିଲି ତୁ କାନ୍ଦେ ନା ମୋର ଏଇ ଯନ୍ତ୍ର ମାଧମରେ ତୁ ତୋ ପୁଅ ସହ କଥା ହୋଇ ପାରିବୁ |ଆଜି ତୁ ତାକୁ ଦେଖି ପାରିବୁ |ତ ବୁଢ଼ୀ କହିଲା ଆଉ ଡେରି କରନି ମୁଁ ମୋ ପୁଅକୁ ଟିକିଏ ଦେଖିବି ଲୋ |ସେ ତା ପୁଅ, ବୋହୁ, ଆଉ ନାତି ନାତୁଣୀଙ୍କ ସହ ବହୁତ ସମୟ ଧରି ଗପି ପାରିଲା ଆଉ ତାକୁ ଦେଖି ବି ପାରିଲା |




ମୋ କହିବାର ଅର୍ଥ ହେଲା ଯେଉ ମାନେ ଦୂରରେ ଅଛ |କିଛି ସମୟ ପାଇଁ ନିଜ ବାପା ଆଉ ମାଆଙ୍କ ସହ ସମୟ କାଢି କଥା ହୋଇଯିବ |ଆଉ ତ ସେ ସମୟ ନାହିଁ ଯିଏ କି ଚିଠି କି ଲଫାପା ଦେବ |ଏବେ ତ ଫୋନ ଯୁଗ |ଆପଣ ଯେମିତି ସବୁ ନିଜର ପିଲା ପାଇଁ ଚିନ୍ତିତ |ଠିକ ସେମିତି ତମେ ମାନେ ବି କାହାର ପିଲା ସେମାନେ ବି ତମ ପାଇଁ ଚିନ୍ତିତ ହଉଥିବେ |  




"ଯିବ କେଉଁ କାହିଁ ଧାମ

     ପିତା ମାତା ପା ଅଟନ୍ତି ସର୍ବ ପରମ,

ଆଖୁ ଗୁଡ଼ ଠାରୁ ମଧୁର ନାହିଁ,

   ପିତା ମାତା ଠାରୁ ସୁଧାର ନାହିଁ,"।


(କାହାକୁ କଷ୍ଟ ହୋଇଥିଲେ ହୃଦୟରୁ କ୍ଷମା ମାଗୁଛି )


Rate this content
Log in

Similar oriya story from Inspirational