Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Shanti Mishra

Drama Others

3  

Shanti Mishra

Drama Others

ସମ୍ପର୍କର ଶିଡି

ସମ୍ପର୍କର ଶିଡି

4 mins
164



‘ମୋନାଲୀ’ ଶାଶୁଙ୍କର ସମ୍ପୂର୍ଣ୍ଣ ଇଛା ବିରୁଦ୍ଧରେ ସୁବୀରଙ୍କୁ ବିବାହ କରି ଘରକୁ ଆସିଗଲା ସିନା କିନ୍ତୁ ଏବେ ଶାଶୁଙ୍କ କୋପ ଦୃଷ୍ଟିକୁ ସହିବା ଟିକେ କଷ୍ଟକର ହୋଇ ପଡିଛି ଯଦିଓ ସେ ସୁବୀରଙ୍କୁ ସବୁ ପ୍ରକାର ପରିସ୍ଥିତି ପରିବେଶ ସହିତ ନିଜକୁ ଖାପ ଖୁଆଇ ଚଳି ଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ବିବାହ ପୂର୍ବରୁ l

ସୁବୀର ବାରମ୍ବାର କହିଥିଲେ ଆଗରୁ ତାଙ୍କ ବୋଉର ସେ ଏକ ମାତ୍ର ସନ୍ତାନ ଓ ସବୁର ଆଶା ଭରଷା l ତେଣୁ ଯାହା ନିଷ୍ପତ୍ତି ନେବ ଭାବି ଚିନ୍ତି କରି ନିଅ l ସେତେବେଳେ ମୋନାଲୀ କହିଥିଲା “କଥା ଦଉଛି ସୁବୀର ତୁମକୁ କୌଣସି କଥାରେ ଅଭିଯୋଗ କରିବାର ସୁଯୋଗ ମିଳିବନି l ତାପରେ ଥଟ୍ଟା କରି କହିଥିଲା ଥରେ ବିବାହ କରିକି ଦେଖନା” l ସେଦିନ ବହୁତ ହସିଥିଲେ ଦୁହେଁ l

ବାପା ପାଞ୍ଚ ବର୍ଷ ତଳେ ଚାଲିଗଲା ପରେ ବୋଉ ଗାଁରେ ଏକା ଚଳି ପାରିଲାନି କାରଣ ଗାଁରେ ଥିବା କକେଇ ଖୁଡୀ ତାକୁ ବହୁତ ହଇରାଣ କଲେ ସବୁ କଥାରେ l ତେଣୁ ସୁବୀର ତାକୁ ପାଖରେ ଆଣି ରଖିବାକୁ ବାଧ୍ୟ l ମୋନଲୀର ପାରିବାରିକ ସ୍ଥିତି, ଜାତି ଭିନ୍ନତା ଯୋଗୁ ବୋଉ ମୋଟେ ରାଜି ନଥିଲା ଏ ବିବାହରେ l ବୋଉକୁ ବହୁତ ବୁଝା ବୁଝି ପରେ ସେ ମାନିଗଲା ସିନା କିନ୍ତୁ ଅନ୍ତରରୁ ନୁହେଁ l ତେଣୁ ବୋଉକୁ ଆଉ କୌଣସି ପ୍ରକାର ମାନସିକ ଅଘାତ ଦିଆ ଯାଇ ନପାରେ ଦୁହେଁ ସେ ବିଷୟରେ ବହୁ ସତର୍କତା ଅବଲମ୍ବନ କରୁଥିଲେ ମଧ୍ୟ ବୋଉର ବ୍ୟବହାର କଥାବାର୍ତ୍ତା ବେଳେ ବେଳେ ଶାଳୀନତା ଲଙ୍ଘନ କରି ଯାଏ l

ମୋନାଲୀ ବିରୁଦ୍ଧରେ କିଛି ନ ଗପିଲେ ବୋଉର ଭାତ ହଜମ ହୁଏନା l “ଏ ଅଲକ୍ଷଣୀକୁ ବିବାହ କରି ନିଜ ଜୀବନକୁ ତ ନଷ୍ଟ କଲା ମୋ ଜୀବନକୁ ବି ନରକ କରିଦେଲା l ୟା ହାତରେ ପାଣି ପିଇଲେ ବି ପାପ l” ସବୁଦିନ ଏହିପରି କଥା ଶୁଣି ସହି ସହି ଦିନେ ଦିନେ ସୁବୀର ପାଟି ଖୋଲି ଦି ଚାରି ପଦ ବୋଉକୁ ଶୁଣେଇ ଦିଅନ୍ତି l ସେଦିନ ଲଙ୍କା କାଣ୍ଡ ଆରମ୍ଭ ହୁଏ ଘରେ l ଶାଶୁ ଦୁଇ ଦିନ ଉପାସ ରହି ଯାଆନ୍ତି l ଯେତେ ଡାକିଲେ କି ଗୋଡ ହାତ ଧରି ଯେତେ ଖୋସାମନ୍ତ କଲେ ବି ଆସି ଖାଆନ୍ତିନି l

ମୋନାଲୀ ଭଲ ଭାବେ ଜାଣେ ଶାଶୁ ତାଙ୍କ ରୁମରେ ସବୁବେଳେ କିଛି ନା କିଛି ଖାଇବା ଜିନିଷ ଆଣି ରଖିଥାନ୍ତି, ଘରକୁ ଆସି ବାସନମଜା ମଜି କରୁଥିବା ଝିଅ ‘ଶ୍ୟାମା’ ହାତରେ, ବଜାରରୁ ମଗେଇକରି l ସେଇଆକୁ ଖାଇ କାମ ଚଳାନ୍ତି l ଦୁଇ ଦିନ ନଖାଇ କେହି ରହି ବି ପାରିବନି l ଯିଏ ବି ରହୁ ତା ଶାଶୁ ତ ମୋଟେ ନୁହେଁ l ଯାହାଙ୍କର ପ୍ରତି ଦି ଘଣ୍ଟାରେ ପାଟି ଚାଲିଥାଏ ସବୁବେଳେ କିଛି ନା କିଛି ଖାଦ୍ୟ ଖୋଜୁଥାଏ ସେ କେବେ ଦି ଦିନ ଉପାସ ରହି ପାରିବେ ଭଲା ! ସେ ଭଲ ଭାବରେ ଜାଣେ ଏହା ଡ୍ରାମା କେବଳ, କିନ୍ତୁ ତାଙ୍କୁ ଧରା ପକେଇ ତାଙ୍କ ପୁଅ ଆଗରେ ନୀଚା ଦେଖେଇବାକୁ ଭଲ ପାଏନା ମୋନାଲୀ l

ଦୁଇ ତିନି ଦିନ ପରେ ରାଗ ଥଣ୍ଡା ହେଲା ପରେ ଆସି ଖାଆନ୍ତି l ଏବେ ତ ମୋନଲୀର ଏସବୁରେ ଅଭ୍ୟାସ ପଡ଼ିଗଲାଣି l ତେଣୁ ସୁବୀରଙ୍କୁ ସେ ବୁଝେଇ ଦିଏ, କଥା ନବଢେଇବା ପାଇଁ l କିନ୍ତୁ ଅନେକ ସମୟରେ ସେ ଲୁଚି ଲୁଚି କାନ୍ଦେ l ଯେତେ ଲୁଚେଇଲେ ବି ସୁବୀର ଧରି ନିଅନ୍ତି ତା ଲୁହାପୋଛା ନାଲି ଆଖି ଓ ମୁଁହକୁ ଦେଖି l ସହିବାର ସୀମା ଅଛି l ଯାହା ମୁଁହକୁ ଆସୁଛି କହି ଯାଉଛି ବୋଉ l ସେଥିପାଇଁ ବେଳେ ବେଳେ ସେ ତାଙ୍କ ପ୍ରତିକ୍ରିୟା ଦେଖାନ୍ତି ବୋଉର ଅସିମଚୀନ ବ୍ୟବହାରରେ l

ସେଦିନ ଶାଶୁ ତାଙ୍କର ଜଣେ ଭଉଣୀର ଫୋନ କଲ ଦ୍ବାରା ଜାଣିଲେ ଯେ ତାଙ୍କର ଅଷ୍ଟ୍ରେଲିଆରେ ଥିବା ଝିଅର ଗୋଟେ ପୁଅ ହୋଇଛି l ଶାଶୁଙ୍କ ବାପ ଘର ପରିବାରର ପ୍ରଥମ ନାତି l ଶାଶୁ ଶୁଣି ବହୁତ ଖୁସି ହେଲେ ପୁଣି ଆହୁରି ଖୁସି ହେଲେ ଯେତେବେଳେ ମୋନାଲୀ ଫେସବୁକରେ ଅପ୍ ଲୋଡ ହୋଇଥିବା ବେବିର ଫଟୋ ଆଣି ଦେଖେଇଲା l ବେବିର ଅନେକ ପ୍ରକାରର ଫଟୋ ସହିତ ସୁବୀରଙ୍କ ମାଉସୀ ଝିଅ ଭଉଣୀ ‘ଆରତୀ’ ଓ ତା ସ୍ବାମୀର ଫଟ ଦେଖି l ଶାଶୁ ମୋନଲୀର ଫୋନ ନେଇ ବାରମ୍ବାର ସେ ଫଟୋ ସବୁ ଦେଖୁଥାନ୍ତି l କାଲି ଛୁଆ ଜନ୍ମ ହେଉ ହେଉ ଆଜି ଏତେ ଫଟୋ l ଆଶ୍ଚର୍ଯ୍ୟରେ ଆଖି ତାଙ୍କର ବିସ୍ଥାରିତ l

କେତେବେଳେ ବେବିକୁ ଆରତୀ ଧରିଚି ତ, କେତେ ବେଳେ ତା ସ୍ବାମୀ, ତ କେତେବେଳେ ହସପିଟାଲର ନର୍ସ l ଆହୁରି ଅନେକ ପ୍ରକାର ଫଟୋ ଅଛି l ଶାଶୁଙ୍କ ଖୁସି ଦେଖି ମୋନାଲି ମୁଣ୍ଡରେ ଗୋଟେ ବୁଦ୍ଧି ଜୁଟିଲା l ତା ପର ଦିନ ଅଫିସରୁ ଫେରିଲା ପରେ ଶାଶୁଙ୍କ ପାଇଁ ଏକ ସ୍ମାର୍ଟ୍ ମୋବାଇଲ ଫୋନ କିଣିଆଣିଲା l ଶାଶୁ ହାଇସ୍କୁଲ ଯାଏ ପାଠ ପଢିଛନ୍ତି l କିଛି କିଛି ଇଙ୍ଗ୍ଲିସ୍ ପଢି ଜାଣିଛନ୍ତି l

ମୋନାଲି ସେ ଫୋନରେ ହ୍ଵାଟସଆପ୍ , ଫେସବୁକ୍, ଇନ୍ସଟାଗ୍ରାମ ଆହୁରି ଅନେକ ପ୍ରକାର ଗେମ ସବୁ ଡାଉନଲୋଡ କରିଦେଲା ଓ ଶାଶୁଙ୍କୁ ବୁଝେଇଦେଲା କିପରି ବ୍ୟବହାର କରାଯାଏ ବୋଲି l ଶାଶୁଙ୍କର ଯେତେ ଚିହ୍ନା ଜଣା ସାଙ୍ଗସାଥୀ ଭାଇ ଭଉଣୀ ଝିଆରୀ ପୁତୁରାଙ୍କ ଫୋନ ନମ୍ବର ଜଣା ଥିଲା ଓ ଇମେଲ ଆଇ ଡି ଜଣାଥିଲା ସବୁ ଆଡ କରିଦେଲା l

ଶାଶୁ ସକାଳୁ ଉଠି ଗୁଡ୍ ମରନିଙ୍ଗ ମେସେଜ୍ ଦେଖି ଭାରି ଖୁସି l ରାତିରେ ଗୁଡ୍ ନାଇଟ୍, କେତେବେଳେ ମଜା କାଥା ତ କେତେବେଳେ ରୋଷେଇବାଷ ଭିଡିଓ ଦେଖି କି ଖୁସି l ଏବେ ମୋନାଲୀ ଘରକୁ ଆସିଲା ପରେ ଯାହା ତାଙ୍କର ସମସ୍ୟା ବା ଅସୁବିଧା ଥାଏ ଫୋନକୁ ନେଇ ସବୁ ଜଣେଇ ଫିକ୍ସ କରେଇ ନିଅନ୍ତି l ସେ ଆଉ ଆଗ ପରି ମୋନଲୀକୁ ଦେଖି ମୁଁହ ମୋଡନ୍ତିନି l ତା ଅଫିସ୍ ଫେରନ୍ତି ବାଟକୁ ଚାତକ ପରି ଚାହିଁ ବସିଥାନ୍ତି l ଆଜିକାଲି ଅଭିଯୋଗ ବା ଝଗଡା କରିବାକୁ ତାଙ୍କୁ ସମୟ ନାହିଁ l ଧୀରେ ଧୀରେ ମୋନାଲୀ ଠାରୁ ବହୁତ କାଥା ଶିଖିଗଲେଣି l ତାଙ୍କ ବାଡି ବାଗିଚାର ଫୁଲ ପରିବାର ଫଟୋ ଅପଲୋଡ କରିବାଠାରୁ ଗୁଡମର୍ନିଂଗ୍ ମେସେଜ ପଠେଇବା ପର୍ଯ୍ୟନ୍ତ l

ଏବେ ସୁବୀର ମୋନାଲୀ କଣ କରୁଛନ୍ତି ଶାଶୁଙ୍କୁ ଜାଣିବାକୁ ସମୟ ନାହିଁ l ନିଜ ଦୁନିଆଁରେ ସେ ଏବେ ମଗ୍ନ l ମୋନାଲୀ ଏବେ ଭାରି ପ୍ରିୟ ତାଙ୍କର l ପୁଅ ଠୁ ବି ଅଧିକ l କିଏ କହୁଛି ଫେସବୁକ୍ , ହ୍ଵାଟସଆପ୍ ବହୁତ ସମୟ ନଷ୍ଟ କରେ ବୋଲି l ତାର ଭଲ ଅବଦାନ ବି ଅଛି ଏ ଆଧୁନିକ ସମାଜ ପାଇଁ l କେତେ କେତେ ଝଗଡା ଝାଟି କରିବାରୁ ସମୟ ବଂଚେଇ , ଅସ୍ବାଭାବିକ ପରିସ୍ଥିତିରୁ ରକ୍ଷା କରୁଛି l ଘରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ସାହାର୍ଯ୍ୟ କରୁଛି ମଧ୍ୟ l ମୋନଲୀର ତ ଜିନ୍ଦାବାଦ ମଡର୍ନ ଟେକ୍ନୋଲୋଜି l



Rate this content
Log in

More oriya story from Shanti Mishra

Similar oriya story from Drama