Trushna Das

Drama Romance Crime

4  

Trushna Das

Drama Romance Crime

ସମ୍ପର୍କର ଦୁଇ ପାର୍ଶ୍ଵ 3

ସମ୍ପର୍କର ଦୁଇ ପାର୍ଶ୍ଵ 3

6 mins
522



କାହାଣୀ ର ପୂର୍ବ ଭାଗରେ ଆମେ ପଢି ଥିଲୁ ଯେ ଅମନ ପ୍ରଥମେ ଲୀନାଙ୍କୁ ବିବାହ ପାଇଁ ମନା କରି ଥିଲେ। ହେଲେ ହଠାତ୍ ଏମିତି କଣ ହେଲା ଯେ କିଛି ସମୟ ମଧ୍ୟରେ ଅମନ ଏ ବିବାହ ପାଇଁ ରାଜି ହୋଇ ଗଲେ ।ଏ କଥାକୁ ନେଇ ଲୀନାଙ୍କ ମନରେ ଅନେକ ପ୍ରଶ୍ନ। ପୁଣି ସାଙ୍ଗେ ସାଙ୍ଗ ଅମନ ଓ ଲୀନାଙ୍କ ଲଗ୍ନଧରା। ଲୀନାଙ୍କ ମନରେ ବହୁତ ପ୍ରଶ୍ନ ଉଙ୍କି ମାରୁଥାଏ। ପିଉସୀ ରୀନା ଲୀନାଙ୍କୁ ନିର୍ବନ୍ଧ ପାଇଁ ବାହାର କରିଲେ। କିଛି ସମୟ ମଧ୍ୟରେ ଅମନଙ୍କ ପରିବାର ଆସି ଲଗ୍ନଧରା କରି ଦେଲେ।

ଫେରିବା ସମୟରେ ଧାନୀ ଯାଇ ଲୀନାଙ୍କୁ କହିଲେ ଭାଉଜ ଭାଈ ତୁମ ଫୋନ ନମ୍ବର ମାଗୁଛନ୍ତି ଦେବ କି?

ଲୀନା ପିଉସୀ ରୀନାଙ୍କ ଆଡକୁ ଚାହିଁଲେ। ରୀନା କହିଲେ ଏଠିରେ ଭାବିବାର କଣ ଅଛି ଫୋନ ନମ୍ବର ଦେଇ ଦେ। ଲୀନା ଧାନୀଙ୍କୁ ଫୋନ ନମ୍ବର ଦେଲେ।

ବିବାହ ଗୋଟିଏ ସପ୍ତାହ ପରର ଦିନ ସ୍ଥିର ହେଲା। ଏତେ କମ ସମୟରେ ବାହାଘରର ସବୁ ଆୟୋଜନ କରିବାର ଥିଲା।

ହେଲେ ଲୀନା ଅପେକ୍ଷା କରି ଥାଆନ୍ତି ଅମନଙ୍କ ଫୋନକୁ। କିନ୍ତୁ ଆଶ୍ଚର୍ଯ୍ୟର କଥା ଅମନ କିନ୍ତୁ ଫୋନ କଲେ ନାହିଁ। ଲୀନା ନିଜ ମନକୁ ବୁଝାଇ ନେଲେ ବୋଧହୁଏ ବିବାହ ଆୟୋଜନ ବ୍ୟସ୍ତତାରେ ସେ ଫୋନ କରି ନାହାଁନ୍ତି।

ଦିନେ ଧାନୀ ଫୋନ କରି ଲୀନାଙ୍କ ସହ କଥା ହେଲେ। ଧାନୀଙ୍କ ଫୋନରୁ ଲୀନା ଜାଣିଲେ ଯେ ଅମନ ଓ ସଞ୍ଜୁ ଅଫିସର କିଛି କାମରେ ବାହାରକୁ ଯାଇଛନ୍ତି। ବାହାଘର ଆଗ ଦିନ ରାତିରେ ଆସି ପହଞ୍ଚିବେ।

ସପ୍ତାହ ପରେ ସ୍ଥିର ହୋଇ ଥିବା ଦିନରେ ବିବାହ ସୁରୁଖୁରୁରେ ହେଲା।

ପାଞ୍ଚ ବର୍ଷ ପରେ :

ଲୀନା ଆଜି ଜଣେ ବଡ ଓକିଲ ହୋଇ ଯାଇଛନ୍ତି। ତାଙ୍କର ନାମ ଚାରି ଆଡେ।ଅଳ୍ପ କିଛି ମାସ ମଧ୍ୟରେ ସେ ଏବେ ଓକିଲମାନଙ୍କ ମଧ୍ୟରେ ସୁପରିଚିତ।

ଜଣେ କ୍ଳାଇଣ୍ଟ କେସ ଜିତିବା ପରେ ଆସି ଲୀନାଙ୍କୁ ମିଠା ଦେବା ସମୟରେ ଲୀନାଙ୍କ ମୁଣ୍ଡ ବୁଲାଇ ବାଣ୍ଟି ହୋଇଛି। କ୍ଳାଇଣ୍ଟ ଜଣକ ପଚାରିଲେ ମ୍ୟାଡମ ଆପଣଙ୍କ ଦେହ ଭଲ ନାହିଁ କି। ଦୁର୍ବଳ ଦେଖା ଯାଉଛନ୍ତି।

ଲୀନା : ନା ନା ମୁଁ ଠିକ ଅଛି। ଗର୍ଭ ଅବସ୍ଥାରେ ଏ ସବୁ ଲକ୍ଷଣ ତ ଦେଖା ଯାଏ।

କ୍ଳାଇଣ୍ଟ ଜଣକ ଆଶ୍ଚର୍ଯ୍ୟ ହୋଇ ଲୀନାଙ୍କୁ ଚାହିଁ ରହିଛନ୍ତି। କିଛି ସମୟ ଚୁପ୍ ରହି ପଚାରିଲେ ମ୍ୟାଡମ ଆପଣଙ୍କୁ ଗୋଟିଏ ପ୍ରଶ୍ନ ପଚାରିବି ଖରାପ ଭାବିବେ ନାହିଁ ତ?

ଲୀନା : ଆରେ ପଚାରନ୍ତୁ ନା।

କ୍ଳାଇଣ୍ଟ : ଆପଣଙ୍କ ବ୍ୟକ୍ତିଗତ କଥା ପଚାରିବା ଟା ମୋର ଠିକ୍ କି ଭୂଲ ମୁଁ ଜାଣେ ନାହିଁ। ତଥାପି ନ ପଚାରି ମୁଁ ରହି ପାରିବି ନାହିଁ। ଆପଣଙ୍କୁ ଦେଖିଲା ବେଳକୁ ଆପଣ ଜଣା ପଡୁ ନାହାଁନ୍ତି ବିବାହିତା ବୋଲି। ନା ଆପଣଙ୍କ ମୁଣ୍ଡରେ ସିନ୍ଦୁର ଅଛି ନା ହାତରେ ଶଙ୍ଖା ଅଛି ନା ବେକରେ ମଙ୍ଗଳଶୁତ୍ର। ତାମାନେ ସାର କଣ ଟିକିଏ ଅଟକି ଯାଇ କହିଲେ ନାହାଁନ୍ତି କି?

ଏ ପ୍ରଶ୍ନ ଶୁଣି ଲୀନାଙ୍କ ଆଖି ଛଳଛଳ ହୋଇ ଯାଇ ଥାଏ ।ଠିକ ଏତିକି ବେଳେ ଜଣେ ଆସି ଲୀନାଙ୍କୁ କୁଣ୍ଢାଇ ପକାଇଲେ। ତାକୁ ଦେଖି ଲୀନା ଆଶ୍ଚର୍ଯ୍ୟ ହୋଇ କିଛି ସମୟ ଆଶ୍ଚର୍ଯ୍ୟ ହୋଇ ରହିଲେ।

ଲୀନା କ୍ଳାଇଣ୍ଟଙ୍କୁ କହିଲେ ଏ ବିଷୟରେ ମୁଁ ପରେ କଥା ହେବି। ଏବେ ଟିକିଏ ବ୍ୟସ୍ତ ଅଛି।

କ୍ଳାଇଣ୍ଟ ଜଣକ ଗଲା ପରେ ଲୀନା ସେ ବ୍ୟକ୍ତିକୁ ପଚାରିଲେ ତୁ କାହିଁକି ଏଠାକୁ ଆସିଛୁ। ତୋର ଆଉ ମୋ ଭିତରେ କଣ ବା ସମ୍ପର୍କ ଅଛି।

ଏଠାରେ ଯେଉଁ ବ୍ୟକ୍ତି କଥା କୁହା ହେଉଚି ସେ ଆଉ କେହି ନୁହେଁ ମେଘାର ସାନ ଭଉଣୀ ପ୍ରିୟା।

ପ୍ରିୟା : ଦିଦି ମୁଁ ଜାଣେ ତୁମେ ଦିଦି ଉପରେ ରାଗିଛ। ହେଲେ ମୁଁ ଆଜି ମେଘା ଦିଦିର ସାଙ୍ଗ ପାଖକୁ ଆସି ନାହିଁ। ଆସିଛି ଜଣେ ଓକିଲ ପାଖକୁ। ମୋ ଦିଦିର କେସ୍ ନେଇ।

ଲୀନା : ଆଉ କଣ ତୋ ଭଉଣୀ କେସ କଲା। ମୋ ଜୀବନ ତ ବର୍ବାଦ କଲା।ଆହୁରି ପୁଣି କାହାକୁ ବର୍ବାଦ କଲା।

ପ୍ରିୟା : ସେ କାହାକୁ ବା ବର୍ବାଦ କରିବ। ସେ ତ ନିଜେ ହିଁ ଆଜି ଏ ଦୁନିଆରେ ନାହିଁ।

ଲୀନା ଏ କଥା ଶୁଣି ଧିର କି ବସି ଗଲେ। ଆଖି ତାଙ୍କର ଛଳ ଛଳ ହୋଇ ଗଲା। ତାଙ୍କ ହୃଦୟ ଥରି ଯାଉଥାଏ। ସେ ଧିର ସ୍ୱରରେ ପଚାରିଲେ କଣ ହେଇଛି ତାର?

ପ୍ରିୟା : ଦିଦି କାଲି ରାତିର ଖବର। କଣ ତୁମେ ଜାଣି ନାହଁ।

ଲୀନା : ନା ମୁଁ ଆଜିର କେସ୍ ପାଇଁ ବ୍ୟସ୍ତ ଥିଲି ।ନିଉଜ ଦେଖି ନାହିଁ କି ଖବରକାଗଜ ପଢି ନାହିଁ। କଣ ହେଇଛି।

ପ୍ରିୟା : ମେଘା ଦିଦିର ହତ୍ୟା ହୋଇଛି। ଆଉ ତାକୁ ଆଉ କେହି ନାହିଁ ତୁମର ଯିଏ ସ୍ୱାମୀ ଥିଲେ ମାନେ ଅମନ ବାବୁ କରିଛନ୍ତି। ସେ ଗିରଫ ହୋଇଛନ୍ତି କାଲି ରାତିରେ।

ଲୀନା କିଛି ସମୟ ପାଇଁ ଚୁପ ରହି କହିଲେ କଣ ମୋର ଡିଭର୍ସ ହୋଇ ଯାଇଛି ବୋଲି ତୁ ଏ କେସ୍ ମୋ ପାଖକୁ ଆଣିଛୁ

ପ୍ରିୟା : ନା ଦିଦି। ମୁଁ ଜାଣେ ଆଉ କେହି ଓକିଲ ଏ କେସ୍ ନେଲେ ସେ ହୁଏ ତ ଅମନ ବାବୁଙ୍କ ଟଙ୍କାରେ ବିକ୍ରି ହୋଇ ଯିବ। ହେଲେ ତୁମେ ଏକୁଟିଆ ଯିଏ କି ମୋ ଦିଦିକୁ ନ୍ୟାୟ ଦେବାରେ ସାହାଯ୍ୟ କରିବ।

ଲୀନା : ରାଗି ଯାଇ କହିଲେ ଯିଏ ମୋର ସବୁ କିଛି ଛଡାଇ ନେଇଛି ମୁଁ ତାକୁ ନ୍ୟାୟ ଦେବା ପାଇଁ କିଛି କରି ପାରିବି ନାହିଁ। ତୁ ଦୟାକରି ଏଠାରୁ ପଳେଇ ଯାଆ।

ପ୍ରିୟା ନିରାଶ ହୋଇ ଫେରିଗଲା।

ଲୀନାକୁ ଏ କେମିତି ପରିସ୍ଥିତିର ମୁକାବିଲା କରିବା ପାଇଁ ପଡୁଛି। ଗୋଟିଏ ପଟେ ଯିଏ ଦିନେ ତାଙ୍କର ସବୁ କିଛି ଥିଲେ ମାନେ ତାଙ୍କର ଯିଏ ସ୍ୱାମୀ ଥିଲେ ଅମନ ତ ଅନ୍ୟପକ୍ଷରେ ତାଙ୍କ ପିଲା ଦିନର ସାଙ୍ଗ ମେଘାର ନ୍ୟାୟ ଯିଏ ଧୋକା ଦେଇ ତାଙ୍କ ଜୀବନକୁ ବର୍ବାଦ କରି ଦେଇଛି। ସମ୍ପର୍କର ଦୁଇ ପାର୍ଶ୍ଵରେ ଅତୀରର ବହୁ ଆପଣା ଦୁଇ ଜଣ ଛିଡା ହୋଇଛନ୍ତି, ଆଉ ମଝିରେ ଲୀନା। କାହା ସପେକ୍ଷରେ ରହିବେ। ଶେଷରେ ଲୀନା ସ୍ଥିର କରିଛନ୍ତି ସେ ସତ୍ୟ ସହିତ ରହି ଯିଏ ସତ୍ୟରେ ଥିବ ତାକୁ ନ୍ୟାୟ ଦେବେ।

ଲୀନା ସାଙ୍ଗେ ସାଙ୍ଗ ଖବରକାଗଜ ଖୋଲି ପଢିଲେ। ଖବରକାଗଜରେ ଲେଖା ଯାହା ହୋଇଥିଲା ପଢି ଲୀନା ବିଶ୍ୱାସ କରି ପାରିଲେ ନାହିଁ। ସେଥିରେ ଲେଖା ହୋଇ ଥିଲା ମେଘା ନାମକ କିନ୍ନରଙ୍କ ଅମନ ହତ୍ଯା ଅଭିଯୋଗରେ ଗିରଫ। ମେଘା କଣ କିନ୍ନର ଥିଲା। ତେବେ ସେଦିନ ଯେଉଁ ବ୍ଳୁ-ଫିଲ୍ମ ଆଉ ହୋଟେଲରେ ଅମନଙ୍କ ସହ ହେଉଥିବାର ଦେଖିଲେ ସେ କିଏ ଥିଲେ ?

ସାଙ୍ଗେ ସାଙ୍ଗେ ଲୀନା ରହୁଥିବା ଭଡା ଘରକୁ ଗଲେ। ମନଟା ତାଙ୍କର ଭଲ ଲାଗୁ ନ ଥାଏ। ଇଚ୍ଛା ହେଉଥାଏ ଅମନଙ୍କ ମାଆ ମାନେ ଯିଏ ଦିନେ ତାଙ୍କ ଶାଶୁ ଥିଲେ କଥା ହେବେ ବୋଲି ହେଲେ ଆଉ କଣ ବା ସମ୍ପର୍କ ଅଛି ଯେ ସେ କଥା ହେବେ।

ଏମିତି ଭାବୁ ଭାବୁ ଲୀନା ଅତୀତର ଭାବନାରେ ବୁଡ଼ି ଯାଇଛନ୍ତି।

ଅମନ ଓ ଲୀନା ବିବାହର ସବୁ ନୀତି ନିୟମ ଅନୁଯାୟୀ ହେଲା। ହେଲେ ପ୍ରଥମରୁ ଗୋଟିଏ ପ୍ରଶ୍ନ ଲୀନାଙ୍କ ମନରେ ଥାଏ ଯେ ଅମନ ତ ଏ ବିବାହ ପାଇଁ ମନା କରୁଥିଲେ ପୁଣି ହଠାତ୍ ହଁ ମାରିଲେ କାହିଁକି। ପୁଣି ବେଦୀରେ ଯେତେବେଳେ ଅମନ ଲୀନାଙ୍କୁ ସିନ୍ଦୂର ପିନ୍ଧାଇଲେ ତାଙ୍କ ଆଖିରୁ ଲୁହ ବହି ଗଲା। ଏ ଖୁସିର ନା କୌଣସି ଦୁଃଖର। କଣ ଅମନ କିଛି କଥା ଲୁଚାଇଛନ୍ତି।

ଏମିତି ଭାବନା ମଧ୍ୟରେ ଆସିଗଲା ବାସର ରାତି। ଲୀନା ନବ ବଧୁ ବେଶରେ ସଜ ହୋଇ ବସିଛନ୍ତି ଅମନଙ୍କ ଅପେକ୍ଷାରେ। ତାଙ୍କର ପ୍ରଶ୍ନପେଡିକୁ ମନେ ସାଇତି ରଖିଛନ୍ତି ଅମନଙ୍କୁ ପଚାରିବା ପାଇଁ।

ଅମନ ବିଧି ଅନୁସାରେ ନିଜ ଶୋଇବା ରୁମକୁ ଆସିଲେ। ଅମନ ଲୀନାକୁ ଦେଖି କହିଲେ ଆପଣ ମାନେ ତୁମେ କଣ କହି ମୁଁ ଡାକିବି ବୁଝି ପାରୁ ନାହିଁ। କିନ୍ତୁ ବହୁତ ସୁନ୍ଦର ଦେଖା ଯାଉଛନ୍ତି।

ଲୀନା ବିଛଣାରୁ ଉଠି କ୍ଷୀର ଗ୍ଲାସ୍ ଦେଇ ଅମନଙ୍କୁ ମୁଣ୍ଡିଆ ମାରିଲେ ଏବଂ କହିଲେ ଆପଣ ନୁହେଁ ତୁମେ କହିଲେ ମୋତେ ଭଲ ଲାଗିବ।

ଅମନ ଲୀନାଙ୍କ କାନ୍ଧରେ ହାତ ଦେଇ ଉଠାଇବା ପାଇଁ ବାହାରି ଥିଲେ ଗୋଡ ପାଖରୁ ହେଲେ ଅଟକି ଗଲେ ତାପରେ ଲୀନାଙ୍କ ହାତ ଧରି ଉଠାଇଲେ। ଦୁହିଁଙ୍କ ମଧ୍ୟରେ ସଙ୍କୋଚ ଥିଲା। କାରଣ ଏ ବିବାହ ତ ଲୋଭ ନ ଥିଲା ପୁଣି ଦୁହେଁ କେବେ ଠିକ୍ ସେ କଥା ବି ହୋଇ ନାହାଁନ୍ତି।

ଅମନ ଓ ଲୀନା ପରସ୍ପରକୁ ଲାଜ କରୁ ଥିଲେ। କେମିତି କଥା ଆରମ୍ଭ କରିବେ ବୁଝି ପାରୁ ନ ଥିଲେ। କିଛି ସମୟ ଦୁହେଁ ଚୁପଚାପ ବସିଥିଲେ ତାପରେ ଅମନ ମୌନ ବ୍ରତ ଭାଙ୍ଗି ଲୀନାଙ୍କୁ ପଚାରିଲେ ତୁମେ ଏ ବିବାହ ରେ ଖୁସି ତ?

ଲୀନା ଲାଜ ମୁଣ୍ଡ ହଲାଇ ହଁ କହିଲେ। ତାପରେ ଲୀନା କହିଲେ କିନ୍ତୁ ମୁଁ ଆଗକୁ ପଢିବା ପାଇଁ ଚାହେଁ ମୁଁ L.L.B କରିବାକୁ ଚାହେଁ। ଆପଣ କଣ ଏଠିରେ ରାଜି।

ଅମନ : ପୁଣି ଆପଣ ? ମୋତେ ବି ତୁମେ କହିଲେ ମୁଁ ଖୁସି ହେବି। ତୁମେ ଆଗକୁ ପଢିଲେ ମୋର କି ମୋ ପରିବାରର ଆପତ୍ତି ରହିବ ନାହିଁ। ତୁମ ପଢା କଥା ରମେଶ ବାବୁ ମାନେ ପିଉସା ଆମ ଘରେ ଆଗରୁ କହିଥିଲେ। ଆଉ ଘରେ ସବୁ ରାଜି।

ଲୀନା ଟିକେ ଖୁସି ହେଲା ଭଳି ଜଣା ପଡିଲେ।

ତାପରେ ଅମନ ଲୀନାଙ୍କ ହାତ ଧରି ପଚାରିଲେ ମୁଁ ତୁମ ପାଖକୁ ଆସିଲେ ତୁମର କିଛି ଆପତ୍ତି ନାହିଁ ତ ?

ଲୀନା ଲାଜରେ ମୁଣ୍ଡ ନୁଆଁଇ ହସିଲେ।

ଅମନ : ତୁମ ହସ ତା ବହୁତ ସୁନ୍ଦର। ହେଲେ ମୋତେ ଲାଗୁଛି ତୁମେ କିଛି କହିବା ପାଇଁ ବୋଧେ ଚାହୁଁଛ ?

ଲୀନା : ହଁ ଯେ ନାଇ ଛାଡ ସେ କଥା।

ଅମନ : କୁହ। ଆଜି ଆମ ଦୁହିଁଙ୍କ ନୂଆ ଜୀବନ ଆରମ୍ଭ ହେବ। ଯାହା ମନରେ ଅଛି କୁହ।

ଲୀନା ମନେ ମନେ ଭାବିଲେ କେମିତି ପଚାରିବେ ସେ ପ୍ରଶ୍ନ। ଅମନଙ୍କ କଥାରେ ତ ଜଣା ପଡୁଛି ସେ ଏ ବିବାହରେ ଖୁସି ଅଛନ୍ତି।

ଲୀନା ପ୍ରକୃତ କଥା ନ ପଚାରି କହିଲେ ତୁମେ ତୁମ ସ୍ତ୍ରୀ ମାନେ ମୋ ଠାରୁ କଣ ଆଶା ରଖିଛ?

ଅମନ : ମୋ ସ୍ତ୍ରୀ ମାନେ ତୁମେ ସବୁବେଳେ ହସୁ ଥିବ। ମୋ ପରିବାରକୁ ତୁମ ପରିବାର ବୋଲି ଆପଣାଇ ନେବ, ମୋ ଜେଜେମା ପାରାଲିସିସ୍ ରେ ଆକ୍ରାନ୍ତ ତାଙ୍କ କଥା ବଝିବ ଆଉ ମୋତେ ବହୁତ କହି ଲାଜେଇ ଗଲେ ଏବଂ ଲୀନାଙ୍କ କାନ୍ଧକୁ ଧରି ନିଜ ଆଡକୁ ଆଣି ନିଜ ଛାତିରେ ଯାକି ଦେଲେ।

ଲୀନାଙ୍କ ସ୍ପନ୍ଦନ ବଢିଗଲା। ସେ ଲାଜରେ ଆଖି ବନ୍ଦ କରି ଅମନଙ୍କୁ ଆହୁରି ଜାକି ଧରିଲେ। ଲୀନାଙ୍କ ପ୍ରଶ୍ନପେଡି ତାଙ୍କ ମନରୁ ଉଭା ହୋଇ ଗଲା। ଏବେ ଦୁଇ ଶରୀର ଓ ଆତ୍ମାର ମିଳନ ର କେବଳ ବାକି ଥାଏ।

ଏତିକି ବେଳେ ହଠାତ୍ ଅମନଙ୍କ ମୋବାଇଲରେ ସଞ୍ଜୁଙ୍କ ଫୋନ ଆସିଲା। ଅମନ ଫୋନ ଦେଖି ଟିକିଏ ବିରକ୍ତ ହୋଇ କାଟି ଦେଲେ। ରୁମରେ ଏସି ଅନ୍ କରି ପାଣି ପିଇ ପୁଣି ଲୀନା ପାଖରେ ଯାଇ ବସି ତାଙ୍କୁ ପୁଣି ନିଜ ଛାତିରେ ଯାକି ତାଙ୍କ ବେକରେ ଚୁମ୍ବନ ଦେବାରେ ଲାଗିଲେ। ଦୁହିଁଙ୍କ ମଧ୍ୟରେ ଥିବା ସଙ୍କୋଚ ଆଉ ଦୁହିଁଙ୍କ ମଧ୍ୟରେ ନାହିଁ। ଦୁହେଁ ସବୁ କିଛି ଭୁଲି ନିଜର ବ୍ୟବାହିକ ଜୀବନକୁ ଆଗକୁ ବଢାଇବା ପାଇଁ ପୁରା ପ୍ରସ୍ତୁତ।

ଏତିକିବେଳେ ପୁଣି ବାରମ୍ବାର ଫୋନ ଆସିଲା। ଅମନ ବିରକ୍ତ ହୋଇ ଫୋନ ଧରି ବନ୍ଦ କରି ଦେବା ପାଇଁ ବାହାରିବାରୁ ଫୋନ ନମ୍ବର ଆଉ ମେସେଜ ଦେଖି ପୁରା ଚିନ୍ତିତ ହୋଇ ପଡିଲେ ଏବଂ କହିଲେ ଓ ମାଇ ଗଡ୍ !

କ୍ରମଶଃ



Rate this content
Log in

Similar oriya story from Drama