Dipti lekha Mishra

Classics

5.0  

Dipti lekha Mishra

Classics

ସ୍ମୄୄୄୄୄୄୄତି -୨

ସ୍ମୄୄୄୄୄୄୄତି -୨

1 min
281


ହରି ବହୁତ ଜୋରରେ ରଡି ଛାଡି ଆସୁ ଆସୁ ଗୋଡ ଖସିଗଲା ଆଉ ଗୋଡ ବି ଭାଙ୍ଗିଗଲା । କେମିତି ଡାକ୍ତରଖାନା ଯାଏଁ ଯିବ ଜାଣିପାରିଲାନି । ସେ ରଡି ଛାଡୁଥିଲା ତା ଭଉଣୀକୁ ଯେ ଆଜି ଆମେ ହୋଟେଲରେ ଖାଇବା ଆଉ ରାନ୍ଧେନି ହେଲେ ଏଇ ଅବସ୍ଥା ହେଲା । ଆହା! କି କଷ୍ଟ କଣ କରିବ କେମିତି ଏ ସମସ୍ୟା ସମାଧାନ ହେବ ।

ସେପଟୁ ରଡି ଶୁଭିଲା ଆରେ ଭାଇ କଣପାଇଁ ରଡୁଥିଲୂ ଶୁଣେ । ଆରେ ଏମିତି କଣ ବସିଛୁ କାହିଁକି ତୋ ଆଖିରେ ଲୂହ ? କଣ ହେଲା ଯେ?

ଭାଇ ସବୁ କହିବା ପରେ ମୁଁ ସେଠି ହାଜର ହେଇଗଲିଣି । ମୁଁ କହିଲି ଆରେ ପିଲେ ଏମିତି ଅବସ୍ଥାରେ ରହୁଛ ହେଲେ ବାପା ମାଆ ପାଖରେ ରହିବାକୁ ପିତା ଲାଗୁଛି । ଚାଲ ଆମ ସହ ରହିବ ଶାନ୍ତିରେ ରହିବ । ସେଠୁ ପୁଣି ମୋ ସାଙ୍ଗକୁ ଡାକିଲି ଆଉ ଡାକ୍ତରଖାନା ଧରି ଗଲି । ପୁଅର ଗୋଡରେ ପାଟୁ ପଡିଲା ଆଉ ତିନିଜଣ ଯାକ ମିଶି ଗାଁ କୁ ଗଲୁ । ସାଙ୍ଗକୁ ବି ସାଥିରେ ଡାକିନେଲି । ତାର ମୋର ବନ୍ଧୁତା ତିନିମାସ ହେବ ହେଲେ ଭାରୀ ମେଳାପୀ ଆଉ ଆପଣାର ବି । ନିଜକୁ ଗର୍ବ ଲାଗୁଥିଲା ଏମିତି ସାଙ୍ଗକୁ ପାଇ ତେଣୁ ତାକୁ ଆଜି ବି ମନେ ରଖିଛି । ଏମିତୀ ବନ୍ଧୁ ଭାଗ୍ୟରେ ଥିଲେ ମାଳେ ।

ଦୁର୍ଭାଗ୍ୟ ତ ଦେଖ ଆଜିଭଳି ଦିନରେ ତାର ଅସୁବିଧା କିନ୍ତୁ ମୁଁ ତାକୁ ସାହାଯ୍ୟ କରିପାରୁନି । ମୁଁ ଆଜି ପକ୍ଷାଘାତ ରୋଗରେ ଆକ୍ରାନ୍ତ । ତା ଦୁଃଖରେ ଠିଆ ହେବାକୁ ଇଛା ଥିଲେ ବି ମୁଁ ନିରୁପାୟ । ଫୋନରେ ହିଁ କଥା ହୋଇ ଯାହା ସାନ୍ତ୍ବନା ଦେଲି ଆଉ ଅନେକ ବାର କ୍ଷମା ମାଗିଲି । କିନ୍ତୁ ସିଏ ମୋତେ ଭୂଲ ବୁଝେନି ଏଣୁ ମୁଁ ଗର୍ବିତ ।


Rate this content
Log in

Similar oriya story from Classics