ସ୍ମୄୄୄୄୄୄତି -୧
ସ୍ମୄୄୄୄୄୄତି -୧
ମୋ ପରିବାର ଭିତରେ ମୁଁ ଥିଲି ସତ ହେଲେ ମୋ ବାପା ମାଆ ଭାଇ ଭଉଣୀ ମୋ ପାଖରେ ନ ଥିଲେ । ମୋର ଝାପସା ମନେ ପଡୁଛି ମୋ ବଡ ବାପା ଝିଅ ସଞ୍ଜୁନାନୀ ଆମେ ତାକୁ ସାନଝିଅ ବୋଲି ଡାକୁଥିଲୁ । ମୁଁ ଅଧିକ ଅବୁଝା ହେଲେ କି ବୋଉ କଥା ମନ ପକାଇଲେ ସେ ମୋତେ ଟ୍ରେନ ଦେଖାଇବାକୁ ନିଏ ଆଉ ବହୁତ କିଖେଇ କାଖେଇ ବୁଲାଏ ଇଞ୍ଜିନିୟରିଂ କଲୋନୀ ରେ ଥିବା ସମୟରେ କିନ୍ତୁ ଭଗବାନ ଙ୍କ ଉପରେ ମୁଁ ବହୁତ ରାଗୁଥିଲି । କହୁଥିଲି ଭଗବାନ ସମସ୍ତଙ୍କ ବାପା ବୋଉ ପାଖରେ ଅଛନ୍ତି । ମୋତେ ବି ମୋ ବାପା ବୋଉ ପାଖରେ ରଖିଲନି ଏଠି କଣପାଇଁ ରଖିଲ । ସମସ୍ତେ ଆପଣାର ଲାଗୂଥିଲେ ତଥାପି ମୁଁ ମୋ ନନା ବୋଉ ଙ୍କୁ ଅନେକ ଖୋଜିଛି । ମୋ ବଡ ମାଆ ବି ବହୁତ ଶ୍ରଦ୍ଧାରେ ଡାକି ଖୁଆଇଦିଅନ୍ତି । ହେଲେ ମଝିଆ ବଡ ମା ତାଙ୍କୁ ମୁଁ ମଝିଆ ବଉମା ଡାକୁଥିଲି ସେ ଭାରୀ କଦର୍ଯ୍ୟ ବ୍ୟବହାର କରୁଥାନ୍ତି । ମୋ ଜେଜେମାଁ କିନ୍ତୁ ସବୁବେଳେ ମୋତେ ଭଲ ପାଉଥିଲେ । ମୁଁ ମଲାଯାଏଁ ମୋତେ ଭଲ ପାଇଛନ୍ତି ।
ସମସ୍ତଙ୍କ ସ୍ନେହ ଶ୍ରଦ୍ଧା ଥିବା ସତ୍ତ୍ବେ ମୁଁ ଦୁଃଖିତ ଥିଲି ।
ମୋର ମନେ ଅଛି ସେ କଥା । ଦିନେ ମଝିଆ ବଡ ବଉମା ମଝିଆ ବାପା ଆଣିଥିବା ଜଳଖିଆ ସବୁ ଧରି ଗମ୍ଭିରୀ ଘରକୁ ନେଇଗଲେ । ହୋଟେଲ ଖାଦ୍ୟର ବାସ୍ନା ମୋତେ ଲୋଭ ରେ ପକାଇଥିଲା । ମୁଁ କିନ୍ତୁ କେବେ ପାଟି ଖୋଲି ମୋତେ ଦିଅ ବୋଲି ମାଗୁନଥିଲି । ଦେଲେ ଧରୁଥିଲି । କିନ୍ତୁ ମୁଁ ଚାହିଁ ରହିଥିଲି ସେ ଘରକୁ । ମଝିଆ ବଡମା ସମସ୍ତଙ୍କୁ ମାନେ ତାଙ୍କ ଛ ପିଲାଙ୍କୁ ଡାକି ନେଇଗଲେ ଗମ୍ଭିରୀ ଘରକୁ । ହେଲେ ମୋ ଜେଜେମା ଆଉ ମଝିଆ ବଡ ମା ଙ୍କ ବଡଝିଅ ରିନୂନାନି ମୋତେ ଦେଖୂଥାନ୍ତି । ଦୁହେଁ ବହୁତ ଭଲ ପାଉଥିଲେ ବୋଲି ମୋତେ ଲୁଚାଇ ଆଣି ଜଳଖିଆ ଦିଅନ୍ତି । ହେଲେ ମୋ ଆଖିରେ ଲୁହ ଆସିଯାଏ । ସେ ଲୂହ ପୋଛିବା ପାଇଁ କିଏ ସାଙ୍ଗରେ ନ ଥିଲେ । କାରଣ ମୁଁ ଲୂହଭିଜା ଆଖି କାହାକୁ ଦେଖିବାକୁ ଦେଉନଥିଲି । ସେ ମଝିଆ ବଡ ମା ଙ୍କୁ ମୁଁ ଏତେ ଘୄୄୣୣୣୣଣା କରୁଥିଲି ଯେ ମଲାବେଳେ ବି ଲୂହ ଝରାଇନି । କିନ୍ତୁ ମୁଁ ଭଗବାନଙ୍କୁ ଆଉ ଗାଳି ଦେଉନଥିଲି କାରଣ ମାଆ ନଥିବା ପିଲାଙ୍କ କଷ୍ଟ ମୋତେ ଅଧିକ କଷ୍ଟ ଦେଉଥିଲା ।
ସେ ସ୍ମୄୄୄୄୄୄତି କେବେ ବି ଭୂଲିପାରୁନି ।