ଶତ୍ରୁଠାରୁ ଦୂରରେ
ଶତ୍ରୁଠାରୁ ଦୂରରେ
ମଣିଷ ଖୁସି ସାଉଁଣ୍ଟିିବାକୁ ଚାହୁଁଥିବା ବେଳେ ବିଧାତା
ତା ଭାଗ୍ୟରେ ଦୁଃଖର ପାହାଡ ଲଦିଦିଏ।ମଣିଷ ଏସବୁ ଆଗରୁ ଜାଣି ପାରେନି ବୋଲି ଅଘଟଣସବୁ ଘଟିଯାଏ ତାଜୀବନରେ।ଯଦି ଆଗରୁ ଟିକେ ସତର୍କ ସାବଧାନ ରୁହାଯାଏ ତାହେଲେ ହୁଏତ ଏମିତି କିଛି ଘଟଣାରୁ ବର୍ତ୍ତି ହୁଅନ୍ତା।
ସୁଲତା ତା ବାର ବର୍ଷର ଝିଅ ମୁନିସହ ଭାଇ ରହୁଥିବା ସହରକୁ ବୁଲିବାକୁ ଆସିଥିଲା ଦଶରା ଛୁଟିରେ। ସୁଲତାର ତଳ ଉପର ଦୁଇ ଭଉଣୀବି ଆସିଥାନ୍ତି।
ସମସ୍ତେ ଜମିଥିବାବେଳେ ଭାଇର ଛୋଟ ପୁଅର ଜନ୍ମଦିନ ପଡିଲା। ତାଭାଇ ଜଣେ ପ୍ରଶାସନିକ ଅଧିକାରୀ।ସହରରେ ସମସ୍ତେ ଜାଣନ୍ତି ତାଙ୍କୁ।
ସେଥିପାଇଁ ଯେତେ କମ୍ ଅତିଥି ନିମନ୍ତ୍ରିତ କରିବାକୁ ଚାହୁଁଥିଲେ ବି।ପାଞ୍ଚସହ ରୁ ଅଧିକ ଲୋକ ଆସିଥିଲେ।
ଝିଅକୁ ଭଲ ଭାବେ ସଜାଇ ଦେଲା ସେ ଅତିଥି ହେଇ ଆସିଥିବା ପିଲା ମାନଙ୍କସହ ମିଶି ଝିଅ ଖେଳୁଥିବାର ଦେଖି ସୁଲତା ପୂଜାର କାମରେ ସାହାଯ୍ୟ କରିବାକୁ ଲାଗି ପଡିଲା।ପୂଜାରେ ଯାହା ଦରକାର ପଡୁଥିଲା ବ୍ରାହ୍ମଣପାଖେ ବସି ସବୁ ଶୁଣୁଥିଲା ଓ ପାଖରେ ପହଞ୍ଚାଇ ଦେଉଥିଲା।କେତେବେଳେ ଘରକୁ ଯାଇ ବିକଛି ଆଣିବାକୁ ପଡୁଥିଲା।ସେ ଏମିତି ସମସ୍ତଙ୍କ କାମରେ ସାହାଯ୍ୟ କରେ।ସେଥିପାଇଁ ତାର ପରଚିତ ସମସ୍ତେ ତାଙ୍କ କାମ ପଡିଲେ ତାର ସାହଚର୍ଯ୍ୟ ଲୋଡନ୍ତି।
ସେ ଏମିତି କାମରେ ମସ୍ଗୁଲ ଥିବାବେଳେ ସେପଟେ ମୁନୀକୁ କେହି ଧୂର୍ତ୍ତଯୁବକ ଚକଲେଟ ଦେବାର ଲୋଭ ଦେଖାଇ ଏକ ଅବ୍ୟବହୃତ ଘରର ଗେରେଜ୍ କୁ ନେଇ ତାସହ ବଳତ୍କାର କରିବାକୁ ଚେଷ୍ଟା କରୁଥାଏ।ଝିଅଟି ଦେଖିବାକୁ ହୃଷ୍ଟପୃଷ୍ଟ।ସେ ବାପାସହ ପ୍ରତିଦିନ ବ୍ୟାୟାମ କରେ।ସେଥିପାଇଁ ସେ ବି ଶକ୍ତିଶାଳୀ ଓ ସାହସୀଥିଲା। ଯୁବକସହ ପ୍ରତିରୋଧକରି ସଂଗ୍ରାମ ରତ ଥାଏ।ତାର କବ୍ଜାରେ ଆସୁନ ଥାଏ ସହଜରେ।ଟଣାଓଟରାରେ ତା ଦେହରେ କେତେ ଜାଗା ରାମ୍ପୁଡି ଯାଇଥିଲା ତଥାପି ସେ ହିଂସ୍ରଯୁବକ ଠାରୁ ମୁକୁଳି ଦଉଡି ଚାଲି ଆସୁଥିଲା।ହେଲେ ସେ ବଳତ୍କାରୀ ଯୁବକଟି ତା ପଛରେ ଗୋଡାଇଥାଏ।ଝିଅଟି ଜୀବନ ବିକଳରେ ଦଉଡୁଥାଏ ରାସ୍ତା ଆଡକୁ।ଡାକ ପକାଉ ଥାଏ ବଞ୍ଚାଅ ବଞ୍ଚାଅ ବୋଲି।ସେତେବେଳେ ସୁଲତାର ମନେ ପଡିଲା ଝିଅର କଥା।ବହୁ ସମୟ ହେଲାଣି ସେ ଝିଅକୁ ଦେଖିନି।ସେ ଆସଙ୍କିତ ହେଇ ଖୋଜିବାକୁ ଲାଗିଲା।କୁଆଡେ ପାଇଲାନି ତାକୁ।ଶେଷରେ ଜଣେ ଛୋଟପିଲା ଠୁ ଯାହା ସୂତ୍ରପାଇଲା ତା ହିସାବରେ ଜଣେ ଯୁବକ ମୁନିକୁ ଚକଲେଟ ଦେବ କହି ଡାକି ନେଇଥିଲା। କୁଆଡେ ଗଲେ ସେମାନ ବୋଲି ପଚାରିବାରୁ ସେ ଛୋଟ ପିଲାଟି ପାଖରେଥିବା ଅବ୍ୟବହୃତ ଘରଆଡେ ଆଙ୍ଗୁଠି ଦେଖାଇଲା।ସୁଲତା ଶିଘ୍ରତାର ସହ ସେ ପଟେ ଦୌଡିଲା।ସେଠି ପହଞ୍ଚି ଦେଖିଲା ତା ଝିଅ ସହ ଜଣେ ବଦମାସ ଗୁଣ୍ଡା ଯୁବକ ଅତ୍ୟାଚାର କରିବାକୁ ଲାଗିଛି। ଝିଅ ସହମତ ନ ହେବାରୁ ମାଡ ମାରୁଛି। ତାର ଗେହ୍ଲେଇ ଅଫୁଟା କଳିକା ସହ ଏ ଗୁଣ୍ଡାର ଏତାଦୃଶ୍ୟ ଅତ୍ୟାଚାର ଦେଖି ମାଆଟେ କଣ ସହି ପାରିବ ?ପାଖରେ ଏକ ଲୁହାଖଣ୍ଡ ପଡିଥିଲା ତାକୁ ଉଠାଇ ସୁଲତା ଯୁବକ ପଛକରି ଝିଅ ଉପରେ ଝୁଙ୍କିଥିବାବେଳେ ଯୋରକରି ପାହାରେ ଦେଲା। ଯୁବକଟି କଣ ହେଲା ଜାଣିବା ଆଗରୁ ବିକଳ ଚିତ୍କାର କରି ଝିଅକୁ ଛାଡିଦେଲା।ତା ଉପରେ ଆଉ ତିନି ଚାରି ପାହାର ଲଗାଇଲା ସୁଲତା। ଝିଅକୁ ଯେତେ କଷ୍ଟ ଦେଇଛି ସବୁ ଅସୁଲ କରିବାକୁ ଚାହୁଁଥିଲା ତାଠୁ।ଲୋକଟା ଛଟପଟ ହେବାକୁ ଲାଗିଲା। ସୁଲତାର ଡାକଶୁଣି ପୂଜାରେ ଥିବା ଅନେକ ଅତିଥି ଆସି ଯାଇଥିଲେ ସେଠାକୁ। କେହିଜଣେ ପୋଲିସକୁ ଫୋନ କରି ସାରିଥିଲା।ସୁଲତା ବେହୋସ୍ ଝିଅକୁ ଧରି ଭାଇଘରକୁ ନେଇ ଆସିଲା। ତାର ଭଉଣୀ ଯୋଇଁ ଜଣେ ଡାକ୍ତର ।ସେ ଝିଅକୁ ଚେକ୍ କରିବାକୁ ଲାଗିଲେ।ଝିଅର କିଛି ଜାଗା ଟଣା ଓଟରାରେ କ୍ଷତ ହେଇଥିଲା।ହେଲେ ତା ଇଜ୍ଜତ ଲୁଟି ପାରିନ ଥିଲା।ଏସବୁ ଝିଅଟିର ସାହସିକତା ପାଇଁ ସମ୍ଭବ ହେଇଥିଲା।ସେ ସହଜରେ ହାର ମାନିନଥିଲା ଯୁବକ ପାଖରେ। ବାପାଙ୍କ ସହ ସେ ଯୋଉସବୁ ବ୍ୟାୟାମ କରି ଶକ୍ତି ଆହରଣ କରିଥିଲା ତାହା କାମରେ ଆସିଲା।ବାପା ତାକୁ କରାଟେର ବି କିଛି ଶିକ୍ଷା ଦେଇଥିଲେ ।କିଛିସମୟ ପରେ ତାର ଚେତା ଫେରିଥିଲା।ସୁଲତାର ଗାଳିକୁ ଡରି ସେ ପ୍ରଥମରୁ ସରି ମାଆ ମୁଁ ଚକଲେଟର ଲୋଭରେ ପଡିଗଲି ବୋଲି କହୁଥିଲା।ସୁଲତା ନିଜର ଦାୟିତ୍ବ ହିନତାପାଇଁ ନିଜକୁ ଗାଳି କରୁଥିିଲା।ସେ କେମିତି ମାଆ। ଝିଅକୁ ଛାଡି ପୂଜା କାମରେ ଲାଗିଥିଲା।ଝିଅର କିଛି ହେଇ ଯାଇଥିଲେ ସେ ସ୍ବାମୀଙ୍କୁ କେମିତି ମୁହଁ ଦେଖାଇଥାନ୍ତା।ଯାହଉ ତାର ଠିକ୍ ସମୟରେ ଝିଅକଥାମନେ ପଡିଗଲା।ସେଥିପାଇଁ ସେ ଭଗବାନଙ୍କୁ ଧନ୍ୟବାଦ ଜଣାଉଥିଲା।ଲୋକମାନେ ସେ ଗୁଣ୍ଡାକୁ ଧରି ନେଇଥିଲେ।ପୋଲିସ ଆସିବା ପରେ ଥାନା ନେଇଯାଇଥିଲା।ଏଘଟଣା ପରେ ସୁଲତା ସବୁବେଳେ ଝିଅପ୍ରତି ସଜାଗ ନଜର ରଖୁଛି।
କେବେ ଯେ କୋଉଠି କେଉଁ ଶତ୍ରୁ ଆସିଯିବ ଜୀବନରେ କହିହେବନି।କେବେ ସାପ କୁମ୍ଭୀର କି ବାଘ ରୂପରେ ତ ଏ ମୁଖାପିନ୍ଧା ନର ରାକ୍ଷସ ରୂପରେ।
ସେଥିପାଇ ଶତ୍ରୁଠାରୁ ଦୂରରେ ରହିବା ହିଁ ବୁଦ୍ଧିମାନ ର
କାମ।
