STORYMIRROR

Priyaranjan Biswal

Classics Inspirational Others

3  

Priyaranjan Biswal

Classics Inspirational Others

ଶ୍ରୀମଦ୍ ଭଗବଦ୍ ଗୀତା

ଶ୍ରୀମଦ୍ ଭଗବଦ୍ ଗୀତା

2 mins
208

( ପ୍ରଥମ ଅଧ୍ଯାୟ)

( ଅର୍ଜୁନବିଷାଦଯୋଗ) ଶ୍ଳୋକ-୧


ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ।

ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଞ୍ଜୟ।। ୧ ।।


    ଧୃତରାଷ୍ଟ୍ର କହିଲେ, ହେ ସଞ୍ଜୟ! ମୋ ପୁତ୍ରଗଣ ଏବଂ ପାଣ୍ଡୁ ପୁତ୍ରଗଣ ଯୁଦ୍ଧ କରିବାକୁ ଇଚ୍ଛା କରି ତୀର୍ଥକ୍ଷେତ୍ର- ଧର୍ମକ୍ଷେତ୍ର କୁରୁକ୍ଷେତ୍ର ନାମକ ସ୍ଥାନରେ ଏକତ୍ର ହୋଇ କଣ କଲେ?


      ଧୃତରାଷ୍ଟ୍ର ଏବଂ ସଞ୍ଜୟଙ୍କ ମଧ୍ଯରେ ମହାଭାରତରେ ବର୍ଣ୍ଣିତ ହୋଇଥିବା ଏ ଯେଉଁ ବିଷୟ ଆଲୋଚନା କରାଗଲା, ତାହା ଏହି ମହାନ ଦର୍ଶନଗ୍ରନ୍ଥର ମୌଳିକ‌ ନୀତିରୂପେ ପ୍ରତିଷ୍ଠିତ ହୋଇହୋଇଛି। କୁରୁକ୍ଷେତ୍ର କେଉଁ ଅବିସ୍ମରଣୀୟ ବୈଦିକ ଯୁଗରୁ ଏକ ପବିତ୍ର ତୀର୍ଥସ୍ଥାନ ରୂପେ ଖ୍ଯାତିଲାଭ କରିଆସୁଅଛି। ଭଗବାନ ସ୍ୱୟଂ ଧରାଧାମରେ ଲୋକ ଶିକ୍ଷା ନିମିତ୍ତ ଏ ଦର୍ଶନ କହିଛନ୍ତି। 


    କୁରୁକ୍ଷେତ୍ରରେ ଯୁଦ୍ଧପାଇଁ ଉପସ୍ଥିତ‌ କୌରବ ଓ ପାଣ୍ଡବ ମାନଙ୍କ ମଧ୍ଯରେ କୌଣସି ପ୍ରକାର ସନ୍ଧି ହୋଇଯାଉ ଏହା ଧୃତରାଷ୍ଟ୍ର ଚାହୁଁ ନଥିଲେ। କିନ୍ତୁ ଯୁଦ୍ଧରେ ତାଙ୍କ ପୁତ୍ରଗଣ ଅର୍ଥାତ‌କୌରବ ମାନଙ୍କର ଭାଗ୍ଯ କଣ ହେବ? ସେ ସମ୍ପର୍କରେ ଜାଣିବାକୁ ସେ ଏପରି ପ୍ରଶ୍ନ ନିଜ ସଚିବ ସଞ୍ଜୟଙ୍କୁ କରିଥିଲେ। କାରଣ ସେ ଭଲଭାବେ ଜାଣିଥିଲେ କୁରୁକ୍ଷେତ୍ର ଭଳି ଏକ ଧର୍ମ କ୍ଷେତ୍ର କୌରବଙ୍କୁ ନୁହେଁ, ବରଂ ପାଣ୍ଡବ ମାନଭ୍କୁ ବେସ୍ ସହାୟ ହେବ। ତେଣୁ ସେ ବହୁ ମାତ୍ରାରେ ଶଙ୍କାଗ୍ରସ୍ତ ହୋଇପଡିଥିଲେ। ସଞ୍ଜୟ, ବ୍ଯାସଦେବଙ୍କର ଶିଷ୍ଯ ଥିଲେ। ତେଣୁ ସେ ବ୍ଯାସଙ୍କ କୃପାରୁ ଧୃତରାଷ୍ଟ୍ରଙ୍କ କୋଠରୀରେ ବସିକୁରୁକ୍ଷେତ୍ରରସମସ୍ତ ଘଟଣା ପ୍ରଞ୍ଜଳ ଭାବରେ ଦେଖିପାରୁ ଥିଲେ। ତେଣୁ ଧୃତରାଷ୍ଟ୍ର ଯୁଦ୍ଧ ଘଟଣା ତାଙ୍କୁ ପଚାରୁଥିଲେ। ଏଠାରେ ଏହା କୁହାଯାଇ ପାରେ ଯେ ପାଣ୍ଡବ ଓ କୌରବ ଉଭୟ ଗୋଟିଏ ବଂଶଜ। ମାତ୍ର ପୁତ୍ର ମୋହ ଓ ସ୍ୱାର୍ଥରେ ଅନ୍ଧ ଜନ୍ମାନ୍ଧ ଧୃତରାଷ୍ଟ୍ର ନିଜ ପୁତ୍ରମାନଙ୍କୁ କୌରବ ନାମରେ ଓ ନିଜ ଭାଇ ପଣ୍ଡୁଙ୍କ ପୁତ୍ରଙ୍କୁ ପାଣ୍ଡବ ରୂପରେ ଅଭିହିତ‌କରି ନିଜ ବଂଶରୁ ପୃଥକ କରିବାକୁ ହୀନ ପ୍ରୟାସ କରିଛନ୍ତି। କୌରବମାନେ ପ୍ରକୃତରେ ଲୋଭି, ସ୍ୱର୍ଥବାଦୀ ଓ ଅଧର୍ମି ଥିଲେ। କିନ୍ତୁ ପାଣ୍ଡବମାନେ ଧର୍ମାନୁଗାମୀ ଥିଲେ। ଫଳରେ ଶ୍ରୀକୃଷ୍ଣ କୌରବ ମାନଙ୍କୁ କୁଳର ବାଳୁଙ୍ଗା ଭାବରେ ଅଭିହିତ କରି, ଧାନ ବିଲକୁ ସୁରକ୍ଷିକ ରଖିବାକୁ ଯେପରି କୃଷକ ସମସ୍ତ ବାଳୁଙ୍ଗାକୁ ନିଜ କ୍ଷେତରୁ ମୂଳତ୍ପାଟନ କରିଥାଏ, ସେହିପରି ମହାନ ଭରତ ବଂଶର ଯଶ ଓ କିର୍ତ୍ତିକୁ ଅକ୍ଷୁର୍ଣ୍ଣ ରଖିବାକୁ ହେଲେ କୌରବ ରୂପି ବାଳୁଙ୍ଗାମାନଙ୍କୁ ମୂଳତ୍ପାଟନ କରିବାକୁ ପାଣ୍ଡବ ମାନଙ୍କ ସପକ୍ଷରେ ଯୁଦ୍ଧ କ୍ଷେତ୍ରରେ ଦଣ୍ଡାୟମାନ ହୋଇଥିଲେ। 


   ଧର୍ମକ୍ଷେତ୍ର ପ୍ରଭାବରେ ଅର୍ଜ୍ଜୁନଙ୍କର ସତ୍ତ୍ୱଗୁଣ ବୃଦ୍ଧି ହେତୁରୁ 'ଯୁଦ୍ଧାଦି' କ୍ଷତ୍ରିୟଧର୍ମରେ ବ୍ଯାଘାତ ହେବାରୁ ଚକ୍ରିଚୂଡାମଣି ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଆତ୍ମଜ୍ଞାନର ଉପଦେଶ ଦେଇ ତ୍ରିଗୁଣ ବନ୍ଧନ ଛେଦନ କଲେ। ଅର୍ଜୁନ ଗୁଣାତୀତ ହୋଇ ବର୍ଣ୍ଣାଶ୍ରମିକ ବାହ୍ଯଧର୍ମର ଅନୁଷ୍ଠାନ କଲେ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics