STORYMIRROR

Priyaranjan Biswal

Classics Inspirational Others

3  

Priyaranjan Biswal

Classics Inspirational Others

ଶ୍ରୀମଦ୍ ଭଗବଦ୍ ଗୀତା- ୧|୩

ଶ୍ରୀମଦ୍ ଭଗବଦ୍ ଗୀତା- ୧|୩

2 mins
236


ପଶୈତାଂ ପାଣ୍ଡୁପୁତ୍ରାଣାମାଚାର୍ଯ୍ଯ ମହତୀଂ ଚମୂମ୍।

ବ୍ଯୂଢାଂ ଦ୍ରୁପଦପୁତ୍ରେଣ ତବ ଶିଷ୍ଯେଣ ଧୀମତା।। ୩।।



       ହେ ଆଚାର୍ଯ୍ଯ‌ ! ପାଣ୍ଡୁପୁତ୍ରମାନଙ୍କର ଏ ବିରାଟ ସୈନ୍ଯବାହିନୀକୁ ଦେଖନ୍ତୁ। ଏହା ଆପଣଙ୍କର ଅତି ବୁଦ୍ଧିମାନ ଶିଷ୍ଯ ଦ୍ରୁପଦ ପୁତ୍ରଙ୍କଦ୍ୱାରା ବ୍ଯୁହାକାରରେ ସଜ୍ଜିତ ହୋଇଛି।


      ଦୁର୍ଯ୍ଯୋଧନ ଜଣେ ବିଶିଷ୍ଟ କୁଟନୀତିଜ୍ଞ। ତେଣୁ ସେ ରଣଭୂମିରେ ନିଜ ଗୁରୁ ତଥା ସେନାପତି ଦ୍ରୋଣଙ୍କୁ ତାଙ୍କର ଭୁଲ୍ ଦେଖାଇବାକୁ ପ୍ରୟାସ କରୁଛନ୍ତି। ଅର୍ଜୁନଙ୍କ ପତ୍ନି ଦ୍ରୌପଦିଙ୍କ ପିତାଙ୍କ ସହ ପୂର୍ବେ ଗୁରୁ ଦ୍ରୋଣଙ୍କର କଳହ ଥିଲା। ତେଣୁ ଦୌପଦିଙ୍କ ପିତା ଯଜ୍ଞ କରି ବର ସ୍ୱରୁପ ନିଜର ପୁତ୍ର ଧୃଷ୍ଟଦ୍ଯୁମ୍ନ ଓ ପୁତ୍ରୀ ଦ୍ରୌପଦିଙ୍କୁ ଲାଭ କରିଥିଲେ। ଦ୍ରୋଣ ଭଲଭାବରେ ଜାଣିଥିଲେ ଯେ ଧୃଷ୍ଟଦ୍ଯୁମ୍ନଙ୍କ ହସ୍ତରେ ହିଁ ତାଙ୍କର ମୃତ୍ଯୁ ଲେଖା ଅଛି, ତଥାବି ସେ ତାକୁ ନିଜର ଶିଷ୍ଯରୂପେ ଗ୍ରହଣ କରି ସମସ୍ତ ଗୁପ୍ତବିଦ୍ଯା ବିନା ସଙ୍କୋଚରେ ଶିକ୍ଷା ଦେଇଥିଲେ। ଏବେ ସେହି ଧୃଷ୍ଟଦ୍ଯୁମ୍ନ କୁରୁକ୍ଷେତ୍ରରେ ପାଣ୍ଡବମାନଙ୍କ ନିମିତ୍ତ ଗୁରୁ ଦ୍ରୋଣ ଓ କୌରବମାନଙ୍କ ବିରୋଧରେ ବ୍ଯୁହ ରଚନା କରିଛନ୍ତି।ଗୁରୁଙ୍କର ଏହି ଭୁଲ୍କୁ ଯୁଦ୍ଧ କ୍ଷେତ୍ରରେ ମାନଗୋବିନ୍ଦ ଦର୍ଶାଇବାକୁ ପ୍ରୟାସ କରିଛନ୍ତି। ଯାହାଫଳରେ ଗୁରୁ ନିଜର ପ୍ରାକ୍ ଭୁଲ୍ କୁ ସ୍ମରଣ କରି ସାବଧାନ ରହିବା ସହ ଯୁଦ୍ଧକ୍ଷେତ୍ରରେ କୌଣସି ଶିଥିଳତା ଅବଲମ୍ବନ କରିବେ ନାହିଁ। ଏବଂ ମାନଗୋବିନ୍ଦ ଏପରି କହି ପରୋକ୍ଷରେ ନିଜ ଗୁରୁ ତଥା ସେନାପତିଙ୍କୁ ଏହା ଚେତାଇ ଦେଉଛନ୍ତି ଯେ ଯୁଦ୍ଧ ସମୟରେ ସେ ନିଜର ପ୍ରିୟ ଶିଷ୍ଯ ପାଣ୍ଡବମାନଙ୍କ ପ୍ରତି ଯେପରି କୌଣସି କୋହଳ ନୀତି ଅନୁସରଣ ନ କରନ୍ତି। ବିଶେଷ କରି ଅର୍ଜୁନ ପ୍ରତି। ଏବଂ ଏହା ମଧ୍ଯ‌ ଚେତାଇ ଦେଲେ ଯେ ଯଦି ଗୁରୁ ଦ୍ରୋଣ କୌଣସି ପ୍ରକାର କୋହଳ ନୀତି ଅବଲମ୍ବନ କରନ୍ତି ତେବେ କୌରବମାନଙ୍କୁ ପରାଜୟ ବରଣ କରିବାକୁ ପଡିବ। ତେବେ ମୋଟାମୋଟି ଭାବରେ କୌଣସି ପରିସ୍ଥିତିରେ କୌଣସି ବ୍ଯକ୍ତି ନିଜର କର୍ମ ଏବଂ କର୍ତ୍ତବ୍ଯ ପଥରୁ ବ୍ଯୁଚୁତ ହେବା ଉଚିତ୍ ନୁହେଁ, ଅନ୍ଯଥା ଧ୍ୱଂସମୁଖରୁ ତାକୁ କେହି ଉଦ୍ଧାର କରିବା ଅସମ୍ଭବ। ଓ ସେ ବ୍ଯକ୍ତି ଏପରି କରି କେବଳ ନିଜର ନୁହେଁ ବରଂ ତା ସହ ଯଡିତ ଅନ୍ଯ ବ୍ଯକ୍ତିତ୍ୱ ମାନଙ୍କର ମଧ୍ଯ ଅଭୁତ ପୂର୍ବ କ୍ଷତି ଘଟାଇଥାଏ।





Rate this content
Log in

Similar oriya story from Classics