STORYMIRROR

Priyaranjan Biswal

Classics

2  

Priyaranjan Biswal

Classics

ଶ୍ରାମଦ୍ ଭଗବଦ୍ ଗୀତା- ୧।୨

ଶ୍ରାମଦ୍ ଭଗବଦ୍ ଗୀତା- ୧।୨

1 min
113

ଶ୍ରୀମଦ୍ ଭଗବଦ୍ ଗୀତା ( ପ୍ରଥମ ଅଧ୍ଯାୟ)

( ଅର୍ଜୁନବିଷାଦଯୋଗ) ଶ୍ଳୋକ-୨


ସଞ୍ଜୟ ଉବାଚ


ଦୃଷ୍ଟ୍ୱା ତୁ ପାଣ୍ଡବାନୀକଂ ବ୍ଯୂଢଂ ଦୁର୍ଯ୍ଯୋଧନସ୍ତଦା।

ଆଚାର୍ଯ୍ଯମୁପସଙ୍ଗମ୍ଯ ରାଜା ବଚନମବ୍ରବୀତ୍।। ୨।।



      ସଞ୍ଜୟ କହିଲେ, ହେ ରାଜା ! ପାଣ୍ଡବମାନଙ୍କର ସୈନ୍ଯମାନଙ୍କୁ ଦେଖିଲା ପରେ ରାଜା ଦୁର୍ଯ୍ଯୋଧନ ଗୁରୁଙ୍କ ନିକଟକୁ ଗଲେ, ଏବଂ କହିଲେ-



      ଧୃତରାଷ୍ଟ୍ର ଜନ୍ମରୁ ଅନ୍ଧ ଥିଲେ। ଦୁର୍ଭାଗ୍ଯବଶତଃ ସେ ମଧ୍ଯ ଦିବ୍ଯଦୃଷ୍ଟିରୁ ବଞ୍ଚିତ ହୋଇଥିଲେ। ସେ ଜାଣିଥିଲେ ତାଙ୍କ‌ ପୁତ୍ରଗଣ ମଧ୍ଯ ତାଙ୍କପରି ଧର୍ମନୀତି ସମ୍ବନ୍ଧରେ ଅନ୍ଧ ଅଟନ୍ତି। ଏବଂ ସେମାନେ କେବେ ଅଜନ୍ମ ଧାର୍ମିକ ପାଣ୍ଡବ ମାନଙ୍କ ସହ ସନ୍ଧି କରିପାରିବେ ନାହିଁ। ତେଣୁ ନିଜର ସନ୍ଦିହାନ ପାଇଁ ସଞ୍ଜୟଙ୍କୁ କୁରୁକ୍ଷେତ୍ର କଥା ପଚାରିଥିଲେ। ଧୃତରାଷ୍ଟ୍ରଙ୍କ ହତାଶା ପୂର୍ଣ୍ଣ ମନକୁ ଶାନ୍ତ କରିବାକୁ ଓ ଟିକିଏ ପ୍ରେରଣା ଦେବାକୁ ଯାଇ ସଞ୍ଜୟ ଚେତାବନୀ ଶୁଣାଇ କହିଲେ- ଧର୍ମକ୍ଷେତ୍ର ପ୍ରଭାବରେ କୌରବମାନେ ପାଣ୍ଡବ ମାନଙ୍କ ସହ ସନ୍ଧି କରୁନାହାଁନ୍ତି। ତେଣୁ କୁରୁକ୍ଷେତ୍ରରେ ପାଣ୍ଡବମାନଙ୍କ ସୈନ୍ଯମାନଙ୍କୁ ଦେଖି , ସେନାପତି ଗୁରୁ ଦ୍ରୋଣଙ୍କୁ ପ୍ରକୃତ ଅବସ୍ଥା ସମ୍ପର୍କରେ ବୁଝାଇ କହିଲେ। ଯୁଦ୍ଧକ୍ଷେତ୍ରରେ ରାଜାଙ୍କ ଅନୁପସ୍ଥିତିରେ ନିଜକୁ ରାଜା ଭାବେ ଅଭିତ କରିଥିଲେ ମଧ୍ଯ ଅବସ୍ଥାର ଗୁରୁତ୍ୱ ଦୃଷ୍ଟିରୁ ସେ ନିଜ ସେନାପତି ନିକଟକୁ ଯାଇଥିଲେ। ତେଣୁ ସେ ଜଣେ ରାଜନୀତିଜ୍ଞ ହେବାକୁ ସମ୍ପୂର୍ଣ୍ଣ ଯୋଗ୍ଯ ଥିଲେ। ମାତ୍ର ଏହା ତାଙ୍କ ମନର ଆଶଙ୍କା ଥିଲା, ଯାହାକୁ ତାଙ୍କର କୂଟନୈତିକ‌ ଢାଙ୍କୁଣୀ ମଧ୍ଯ‌ ଘୋଡାଇ ରଖିପାରିଲା ନାହିଁ। ଅର୍ଥାତ୍ ନିଜସ୍ଥାନରୁ ନିଜ ସେନାପତି ନିକଟକୁ ଯାଇ ବିଚାର କରିବା ଜଣେ ଦକ୍ଷ ରାଜନୀତିଜ୍ଞ ପରି ଦୃଶ୍ଯମାନ ହେଉଥିଲେ ମଧ୍ଯ ବାସ୍ତବରେ ମାନଗୋବିନ୍ଦ ପାଣ୍ଡବ ମାନଙ୍କ ସୈନ୍ଯସଜ୍ଜାକୁ ଦେଖି ଅତ୍ଯନ୍ତ‌ ଭୀତତ୍ରସ୍ତ ହୋଇପଡିଥିଲେ। ଯାହା ସ୍ପଷ୍ଟଭାବରେ ବାରିହୋଇ ପଡୁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics