ଶୀତର ପ୍ରଥମ ଛୁଆଁ
ଶୀତର ପ୍ରଥମ ଛୁଆଁ
ଆଗକୁ ଚାଲୁଥାଏ ଆଉ ଚାଲୁଥାଏ ମଧ୍ୟ ସାମ୍ନା ରେ ଦୂର ପାହାଡ଼ ଓ ଅଣ ଓସାରିଆ ରାସ୍ତା ବାସ ମୁଁ ଚାଲୁଥାଏ।
ହଠାତ ଛୁଇଁ ଦେଇ ଯାଏ କିଏ ଜଣେ। ଚେହେରାଟି ଟିକେ ଚିହ୍ନା ଓ ଟିକେ ଅଚିହ୍ନା। ଆଗକୁ ଯାଇ ଆସ୍ତେ ହସି ଦେଇ ଦୂର ଦିଗବଳୟରେ କେଉଁଠି ଲୁଚିଯାଏ ସେ ଖୋଜିକି ପାଏ ନାହିଁ ତାକୁ ବହୁତ ଚେଷ୍ଟା କରେ ମାତ୍ର ମିଳେନାହିଁ ତାର ଛାଇ।
ପରେ ଦେଖେ ସକାଳ ର ଆରମ୍ଭ ରେ ଘାସ କେରା ର ଉପରେ, କିଛି ଦୂର ରେ ଶୀତଳ ର ଏକ ବାଦଲ ରେ , ଲୁଚି ଥିବା ବାଦଲ ରେ ଏବଂ ସୁରୁଜକୁ ଭୟ କରୁଥିବା ଶୀତର ସେ ଛୁଆଁ।
କେମିତି ବା ଭୁଲିବି କେମିତି ବା କହିବି, କେମିତି ଆଉ ବାସ କେମିତି।
ଏମିତି ଅନେକ ପ୍ରଶ୍ନ ଆନ୍ଦୋଳିତ କରେ ମନଟିକୁ।କେବେ ତାର ପାଗଲାମୀ ତ କେବେ ତାର ଚଗଲାମୀ ,ପୁଣି କେବେ ତାର ହସ ର ଝଲକ କୁ ,ଅନେକ କଥା କହେ ସେ ସ୍ପର୍ଶ ବାସ ମୁଁ କିଛି ଅନୁଭବ କରେ ଆଉ ବହୁତ କିଛି ଭୁଲିଯାଏ ମୁଁ
ହଯିବାକୁ ଚେଷ୍ଟା କରୁକରୁ କେତେବେଳେ ହଜିଯାଏ ଜଣାଇପାରେ ନାହିଁ। ବାସ ଏମିତି ଶୀତର ଛୁଆଁ ଅଭୁଲା ହୋଇଯାଏ