Lipi Sahoo

Classics Inspirational

4.3  

Lipi Sahoo

Classics Inspirational

ଶେଷ ସଂଳାପ

ଶେଷ ସଂଳାପ

1 min
145


ଏକ ଅଭିଭାଜିତ ସ୍ବପ୍ନରେ ମସଗୁଲ ଥିଲାବେଳେ ହଠାତ୍ କେହି ଯଦି ତାକୁ ପଦାଘାତ କରି ଭାଙ୍ଗି ଚୂରମାର୍ କରିଦିଏ , ତେବେ ??? ଆଉ ମଝିରେ ଟାଣିଦିଏ ଯଦି ଏକ ଲକ୍ଷ୍ମଣରେଖା ?? ନା ନା ଆମର ଦରକାର ନାହିଁ ୟେ ସ୍ବାଧୀନତା । ଫେରାଇ ନିଅ ତୁମର ଦୟା !! ଅହିଂସା ଅହିଂସା ନାରା ଦେଇ ଇଂରେଜମାନଙ୍କୁ ତଡିବାଟା ଏକ ପ୍ରଲେପ ଦିଆ ସୁନ୍ଦର ପ୍ରହସନ ମାତ୍ର । ହେ !! ସମାଜର ବଡବଡୁଆମାନେ ଆଖି ଖୋଲି ଦେଖ । ଅହିଂସା.... ନାମରେ ପିଢି ଦରପିଢି ପାଇଁ ଯେଉଁ ହିଂସାର ବିଷମଞିଟିଏ ପୋତି ଦେଇଗଲ ତାର ଉତ୍ତରଦାୟୀ କିଏ ହେବ ?? ସେମାନଙ୍କ ଦ୍ବାରା ପ୍ରାୟୋଜିତ ସୀମାରେଖାରେ ନିଜ ନିଜ ଭିତରେ ହଣାକଟା ହେଇ ଯେଉଁ ରକ୍ତର ନଦୀ ଭସେଇ ଦେଲ ସେଇ ରକ୍ତ ଯଦି ମିଶି କି ଇଂରେଜ ବିରୁଦ୍ଧରେ ବୁହାଇ ଥାଆନ୍ତେ ତେବେ ଭାରତର ମାନଚିତ୍ର ଆଉ ଗାରିମା ଆଜି ହୁଏତ ଅନ୍ୟ ପ୍ରକାର ହେଇ ଥାଆନ୍ତା । ନିଜ ମାଁକୁ ଖଣ୍ଡ ଖଣ୍ଡ କରି କାଟିଦେଇ ୟେ କେଉଁ ଅହିଂସାର ବାନା ଉଡଉଚ ?? କାଲି ଆମର ଉତ୍ତରପିଢି ଆମକୁ ଅଣ୍ଟାରେ ହାତ ରଖି ଜବାବ ମାଗିବ.... କି ଆମେ ଏକ ନପୁସଂକ ସମାଜର ମୂଳଦୂଆ ପକେଇଦେଇ ଯିବା ସେଇ ଭଗବାନ ଜାଣନ୍ତି । ଖବରଦାର କହୁଛି ଫେରାଇ ଦିଅ ଏଇ ସ୍ବାଧୀନତା .....। ସ୍ବାଧୀନତା ମାଗେ ସଂଗ୍ରାମ କେବଳ ସଂଗ୍ରାମ......।


                  ନାଟକର ଶେଷ ସଂଳାପଟା ଖୁବ୍ ଚମତ୍କାର !! ସ୍ବାଧୀନ ଏଇ ନାଟକଟିକୁ ତିନିରାତି ହେଲାଣି ଲଗାତାର ଦେଖି ଚାଲିଚି । ହେଲେ ତାର ମନ ଭରୁନି । ଶେଷରେ ସେଇ ଚରିତ୍ରର ଲୁହ ଯେମିତି ମଞ୍ଚରେ ଆଣିଦିଏ ଏକ ପ୍ଲାବନ ।


Rate this content
Log in

Similar oriya story from Classics