ଶବରୀ
ଶବରୀ
କେବଳ ଯେ କର୍ମ ନେଇ କଣ ମଣିଷ ଫଳ ଭୋଗ କରେ?
ଆସନ୍ତୁ ଜାଣିବା ଏକ ଛୋଟ ଗପରୁ....
ଦିନକର କଥା... ସହରର ଏକ ପ୍ରାନ୍ତରେ ଗୋଟେ ଲୋଭୀ ବୁଢାଥିଲା। ତାର ଥିଲା ଏକ ସୁନ୍ଦର ବିଶାଳ ପ୍ରସାଦ ଯାହା ଚାରିପାଖରେ ଥାଏ ପୁଷ୍ପ ତରୁ ରେ ଶୋଭୀତ ଏକ ରଙ୍ଗୀନ ବଗିଚା।
କେବଳ ନିଜ ସ୍ତ୍ରୀ ପିଲାଙ୍କୁ ନେଇ ନିଜ ଘର ଭିତରେ ଲୋକଟି ଚୁପଚାପ ରହେ। କାହାରି ସୁଖରେ ଦୁଃଖରେ ତାର ଯାଏ ଆସେ ନାହିଁ। ସମସ୍ତଙ୍କ ଉପରେ ଇର୍ଷା ପରାୟଣ ମନୋଭାବ ପାଇଁ କିଏ ପାଖ ମାଡ଼ନ୍ତିନି ତାର। ନିଜ ପିଲାମାନେ ବି ତା' ଠାରୁ ତାର କଷ୍ଟ ଅର୍ଜିତ ସମ୍ପତ୍ତି ନେଇ ଯିବା ଭୟରେ ସେମାନଙ୍କ ସହ ମଧ୍ୟ ସେପରି ଖାସ ସମ୍ପର୍କ ନଥାଏ ତାର।
ଦିନପରେ ଦିନ ଗଡି ଚାଲିଲା... କ୍ରମଶଃ ଶରୀର ଦୁର୍ବଳ ହେଲା। ଦିନେ ତାକୁ ଲାଗିଲା ସେ ବଡ଼ ଏକଚାଟିଆ ମଣିଷ। କାଲି ସୁବିଧା ଅସୁବିଧାରେ କିଏ ଆସିବ ତାକୁ ଦେଖିବାକୁ? ଦୁର୍ଦିନରେ ପର ଆପଣା ସାଥିରେ ନଥିଲେ, ଅସୁସ୍ଥତା ରେ ଆହା ପଦେ କହୁ ନଥିଲେ ତାର ଯନ୍ତ୍ରଣା ଲାଘବ ହେବ କିପରି?
ଭବିଷ୍ୟତ କଥା ଭାବି ଦିନେ ନିଜ ନାତି ଜନ୍ମଦିନ ବାହାନାରେ ସମସ୍ତଙ୍କୁ ଏକାଠି କଲା। ନିଜ ଦୁର୍ବଳତା ସତ୍ୱେ ସବୁ ଜିନିଷ ଦୈଡି ଧାପୁଡି ଯୋଗାଡ଼ିଲା। ଅନେକ କ୍ଷେତ୍ରରେ ଚିଡିମିଡି ହୋଇ, ଘର ଲୋକଙ୍କ ଉପରେ ବିରକ୍ତି ଭାବ ପ୍ରକାଶିତ କରି...
ଏପରିକି ନିଜ ପୁଅ ବୋହୁଙ୍କୁ ବି ଶୁଣାଇ ଶୁଣାଇ କହିଲା.. "ପଇସାଟିଏ ଦେବା ଦରକାର ନାହିଁ, ମୋ ନାତି ପାଇଁ ସବୁ ମୁଁ କରିବି!!"
ସହରବାସିନ୍ଦା ମାନଙ୍କୁ ଜଣ ଜଣଙ୍କୁ ଘରକୁ ଡ଼ାକି ନିମନ୍ତ୍ରଣ କଲା। ଖୁଆଇଲା, ପିଆଲା.. କୌଣସି ଅସୁବିଧା ହେବାକୁ ଦେଲାନାହିଁ। ନାତିକୁ କଖାରୁ ଓଲ୍ହାଇବାକୁ ଦେଲାନାହିଁ।
ଅତି ଧୂମଧାମରେ ତାର ଜନ୍ମଦିନ ପାଳିଲା। ଫେରିଲା ବେଳକୁମଧ୍ୟ ସଭିଙ୍କୁ ବହୁମୂଲ୍ୟ ଉପଢୌକନ ଦେଇ ବିଦାୟ ଦେଲା।
ହେଲେ କିଛି ଦିନପରେ ବିମାର ପଡିଲା ଯେତେବେଳେ ନା ନାତି ଆସିଲା ନା ସେ ପୁଅ ବୋହୁ ଦେଖା କରିବାକୁ ଆସିଲେ। ଆଖ ପାଖ ଲୋକେ ବି କେହି କାହିଁ ଆସିଲେନାହିଁ। ଏକା ଖଟରେ ପଡି ପଡି କନ୍ଦା କଟା କଲା। ମନ ବିକଳ ହେଲା...ଠାକୁରଙ୍କୁ ସ୍ମରଣ କରି ଭାବିଲା..ଏତେକରି ସମସ୍ତଙ୍କର କଲି ହେଲେବି ଶେଷରେ କେହିବି ଆସିଲେନି କାହିଁକି?
ଅନ୍ତର୍ମନରୁ ଆବାଜ ଆସିଲା, "ସବୁତ କଲ, ହେଲେ ଭିତରେ ବିଚାର କଣ ରଖିଲ? ଅନ୍ୟ ପ୍ରତି ସୁଵିଚାର, ଭଲ ମନୋଭାବ ରହିତ କର୍ମର ଫଳ କେମିତି ଭଲ ହେବ? ମଣିଷ ଯେମିତି କର୍ମ କରେ ସେମିତି ଫଳ ଅର୍ଜନ କରେ ସମସ୍ତେ ଜାଣନ୍ତି।ହେଲେ କର୍ମ ଭିତରେ ଆନ୍ତରିକତା ନଥିଲେ ସେ କର୍ମ ଭାବ ରହିତ ହୋଇଯାଇ କେବଳ ଅହଂକାରର ପ୍ରତିଛବି ହୋଇଯାଏ।
ସବୁରି ମୂଳରେ ମଣିଷର ଅନ୍ତର୍ନିହିତ ବିଚାର ନିହିତ ଥାଏ ଯାହା ସମୟ ସମୟରେ କଥାରେ ବା ବ୍ୟବହାରରେ ପରିଲକ୍ଷିତ ହୁଏ। ସେଥିପାଇଁ ପ୍ରଭୁ ଶ୍ରୀ ରାମଚନ୍ଦ୍ର ଶବରୀଠାରୁ ପାଇଥିବା ଅଇଁଠା କୋଳିରେ ବି ସନ୍ତୁଷ୍ଟ ହେବାର ଦୃଷ୍ଟାନ୍ତ ରହିଛି।
ଟୋପା ଟୋପା ବର୍ଷାହୋଇ ମାଟିର ମହକରେ ଭିଜି ଘାସଫୁଲ ମାନଙ୍କୁ ଶୀତଳ କରୁଥିବା ଥିବାପରି ମଣିଷର ନମ୍ରତା, ଦୟା, ପ୍ରେମ, କରୁଣା,କ୍ଷମା, ସ୍ୱାଧୀନତା, ସମର୍ପଣ ଓ ସାହାଯ୍ୟ ମନୋବୃତି ହୃଦୟକୁ ଶୀତଳ ଓ ଆର୍ଦ୍ର କରେ ..... ଶବରୀ ଅଧ୍ୟାୟରୁ ଆମକୁ ଶିଖିବାକୁ ହୁଏ
