STORYMIRROR

Sunanda Mohanty

Action Inspirational Thriller

4  

Sunanda Mohanty

Action Inspirational Thriller

ସେଇ ନିଛାଟିଆ ବରଗଛ

ସେଇ ନିଛାଟିଆ ବରଗଛ

5 mins
9

ସେଇ ନିଛାଟିଆ ଗଛ ପାଖେ ଆମ ଗାଁ ମଶାଣୀ. ସେହି ମଶାଣୀରେ ଜଳୁଛି ଚିତା. ଏତେ ଦୁଃଖରେ ବି ମନେ ପଡୁଛି ସେଇ ଗୀତଟା. "ସୀତାଲୋ ଆଜି ଜଳୁଛି ଯାହାର ଚିତା "କାରଣ ଏଠି ଆଜି ଜଳୁଥିବା ଚିତାରେ ଜଳୁଛି ଚିତ୍ତରଞ୍ଜନ.ଯାହା ସ୍ତ୍ରୀ ସୀତା ଭୂଇଁ ସାଉଁଟି କାନ୍ଦୁଛି. ପ୍ରୀତ ଭାବୁଛି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ. ଅତୀତରେ ପ୍ରୀତ ଓ ଚିତ୍ତ ଦୁହେଁ ଖୁବ ସାଙ୍ଗ ଥିଲେ. ଜଣଙ୍କ ପାଇଁ ଜଣେ ଜୀଵନ ବାଜି ଲଗେଇଦେବାକୁ ବି ପଛେଇ ଯାଉ ନଥିଲେ. ପ୍ରୀତର ଆଜି ବି ମନେଅଛି ଚିତ୍ତର ନୂଆସାଇକେଲ ପରି ସାଇକେଲଟିଏ କିଣି ଦେବାକୁ ତା ବାପା ସମର୍ଥ ନଥିଲେ. ପ୍ରାଇମେରୀ ସ୍କୁଲ ଶିକ୍ଷକ ମୋହନ ବାବୁ ପାଞ୍ଚପ୍ରାଣୀ କୁଟୁମ୍ବ ଚଳାଉ ଚଳାଉ ବୃଦ୍ଧ ପିତା ମାତାଙ୍କ ଔଷଧ ଯୋଗାଉ ଯୋଗାଉ ପୁଣି ଏକମାତ୍ର ପୁଅର ମନ ରଖିବାକୁ ଗଲାବେଳେ ତିନି ଭଉଣୀଙ୍କ ଭିତରୁ କେବେ କାହା ପୁଅର ବଡୁଘର ବା ବ୍ରତଘର ବେଭାର ଯିବ ତ କୋଉ ଭଉଣୀର ଝିଅର ରିଙ୍ଗ ସେରିମୋନି ହେବ. ପୁଣି ଭଣଜାକୁ ନେଇ ବାଙ୍ଗାଲୋର ହଷ୍ଟେଲରେ ଛାଡିବାକୁ ପଡିବ ନୂଆ ଚାକିରୀ ଜାଗାରେ ତ ସ୍ୱାଭିମାନ ଦୃଷ୍ଟିରୁ ଦୁଇ ପଇସା ଖର୍ଚ୍ଚ ହେଲେ ମଧ୍ୟ ବାପା ବୋଉଙ୍କ ଆଖିରେ ଯେଉଁ ଆଶୀର୍ବାଦ ତାକୁ ଅନୁଭବି ମୋହନବାବୁ ଖୁସି ହେଲାବେଳକୁ ପୁଅ ପାଇଁ କିନ୍ତୁ ମନପସନ୍ଦ ଜିନିଷ କିଣି ପାରନ୍ତି ନାହିଁ. ସ୍କୁଲ ଯାଉନଥିଲା ପ୍ରୀତ ସେଇ କିଛି ଦିନ ତ ସାଙ୍ଗ ଚିତ୍ତ ଆସି ତାକୁ ତା ନୂଆସାଇକେଲ ଦେଇ କହିଯାଇଥିଲା ଏଇଟା ତୋର କିନ୍ତୁ ମତେ କେବେ କେବେ ଟିକେ ବସେଇବୁ ସାଙ୍ଗ. ପ୍ରୀତ ସବୁଦିନ ଚିତ୍ତକୁ ନେଇ ସେହି ସାଇକେଲରେ ସ୍କୁଲ ଯାଏ. ଆଉ ସ୍କୁଲରୁ ଫେରି ସବୁ ପିଲାମାନେ କିଏ କ୍ରିକେଟ, କିଏ ଭଲି କି ଫୁଟବଲ କି ଡୁଡୁ କବାଡି ଖେଳିଲାବେଳେ ପ୍ରୀତ ଓ ଚିତ୍ତ ଦୁହେଁ ସେଇ ସାଇକେଲ ଚାଳନା କରୁଥାନ୍ତି କୋଶ କୋଶ ଦୂର ଯାଏଁ. କୋଉ କାର ହୋଇଛି ଯେ ଜିପିଏସ ସୁବିଧା ଅଛି ତ ଆଗକୁ ଆଗକୁ କଣ କେମିତି ଅବା ଜାଣନ୍ତେ ଦୁଇସାଙ୍ଗ ତ ଫେରନ୍ତି. ଭାବନ୍ତି ବଡ଼ ହେଲେ କାର କିଣିବେ ଦୁହେଁ ।

    ମାଟ୍ରିକ ପରୀକ୍ଷା ପରେ ଉଚ୍ଚ ଶିକ୍ଷା ଏକାଠି କରିବା ସହ ଗୋଟିଏ କଲେଜରେ ପାଠ ପଢୁ ପଢୁ ଗୋଟିଏ ଅଫିସରେ ଚାକିରୀ କଲେ ସତ ହେଲେ ସୀତାକୁ ଏକାଠି ତ ରଖିହେଇନଥାନ୍ତା!ଦୁଇଜଣଙ୍କ ମନ ଓ ହୃଦୟ ଏମିତି ଏକ ହେଇଥିଲା ଯେ ଦୁଇଜଣଯାକ ସୀତା ଛଡା ଆଉ କାହାକୁ ବାହା ହେବେନି କହିଲା ବେଳେ ପ୍ରୀତ ଆଜିଯାଏଁ ଚିତ୍ତର ସବୁ ଜିନିଷରେ ଭାଗ ବସାଇଲା ବେଳେ ଏଥର କିନ୍ତୁ ସୀତାକୁ ଏକଦମ ଚିତ୍ତକୁ ଦେଇଦେଇ ଭାବୁଥିଲା ଦୁହେଁ ମିଶି କାର କିଣିବେ. ଚିତ୍ତ ଯେବେ କୁହେ ଆରେ ମୂର୍ଖ ପୃଥିବୀଟା ତ କମଳା ଲେମ୍ବୁ ପରି ଗୋଲ. ତେଣୁ ତୁ କାରରେ ବସ ବା ଟ୍ରେନରେ ବସ,ନିର୍ଦ୍ଦିଷ୍ଟ ଜାଗାରେ ହିଁ ପହଁଚିବୁ. ପ୍ରୀତର ମନ ବୁଝେନା କହେ ମୁଁ ବୁଝିପାରୁନି କମଳା ଲେମ୍ଭୁ ପରି ବୃତ୍ତକାର ଏଇ ପୃଥିବୀର ଯୁଆଡେ ଗଲେ ମଧ୍ୟ ପୁଣି କେମିତି ନିଜ ସ୍ଥାନକୁ ଫେରିଆସିହେବ. ଚିତ୍ତ କହେ ଆରେ ବୁଦ୍ଦୁ ବୃତ୍ତ ଭଳି ଘଣ୍ଟା ବୁଲିବା ଦେଖୁନୁ. ଆଣ୍ଟିକ୍ଲକ ହେଉ ଅବା କ୍ଲକ ଭଳି ହେଉ ଘଣ୍ଟା କଣ୍ଟା, ମିନିଟ କଣ୍ଟା ଓ ସେକେଣ୍ଡ କଣ୍ଟା ଯୋଉଠୁ ବାହାରନ୍ତି ସେଇଠିକୁ ଫେରନ୍ତି ନା ନାହିଁ. ହସି ଦିଅନ୍ତି ସୀତା କୁହନ୍ତି ହଉ ଏବେ ତୁମେ କାର କିଣ ଚିତ୍ତ. ଦୁଇ ସାଙ୍ଗ ଜିପିଏସ ଦେଖି ଆଗକୁ ଆଗକୁ ବଢ଼ି କେତେ ବାଟ ଯାଇ ପୁଣି ଆଗକୁ ବଢିବ କି ଯୋଉଠୁ ବାହାରିଥିଲ ସେଠିକୁ ଫେରିବ, ପରୀକ୍ଷା କରି ନିଅ. ହଁ ଆମେ ଦୁହେଁ ଭୁବନେଶ୍ୱରରୁ ଆମ ଗାଁ ବ୍ରାଞ୍ଚ ଅଫିସକୁ ଆସିଯାଉ ଦେଖିବ କାର କିଣି ପ୍ରମାଣ କରିଦେବୁ. ପ୍ରୀତ କିନ୍ତୁ ବୁଝିନପାରି କହେ ଆରେ ଆମେ ଘରୁ ବାହାରି ଘରକୁ ଫେରିବା କଥା ମୁଁ କହୁନି.ମୁଁ କହୁଛି ରାସ୍ତା ଆଗକୁ ଆଗକୁ ଯାଇ ଯାଇ ଶେଷ କୋଉଠି?ହସି ହସି ଗାଡିଯାଏ ଚିତ୍ତ. ଏଣିକି ମୂର୍ଖ ନକହି ବୋକା କୁହେ ପ୍ରୀତକୁ.ସେ ହସ ସତେ ଯେମିତି ଶୁନ୍ୟରେ ଧକ୍କା ଖାଇ ଅଦୂରରେ ଗାଁ ମଶାଣୀର ସେଇ ଏକେଲା ଗଛ ଚାରିପଟେ ଘୁରୁଥାଏ. ସତେକି କହୁଥାଏ ଭାଗ୍ୟ ଘୁରି ଘୁରି ଯେଉଁଠିକି ସେଇଠି.   

    ଭାଗ୍ୟ ସାଥ ଦେଲା. ଦୁହେଁ ଗାଁ ବ୍ରାଞ୍ଚ ଅଫିସକୁ ବଦଳି ହୋଇ ଆସିଲେ. କାର ମଧ୍ୟ କିଣା ହେଲା କିନ୍ତୁ ଆଜି ସକାଳେ ଦୁଇସାଙ୍ଗ ମନ୍ଦିରରୁ ଫେରିବା ପରେ ଚିତ୍ତ ଚାଲିଗଲା ଶବ୍ଦ ଦୁଇପଦରେ ପ୍ରୀତ ସହ ଗାଁ, ପରିବାର ପରିବେଶ ସ୍ତବ୍ଧ. ଏତିକି ବେଳେ କେହି ଜଣେ କହୁଥିଲା. ରାଜା ଭଳି ଜନ୍ମ ହୋଇ, ଅୟସ ଆରାମ କରି ରାଜା ଭଳି ଚାଲିଗଲା. ହଠାତ ପ୍ରୀତ ବୁଝିଗଲା ସତେତ ଜୀଵନ ତ ଏକ ବୃତ୍ତ. ଯେଉଁଠୁ ଆସିଥାଏ ମଣିଷକୁ ସେଇଠିକୁ ହିଁ ଫେରିବାକୁ ହୁଏ ଦିନେ. ଦିନେ ଯୋଉଠି ଷଷ୍ଠୀ ଏନ୍ତୁଡ଼ି ଜଳେ ସେଇଠି ପୁଣି ଅସ୍ଥି ଦୀପ ଜଳେ. ସୀତା ଟାଣି ହୋଇ ଅଗ୍ନି ଭିତରକୁ ପଶି ଯିବା ଦେଖି ସମସ୍ତେ ତାକୁ କାବୁ କରିବା ପୂର୍ବରୁ ପ୍ରୀତ ଧରିନେଇଥିଲା ତା ହାତ ଦୁଇଟିକୁ. ଚିତ୍ତ ଜଳିଯାଉଥିଲା ରାଜକୀୟ ଠାଣିରେ. ଫେରିଯାଉଥିଲା ସେଇଠିକି ଯୋଉଠୁ ଆସିଥିଲା.

    ସମସ୍ତେ ଯୋଉଠୁ ଆସିଛନ୍ତି ସେଇଠିକି ଯିବେ ସତ କିନ୍ତୁ କେମିତି କିପରି ଵିଧି ନିର୍ଦ୍ଦିଷ୍ଟ.ସେକଥା କେବଳ ଉପରଵାଲା ଜାଣନ୍ତି. ଚିତ୍ତ ଚାଲିଗଲା ସାଙ୍ଗ ପ୍ରୀତ ଓ ସ୍ତ୍ରୀ ସୀତାକୁ ଏକାଠି କରି. ସେ ଛାଡିଯାଇଥିବା ଦୁଇ ସପ୍ତାହର ଅଫୁଟା କଳିକୁ ଜନ୍ମ ଦେଇ ଝିଅ ଅଳିକୁ ପରିଚୟ ଦେଇଛି ପ୍ରୀତ. ବାପା ମଦନବାବୁ ଆଶ୍ୱସ୍ତ. ଯାହା ହେଉ ପୁଅ ପ୍ରୀତର ଘର ବସିବ ଭାବି ନଥିଲେ ସେ. ସୀତା ମଧ୍ୟ ଭଲ ବୋହୁ ସାଜିଥିଲେ ଆଉ ଭଲ ଝିଅ ମଧ୍ୟ. ପୂର୍ବ ସ୍ୱାମୀ ଚିତ୍ତ ଘର ପରିବାର ସଦସ୍ୟମାନଙ୍କୁ ସେ ନିଜ ବାପଘର ଲୋକ ଭଳି ବ୍ୟବହାର କରୁଥିଲେ. ସେଥିରେ ପ୍ରୀତ ଓ ମୋହନବାବୁଙ୍କର ସମ୍ମତି ରହିଥିଲା. ଝିଅ ଅଳି ମଧ୍ୟ ଖୁବ ଭଲ ପାଠ ପଢୁଥିଲା.ସର୍ବଗୁଣ ସମ୍ପନ୍ନା ଝିଅ ମଝିରେ ମଝିରେ କାହିଁକି ଯେ ମଶାଣୀ ପାଖରେ ଥିବା ସେହି ଏକେଲା ଗଛଟା ପାଖକୁ ଯାଉଥିଲା ବୁଝି ହେଉନଥିଲା. ମାଆ ସୀତା ଝିଅର ମନ ରଖିବାକୁ ଯାଇ ଗୋଟେ ଫୁଲବାଗିଚା ସହ ବଡ଼ ବଡ ଗଛମାନଙ୍କ ସମାହାର ଯଥା ଗୁଆ, ନଡ଼ିଆ, ପଣସ, ଆମ୍ବ, ପିଜୁଳି, ସେପେଟା,ଜାମୁ,ଇତ୍ୟାଦି ଗଛ ଲଗେଇ ଝିଅର ଧ୍ୟାନ ଆକର୍ଷଣ କରିବା ସହ ଗଛର ଉପକାରିତା ବିଷୟରେ କହି ତାର ସବୁ ବର୍ଷ ଜନ୍ମଦିନରେ ଗୋଟେ ଲେଖାଏଁ ଗଛକୁ ପରିବାରର ସମସ୍ତ ସଦସ୍ୟ ଲଗାଇବା ସହ ଅନ୍ୟମାନଙ୍କୁ ମଧ୍ୟ ଶକ୍ତି ଅନୁଯାୟୀ ଚାରା ସହ ମିଠା ଓ ପୋଷାକ ବଣ୍ଟନ କରୁଥିଲେ. ତଥାପି ଅଳି ନିଶ୍ଚୟ ସେହି ମଶାଣୀ ପାଖେ ଥିବା ଏକେଲା ଗଛଟି ପାଖକୁ ଯାଏ. ମା ସୀତା ଡରୁନଥିଲେ ମଧ୍ୟ ଆଶଙ୍କିତ ହେଉଥିଲେ କାରଣ ଜାଣିବା ପାଇଁ.

  ସେଦିନ ପଚାରି ଦେଇଥିଲେ ଝିଅକୁ ତ ଝିଅ ଅଳି ଆଶ୍ଚର୍ଯ୍ୟ ପ୍ରକଟ କରି ତାକୁ ପଚରା ଯାଇଥିଲବା କଥାର ଉତ୍ତର ରଖିଥିଲା.ସେ କହିଥିଲା ତୁମେ ଜାଣିଥିବ ଜେଜେ ଏ ଏକେଲା ବରଗଛଟି ବାଦୁଡ଼ି ବରଗଛ ନାମରେ ନାମିତ. ଏଥିରେ ବହୁତ ବାଦୁଡ଼ି ରୁହନ୍ତି ବୋଲି ଏହାର ଏପରି ନାମକରଣ କରାଯାଇଛି. କିନ୍ତୁ ଏ ମଶାଣୀ ଭିତରେ ବାଦୁଡ଼ିମାନେ ଏ ଗଛରେ କିପରି ବଞ୍ଚି ରହିଛନ୍ତି ଜାଣିବା ସହ ଏ ବରଗଛ ବିଷୟରେ ପରୀକ୍ଷା କରୁଥିଲି. ବାପା କହୁଥିଲେ ମେ ମାସ ତିରିଶ ତାରିଖରୁ, ଜୁନ ପାଞ୍ଚ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ବିଶ୍ୱ ପରିବେଶ ଦିବସ ପାଳନ ହେଉଛି ତୁମେ ଶୁଣିଥିବ.ବୋଉ ମଧ୍ୟ କହୁଥିଲା ଏମିତି କୌଣସି ଗଛ ନାହିଁ ଯହିଁରେ ଔଷଧୀୟ ଗୁଣ ନାହିଁ. ସେହିକଥା ଆମ ସ୍କୁଲରେ ସାର ମଧ୍ୟ କହୁଥିଲେ କି ଚରକ ସଂହିତାର ଲେଖକ ଚରକଙ୍କୁ ତାଙ୍କ ଗୁରୁ ଏକ ଗଛକୁ ଦକ୍ଷିଣା ରୂପେ ତାଙ୍କୁ ଦେବାକୁ କହିଥିଲେ ଯୋଉ ଗଛର ଔଷଧୀୟ ଗୁଣ ନଥିବ କିନ୍ତୁ ଦେଖାଗଲା ସବୁ ଗଛର ପତ୍ର, ଡ଼ାଳ, ମୂଳ, ଚେର ଓ ଫଳରେ ଔଷଧୀୟ ଗୁଣ ଭରପୁର ରହିଛି ତେଣୁ ସେ ଲେଖିଥିଲେ ଚରକସଂହିତା. ସେଥିରେ ସବୁ ଗଛର ଔଷଧୀୟ ଗୁଣ କିଛି କିଛି ରହିଥିବା ଉଲ୍ଲେଖକରି ସେହି ବହିଟିକୁ ସେ ଗୁରୁଙ୍କୁ ପ୍ରଦାନ କରିଥିଲେ. ଆଜିକାଲି ପୃଥିବୀକୁ ଜ୍ୱର ହେଇଛି ବୋଲି କୁହାଯାଉଛି ଅର୍ଥାତ ପୃଥିବୀରୁ ଗଛ ସବୁ କଟା ଯାଇ ଆଧୁନିକ ଉପକରଣ ଯଥା ଟିସୁ ପେପର, ସାଦା ପେପର ଓ ଅନ୍ୟାନ୍ୟ ଆସବାସପତ୍ର କରାଯିବା ଦ୍ୱାରା ଗଛର ବିନାଶ ହେବା ଫଳରେ ଜଳ, ବାୟୁ, ମାଟି, ବର୍ଷା କମି ପୃଥିବୀ ଧ୍ବଂସାଭିମୁଖୀ ହେବା ଦ୍ୱାରା ପୃଥିବୀକୁ ଜର ହେଇଛି ବୋଲି କୁହାଯାଉଛି. ଜେଜେ କହୁଥିଲେ ତୁ ଠିକ କହିଛୁ ଅଳି.ଆଜିକାଲି ବନ୍ୟା, ବାତ୍ୟା, ମରୁଡି, ସୁନାମୀ, ଅଂଶୁଘାତ, ଅଳ୍ପ ବା ସ୍ୱଳ୍ପ ବୃଷ୍ଟିପାତ ଓ ବାୟୁରେ ଅମ୍ଳଜାନ ହ୍ରାସ ପାଉଛି. ସେଇଥିପାଇଁକି ଜେଜେ ଆମ ସ୍କୁଲରେ ଗୋଟେ ଟିମରେ ରହି ଆମେ ଗଛ ବଞ୍ଚିଲେ ମଣିଷ ବଞ୍ଚିବ ସ୍ଲୋଗାନ ଦେବା ସହ ଏହି ମଶାଣୀର ଏକେଲା ବରଗଛ କିପରି ବଂଚିଛି ଓ ବାଦୁଡ଼ିମାନଙ୍କୁ କିପରି ବଞ୍ଚାଇ ରଖିପାରିଛି ସେହି ବିଷୟରେ ଅନୁଧ୍ୟାନ କରିବାକୁ ମୁଁ ସେ ଗଛ ପାଖକୁ ସବୁଦିନ ଯାଏ.

   ଏଥର ପରିବାର ଲୋକ ସମସ୍ତେ ଆଶ୍ଵସ୍ତ ହେଲେ ମଧ୍ୟ ସେହି ଏକେଲା ଗଛ ମୂଳରୁ ମଶାଣୀ ଉଠାଇ ଅନ୍ୟ ଅନ୍ୟ ଗଛ ଲଗାଇ ସେଠାରେ କିପରି ଘଞ୍ଚ ଜଙ୍ଗଲ ସୃଷ୍ଟି କରାଯାଇ ପାରିବ ସେଥିପାଇଁ ପଦକ୍ଷେପ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଲେ.ଭାରତୀୟ ବିଶ୍ୱ ପରିବେଶବିତ ବୈଜ୍ଞାନିକ ଡକ୍ଟର ବୋଷଙ୍କ ଭଳି ଗଛର ସୁରକ୍ଷା ଜୀଵନ ରକ୍ଷା ସ୍ଲୋଗାନ ଦେଇ ଜେଜେ ମୋହନବାବୁ, ବାପା ପ୍ରୀତବାବୁ ମାଆ ସୀତାଦେବୀଙ୍କ ସହ ଅଳି ମଧ୍ୟ ସାମିଲ ଥିଲା ।

   



Rate this content
Log in

Similar oriya story from Action