The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

ବଳରାମ ବାରିକ

Classics

2  

ବଳରାମ ବାରିକ

Classics

ସେହି ହଳଦୀ ରଙ୍ଗର ବ୍ଲାଉଜ୍

ସେହି ହଳଦୀ ରଙ୍ଗର ବ୍ଲାଉଜ୍

4 mins
526


ପେଟି କଣ୍ଟ୍ରାକ୍ଟର ଟୁନ୍ ଟୁନ୍ ତିବାରୀ ସେଠ୍ ଜଣେ ପେଶାଦାର ଲୋକ। ତାଙ୍କର କଥା ହିଁ କାମ । ଯାହା ଥରେ ଗ୍ରାହକଙ୍କୁ କଥା ଦେଇଥାନ୍ତି ତାହା କରି ଦେଖାନ୍ତି। କଣ୍ଟ୍ରାଟି କାମରେ ଯଦି ଭେଜାଲ୍ କଲ ନାହିଁ ତାହେଲେ ଦୁଇ ପଇସା କମ୍ ମିଳେ। କିନ୍ତୁ ତିବାରୀ ସେଠ୍ କୁ କିଛି ଫରକ ପଡେ ନାହିଁ। କେଉଁ ସରକାରୀ ଅଫିସର କୁ ବିଲ୍ ପାସ୍ କରାଇବା ପାଇଁ ଘୁଷ୍ ଦେଇ ନାହାନ୍ତି କି କୌଣସି ବଡ଼ କଣ୍ଟ୍ରାକ୍ଟର ଠାରୁ କାମ ନେଲାବେଳ ଏପଟ ସେପଟ କଥା କହନ୍ତି ନାହିଁ। ଜବାବ୍ ମାନେ ଜବାବ୍ । ବାପା ନଟବର୍ ତିବାରୀ ମଧ୍ୟ ଜଣେ ପେଟି କଣ୍ଟ୍ରାକ୍ଟର ଥିଲେ। ତାଙ୍କ ସମୟ ରେ ତାଙ୍କର ଯଥେଷ୍ଟ ନାଁ ଥିଲା। ମ୍ୟାନ୍ ପାୱାର ସପ୍ଲାଏ ରେ ପୁରା ଜିଲ୍ଲାରେ ଏକ ନମ୍ବର ଥିଲେ। ତା ସାଙ୍ଗକୁ ଛୋଟ ମୋଟ ସିଭିଲ୍ କଣ୍ଟ୍ରାକ୍ଟ ମଧ୍ୟ କାରଖାନା ଓ ସରକାରଙ୍କ ପୂର୍ତ୍ତ ବିଭାଗରୁ ମିଳିଯାଉଥିଲା।

ନିର୍ମାଣ ଶିଳ୍ପର ଅଗ୍ରଗତି ପରି ନଟବର ତିବାରୀର ଘରର ଉଚ୍ଚତା ମଧ୍ୟ ହୁ ହୁ ହୋଇ ବଢିଥିଲା। ବଡ଼ ବଡ଼ କାମ ହାତକୁ ନେଉଥିଲେ। ଅନେକ ସମ୍ପତି କମାଇଲେ।। ବଡ଼ କଣ୍ଟ୍ରାକ୍ଟରଙ୍କ ଏକ ଟଙ୍କାର କାମକୁ ତିରିଶି ପଇସାରେ କରି ଦେଖାଇ ଦେଉଥିଲେ। ସେଥିପାଇଁ ବଡ଼ କଣ୍ଟ୍ରାକ୍ଟର ମାନେ ଖୋଜି ଖୋଜି ନଟବର ତିବାରୀ ପାଖକୁ ଆସନ୍ତି। ସତ କହିବାକୁ ଗଲେ ନଟବର୍ ତିବାରୀର କାମ ଗୁଣବତ୍ତାରେ ଟିକେ ନିମ୍ନସ୍ତର ହୋଇପାରେ କିନ୍ତୁ ତା ପରି ଶୀଘ୍ର କେହି କାମ କରାଇ ପାର୍ଟିକୁ ଦେଇ ପାରୁନଥିଲେ।

ତା ଛଡା ଆଜିକାଲି ଦୁନିଆରେ ଗୁଣବତ୍ତା କିଏ ଦେଖୁଛି। ଫଟାଫଟ୍ ଆଉ ଚକାଚକ୍ କାମ ହୋଇଯିବା କଥା।

ଏମିତି କାମରେ ତ ନଟବର ତିବାରୀ ଏକ ନମ୍ବର ଥିଲା।

ନଟବର ତିବାରୀ ପାଇଁ ସୁନା ଅଣ୍ଡା ଦିଆ କୁକୁଡ଼ା ଥିଲେ ତା ପାଖରେ କାମ କରୁଥିବା "ରେଜା"।ମାନେ ମହିଳା ଶ୍ରମିକ।

ସୁଖରେ ଦୁଃଖରେ ସେଠ୍ ସବୁବେଳେ ଏମାନଙ୍କ ସାଙ୍ଗରେ ଠିଆ ହୋଇଛି। ମଜୁରୀକୁ ଛାଡି ବିନା ସର୍ତ୍ତରେ ଉଦ୍ଧାରି ଦେଇଛି। ଯିଏ ଫେରେଇଲା ଫେରେଇଲା ନହେଲେ ନାହିଁ। ତାଙ୍କ ପାଖରେ ଯିଏ ଅଧିକ ଦିନ କାମକରେ ତାଙ୍କୁ ସେ ଦଶହରା ରେ ବୋନସ୍ ଦିଅନ୍ତି। ବୋନସ୍ ସାଙ୍ଗରେ ଗୋଟେ ଗୋଟେ ଶାଢ଼ୀ ଓ ହଳଦୀ ରଙ୍ଗର ବ୍ଳାଉଜ। ସେଠ୍ କହେ ଏଇ ହଳଦୀ ରଙ୍ଗର ବ୍ଲାଉଜ ତୁମ ମାନଙ୍କୁ ବଢ଼ିଆ ମାନୁଛି। ସଭିଏଁ ଏକା ସାଙ୍ଗରେ ହଁ ଭରନ୍ତି ,ହଁ ମାଲିକ୍ ଧୂଳି-ମଳି ଲାଗିଲେ ଜଣା ପଡୁନି। ତା ଛଡା ଆମେ ନିଇତି ସଫା କରିବାକୁ ସମୟ କେତେବେଳେ ଯେ ପାଇବୁ।

ମୁଁ ବି ଦେଖିଛି "ସେହି ହଳଦୀ ରଙ୍ଗର ବ୍ଲାଉଜ" ତାଙ୍କୁ ଭଲ ମାନେ। ଇଟା-ମାଟିର ଗୁଣ୍ଡ ସ୍ୱର୍ଗର ଝରାଫୁଲ ପରି ବ୍ଲାଉଜ ଉପରେ ଓ କାନ୍ଧରେ ପଡିଥାଏ। କାଖ ପାଖରେ ଓଦା ହୋଇଥିବା ବ୍ଲାଉଜର ଅଂଶଟି ସୂଚାଏ ,ଶ୍ରମସ୍ବେଦ ପ୍ରକୃତରେ କଣ ? ସେ ସ୍ବେଦ କୁ ଯିଏ ଶୁଙ୍ଘିବ,ପରିଶ୍ରମୀ ମଣିଷର ଗନ୍ଧ କଣ ଅନୁଭବ କରିପାରିବ। ଅନେକ ଥର ସେହି ବାଟଦେଇ ମୁଁ ଯାଇଛି ହାଡ଼ଭଙ୍ଗା ମେହେନତ କରୁଥିବା ସେ ରେଜା ମାନଙ୍କ ଦାମ୍ଭିକ ଛାତିକୁ ଦେଖିଛି। ନିଜ ପିଲା ପାଇଁ ତା ଛାତିରୁ ଝରିଛି ଅମୃତ ଧାରା ଓ ନିଜ ପରିବାର ପୋଷଣ ପାଇଁ ସେ ଛାତି ପାଲଟିଛି ସିଂହୀର ଛାତି। ଚଉଡା ଓ ମଜବୁତ।

ରୋଗୀଣା ବାପ ପାଇଁ ଅନେକ କମ୍ ବୟସରେ ଝିଅ ରେଜା ସାଜିଛନ୍ତି। ନିଜ ଗୋଡ଼ରେ ଠିଆ ହେବାର ସ୍ୱପ୍ନ ଦେଖି, ତିବାରୀ ସେଠ୍ ର ସେହି ହଳଦୀ ରଙ୍ଗ ବ୍ଲାଉଜ ପିନ୍ଧିଛନ୍ତି। ଥକି ଯାଇ ବାଲି ଗଦା ଉପରେ ଶୋଇ ଯାଆନ୍ତି। ଚିକ୍-ମିକ୍ କରୁଥିବା ତାରାକୁ ଦେଖନ୍ତି। ସ୍ୱପ୍ନରେ ବିଭୋର ହୋଇ ଯାଆନ୍ତି। ଶାହାନାଇ ବାଜିଉଠେ। ଏଇତ ମଙ୍ଗୁଳା ହେବା ସମୟ ଆସି ପହଁଚିଲା। ସେ ହଳଦୀ ରଙ୍ଗର ବ୍ଲାଉଜ କୁ ବଦଳାଇ ରଙ୍ଗୀନ ବ୍ଲାଉଜ ପିନ୍ଧିବା ସମୟ ତ ଦ୍ୱାର ବାହାରେ ଅପେକ୍ଷା କରିଛି। ବାଜା ବାଣ ଓ ରୋଷଣୀ ଧରି ତାଙ୍କ ମନର ମଣିଷ ଯେ ଆସୁଛନ୍ତି। ନିଦରେ ଥାଇ ହସୁଥିବା ମୁହଁ ଗୁଡିକ ବହୁତ ସୁନ୍ଦର ଆଉ ଅମାୟିକ ଲାଗେ।

ଜଲ୍ଦି ଉଠିଯାଇଥିବା ସାଥିମାନଙ୍କର ଟିଣ ଘରୁ ଟିଂ, ଟାନ୍ ,ଟାଇଁ ଶବ୍ଦ ଶୁଣି ସ୍ୱପ୍ନ ଭାଙ୍ଗିଯାଏ। ତା ପରେ ପଇସା ଗଣା ହୁଏ । ନାଇଁ ଏତିକିରେ ସ୍ୱପ୍ନ ପୁରା ହେବ ନାହିଁ। ବଜାର ବହୁତ ମହଙ୍ଗା। ଆହୁରି ଖଟିବାକୁ ପଡିବ।

ଅଧା ପଇସା ତ...ବା'ର ଓସଦ ରେ ପଳାଉଛି।

ବାସି ପଖାଳ ,ଆଳୁପୋଡା ,ନକମରିଚ ଓ ଆମ୍ବୁଲ ଫଡା ରସ ଟିଫିନିରେ ସଜାହୁଏ। ପିକ୍ -ଅପ୍ ଅବା ଟ୍ରାକ୍ଟରର ଡାଲାରେ ବୋଝେଇ ହୋଇ ସାଇଟ୍ କୁ ଯାଆନ୍ତି। ସ୍ୱପ୍ନ ସେହି ସିମେଣ୍ଟ ଅଖାର ବ୍ୟାଗ୍ ଭିତରେ ରହିଯାଏ।

ଟୁନ୍ ଟୁନ୍ ସେଠ୍ ମଧ୍ୟ ବାପାଙ୍କ ପରି ରେଜା ମାନଙ୍କ ଆଖିରେ ମସିହା। ବାପାଙ୍କ ଉତ୍ତାରୁ କାରବାର ସେହି ହିଁ ସମ୍ଭାଳିଛନ୍ତି। ସମସ୍ତେ ତାଙ୍କୁ " ଛୋଟେ ବାବୁ" ବୋଲି ଡାକନ୍ତି। ଟୁନ୍ ଟୁନ୍ ସେଠ୍ ବାପାଙ୍କ ଅପେକ୍ଷା କମ୍ ମୁନାଫା କରନ୍ତି। ବାପା,ତାଙ୍କ ପାଇଁ ଅଜସ୍ର ସମ୍ପତି ଛାଡିଯାଇଛନ୍ତି। ଟୁନ୍ ଟୁନ୍ ସେଠ୍ ଏହା ମଧ୍ୟ ଜାଣିଛନ୍ତି ବାପା ଜଣେ ଲାଭଖୋର କଣ୍ଟ୍ରାକ୍ଟର ଥିଲେ ଅନେକ ଲୁଟିଛନ୍ତି।

ଟୁନ୍ ଟୁନ୍ ସେଠ୍ ମନେ ମନେ ଭାବନ୍ତି ,ମୋତେ ଏ ଧାରା ବଦଳାଇବାକୁ ପଡିବ। ମଳିମୁଣ୍ଡରେ କାମକରି ଦେଶର ପ୍ରଗତିର ରେ ଭାଗୀଧାରୀ ସାଜି ଯାଇଥିବା ସେହି ହଳଦୀ ରଙ୍ଗର ବ୍ଲାଉଜ ବାହିନୀକୁ ସ୍ନେହ ,ଭଲ ପାଇବା ଓ ସମୟରେ ହାଜିରି ମିଳିବା ଉଚିତ୍। ସେମାନେ ଅଛନ୍ତି ତ ଆମେ ଅଛୁ। ଆମ ପରିବାର ଓ କାରବାର ଚାଲିଛି। ସେମନଙ୍କ ଯୋଗୁଁ ହିଁ ଆମକୁ ଦାନା ମିଳେ। ନହେଲେ ଆମର କିଛି ମୂଲ୍ୟ ନାହିଁ।


ଶୁଣିବାକୁ ମିଳୁଛି ଟୁନ୍ ଟୁନ୍ ସେଠ୍ ଗୋଟେ ଜଘନ୍ୟ କାମ କରିବାକୁ ଯାଉଛନ୍ତି। ଯିଏ ଶୁଣୁଛି ଆଶ୍ଚର୍ଯ୍ୟ। ସମସ୍ତଙ୍କ ମୁହଁରେ ଗୋଟିଏ କଥା। "ଯାହାର ବାପା ଘୋଡା ଚଢେ ତା ପୁଅ ମଧ୍ୟ ଟିକେ ଆଗକୁ ବଢେ"। 

ତିନି ତିନିଟା କାମିକା ଭେଣ୍ଡିଆ ଟୋକା ଖୋଜି ଏକା ଥରକେ ରାନୀ,ରାଖୀ ଓ ଉଷଶିର ବାହାଘର ଆୟୋଜନ କରିବାକୁ ମନାସିଛନ୍ତି,ପାଖ ମଙ୍ଗଳା ମନ୍ଦିରରେ। ତିନିଜଣ ବହୁତ ଖୁସି,ରଙ୍ଗୀନ ଶାଢ଼ୀ ,ହାତରେ ଚୁଡି ,ନାଲି ଓଢ଼ଣୀ ଦେଇ ମୁରୁକି ମୁରୁକି ହସୁଥାନ୍ତି ଓ ମୁହଁକୁ ବାରମ୍ବାର ଆଇନାରେ ଦେଖୁଥାନ୍ତି। ରଙ୍ଗୀନ ବ୍ଲାଉଜରେ ଲାଗିଥିବା ଝୁମୁକାକୁ ହାତରେ ଟିଙ୍କା ମାରି ବଜାଉଥାନ୍ତି। ଟୁନ୍ ଟୁନ୍ ସେଠ୍ ର ମଣିଷ ପଣିଆ ଆଉ ଉଦାରତାକୁ ମୁଣ୍ଡ ନୁଆଇଁ ପ୍ରଣିପାତ କରୁଥାନ୍ତି। ପାଦଧୂଳି ନେଇ ମଥାରେ ଲଗାଉଥାନ୍ତି ରାନୀ, ରାଖୀ ଓ ଉଷଶି ।

ତିନି ଜଣଙ୍କୁ ଗୋଟେ ଗୋଟେ ସୁନା ଚେନ୍ ଉପହାର ଦେଲେ ଟୁନ୍ ଟୁନ୍ ସେଠ୍ । ଆଶ୍ରିବାଦ ଦେଲାବେଳ ଟୁନ୍ ଟୁନ୍ ସେଠ୍ ଆଖି କୋଣରେ ଲୁହ ଜକେଇ ଆସୁଥିଲା ଲୁହ ଲୁଚେଇବାକୁ ଜୋର୍ ରେ ହସି ପକାଇଲେ ସେଠ୍ ଜି, କହିଲେ ,ସେ ହଳଦୀ ରଙ୍ଗର ଇଉନିଫର୍ମ ଆଉ କିଛିଦିନ ପର୍ଯ୍ୟନ୍ତ ତୁମେ ତିନିହେଁ ପିନ୍ଧିବ ନାହିଁ

ହା ହା ହା  ଯାଅ ଖୁସିରେ ଘର ସଂସାର କର।


Rate this content
Log in

Similar oriya story from Classics