STORYMIRROR

Kumar Mrutyunjay

Classics

2  

Kumar Mrutyunjay

Classics

ସେ ଦିନର ଚିଠି

ସେ ଦିନର ଚିଠି

2 mins
228

ଘରର ଗୃହିଣୀ ଯେବେ କର୍ମଜୀବୀ ହୁଏ, ସେ ଯେ କିପରି ସବୁକିଛି କୁ ସମ୍ଭାଳି ପାରେ ତାହା କେବଳ ତାକୁ ଜଣା. ଗୃହକର୍ତ୍ତା କେବଳ ବାହ୍ୟ କାମ ସିନା କରିଦେବେ ହେଲେ ଭିତର କାମ ଯେତକ ସ୍ୱାମୀ ପିଲାମାନେ ରନ୍ଧାବଢ଼ା ଆଦି ଯାବତୀୟ ଝାମେଲା ପରେ ବି କର୍ମଜୀବୀ ମହିଳା ଟି ନିଜ କର୍ତ୍ତବ୍ୟ ପ୍ରତି ସଦା ନିଷ୍ଠାବାନ ରୁହେ ଏ କଥାର ଦ୍ବିମତ ନାହିଁ. ହେଲେ ସବୁକିଛି ଭିତରେ ଯଦି କିଛି ହେଳା ରେ ରହିଯାଏ ତାହା ହେଲା ଘର ସଜଣା ପରିଷ୍କାର ପରିଚ୍ଛନ୍ନତା. ତଥାପି ସମୟ ସୁଯୋଗ ଆଉ ସୁବିଧା ଦେଖି ସଫା କରିବାରେ ବି ଏମାନେ ତତ୍ପର. 


ଏହିପରି ଏବେ ଯେଉଁ ଲକଡାଉନ ଚାଲିଛି, ଏଥିରେ କର୍ମଜୀବୀ ମାନଙ୍କୁ ସିନା work from home କୁହା ଯାଇଛି, ତାହା ସେ କରୁଛନ୍ତି ସତ କିନ୍ତୁ ଘରେ ରହିବାର ଯେଉଁ ସୁଯୋଗ ଭାଗ୍ୟରେ ମିଳୁନଥିଲା ଏବେ ମିଳିଯିବାରୁ ଏହାର ଭରପୁର ଫାଇଦା ନେଇ ଘରଦ୍ୱାର ଝଡ଼ା ଝାଡ଼ି ଅଳିନ୍ଦ ସଫା କରିବା ତଥା ସ୍ୱାମୀ ପିଲା ଓ ନିଜର ଲୁଗାପଟା ସଫା କରିବାର ଅପୂର୍ବ ସୁଯୋଗ କୁ ଆଉ ହାତଛଡା କରିବାକୁ ଚାହୁଁନାହାନ୍ତି. 


ଏଥିରୁ ଚିନ୍ମୟୀ ମାଡାମ ଅବା ବାଦ ପଡିବେ କିପରି! ସେ ମଧ୍ୟ ଏକ ମହାବିଦ୍ୟାଳୟ ରେ ଆକାଉଣ୍ଟ ସେକ୍ସନ ରେ କାର୍ଯ୍ୟରତ. ଦିନ ଦଶ ରୁ ସନ୍ଧ୍ୟା ପାଞ୍ଚ ପର୍ଯ୍ୟନ୍ତ ଖଟଣି ପରେ ଆଉ ବିଶେଷ ଘର ପ୍ରତି ଧ୍ୟାନ ଦିଅନ୍ତିନି. କିନ୍ତୁ ଏବେ ଘର ସଫା କରିବାର ଗୋଟେ ନିଶା ଧରି ଯାଇଛି ସମୟ ମିଳିଯାଇଥିବାରୁ. 


କାହିଁ କେଉଁ ଅମଳ ରୁ ସେ ତାଜା ଉପରେ ସଫା ହେଇନଥିଲା, କପଡା ଢଙ୍କା ଯାଇଥିଲା.ଆଜି ସେସବୁ କୁ ତଳକୁ କାଢି ସଫା କରୁଥିଲେ.କାଢୁ କାଢୁ ଆଟାଜି ମଧ୍ୟ ତଳକୁ ଆଣି ସଫାକଲେ.


ମନ କଣ କହିଲା କେଜାଣି ଆଟାଜି ଟିକୁ ଖୋଲିଲେ. ଏହା ଥିଲା ତାଙ୍କ ଲଗ୍ନ ଆଟାଜି ଆଜିକୁ ବାଇଶି ବର୍ଷ ତଳର ସ୍ମୃତି. ଅବଶ୍ୟ ସେଥିରେ ଲଗ୍ନ ସମୟର ଆଉ ବିଶେଷ ସାମାନ ନଥିଲେ ବି ହାତ ରେ ପଡିଲା କିଛି ବହି ଆଉ ଗୋଟେ ବ୍ୟାଗ. 


ବ୍ୟାଗ ଟି ଖୋଲିଲେ ସେଥିରେ କିଛି କାଗଜ ଥିଲା ଆଉ ସେ କାଗଜ ଭିତରେ ଥିଲା ଚିଠି. ଆଉ କିଛି ନଭାବି ସଙ୍ଗେସଙ୍ଗେ ଚିଠି ଖୋଲିଲେ. 


"ନାନୀ ଲୋ... 


କେମିତି ଅଛୁ? ନନା ଙ୍କୁ ମୋ ତରଫରୁ ପ୍ରଣାମ ଦେବୁ. ମଉସା ମାଉସୀ ଙ୍କୁ ବି ପ୍ରଣାମ ଜଣେଇବୁ.


ତୁ ଜାଣି ଖୁସି ହେବୁ ମୁଁ ଆମ କଲେଜ ରେ ଟପର ହେଇଛି, ଏବେ ମୁଁ ଗ୍ରାଜୁଏଟ.ଆମ ରେଜଲ୍ଟ ଆସିଛି ଓ ମୁଁ ଫାଷ୍ଟ ଡିଭିଜନ ଡିଷ୍ଟିଂସାନ ସହ ପାସ କରିଲି. 

ସବୁ କିଛି ତ ପାଇଁ ସମ୍ଭବ ହେଲା.. ସେଦିନ ଯଦି ତୁ ବାପା ଙ୍କୁ ମୁଁ ଇକୋନୋମିକସ ଅନର୍ସ ରଖି ପଢିବାକୁ ଚାହେଁ ବୋଲି ରାଜି କରେଇ ନଥାନ୍ତୁ ତାହେଲେ ଆଜି ଏସବୁ ସମ୍ଭବ ହେଇ ନଥାନ୍ତା... 

ମୁଁ ତୋତେ କଥା ଦେଉଛି ତୋ ବିଶ୍ୱାସ କୁ ଭାଙ୍ଗିବିନି, ମୁଁ ନିଶ୍ଚୟ ପ୍ରଫେସର ଟେ ହେବି.


ଦେହ ପା ଜଗି ରଖି ଚଳିବୁ.. ମୁଁ ଭଲ ରେ ଅଛି.. 


            ରହିଲି 

          ତୋ ସିପୁନ 

 

ଠପ ଠପ ଲୁହ ବହି ଯାଉଥାଏ ଚିନ୍ମୟୀ ଦେବୀ ଙ୍କ ଆଖିରୁ. ସେଦିନ ବାପା ଙ୍କ କଥା କୁ କାଟି ଦେଇ ଭାଇ କୁ ତା ପସନ୍ଦ କେରିଅର ବାଛିବାକୁ ରାଜି କରେଇ ଯେ ସେ ଭୁଲ କରିନଥିଲେ ତାହା ଏବେ ତାଙ୍କ ସାନ ଭାଇ ମହେନ୍ଦ୍ର ବାବୁ ଯାହାକୁ ଶ୍ରଦ୍ଧା ରେ ସିପୁନ ବୋଲି ଡାକନ୍ତି ତାଙ୍କ designation ରୁ ହିଁ ବାରି ହେଇପଡ଼େ. ମହେନ୍ଦ୍ର ବାବୁ ଏବେ ନାମକରା ବିଶ୍ଵବିଦ୍ୟାଳୟ ର ଇକୋନୋମିକସ ବିଭାଗ ର ହେଡ ପ୍ରଫେସର.


ଲୁହ ପୋଛୁ ପୋଛୁ ଚିନ୍ମୟୀ ଦେବୀ ମଣି ମୁକ୍ତା ପରି ଆଖି ଆଗରେ ଝରି ପଡୁଥିବା ସ୍ମୃତି ସବୁ କୁ ସାଉଁଟି ପୁଣି ସେଇ ଆଟାଜି ରେ ରଖି ଦେଉଥିଲେ. 


Rate this content
Log in

Similar oriya story from Classics