ସଚ୍ଚୋଟ ମଣିଷ
ସଚ୍ଚୋଟ ମଣିଷ
ଜମିଦାର ବଂଶର ଦାୟାଦ ଥିଲେ ରାଜ ବାହାଦୂର ପ୍ରତାପ ବଳିୟାର ସିଂହ।ତାଙ୍କର ପିଲା ଛୁଆ କିଛି ନ ଥିଵାରୁ ସେ ସମସ୍ତ ପଣ୍ଡିତଙ୍କ ଠାରୁ ପରାମର୍ଶ କରି ଶିବଙ୍କ ମନ୍ଦିରରେ ରୁଦ୍ରାଭିଷେକ କରାଇଲେ । ବହୁତ ନିଷ୍ଠାର ସହ କାନ୍ଦିକରି ପ୍ରାର୍ଥନା ବି କରିଥିଲେ ଦମ୍ପତି ଦୁଇ ଜଣ ।ବହୁ ଲୋକଙ୍କୁ ଅନ୍ନ ଦାନ ବି କରାଇଥିଲେ ।ଯାହା ଫଳରେ କିଛି ଦିନ ପରେ ଚନ୍ଦ୍ର ପ୍ରତିମା ପ୍ରାୟ ପୁଅଟିଏ ଜନ୍ମ ହେଲା ।ପୁଅର ନାମ ରଖିଥିଲେ ଶଙ୍କର ।।କାରଣ ସେ ଶିବଙ୍କ କୃପାରୁ ହିଁ ଜନ୍ମ ନେଇଥିଲା ।ହେଲେ ପ୍ରତାପ ରାୟ ବାହାଦୁର ବାସ୍ତବିକ ଜଣେ ସ୍ଵାର୍ଥୀ, କାମୁକ ତଥା ପର ଧନ ହରଣକାରୀ ବ୍ୟକ୍ତି ଥିଲେ।ଦିନ ଗଡି ଚାଲିଲା,ବୟସ ବି ବଢ଼ି ଚାଲିଲା ।ପ୍ରତାପଙ୍କର ପ୍ରତାପ ଦିନକୁ ଦିନ କ୍ଷୀଣ ହେବାକୁ ଲାଗିଲା ଏବଂ ଶଙ୍କର ପିଲାରୁ ଯୁବକ ହେବାକୁ ଲାଗିଲା।ଶଙ୍କର ପିଲାଟି ଦିନରୁ ଶାନ୍ତ ସରଳ ଏବଂ ମେଧାବୀ ଛାତ୍ର ଥିଲା ।ଭଲ ପଢି ନାମ ବି କମାଉ ଥିଲା ।ଦୁନିଆର ରୀତି ନୀତି ବିଷୟରେ ଧିରେଧିରେ ସବୁ ଜ୍ଞାତ ହୋଇ ସାରିଥାଏ ।ଅନ୍ୟକୁ ସାହାଯ୍ୟ କରିବା ତାର ମୂଳ ଉଦ୍ଦେଶ୍ୟ ଥିଲା।ସେ ଗରିବ ବେରୋଜଗାର ପାଗଳ ଏବଂ ଶିଶୁ ତଥା ବିଭାଘର ହେଇ ପାରୁ ନ ଥିବା ଗରିବ ବାପା ମାଆଙ୍କୁ ହିଁ ସାହାଯ୍ୟର ହାତ ବଢାଉ ଥିଲା । ତେଣୁ ତାଙ୍କ ଅଞ୍ଚଳରେ ଶଙ୍କର ହିରୋ ହୋଇ ରହିଥାଏ ।ତା ମନରେ କେବେ କେହି ଗର୍ବ ଅହଙ୍କାର ଦେଖି ନାହାଁନ୍ତି ।ସମସ୍ତେ କୁହନ୍ତି ହିରଣ୍ୟକଶିପୁ ଠାରୁ ପ୍ରହଲ୍ଲାଦ ଜନ୍ମ ନେଇଛି । ଶଙ୍କର ଅନ୍ୟାୟକୁ କେବେ ବି ସହି ପାରୁ ନ ଥିଲା । ସେଥିପାଇଁ ଖଣ୍ଡ ମଣ୍ଡଳରେ ଶଙ୍କର ନାମରେ ଚର୍ଚ୍ଚା ହେଉଥିଲା ।ଯାହାର ବି କିଛି ଅସୁବିଧା ହେଉଥିଲା ସେ ଆସି ଶଙ୍କର ପାଖରେ ହାଜର ।ସଫଳ ବି ହେଉଥିଲା । ଏଥିରେ ଅବଶ୍ୟ ପ୍ରତାପ ରାୟ ବାହାଦୂର ପ୍ରଥମେ ପ୍ରଥମେ ତାଗିଦ୍ କରୁଥିଲେ ଶଙ୍କରକୁ ।କିନ୍ତୁ ଶଙ୍କର ତାଙ୍କ ପାଟି ଚୁପ୍ କରାଇ ଦେଇଥିଲା । ଶଙ୍କର କହିଥିଲା ଆପଣ ତ ବୁଢ଼ା ହେଲେଣି । କିଛି ତ କରି ପାରିବେନି ।ତା ପରେ ବି ଏ ସମସ୍ତ ସ୍ଥାବର ଅବସ୍ଥାର ସମ୍ପତ୍ତିର ମାଲିକ ମୋତେ ତ ହବାକୁ ପଡ଼ିବ ହିଁ।ତେଣୁ ମୁଁ ମୋର ସୁବିଧା ସୁଯୋଗ ଦେଖୁଛି ।ଆପଣ ଆରାମରେ ଖାଇ ପିଇ ଈଶ୍ବରଙ୍କ ଧ୍ୟାନରେ ରୁହନ୍ତୁ ।
ଶଙ୍କର ଅଞ୍ଚଳରେ ନାମକରା ବ୍ୟକ୍ତି ରୂପେ ଗଣାଗଲା କିନ୍ତୁ ଶଙ୍କରକୁ ଏ ସବୁ ଭଲ ଲାଗୁ ନ ଥାଏ ।ଯଦି କେଉଁ ପାଟି ଲୋକ ଆସି ଶଙ୍କରକୁ ସାବାସି କହି ସଭା ସମିତିରେ ସମ୍ବର୍ଦ୍ଧନା ଦେବାକୁ ଚାହୁଁଥିଲା ତେବେ ଶଙ୍କର କହୁଥିଲା :-"ଆଛା ଆପଣ ଏ ସଭାରେ କେତେ ଟଙ୍କା ଖର୍ଚ୍ଚ କରି ଆୟୋଜନ କରିବାକୁ ଯାଉଛନ୍ତି ? ସେପଟୁ ଉତ୍ତର ଆସେ ଏଇ ଚାରି ପାଞ୍ଚ ଲକ୍ଷ ଟଙ୍କା ହେବ ।ଶଙ୍କର କୁହେ ଠିକ୍ ଅଛି ଆପଣ ସେ ପାଞ୍ଚ ଲକ୍ଷ ଟଙ୍କା ମୋତେ ଦେଇ ଦିଅନ୍ତୁ ମୋର ସମ୍ବର୍ଦ୍ଧନା ସଭାରେ ସମ୍ବର୍ଦ୍ଧିତ ହେବା ଦରକାର ନାହିଁ।"ପାଟି ଠାରୁ ଟଙ୍କା ଆଣି ଶଙ୍କର ଗରିବ ପ୍ରପିଡିତ ଲୋକଙ୍କୁ ସାହାଯ୍ୟ କାମରେ ଲଗାଇ ଦେଉଥିଲା ।ଶଙ୍କରର ବିବାହ କରିବା ପାଇଁ ପ୍ରତାପ ବାବୁ ବହୁତ କୋଟିପତି ପରିବାରରୁ ଝିଅର ଫଟ ଆଣି ଶଙ୍କରକୁ ଦେଖାଇଲେ ହେଲେ ଶଙ୍କର କେଉଁଥିରେ ରାଜି ହେଉ ନ ଥାଏ ।
ଦିନେ ଗୋଟିଏ ଗରିବ ପରିବାରର ଘରେ ନିଆଁ ଲାଗିଗଲା ।ସମସ୍ତେ ଧାଇଁଲେ ନିଆଁ ଲିଭାଇବା ପାଇଁ। ନିଆଁ ତ ଲିଭିଲା ହେଲେ ସେ ପରିବାରର ବାପା ମାଆ ଦୁଇ ଜଣ ଯାକ ପୋଡ଼ି ହୋଇ ମୃତ୍ୟୁ ବରଣ କଲେ । କେବଳ ରହିଗଲା କୋଡ଼ିଏ ବର୍ଷିଆ ଝିଅ ମାଳତୀ ।ମାଳତୀ କାନ୍ଦି କାନ୍ଦି ଭୂଇଁରେ ଲୋଟି ଯାଉଥାଏ କାରଣ ତାର ଆଗକୁ ପଛକୁ ସାହା ଭରଷା କେହି ନ ଥାନ୍ତି ।ବିଚରା ଶଙ୍କର ମାଳତୀ କୁ ନିଜ ଘରେ ଆଶ୍ରୟ ଦେଲା ।ମାଳତୀ ବି ରୂପରେ ଗୁଣରେ କମ୍ ନ ଥିଲା ।ଦିନ କେତେଟା ଭିତରେ ସମସ୍ତଙ୍କୁ ଆପଣାର କରିନେଲା ।ଶଙ୍କରର ମାଆ ପାର୍ବତୀ ତ ମାଳତୀ ଉପରେ ବହୁତ ସନ୍ତୁଷ୍ଟ ଥାଆନ୍ତି ।ଏଇ ସମୟରେ ଶଙ୍କର ଉପରେ ବାହାଘରର ପ୍ରେସର ପଡୁଥାଏ ।ଶଙ୍କର ମୁହଁ ଖୋଲି ସିଧା କହିଦେଲା ଯେ ମୁଁ ମାଳତୀକୁ ବିବାହ କରିବି ବାସ୍ । ତା ପରେ ଧୁମଧାମରେ ବାହାଘର କାର୍ଯ୍ୟ ସମ୍ପନ୍ନ ହୋଇଗଲା । କିଛି ଦିନ ମଧ୍ୟରେ ପ୍ରତାପ ରାୟ ବାହାଦୂର ଅଚିହ୍ନା ରୋଗରେ ପଡି ମୃତ୍ୟୁ ବରଣ କଲେ ଏବଂ ମାଳତୀର ବିଚକ୍ଷଣ ବୁଦ୍ଧି ଏବଂ ଶଙ୍କରର ପରୋପକାରୀତା ତାଙ୍କୁ ଶିଖର ପ୍ରଦେଶରେ ପହଞ୍ଚାଇ ଦେଲା ।
