ସଂସାର ଭିତର କଥା
ସଂସାର ଭିତର କଥା
ଭାଗ-୭
*******
ଆଗରୁ ଜାଣିଥିଲେ ମାଳତୀ ଓ ଦାମୁର କାଥାବାର୍ତ୍ତା ଶୁଣି ରାଜା ପ୍ରବେଶ କରି କ'ଣ କଥା ପଡ଼ିଛି ବୋଲି ପଚାରିଛି ତାପରେ.......
ଦାମୁ-- ନାହିଁରେ ରାଜା, ସେ କିଛି ନୁହେଁ।ଆମ ଭିତରେ ଗୋଟେ କଥା ପଡ଼ିଥିଲା ।ତୁ ଛୋଟ ପିଲା,ବୁଝି ପାରୁବୁନି।
ରାଜା-- ଠିକ୍ ଅଛି । ହଁ ବୋଉ, ମୁଁ ଟିକେ ବାହାରକୁ ଯାଉଛି ମୋ ସାଙ୍ଗ ଘରକୁ ।ଫେରୁ ଫେରୁ ଡେରି ହୋଇପାରେ। କିଛି ବ୍ୟସ୍ତ ହେବନି ।
ମାଳତୀ--କେତେ ବାଟ ଯିବୁକିରେ ?
ରାଜା—ଏଇ ପାଞ୍ଚ କିଲୋମିଟର ରାସ୍ତା ।ତୁ ଜମା ବ୍ୟସ୍ତ ହୋଅନା ମ ?
ମାଳତୀ- ଠିକ୍ ଅଛି ଯାଆ ।ହେଲେ ଆସିଲେ ଖାଇବୁ ।ତୋ ପାଇଁ ଆଜି ମାଂସ ତରକାରୀ କରିବି ମ !!
ରାଜା - ହଉ ବୋଉ ଠିକ ଅଛି । ମୁଁ ବେଳାବେଳି ପଳେଇ ଆସିବି ମ ?(ରାଜା ଚାଲିଗଲା)
********
ରଜନୀକାନ୍ତ ବାବୁଙ୍କ ଘର ।କମଳା ଦେବୀ ଡାଇନିଂରେ ସ୍ଵାମୀଙ୍କ ସହ ବସିଥାନ୍ତି ।କମଳା ଦେବୀ ରାନୀର ବିବାହ ପାଇଁ ସ୍ଵାମୀଙ୍କ ସହ ଆଲୋଚନା କରୁଥାନ୍ତି ।
କମଳା- ଶୁଣୁଚ ନା ନାହିଁ !! ମୁଁ ପରା କ'ଣ ପଚାରୁଛି ।ଆମ ଝିଅର ବାହାଘର କଥା କହୁଥିଲି ।ରାନୀକୁ କୋଡ଼ିଏ ପୁରିବାକୁ ବସିଲା ।ତା ପାଇଁ ଭଲ ପାତ୍ର ପୁଣି ଯୋଗାଡ଼ କରିବ ନା ନାହିଁ ?
ରଜନୀକାନ୍ତ- ଆରେ ଏତେ ବ୍ୟସ୍ତ ହେଉଛ କାହିଁକି ! ଆଉ ବର୍ଷେ ଦୁଇ ବର୍ଷ ଯାଉ ।ଦୁଇଟାକୁ କ'ଣ ବିବାହ ବନ୍ଧନରେ ବାନ୍ଧି ଦେବା ଯେ ?
କମଳା - ଛୁଆଟା !!!ଆସି କୋଡ଼ିଏ ବର୍ଷ ହେଲାଣି,ତମେ କହୁଛ କ'ଣ ଛୋଟ ପିଲା !!! ମୁଁ ପରା ସତର ବର୍ଷରେ ତୁମକୁ ବାହା ହୋଇଥିଲି ।ଆଜି କାଲିର ଦୁନିଆ ଯାହା ହେଲାଣି । କେତେବେଳେ କୋଉ କଥା ।ତମେ ନ ଦେଖିଲେ ନାହିଁ , ମୁଁ ମୋ ଝିଅ ପାଇଁ ବର ଠିକ୍ କରିବି ବୁଝିଲ ?
ରଜନୀକାନ୍ତ--(ହସିଲେ)ତମେ ଠିକ୍ କରିବ ? ଠିକ୍ ଅଛି ତମେ ହିଁ ଠିକ୍ କର !! ମୁଁ ଟିକେ ଚିନ୍ତା ମୁକ୍ତ ହୋଇଗଲି ।।
ରାନୀ-କଣ ଆଲୋଚନା ପଡ଼ିଛି କି ?ମୋ ସୁନା ପାପା କ'ଣ ପୁରା ଚୁପଚାପ୍ !!!କଥା କ'ଣ ?
ରଜନୀକାନ୍ତ-- ନାହିଁରେ ମାଆ ।ସବୁ କଥା ତୋତେ ନେଇ ।ତୋ ମାଆ କହୁଛନ୍ତି ଶୀଘ୍ର ଶୀଘ୍ର ମୋ ଗେଲି ଝିଅର ବାହାଘର ସାରିଦେବାକୁ । ମୁଁ କହିଲି ଆଉ ଦୁଇ ବର୍ଷ ଯାଉ ହେଲେ ତୋ ମାଆ ମାନିବାକୁ ନାରାଜ ।ଏବେ ତୋ ଆଡ଼ୁ କଥା ଆସୁ ତୁମେ କ'ଣ ଚାହୁଁଛ ?
ରାନୀ--ମୋ କଥା କହିବି ଯେ !!!ହେଲେ ମୋତେ ଟିକେ ସମୟ ଦରକାର । ମୁଁ ମାଇଣ୍ଡ ମେକପ୍ କରି ଆପଣଙ୍କୁ ଜଣାଇବି ।ମୋର ପଢ଼ାପଢ଼ି କଥା ନା ?
ରଜନୀକାନ୍ତ--ଓ କେ !!
(ମୁଁ ଭିତରକୁ ଯାଇ ପାରେ କି ?) ଦେଖିଲୁ ରାନୀ,ବାହାରେ କିଏ ?ରାନୀ ଯାଇ ଡୋର ଖୋଲିଛି ଏବଂ ରାଜାକୁ ସମ୍ମୁଖରେ ଦେଖି କାବା ହୋଇ ଯାଇଛି ।
ରାନୀ--ଆରେ ରାଜା,ସତରେ ତୁମେ ଆସିଛ ? ମୁଁ ତ ମୋ ଆଖିକୁ ବିଶ୍ୱାସ କରି ପାରୁନି !!!
ରାଜା--କଣ ଚମକି ପଡିଲ ?ଭିତରକୁ ଡାକିବନି ?
ରାନୀ--ଆରେ, କ'ଣ କହୁଛ ତୁମେ ?ଆସ ଆସ , ଭିତରକୁ ଆସ ।
ରାଜା-(ଭିତରକୁ ଆସି ରଜନୀକାନ୍ତ ଏବଂ କମଳା ଦେବୀଙ୍କୁ ପ୍ରଣାମ କରିଛି )
ରଜନୀକାନ୍ତ-ଆରେ ମାଆ, ମୁଁ ପରିଚୟ ପାଇ ପାରିଲିନି ?
ରାନୀ- ମୋ କଲେଜ ସାଙ୍ଗ ରାଜା । ବେଷ୍ଟ ସ୍କଲାର୍ ଅଫ୍ ଦ ଇୟର୍ । ମୁଁ ଯାହା ଵିଷୟରେ ଆପଣଙ୍କୁ କହୁଥିଲି ସେଦିନ ପେପର ଦେଖି ।
ରଜନୀକାନ୍ତ- ଆରେ ହଁ ହଁ । ସେଦିନ ପେପରରେ ତା ହେଲେ ୟାଙ୍କରି ଫଟୋ ବାହାରିଥିଲା । Welcome My Son । Welcome । ବହୁତ ସୁନ୍ଦର ।ବସ ବସ ପୁଅ ।(ରାଜା ବସିଛି)ଆଉ କ'ଣ ଚିନ୍ତା କରିଛ !!ଆଗକୁ ତମର ପ୍ରପୋଜାଲ ସବୁ କ'ଣ ରଖିଛ ।
ରାଜା-- ନାହିଁ ଆଜ୍ଞା । ସେମିତି କିଛି ନାହିଁ ।ଭାବିଛି କେଉଁଠି ସେଟେଲ୍ ହେଇଯିବି ।ମୋ ପାରିବାରିକ ସ୍ଥିତି ବର୍ତ୍ତମାନ ଭଲ ନାହିଁ ।ତେଣୁ ମୋ ଉପରେ ବଡନ ରହିବା ସ୍ଵାଭାବିକ !!!
ରଜନୀକାନ୍ତ--ବହୁତ ବଢିଆ ।ଯାହା ହେଉ ପରିବାର ବିଷୟରେ ଚିନ୍ତା ତ ଅଛି !!ନ ହେଲେ ଆଜିକାଲି ପିଲାମାନେ ନିଜେ ନିଜକୁ ଦେଖିବାରେ ବ୍ୟସ୍ତ ।ତୁମେ କିନ୍ତୁ ସେପାରେଟ୍ ।
କମଳା-- କ'ଣ ଏମିତି ଗପ ଚାଲିଥିବ ନା ଖିଆପିଆ ହେବ ?
ରଜନୀକାନ୍ତ-- ଆରେ, ମୁଁ ଭୁଲି ଯାଇଥିଲି ।ଆଣ ଆଣ , କ'ଣ ଟିକେ ପାଟିରେ ପକେଇ କଥା ହେବା ।(କମଳା ଆଣି ଟିଫିନ୍ ରଖିଦେଲେ)
ନିଅ,ଆଗ ଦୁଇ ଜଣ ଖାଇନିଅ ।
ରାନୀ-- ଆରେ ମାଆ,ମତେ କ'ଣ ଭୁଲିଗଲ କି ?
ରଜନୀକାନ୍ତ-- ଆରେ କମଳା,ତମର ଆଉ ବୁଦ୍ଧି ଶୁଦ୍ଧି ହବନି ଦେଖୁଛି ।ମୋ ମାଆକୁ ଭୁଲିଗଲ କିପରି ?
କମଳା- ମୁଁ କାହିଁ ଭୁଲିବି ଯେ ? ମୁଁ ଭାବିଥିଲି ଝିଅର ମୋର ସାଙ୍ଗହୋଇ ଖାଇବା ପାଇଁ ।
ରଜନୀଗନ୍ଧା -- ଗୋଟେ କାମ କର କମଳା, ବରଂ ସମସ୍ତଙ୍କର ଏଇଠିକି ନେଇ ଆସ, ସାଙ୍ଗ ହୋଇ ଖାଇବା ।
ରାନୀ-- ବଢିଆ ହେବ ।(ଖିଆପିଆ ପର୍ବ ଚାଲିଲା ।ସରିଲା ପରେ )
ରଜନୀକାନ୍ତ-- ହଁ ରାଜା,ତମ ଘରେ ସବୁ କିଏ କିଏ ଅଛନ୍ତି ।
ରାଜା- ମୋ ବାପା ବୋଉ ଆଉ ଗୋଟେ ସାନ ଭଉଣୀ ଆଜ୍ଞା ।ବାପା ବହୁତ ପରିଶ୍ରମ କରି ମୋତେ ପାଠ ପଢାଇଛନ୍ତି ।ମୋ ଜଣେ ଦାଦା ବି ଅଛନ୍ତି ଯିଏ ମୋ ପଢା ପାଇଁ ବହୁତ ଆର୍ଥିକ ସାହାଯ୍ୟ କରିଛନ୍ତି ।ତାଙ୍କ ମନୋବଳ ଦୃଢ଼ କରିବାକୁ ହେଲେ ମୋତେ ଚାକିରି କରିବା ନିହାତି ଆବଶ୍ୟକ ।।
ରଜନୀକାନ୍ତ-- ବହୁତ ବହୁତ ଧନ୍ୟବାଦ ତୁମକୁ ରାଜା ।।ତମ ପରି ପୁଅମାନେ ଯଦି ସମସ୍ତେ ହେଇଯାନ୍ତେ ତ ସୁନାର ଭାରତ ପାଲଟି ଯାଆନ୍ତା ।ଆଉ ମୋର ଗୋଟିଏ ପୁଅ ରାକେଶ ହଷ୍ଟେଲରେ ରହି ପାଠ ପଢୁଛି ।ତାର ପାଠ ଯେତେ ଭଲ ଲାଗେନା ତାକୁ ଫେସନ ବେଶି ଭଲ ଲାଗେ ।
କମଳା-- ଓଃ ହୋ !!ଛୋଟ ପିଲା ସେ,ଟିକେ ବଡ଼ ହେଲେ ବୁଦ୍ଧି ହେଇ ଯିବନି ?ତା ପରେ..........
(ଆର ଥରକୁ )
