STORYMIRROR

Hemanta kumar Sahoo

Drama

3  

Hemanta kumar Sahoo

Drama

ସଂସାର ଭିତର କଥା-୫

ସଂସାର ଭିତର କଥା-୫

5 mins
109


    

ଆଗରୁ ପଢିଥିଲେ ମାଳତୀ ପୁଅକୁ ପାଖରେ ପାଇବା ପାଇଁ ଭାରି ବ୍ୟସ୍ତ ହେଉଥାଏ। ତାପରେ......

ଭଲରେ ଭଲରେ ଦାମ ଏବଂ ରାଜା ଆସି ସନ୍ଧ୍ୟା ସମୟରେ ଘରେ ପହଞ୍ଚିଲେ ।

ମାଳତୀ-ହେଇଲୋ,ମୋ ପୁଅ ଆସିଲାଣି ।ଆରେ ମୋ ପୁଅ କେମିତି ଶୁଖି କଳାକାଠ ପଡ଼ି ଗଲାଣି ଲୋ ।ବା ରେ କ'ଣ ଖିଆ ପିଆ ଠିକ୍ ସେ କରୁଥିଲୁ ନା ନାହିଁ ବା ?

ମାଧବ -ପଢାର ବୋଝ ମୁଣ୍ଡେଇଲେ ଏମିତି ହୁଅନ୍ତି ମାଳତୀ !ମୋ ପୁଅ ରାତି ଅନିଦ୍ରା ହୋଇ ପାଠ ପଢୁଥିଲା ତ ସେଇଥିପାଇଁ ଏମିତି ଦେଖା ଯାଉଛି ।ଆସ ଦାମ ଘର ଭିତରକୁ ଆସ ।ମାଳତୀ ଗଲ ଚାହାଁ ଟିକେ କରି ଆଣିବ ‌। ହଁ ବିସ୍କୁଟ ନେଇ ଆସିବ ।ତା ପରେ ରୋଷେଇ କରିବ ।ଛୁଆଙ୍କୁ ଭୋକ ହେବଣି ।

ଦାମ-ଭାଇ ,ଆଉ କାମ କେମିତି ଚାଲିଛି ।ଆଉ କିଛି ଅସୁବିଧା ନାହିଁ ତ ?

ମାଧବ- ନାହିଁ ରେ ଦାମ । ଅସୁବିଧା ଆଉ କ'ଣ । ଚାଷୀ ମୂଲିଆ ଲୋକ ଖଟିଲେ ଖାଇବି ନ ହେଲେ ନାହିଁ।

ଖାଲି ଚିନ୍ତା ଏତିକି ମୋ ରାଜାଟା ଟିକେ କାନ୍ଧକୁ ଲାଗିଗଲେ ମୋ ତୃଷ୍ଣା ମେଣ୍ଟିଯାନ୍ତା ।

ମାଳତୀ- ଚାହାଁ ନିଅ ଦାମ ।ତମେ ବି ନିଅ ।(ଚାହାଁ ପିଇଲେ)

ଦାମ- ଜାଣିଲ ଭାଇ ।ଗୋଟେ କଥା ଏ ପର୍ଯ୍ୟନ୍ତ ତୁମ ମାନଙ୍କୁ ଜଣେଇନୁ ।

ମାଧବ- ଆରେ କୋଉ କଥା କିରେ ।

ଦାମ- କୋଉ କଥା ଆଉ ।ଏଇ ଆମ ରାଜା କଥା ।ଆମ ରାଜା ପରା ବେଷ୍ଟଟେନଥ୍ ହୋଇଛି ।ମାନେ ବି ଏ ସି ରେ ଫାଷ୍ଟ କ୍ଲାସ ଫାଷ୍ଟ ହୋଇଛି ।ତାକୁ କେତେ ଲୋକ ଆସି ସାବାସି କରୁଛନ୍ତି ପରା ।ଆମ କଲେଜରେ ଟପର ଭାବରେ ଗଣା ।।

ମାଧବ-ଆରେ କ'ଣ କହୁଛୁରେ ।ମୋ ପୁଅ ଏତେବଡ଼ କାମଟା କରି ଦେଖେଇ ଦେଇଛି ।ହେ ଭଗବାନ ତୁମେ ହିଁ ମୋ ଛୁଆକୁ ଭରଷା ପ୍ରଭୁ ।ଯାହା ହେଉ ଦାମ କେବଳ ତୋରି ଭରସା ପାଇ ,ତୋରି ଲୁଣ ଖାଇ ମୋ ପୁଅ ଆଜି ମଣିଷ ହୋଇଛି ‌। କେମିତି କୋଉବାଟେ ତୋ ଋଣ ମୁଁ ଶୁଝିବିରେ ।ତୁ ତ ମୋ ଭାଇ ନୁହଁ ।ତୁ ମୋ ପାଇଁ କାଳିଆ ଠାକୁର ।

ଦାମ-ଏମିତି କ'ଣ ସବୁ ଗପି ଯାଉଛ ।ଆରେ ଏଥିରେ ମୋର ବା କାର୍ତ୍ତି ଅଛି ଯେ ।ହେଇ ହେଇ କେଇଟା ଟଙ୍କା ଖର୍ଚ୍ଚ କରିଦେଲି ।ଏଇଥିରେ ତମେ ଏମିତି ହେଉଛ ।ଆଛା ରାଜା ଯଦି ମୋ ଠାରୁ ଜନ୍ମ ହୋଇଥାନ୍ତା ମୁଁ କ'ଣ କରି ନ ଥାନ୍ତି କି ?ପୁଅ କିଏ ପୁତୁରା କିଏ ?

ମାଧବ- ସତରେ ଦାମ ,ତୋ କଣ୍ଠରେ ସରସ୍ଵତୀ ବସିଛନ୍ତି ରେ ।ହଇହେ,ଶୁଣୁଛ ନା ନାହିଁ ବା,ଶୁଣ ଶୁଣ ମୋ ରାଜା ଆଜି କଲେଜର ନାଆଁକୁ କେମିତି ଉଚ୍ଚା କରି ଦେଇଛି ।ସିଏ ମୋ ପୁଅଟି ।

ମାଳତୀ-ସେମିତି କହିବନି କହି ଦେଉଛି ।ସିଏ ଆଗ ମୋ ପୁଅ ।ରାଜୁରେ ମୋ ବାଇଆଟା କୁଆଡେ ଗଲୁ ।

ରାଜା-କଣ ହେଲା ବୋଉ । ମୁଁ ପରା ଆର ଘରେ ଏ ହୁଣ୍ଡିଟା ସାଙ୍ଗରେ ବସି ପାଠ କଥା ଆଲୋଚନା କରୁଥିଲି ।

ମାଳତୀ- ଆରେ ମୋ ଗେଲୁଟା ମୋ ଧନଟା,ଏତେ ବଡ଼ କାମଟା କରିଛୁ ଅଥଚ ତୋ ବୋଉକୁ ଟିକେ ଆଗ ଜଣାଇ ପାରିଲୁନି ।

ରାଜା- କୋଉ କଥା ବୋଉ ।

ମାଳତୀ- ତୁ ଭାବିଛୁ ମୁଁ କିଛି ଜାଣି ପାରିବନି ବୋଲି ।ଦାମ ଆମକୁ ସବୁ କଥା କହି ସାରିଲେଣି ।

ରାଜା -କୋଉ କଥା କହୁଛୁ ବୋଉ !ତୋ କଥା ମୁଁ ସତରେ କିଛି ବୁଝି ପାରୁନି ।

ମାଳତୀ- ତୁ ତୋ କଲେଜର ଟେକ ରଖିଛୁ ନା ?ତୁ ବି ଏ ସି ରେ ଫାଷ୍ଟ ହେଇଛୁ ନା ।ଏଗୁଡା କ'ଣ ଲୁଚାଇବା କଥା ।

ରାଜା -ନାଇ ଲୋ ବୋଉ । କଥା କ'ଣ କି ମୁଁ ପୁରାପୁରି ଭୁଲି ଯାଇଥିଲି ।

ମାଳତୀ - ମୋ ଧନ କେତେ ରାତି ଅନିଦ୍ରା ହେଇ,କେତେ ପରିଶ୍ରମ କରିଥିଲା । ଭଗବାନ ତାକୁ ତାର ଫଳ ଦେଇଛନ୍ତି ।

ରାଜା - ଏ ବୋଉ, ମୁଁ ତ ଖାଲି ପାଠ ପଢିଛି ‌।ହେଲେ କାହା ଯୋଗୁଁ ଆଜି ମୁଁ ଏତେ ସମ୍ମାନ ପାଉଛି ଜାଣିଛୁ !!!

ମାଳତୀ -କାହା ପାଇଁଁ ବା !!

ରାଜା -ସବୁ ସଫଳତା ପଛରେ କେବଳ ମୋ ଦାମ ଦାଦା ହିଁ ମୁଖ୍ୟ । ତାଙ୍କରି ପାଇଁ ଆଜି ମୁଁ ସଫଳତା ପାଇଲି ।ଦାଦା ଯଦି ବିଡା ବିଡା ନୋଟ୍ ଖର୍ଚ୍ଚ କରି ନ ଥାନ୍ତେ ତାହେଲେ ମୁଁ କିଏ ନା କଲେଜ କିଏ ।

ମାଳତୀ- ତୁ ଠିକ୍ କହୁଛୁରେ ପୁଅ ।ସତରେ ଆମେ ଦୁଃଖୀ ଲୋକ ଏତେ ଟଙ୍କା କୋଉଠୁ ଆଣିଥାନ୍ତେ ‌।ତାଙ୍କୁ ପରା ଭଗବାନ ଆମରି ପାଇଁ ପଠେଇଛନ୍ତି ।

ଦାମ- ଭାଉଜ , କାହିଁକି ମତେ ଏମିତି ପର ବୋଲି ଭାବୁଛ ଯେ ? ମୁଁ କ'ଣ ତମର କେହି ନୁହେଁ ?ମୋ ଚନ୍ଦ୍ର ପରି ରାଜା କ'ଣ ମୋର ପୁଅ ନୁହେଁ ।

ମାଳତୀ -କିଏ ମନା କଲା ଯେ ?

ଦାମ - ତାହେଲେ ମତେ ଏମିତି ଟେକୁଛ କାହିଁକି ? ମୁଁ କ'ଣ ମାଧବ ଭାଇର ନିଜ ଭାଇ ପରି ନୁହେଁ ?

ମାଳତୀ- ଆରେ, ସେମିତି କ'ଣ କହୁଛ !!ତମେ କହିଲ, ମୁଁ କେବେ ନିଜ ଦିଅରଠୁ ଅନ୍ୟ କିଛି ଭାବିଛି କି ?

ମାଧବ -ଆରେ ମାଳତୀ, ଏମିତି ଦିଅର ଭାଉଜର ଗପ ଚାଲିଥିବ ନା ରୋଷେଇ ସାରିବ ?କେତେବେଳୁ ଦାମ ଓ ରାଜା ଆସିଲେଣି ।ରାତି ଆସି ନଅଟା ବାଜିବାକୁ ବସିଲାଣି ତଥାପି ତମର କାମ ସରୁନି ?

ମାଳତୀ -ଯାଉଛି ବାବା,ସବୁ ସରିଗଲାଣି ଯେ ମାଛ ତରକାରି ବସେଇଛି ।ଆଳୁ ଟିକେ ସିଝିଗଲେ ତରକାରୀ ରେଡି । ହଁ, ତମେମାନେ ହାତ ମୁହଁ ଧୋଇଆସ ମୁଁ ବଢାବଢି କରୁଛି । (ସମସ୍ତେ ଖାଇ ପିଇ ଶୋଇଛନ୍ତି)

   

ରାନୀ ଆଖିକୁ ନିଦ ଆସୁନି । ସବୁବେଳେ ଖାଲି ରାଜା କଥା ଭାଵି ହେଉଛି । ବିଛଣାରେ ପଡି ଖାଲି ଏକଡ଼ ସେକଡ ହେଉଛି । ମୋବାଇଲ କାଢି ରାଜାର ଫଟ ଦେଖି ମନେ ମନେ ହସୁଛି)

କମଳା- ଆରେ ,ଏ ପର୍ଯ୍ୟନ୍ତ ଶୋଇନୁ ଯେ ? କ'ଣ ନିଦ ହେଉନି କି ?

ରାନୀ- ନାହିଁ ମା ! ଆଜି କାହିଁ ନିଦ ଆସୁନି ।

କମଳା -ରାନୀ,ଭୁଲି ଯାଆନା ମୁଁ ତୋର ମାଆ !!ତତେ ଏଇ କିଛି ଦିନ ହେଲା କାହିଁ ଅଲଗା ପ୍ରକାରର ଦେଖୁଛି ? କ'ଣ ହୋଇଛି ତୋର !ମତେ ସବୁ କଥା ଖୋଲି କରି କହ ! ମୁଁ ସବୁବେଳେ ତତେ ଲକ୍ଷ୍ୟ କରୁଛି ,ତୁ ଯେମିତି କାହା କଥା ସବୁବେଳେ ଭାବୁଛୁ ।ଅନ୍ୟମନସ୍କ ରହୁଛୁ । କ'ଣ ହୋଇଛି ତୋର ।ମତେ କହିବୁନି ?

ରାନୀ - ନାହିଁ ମାଆ, ସେମିତି କିଛି ନାହିଁ ଯେ ?

କମଳା - ଦେଖ, ମୁଁ ତୋର ଖାଲି ମାଆ ନୁହେଁ ।ତୋର ସାଙ୍ଗ,ସଖା ବାନ୍ଧବୀ ସବୁକିଛି ।ମତେ ଜଣେଇଲେ ତୋର ବରଂ ଲାଭ ହେବ ବୋଲି ମୁଁ ଭାବୁଛି ।କଥା କ'ଣ, କ'ଣ କହା ଚକରରେ ଅଛୁ କି ?

ରାନୀ -ମାଆ (କୁଣ୍ଡେଇ ଧରିଛି)।ତତେ କ'ଣ ଲୁଚାଇବି ମାଆ ।ତୁ ତ ମୋର ସୁନା ମାଆ ।କଥା କ'ଣ କି ମାଆ .... ‌।

କମଳା -ଆରେ,କହୁନୁ । ଏମିତି ରହିଗଲୁ କାହିଁକି ?

ରାନୀ - ନାଇଁ,କଥା କ'ଣ କି , ମୁଁ...ଜଣେ...ପିଲାକୁ ...ଭଲ ପାଉଛି ....ତ.....। ସେଇଥିପାଇଁ ....କହିବାକୁ.....ଖରପ ଲାଗୁଛି ।

କମଳା -ତୁ କ'ଣ କହିଲୁ ?ଜଣେ ପାଲାକୁ ଭଲ ପାଇଲୁଣି !!!ଆଲୋ ହୁଣ୍ଡି ତୁ ଜାଣିଛୁ ତୋ ବାପା କେଡେ କଡ଼ା ମିଞ୍ଜାଜର ଲୋକ ।ସିଏ ଜାଣିଲେ କ'ଣ ହେବ ତୋ ଅବସ୍ଥା ।।

ରାନୀ - କ'ଣ ହବ !! ମୁଁ ସିଧା ସିଧା କହିଦେବି ଯେ ମୁଁ ରାଜାକୁ ଭଲ ପାଏ ଏବଂ ତାକୁ ବାହା ହେବାକୁ ଚାହେଁ ।ଦେଖିବା ବାପା କ'ଣ କହୁଛନ୍ତି ?

କମଳା - ତୁ ବୋଧେ ପ୍ରେମରେ ପୁରା ପାଗିଳି ହୋଇ ଗଲୁଣି । ହିତାହିତ ଜ୍ଞାନ ତୋର ମନକୁ ଆସୁନି । ସେଥିପାଇଁ ଗୋଟେ ସାଧାରଣ କଥା ଭାବି କହି ଦେଉଛୁ !ତୁ କ'ଣ ଭାବୁଛୁ ଇଏ ସବୁ ପିଲା ଖେଳ ?

ରାନୀ- ମୁଁ ଭାବି ଚିନ୍ତି ଏ ପ୍ରସ୍ଥାବ ମୋ ଆଡୁ ତାଙ୍କୁ ଦେଇଛି କାରଣ ସେ ପିଲା ବି ସେମିତି ।ବିଏସିରେ ଫାଷ୍ଟ କ୍ଲାସ ଫାଷ୍ଟ ହେଇଛି ।ଭାରି ସାଧାରଣ ,ସୁନ୍ଦର ବ୍ୟକ୍ତିତ୍ବ ।ଦେଖିବାକୁ ବି ରାଜକୁମାର ।ତୁ ଦେଖିବୁ ମାଆ ,ବାପା ଜାଣିଲେ ଭାରି ଖୁସି ହେବେ ।। ମୁଁ ତ ଗ୍ୟାରେଣ୍ଟି ଦେଇ କହିବି ଯେ ରାଜା ପରି ଜୀବନ ସାଥି ମୁଁ ମରିଗଲେ ବି ପାଇ ପାରିବି ନାହିଁ ।ହେଲେ ଗୋଟିଏ କଥା ମାଆ ।ସିଏ ଭାରି ଗରିବ ।ମୂଲିଆ ଶ୍ରେଣୀର ଲୋକ । ତାଙ୍କ ବାପା ଦାଦା କେତେ କଷ୍ଟ କରି ତାଙ୍କୁ ପାଠ ପଢ଼ାଉଛନ୍ତି ।ତା ପରେ ...... ‌‌

(ଆର ଥରକୁ)


Rate this content
Log in

Similar oriya story from Drama