STORYMIRROR

Hemanta kumar Sahoo

Inspirational

3  

Hemanta kumar Sahoo

Inspirational

ହେ ପରମେଶ୍ବର

ହେ ପରମେଶ୍ବର

1 min
153

   

ହେ ପରମେଶ୍ବର ଜଗତ ଈଶ୍ୱର

ପ୍ରଥମେ ପାଦରେ ପଡୁଅଛି

ତୋର ଲୀଳା ଖେଳା ଅପୂର୍ବ ଅଟଇ 

ଭାବିଲେ ହୃଦୟ ଦହୁଅଛି ।।

କୃଷ୍ଣ ହୋଇ ପ୍ରଭୁ ମାଇଲୁ ମାମୁଁ ଙ୍କୁ 

ଶାନ୍ତି ଆଣିଲୁ ଧରାକୁ 

ଗୋପପୁରେ ଯାଇ ଲୁଚିକି ରହିଲୁ 

ଡରିଥିଲୁ ପରା କଂସକୁ ?

ନୋହିଲେ କାହିଁକି ମଥୁରା ଛାଡ଼ନ୍ତୁ 

ଦେବକୀ ମାତାକୁ ଛାଡି 

ବାପା ମାଆ ଦୁହିଁଙ୍କୁ ବନ୍ଦି ଘରେ ଛାଡ଼ି 

ମଥୁରାକୁ ଯାନ୍ତୁ ଉଡ଼ି ?

ଇଏକି ତୋହର ପ୍ରଭୁ ପରିଚୟ 

ମୋ ମନେ ସନ୍ଦେହ ଜାଗିଲା

ସତ କହ କାହ୍ନା ଦେବକୀ ଅପେକ୍ଷା

ଯଶୋଦା କି ତୋତେ ବାସିଲା ?

ଈଶ୍ବର ହୋଇଛୁ ଥାନ୍ତୁ ମଥୁରାରେ 

କଂସକୁ ଥାଆନ୍ତୁ ମାରି 

ବାପା ମାଆ ଦୁହିଁଙ୍କୁ ଉଦ୍ଧାରି ଥାଆନ୍ତୁ 

ବନ୍ଦି କବାଟକୁ ତାଡି ।।

ଓଃ,ରାଧା ପ୍ରେମ ତୋତେ ପାଗଳ କରିଲା 

ଛାଡିଲୁ କିବା ମଥୁରା 

ନା,ଦଧି ଲହୁଣୀ ମଥୁରାରେ ନ ଥିଲା 

ଗୋପକୁ ଧାଇଁଲୁ ପରା ?

ସାଙ୍ଗ ସାଥୀ କ'ଣ ଗୋପରେ ଅଭାବ 

ନା ଅଭାବ ଗୋପୀ ମାନେ 

ତୋର ଇଶରାରେ ସବୁତ ସମ୍ଭବ 

ଯେଣୁ ଈଶ୍ବର ମୁଁ ମାନେ !!!

ଷଣ୍ଢା ବକା ଆଉ ପୁତନା ଆଦିଙ୍କୁ 

ଗୋପରେ ଥାଆନ୍ତୁ ମାରି 

ତେବେ ଜାଣିଥାନ୍ତି ସାର୍ଥକ ହୋଇଲା 

କୃଷ୍ଣ ନାମକୁ ତୋହରି ।।

ନନ୍ଦ ଯଶୋଦା କି ଗଦ ଦିଆଇଲେ

ଭାବରେ ହୋଇଲୁ ଭୋଳ 

ଜନ୍ମିତ ମାତାକୁ ବନ୍ଧନେ ପକାଇ

ଛାଡିଗଲୁ ଗୋପପୁର ।।

ଚିନ୍ତା କଲୁ ନାହିଁ ତୋ ଗଲା ପରେ 

ଦେବକୀ ଓ ବସୁଦେବ 

ପିତା ମାତା ଦ୍ବୟେ କେଉଁପରି ଥିବେ 

କି ଦଣ୍ଡ କଂସ ଯେ ଦେଵ ?

ନିଜ ଜୀବନକୁ ବଞ୍ଚାଇବା ପାଇଁ

ରାତାରାତି ଲୁଚି କରି 

ବରଷା ବତାସେ ଭିଡ଼ି ଚାଲିଗଲୁ 

ବିଜୁଳି ଦେଖାଇ କରି ।।

ଦେବକୀ ମାଆକୁ କି କଷ୍ଟ ଦେଲୁରେ 

ଭାବିଲେ ଲାଗଇ ଦୁଃଖ

ବନ୍ଧନରେ ପଡି ନ ପାରଇ ଚଳି 

ଡାକେ ତୋତେ ଅବିରତ ।।

ଏହି ତୋର ଲୀଳା କପଟିଆ କାହ୍ନା 

ତୁମେ ତ ସବୁରି କର୍ତ୍ତା 

ବଡ଼ ଲୋକଙ୍କୁ ବା କି ଉତ୍ତର ଦେବି 

ହୋଇ ଛାର ମାନବଟା ।।

ଗୋଟିଏ ମାଆର ସ୍ନେହ ପାଇବାକୁ 

ଆମେ ହେଉ କଲବଲ 

ଦୁଇଟା ମାଆର ପୁତ୍ର ବୋଲାଇଲୁ 

ଗୁଡୁମ୍ ହୁଏ ମୋ ଅକଲ ।।

ଜଗତ ଈଶ୍ୱର ଯାହା ଇଛା ତୋର 

ତାହା ନିଶ୍ଚେ କରି ପାରିବୁ 

କଳାକୁ ଧଳା ତୁ ଯେମିତି କରିବୁ 

ଆମେ ବା ବା କରିବୁ ।।

କାହିଁକି ନା ତୁହି ସର୍ବମୟ କର୍ତ୍ତା 

କିଛି କହି ନୁହଁ ତୋତେ 

କୂଳ କୁଟୁମ୍ବକୁ ଲାଜ ଯେ ହୋଇବ 

ସରମ ଲାଗୁଛି ମତେ ।।

ତୁହି ସୃଷ୍ଟି କର୍ତ୍ତା ତୁ ପାଳନ କର୍ତ୍ତା 

ତୁ ପୁଣି ସଂହାର କର୍ତ୍ତା 

ଯାହା ତୁ କରିବୁ ଉଚିତ କରିବୁ 

ଯେଣୁ ଆମ ରକ୍ଷା କର୍ତ୍ତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational